କରୋନା: କଟକ ବଡ଼ ମେଡିକାଲରୁ ନିଖୋଜ ହୋଇଥିବା ସନ୍ଦିଗ୍ଧ ବିଦେଶୀ ଭୁବନେଶ୍ବରରେ ହୋଟେଲରେ ଠାବ

ଏହି ବିଦେଶୀ ନାଗରିକ ଆୟର୍ଲାଣ୍ଡରୁ ଗତକାଲି ଆସି ଭୁବନେଶ୍ବରରେ ପହଞ୍ଚିଥିଲେ । ତାଙ୍କ ଠାରେ କଥିତ ରୂପେ କରୋନା ଭାଇରସ ସଂକ୍ରମଣର ଲକ୍ଷଣ ଦେଖାଯିବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ପଠାଯାଇଥିଲା । ସେଠାରୁ ତାଙ୍କୁ ଏସିବିବି ମେଡିକାଲକୁ ଅଣାଯାଇଥିଲା ।

କରୋନା: କଟକ ବଡ଼ ମେଡିକାଲରୁ ନିଖୋଜ ହୋଇଥିବା ସନ୍ଦିଗ୍ଧ ବିଦେଶୀ ଭୁବନେଶ୍ବରରେ ହୋଟେଲରେ ଠାବ
ବିଦେଶୀ ନାଗରିକ ଗୁରୁବାର ରାତିରେ କଟକ ବଡ଼ ମେଡିକାଲରେ ପହଞ୍ଚିଥିଲେ ।
  • News18 Odia
  • Last Updated: March 6, 2020, 12:54 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: କରୋନା ସନ୍ଦିଗ୍ଧ ଭାବେ ଚ଼ିକିତ୍ସା ପାଇଁ ଏସସିବି ମେଡିକାଲକୁ ଆସିଥିବା ଆୟର୍ଲାଣ୍ଡର ଜଣେ ବ୍ୟକ୍ତି ଗୁରୁବାର ରାତିରେ ନିଖୋଜ ହୋଇଯାଇଥିଲେ । ତାଙ୍କୁ ଶୁକ୍ରବାର ସକାଳେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଠାବ କରାଯାଇଛି । ଏସସିବିର ଏକ ଡାକ୍ତରୀ ଦଳ ସେଠାକୁ ଯାଇ ଉକ୍ତ ବ୍ୟକ୍ତିଙ୍କୁ ଫେରାଇ ଆଣିବା ପାଇଁ ପ୍ରୟାସ କରୁଥିବା ଜଣାପଡିଛି ।

ସୂଚନା ଅନୁଯାୟୀ ଉକ୍ତ ବ୍ୟକ୍ତି ଜଣଙ୍କ ଆୟର୍ଲାଣ୍ଡରୁ ଗୁରୁବାର ଓଡ଼ିଶା ଆସିଥିଲେ । ଗୁରବାର ଅପରାହ୍ଣ ୪ଟା ୨୦ ମିନିଟ୍ ସମୟରେ ସେ ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିଥିଲେ । ପରେ ତାଙ୍କ ଠାରେ କଥିତ ରୂପେ କରୋନା ଭାଇରସ ସଂକ୍ରମଣର ଲକ୍ଷଣ ଦେଖାଯିବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ପଠାଯାଇଥିଲା । କିନ୍ତୁ କ୍ୟାପିଟାଲ ହସ୍ପିଟାଲ ଉକ୍ତ ବ୍ୟକ୍ତିଙ୍କୁ ଏସିବିବି ମେଡିକାଲ ଯିବାକୁ ପରାମର୍ଶ ଦେଇଥିଲେ । ତେଣୁ ସେ ସେଠାରୁ କଟକସ୍ଥିତ ଏସସିବି ମେଡିକାଲ ଯାଇଥିଲେ ।

ସନ୍ଧ୍ୟା ସାଢ ୮ଟା ବେଳେ ସେ ଏସସିବି ମେଡିକାଲରେ ପହଞ୍ଚିଥିଲେ । ମେଡିକାଲର ଜଣେ ଆଟେଣ୍ଡାଣ୍ଟ ତାଙ୍କୁ କରୋନା ୱାର୍ଡକୁ ଆଣିବା ପାଇଁ ଯାଇଥିଲେ । ହେଲେ ସେଠାରେ କଣ ହୋଇଥିଲା ଜଣାପଡ଼ି ନ ଥିବା ବେଳେ ଉକ୍ତ ବିଦେଶୀ ନାଗରିକ ନିଖୋଜ ହୋଇଯାଇଥିଲ । ପରେ ଏନେଇ ଏସସିବି ମେଡିକାଲ ପକ୍ଷରୁ ସ୍ଥାନୀୟ ମଙ୍ଗଳାବାଗ ଥାନାାରେ ଅଭିଯୋଗ କରାଯାଇଥିଲା । ଅଭିଯୋଗ ଆଧାରରେ ତଦନ୍ତ କରି ଶୁକ୍ରବାର ଉକ୍ତ ବିଦେଶୀ ନାଗରିକଙ୍କୁ ଭୁବନେଶ୍ବରର ଏକ ଘରୋଇ ହୋଟେଲରେ ଠାବ କରାଯାଇଛି । ଏକ ଡାକ୍ତରୀ ଦଳ ପିପି କିଟ୍ ପିନ୍ଧି ସେଠାକୁ ଯିବା ସହ ତାଙ୍କୁ ବୁଝାଇସୁଝାଇ ମେଡିକାଲ ଆଣିବାକୁ ଯୋଜନା କରୁଥିବା ଜଣାପଡିଛି ।

ତେବେ କ୍ୟାପିଟାଲ ହସ୍ପିଟାଲରୁ ପଠାଯାଇଥିବା ରେଫେରେନ୍ସ ପତ୍ରରେ ଉକ୍ତ ବିଦେଶୀ ନାଗରିକଙ୍କ ଠାରେ କରୋନା ସଂକ୍ରମଣ ଥିବା ସନ୍ଦେହ କରାଯାଇଥିବା ଉଲ୍ଲେଖ କରାଯାଇଥିଲା । ତାଙ୍କ ଦେହର ଉତ୍ତାପ ଅଧିକ ରହିଥିବା ବେଳେ ବ୍ୟକ୍ତି ଜଣଙ୍କ ଠାରେ ଥଣ୍ଡା, କାଶ ଓ ଛିଙ୍କ ଭଳି ଲକ୍ଷଣ ଦେଖାଯାଇଥିଲା ।

‘‘ଯେଉଁମାନେ ତାଙ୍କୁ ଆଣିବାକୁ ଯାଇଛନ୍ତି ସେମାନେ ପିପି କିଟ୍ ପିନ୍ଧିକି ଯାଇଛନ୍ତି ଓ ଉକ୍ତ ବ୍ୟକ୍ତିଙ୍କୁ ପିପି କିଟ୍ ପିନ୍ଧାଇକି ଆଣିବେ । ଆଣିବା ପରେ ତାଙ୍କୁ କରୋନା ୱାର୍ଡକୁ ଅଣାଯିବ । ତାଙ୍କର ଚ଼ିକିତ୍ସା କରାଯାଇ ପରୀକ୍ଷା ପାଇଁ ତାଙ୍କର ନମୂନା ପଠାଯିବ । ଏପର୍ଯ୍ୟନ୍ତ ଯେତିକି ନମୂନା ପରୀକ୍ଷା ପାଇଁ ଯାଇଥିଲା ତାହା ନେଗେଟିଭ୍ ଆସିଛି । ସରକାର କହିଛନ୍ତି ଯେ ଯେଉଁମାନେ କରୋନା ପ୍ରଭାବିତ ଅଞ୍ଚଳ ବା ଦେଶରୁ ଆସୁଛନ୍ତି ସେମାନେ ଆସିବାର ୧୫ ଦିନ ମଧ୍ୟରେ ଯଦି ତାଙ୍କ ଠାରେ କରୋନା ସଂକ୍ରମଣର ଲକ୍ଷଣ ଦେଖାଯାଏ, ତେବେ ସେ ନିଜ ଆଡ଼ୁ ଆସି ପରୀକ୍ଷା କରାଇନେବା ଆବଶ୍ୟକ,’’ କହିଛନ୍ତି ଏସ୍‌.ସି.ବି.ର ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା ।

ଏପର୍ଯ୍ୟନ୍ତ ଓଡ଼ିଶାରୁ ୧୧୫ରୁ ଅଧିକ କରୋନା ସନ୍ଦିଗ୍ଧଙ୍କ ନମୂନା ପରୀକ୍ଷା ପାଇଁ ପଠାଯାଇଥିବା ବେଳେ ପଜିଟିଭ୍ ଥିବା ନେଇ କୌଣସି ସୂଚନା ଆସିନାହିଁ । ଏପଟେ ‘ଜଗନ୍ନାଥଙ୍କ ନାଁ ନେଇ ସାତଟି ତୁଳସୀ ପତ୍ର ଖାଇଲେ କରୋନା ରୋଗ ହେବ ନାହିଁ’  ବୋଲି ଏକ ମେସେଜ ସୋଶିଆଲ ମିଡିଆରେ ଭାଇରାଲ ହେଉଛି । ଉକ୍ତ ଭାଇରାଲ ମେସେଜରେ ପୁରୀର ବଡପଣ୍ଡାଙ୍କୁ ଭଗବାନ ଜଗନ୍ନାଥ ସ୍ବପ୍ନରେ ଏସବୁ କଥା କହିଥିବା ଉଲ୍ଲେଖ କରାଯାଇଛି ।

ଏବେ ସୁଦ୍ଧା ଦେଶରେ ୩୦ ଜଣ ବ୍ୟକ୍ତିଙ୍କ ଠାରେ କରୋନା ଭାଇରସ ପଜିଟିଭ୍ ଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି । ଗୁରୁବାର ଗାଜିଆବାଦର ଜଣେ ବ୍ୟକ୍ତିଠାରେ କରୋନା ପଜିଟିଭ୍ ଥିବା ଜଣାପଡିଛି । ଯିବେ ନିକଟ ଅତୀତରେ ସେ ଇରାନ ଯାଇଥିବା ଜଣାପଡିଛି ।
First published: March 6, 2020, 12:54 PM IST
corona virus btn
corona virus btn
Loading