ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବ ମ୍ୟାନେଜର୍ ଦିଶା ୫ ଦିନ ତଳେ ୧୨ ମହଲାରୁ ତଳକୁ ଖସି ମରିଥିଲେ
ଦିଶା ୧୨ ମହଲାରୁ ତଳକୁ ଖସି ପଡ଼ିବା ବେଳେ ମଦ ନିଶାରେ ଥିବାକୁ ସେ ଦୁର୍ଘଟଣାବସତଃ ପଡ଼ିଯାଇଥିଲେ କି ଆତ୍ମହତ୍ୟା କରିଥିଲେ ତାହା ପୋଲିସ ଜାଣି ପାରିନାହିଁ । କିଛି ଦିନ ପୂର୍ବରୁ ସେ ନିଜ ଭବିଷ୍ୟତକୁ ନେଇ ଚିନ୍ତିତ ଥିବା ତାଙ୍କ ମିତାମାତା କହିଥିଲେ ।

ଦିଶା ସାଲିଆନ ଓ (ଡାହାଣ) ଅଭିନେତା ସୁଶାନ୍ତ ସିଂ ରାଜପୁତ
- News18 Odia
- Last Updated: June 14, 2020, 11:05 PM IST
ମୁମ୍ବାଇ: ନିଜ ପୂର୍ବତନ ମ୍ୟାନେଜର୍ ଦିଳା ସାଲିଆନଙ୍କ ମୃତ୍ୟୁର ଠିକ୍ ପାଞ୍ଚ ଦିନ ପରେ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୁମ୍ବାଇରେ ଥିବା ନିଜ ଘରେ ଆତ୍ମହତ୍ୟା କରିଛନ୍ତି । ୨୮-ବର୍ଷୀୟା ସେଲିବ୍ରିଟି ମ୍ୟାନେଜର୍ ଦିଶା ସୁଶାନ୍ତଙ୍କ ସହ ଅଭିନେତା ବରୁଣ ଶର୍ମାଙ୍କର ବି ପୂର୍ବତନ ମ୍ୟାନେଜର ଥିଲେ ।
ଗତ ମଙ୍ଗଳବାର ଭୋର୍ ଦିଶା ସାଲିଆନଙ୍କ ଦେହାନ୍ତ ହୋଇଥିଲା । ସେ ମୁମ୍ବାଇର ମାଲାଡର ଜନକଲ୍ୟାଣ ନଗର ଅଞ୍ଚଳରେ ଥିବା ଏକ ବହୁତଳ କୋଠାର ୧୨ତମ ତମ ମହଲାରୁ ତଳକୁ ଖସିପଡିଥିଲେ । ‘ମୁମ୍ବାଇ ମିରର’ରେ ପ୍ରକାଶିତ ଖବର ଅନୁସାରେ ଦାଦରରେ ନିଜ ମାଆବାପାଙ୍କ ସହ ରହୁଥିବା ଦିଶା କେତେକ ସାଙ୍ଗଙ୍କ ସହ ସୋମବାର ମାଲାଡ଼ ଆସିଥିଲେ ।
ସେହି ବହୁତଳ କୋଠାର ୧୨ତମ ମହଲାରେ ଥିବା ଅଭିନେତା ରୋହଲ ରାୟଙ୍କ ଫ୍ଲାଟରେ ଦିଶା ଓ ତାଙ୍କ ସାଙ୍ଗମାନେ ଏକ ଡିନର୍ ପାର୍ଟିରେ ଭାଗ ନେଇଥିଲେ । “ସେଠାରେ ମୋଟ ଛଅ ଜଣ ସାଙ୍ଗ ଥିଲେ, ଆଉ ସମସ୍ତେ ରାତ୍ରୀ ଭୋଜନ ପରେ ମଦ ପିଉଥିଲେ । ମଦ ନିଶାରେ ଥିବା ଦିଶା ସାଲିଆନ୍ ମଙ୍ଗଳବାର ରାତି ପ୍ରାୟ ଗୋଟାଏ ବେଳେ ସେହି ଆପାର୍ଟମେଣ୍ଟର ଝରକା ପାଖକୁ ଚାଲିଆସିଥିଲେ ଓ ସେଠାରୁ ତଳକୁ ଖସିପଡ଼ିଥିଲେ । ପୋଲିସକୁ ୨ଟା ୨୫ରେ ଖବର ଦିଆଯାଇଥିଲା’’ ‘ମୁମ୍ବାଇ ମିରର’କୁ ଜଣେ ପୋଲିସ୍ ଅଧିକାରୀ କହିଥିଲେ ।

ଦିଶାଙ୍କ ମୃତ୍ୟୁ ପରେ ସୁଶାନ୍ତ ସିଂ ରାଜପୁତ ଲେଖିଥିବା ଶୋକ ବାର୍ତ୍ତା
ଦିଶାଙ୍କ ମୃତ୍ୟୁ ଖବର ପାଇବା ପରେ ସୁଶାନ୍ତ ସିଂ ରାଜପୁତ ଇନଷ୍ଟାଗ୍ରାମରେ ଲେଖିଥିଲେ: ‘‘ଏହା ଏକ ହୃଦୟବିଦାରକ ଖବର । ଦିଶାଙ୍କ ପରିବାର ଓ ବନ୍ଧୁମାନଙ୍କୁ ମୁଁ ଗଭୀର ସମବେଦନା ଜଣାଉଛି । ତୁମ ଆତ୍ମା ଶାନ୍ତି ପାଉ ।’’
ଦିଶା ୧୪ ମହଲାରୁ ତଳକୁ ଖସି ପଡ଼ିବା ବେଳେ ମଦ ନିଶାରେ ଥିବାକୁ ସେ ଦୁର୍ଘଟଣାବସତଃ ପଡ଼ିଯାଇଥିଲେ କି ଆତ୍ମହତ୍ୟା କରିଥିଲେ ତାହା ଜାଣିବାରେ ପୋଲିସ ଅସମର୍ଥ ହୋଇଛି । ଦିଶାଙ୍କ ମିତାମାତା ଏହି ମୃତ୍ୟୁ ପଛରେ ଅନ୍ୟ କିଛି ଥାଇ ନ ପାରେ ବୋଲି ପୋଲିସକୁ କହିଛନ୍ତି । ତେବେ ମୃତ୍ୟୁର କିଛି ଦିନ ପୂର୍ବରୁ ଦିଶା ନିଜ ଭବିଷ୍ୟତକୁ ନେଇ ଚିନ୍ତିତ ଥିବା ସେମାନେ କହିଛନ୍ତି ।

ଏହି ବିଲ୍ଡିଂରୁ ଖସି ଦିଶା ପ୍ରାଣ ହରେଇଥିଲେ (ଫଟୋ: ମୁମ୍ବାଇ ମିରର୍)
ତାଙ୍କର କେତେକ ଘନିଷ୍ଠ ବନ୍ଧୁଙ୍କ ସହ ପୋଲିସର ପଚରାଉଚରା ଆଧାରରେ ମୁମ୍ବାଇ ପୋଲିସ କହିଛି ଯେ ଦିଶା ଗତ କିଛି ଦିନ ହେବ ଡିପ୍ରେସନରେ ପୀଡ଼ିତ ଥିଲେ । ଏହାକୁ ଏକ ଦୁର୍ଘଟଣାଜନିତ ମୃତ୍ୟୁ ଭାବେ ପୋଲିସ ପଞ୍ଜୀକୃତ କରିଛି।
ଦିଶା ସାଲିଆନ୍ ଅନେକ ପ୍ରସିଦ୍ଧ ସିନେମା ଅଭିନେତାଙ୍କ ମ୍ୟାନେଜର୍ ଭାବେ କାର୍ଯ୍ୟ କରିସାରିଥିଲେ । ସୁଶାନ୍ତ ସିଂ ରାଜପୁତ ଓ ବରୁଣ ଶର୍ମାଙ୍କ ଆଗରୁ ସେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ (Aishwarya Rai Bachchan) ଓ କମେଡ଼ିଆନ୍ ଭାରତୀ ସିଂଙ୍କ ପାଇଁ ବି କାମ କରିଥିଲେ ।
ଏହା ବି ପଢ଼ନ୍ତୁ:
ସୁଶାନ୍ତ ସିଂ ରାଜପୁତଙ୍କ ସହ ରହୁଥିଲେ ଏହି ୩ ଜଣ ବ୍ୟକ୍ତି; ଆତ୍ମହତ୍ୟାର କାରଣ ପୋଲିସକୁ କହିଛନ୍ତି
ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୁମ୍ବାଇରେ ନିଜ ଘରେ ଆତ୍ମହତ୍ୟା କଲେ
ବେଶୀ ରୋଜଗାର ପାଇଁ ଏହି ୨୫ ବର୍ଷୀୟା ସୁପରକାର୍ ରେସର୍ ପର୍ଣ୍ଣ ଷ୍ଟାର୍ ହୋଇ ଭାରି ଖୁସି ଅଛନ୍ତି
ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍
ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ
ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍
ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା
ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍
ପତି ମଦ ପିଆଇଲା, ତା’ ପରେ ତା’ର ଚାରି ବନ୍ଧୁ ମହିଳାଙ୍କୁ ନିଜ ପିଲା ସାମନାରେ ରେପ୍ କଲେ
ପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା
ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକ
ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!
କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି
ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’
ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ
ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ
‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ
ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ
ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ
କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ
କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା