WATCH VIDEO: କରୋନା ସନ୍ଦିଗ୍ଧଙ୍କୁ ଆମ୍ବୁଲାନ୍ସକୁ କେହି ଉଠାଇଲେନି, ପତ୍ନୀଙ୍କ ଆଖି ଆଗରେ ମୃତ୍ୟୁ ହେଲା

ଆମ୍ବୁଲାନ୍ସ ଆସି ପହଞ୍ଚିବା ପରେ ବି କେହି ସେ ସନ୍ଦିଗ୍ଧ କରୋନା ଆକ୍ରାନ୍ତଙ୍କୁ ସେଥିରେ ନେଇ ବସାଇଲେ ନାହିଁ । ସେ ନିଜେ ସେଥିରେ ଯାଇ ବସନ୍ତୁ ବୋଲି କହିଲେ । ତାଙ୍କ ସ୍ତ୍ରୀଙ୍କ ଗୁହାରି କେହି ଶୁଣିଲେ ନାହିଁ ।

ସେତେବେଳ ପର୍ଯ୍ୟନ୍ତ ଏହି ରୋଗୀଙ୍କ କରୋନା ପରୀକ୍ଷା ରିପୋର୍ଟ ବି ଆସି ନ ଥିଲା ।

ସେତେବେଳ ପର୍ଯ୍ୟନ୍ତ ଏହି ରୋଗୀଙ୍କ କରୋନା ପରୀକ୍ଷା ରିପୋର୍ଟ ବି ଆସି ନ ଥିଲା ।

  • Share this:
News18 Odia Digital

କୋଲକାତା: କରୋନା ଭାଇରସ୍‌ ସଂକ୍ରମଣ ଦେଶ ସାରା ବଢ଼ି ଚାଲିଥିବା ବେଳେ ଆକ୍ରାନ୍ତମାନଙ୍କୁ ଉପଯୁକ୍ତ ଯତ୍ନ ଓ ଚିକିତ୍ସା ନ ମିଳିବା କାରଣରୁ ସେମାନଙ୍କ ମୃତ୍ୟୁ ଘଟୁଥିବା ଘଟଣା ବି ବଢ଼ିଚାଲିଛି । ଏହି ପ୍ରକାରର ତାଜା ଘଟଣା ଏବେ ପଶ୍ଚିମ ବଙ୍ଗରୁ ଆସିଛି । ଡାକ୍ତରଖାନାର ପ୍ରବେଶ ଦ୍ୱାରରେ ହିଁ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।

ଏହି ଅଭାବନୀୟ ଘଟଣା ଘଟିଛି ବୋନଗାଓଁ ଷ୍ଟେଟ୍‌ ଜେନେରାଲ୍‌ ହସପିଟାଲରେ । ଶ୍ୱାସକ୍ରିୟାରେ କଷ୍ଟ ଓ ସନ୍ଦିଗ୍ଧ କୋଭିଡ-୧୯ ଲକ୍ଷଣରେ ପୀଡ଼ିତ ଜଣେ ୬୫ ବର୍ଷ ବୟସ୍କ ବ୍ୟକ୍ତି ଏହି ଡାକ୍ତରଖାନାର ମୁଖ୍ୟ ପ୍ରବେଶ ଦ୍ୱାର ସମ୍ମୁଖରେ ଚିକିତ୍ସା ନ ପାଇ ମୃତ୍ୟୁ ବରଣ କରିଛନ୍ତି । ମାଧବ ନାରାୟଣ ଦତ୍ତ ନାମକ ଏହି ଆକ୍ରାନ୍ତଙ୍କ ଭିଡିଓ ଏବେ ସାମନାକୁ ଆସିଛି ଓ ଭାଇରାଲ୍‌ ହେଉଛି ।

ଶନିବାର ଅପରାହ୍ଣରେ ମାଧବ ନାରାୟଣ ଦତ୍ତଙ୍କୁ ଏକ ଡାକ୍ତରଖାନାର ଆଇସୋଲେସନ୍‌ ୱାର୍ଡ଼ରେ ଭର୍ତ୍ତି କରାଯାଇଥିଲା । ତାଙ୍କର କରୋନା ଲକ୍ଷଣ ଥିବା ଜଣା ପଡ଼ିବା ପରେ ତାଙ୍କୁ କୋଲକାତାର ଏକ କୋଭିଡ କେୟାର ୟୁନିଟକୁ ସ୍ଥାନାନ୍ତର କରାଯିବାର ଯୋଜନା ଥିଲା । କିନ୍ତୁ ରୋଗୀ ଜଣଙ୍କୁ ହସପିଟାଲର କର୍ମଚାରୀମାନଙ୍କ ଠାରୁ ସହାୟତା ମିଳି ନ ଥିଲା । ସେମାନେ ତାଙ୍କ ଠାରୁ ଦୂରେଇ ରହିଥିଲେ ଓ ତାଙ୍କୁ ନିଜେ ଆମ୍ବୁଲାନ୍ସ ଉପରକୁ ଚଢ଼ିବାକୁ କହିଥିଲେ ।

ଦେଖନ୍ତୁ ଭିଡିଓ (Watch Video):





ସେତେବେଳ ପର୍ଯ୍ୟନ୍ତ ଏହି କୋଭିଡ୍‌ ଆକ୍ରାନ୍ତଙ୍କ ପରୀକ୍ଷା ରିପୋର୍ଟ ବି ଆସି ନ ଥିଲା । ଅର୍ଥାତ୍‌ ଜଣା ପଡ଼ି ନ ଥିଲା ସେ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି କି ନାହିଁ ।

ଆମ୍ବୁଲାନ୍ସ ଆସି ହସପିଟାଲର ପ୍ରବେଶ ପଥରେ ପହଞ୍ଚିବା ପରେ ବି କେହି ମାଧବ ନାରାୟଣ ଦତ୍ତଙ୍କୁ ସେଥିରେ ନେଇ ବସାଇଲେ ନାହିଁ । ସେ ନିଜେ ସେଥିରେ ଯାଇ ବସନ୍ତୁ ବୋଲି ତାଙ୍କୁ ସ୍ୱାସ୍ଥ୍ୟ କର୍ମୀମାନେ କହିଲେ । ହସପିଟାଲ ବାହାରେ ଚଟାଣ ଉପରେ ପଡ଼ି ରହିଥିବା ଦତ୍ତ ତାହା ନିଜେ କରିପାରିଲେ ନାହିଁ । ସେ ଚେତାଶୂନ୍ୟ ହୋଇଗଲେ ଓ ତାଙ୍କ ପାଦ ପାଖରେ ହିଁ ଠିଆହୋଇ ରହିଥିବା ଆମ୍ବୁଲାନ୍ସ ନିକଟରେ ମୃତ୍ୟୁ ବରଣ କଲେ ।

ଏହା ବି ପଢ଼ନ୍ତୁ: କରୋନା କବଚ ବୀମା ପଲିସି ଖୁବ୍ ଲୋକପ୍ରିୟ ହେଉଛି; ଏଥିରୁ କ’ଣ ଓ କେମିତି ଲାଭ ମିଳୁଛି ଜାଣନ୍ତୁ

ଏହା ବି ପଢ଼ନ୍ତୁ: ଭାରତରେ PUBG ସମେତ ଆହୁରି ୨୭୫ଟି ଚାଇନିଜ୍ ଆପ୍ ଖୁବ୍ ଜଲଦି ବ୍ୟାନ୍ ହୋଇପାରେ

ଏହା ବି ପଢ଼ନ୍ତୁ: ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା: ତାଙ୍କ ବାପା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ FIR ଦେଲେ

ଦତ୍ତଙ୍କ ପତ୍ନୀ ଅଲ୍ପନା ସେଠାରେ ଉପସ୍ଥିତ ସ୍ୱାସ୍ଥ୍ୟ କର୍ମୀ ଓ ସାଧାରଣ ଲୋକଙ୍କୁ ସାହାଯ୍ୟ ପାଇଁ ବହୁତ କାକୁତି ମିନତି ହୋଇଥିଲେ, ହେଲେ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ସମେତ ସମସ୍ତେ ସାହାଯ୍ୟ କରିବାକୁ ମନା କରିଦେଇଥିଲେ । ସେମାନେ ସମସ୍ତେ ତାଙ୍କ ସ୍ୱାମୀ ତାଙ୍କ ଆଖି ସାମ୍ନାରେ ମରିଯିବାର ଦେଖୁଥିଲେ ବୋଲି କହିଛନ୍ତି ଅଲ୍ପନା ।
Published by:Anand Shankar Thankur Das
First published: