‘‘ମୋଦି ଓ ନବୀନ ଆଗ ଟିକା ନେଲେ, ତେଣୁ ମୁଁ ବି ନେଲି,’’ କହିଲେ ସୁର ରାଉତରାୟ

ଟିକା କେନ୍ଦ୍ରଗୁଡ଼ିକରେ ଭୀଷଣ ଗହଳି ଭିତରେ ବରିଷ୍ଠ ନାଗରିକମାନେ ଲମ୍ବା ଲାଇନରେ ବେଶୀ ସମୟ ଠିଆ ହୋଇ କଷ୍ଟ ପାଉଥିବା ଦେଖିବାକୁ ମିଳିଥିଲା । ଗହଳି ତୁଳନାରେ କର୍ମଚାରୀଙ୍କ ସଂଖ୍ୟା କମ୍ ଥିଲା । ବସିବା ପାଇଁ ବି ଯଥେଷ୍ଟ ସିଟ୍ ନ ଥିଲା ।

‘‘ମୋଦି ଓ ନବୀନ ଆଗ ଟିକା ନେଲେ, ତେଣୁ ମୁଁ ବି ନେଲି,’’ କହିଲେ ସୁର ରାଉତରାୟ
ସୁରେଶ ରାଉତରାୟ କରୋନା ଟିକା ନେଉଛନ୍ତି ।
  • News18 Odia
  • Last Updated: March 2, 2021, 10:06 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରେ ଆଜି କରୋନା ଟିକା ନେଇଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । ଟିକାକରଣ ବିଷୟରେ ପୂର୍ବରୁ ସୁର କହିଥିଲେ ଯେ ପ୍ରଥମେ ମୋଦି ଓ ନବୀନ ଟିକା ନେବା ପରେ ସେ ନେବେ । ସେ ଆଜି ତାହା କରି ଦେଖାଇଛନ୍ତି ।

‘‘ଆଗ ମୋଦି ଟିକା ନେଲେ, ତା’ ପରେ ନବୀନ ଟିକା ନେଲେ । ତେଣୁ ମୁଁ ବି ଟିକା ନେଲି । ମୁଁ ଟିକା ନେବାକୁ ଭୟ କରୁ ନ ଥିଲି । ମୁଁ ଯାହା କହିଥିଲି ସେହି ଅନୁସାରେ ହିଁ କାର୍ଯ୍ୟ କଲି… ଟିକା ନେବା ବେଳେ କିଛି ଜଣାପଡ଼ିଲାନି । ଲାଗିଲା ତୁଳା ସତେକି ମୋ’ ଦେହରେ ବାଜୁଛି,’’ ବିଧାନସଭା ଡିସ୍ପେନସାରୀରେ କରୋନା ଟିକା ନେବା ପରେ କହିଛନ୍ତି ଲୋକପ୍ରିୟ କଂଗ୍ରେସ ନେତା ସୁର ରାଉତରାୟ । ସେ ନିଜ ଧର୍ମପତ୍ନୀଙ୍କୁ ବି ସାଥିରେ ଧରି ଟିକା ଦିଆଇଛନ୍ତି । ରାଜ୍ୟ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଅଶ୍ୱିନୀ ହସ୍ପିଟାଲରେ ୨୫୦ ଟଙ୍କା ଦେଇ ଟିକା ନେଇଛନ୍ତି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ବିଲରେ ଡ୍ୟାନ୍ସ କରୁଥିଲା ଝିଅଟି; ମାଧୁରୀ ଦିକ୍ଷୀତ୍ VIDEO ଦେଖି କହିଲେ, ‘ଆରେ ବାଃ!’; ଦେଖନ୍ତୁ

ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ଟିକା ନେବା ପରେ ତାକୁ ଦେଖି ରାଜ୍ୟର ବରିଷ୍ଠ ନାଗରିକଙ୍କ ଭିତରେ ପ୍ରବଳ ଆଗ୍ରହ ଦେଖିବାକୁ ମିଳିଥିଲା । ଘରୋଇ ଓ ସରକାରୀ ମେଡିକାଲରେ ନାହିଁ ନ ଥିବା ଗହଳି ହୋଇଥିଲା । ସକାଳୁ ସକାଳୁ ୧୦୦ ଲୋକଙ୍କ ଲମ୍ବା ଲାଇନ ଲାଗିଥିଲା କ୍ୟାପିଟାଲ ହସ୍ପିଟାଲରେ । ସାଥିରେ ଆଧାର କାର୍ଡ଼ ଧରି ପ୍ରବଳ ଉତ୍ସାହରେ ଟିକା ନେବାକୁ ଆସିଥିଲେ ଲୋକେ ।

ରାଜ୍ୟ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ କରୋନା ଟିକା ନେଉଛନ୍ତି ।


ଗହଳି ଭିତରେ ବରିଷ୍ଠ ନାଗରିକମାନେ ବେଶୀ ସମୟ ଲମ୍ବା ଲାଇନରେ ଠିଆ ହୋଇ କଷ୍ଟ ପାଉଥିବା ଦେଖିବାକୁ ମିଳିଥିଲା । ଗହଳି ଅଧିକ ହୋଇଥିବା ବେଳେ ସେ ତୁଳନାରେ କର୍ମଚାରୀଙ୍କ ସଂଖ୍ୟା କମ୍‌ ଥିଲା । ବରିଷ୍ଠ ନାଗରିକଙ୍କ ବସିବା ପାଇଁ ବି ଯଥେଷ୍ଟ ସିଟ୍‌ ନ ଥିଲା । ଗୋଟିଏ ଲାଇନରେ ସମସ୍ତଙ୍କୁ ଠିଆ କରାଯାଇଥିଲା ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଗାୟିକା ନେହା କକ୍କଡ଼ ଏକ ରୋଗରେ ଆକ୍ରାନ୍ତ; କହିଲେ, ‘‘ମୋପାଖରେ ସବୁ କିଛି ଅଛି, ହେଲେ…’’

‘‘ଯେଉଁମାନଙ୍କୁ ୭୫, ୮୦ ଓ ୮୫ ବର୍ଷ ବୟସ ହେଲାଣି ସେମାନେ ଏତେ ସମୟ ଠିଆ ହୋଇ କଷ୍ଟ ଅନୁଭବ କରୁଛନ୍ତି। ସେମାନଙ୍କୁ ଆଗୁଆ ସୁଯୋଗ ଦେବାର ଆବଶ୍ୟକତା ରହିଛି । ଖରା ହେଉଥିବାରୁ ମୁଣ୍ଡ ଉପରେ ଛାଇ କରିବାର ଆବଶ୍ୟକତା ଅଛି,’’ କହିଛନ୍ତି ବରିଷ୍ଠ ନାଗରିକ ବିଭୁ ଦାସ । ବରଷ୍ଠ ମହିଳାଙ୍କ ପାଇଁ ଆଉ ଗୋଟିଏ ଲାଇନ୍‌ ହେବା ଉଚିତ ବୋଲି ମତ ଦେଇଥିଲେ ଅନେକ ଲୋକ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ପ୍ରେମିକର ବ୍ଲାକମେଲ୍ ଯୋଗୁଁ ୧୭ ବର୍ଷୀୟା ଛାତ୍ରୀ ପାଣି ଟାଙ୍କିରୁ ଡେଇଁ ଜୀବନ ଦେଲା; VIDEO ଭାଇରାଲ୍

ମଙ୍ଗଳବାର ଠାରୁ ଘରୋଇ ହସପିଟାଲରେ ଟିକା ପାଇଁ ଲୋକଙ୍କ ଲମ୍ବା ଲାଇନ ଲାଗିଥିଲା । ବରିଷ୍ଠ ନାଗରିକମାନେ ନେଇଥିଲେ ଟିକା । ଟିକା ନେବା ପରେ ସେମାନେ ସୁସ୍ଥ ଅଛନ୍ତି ବୋଲି କହିଥିଲେ । ଘରୋଇ ହସପିଟାଲରେ ୨୫୦ ଟଙ୍କା ଦେଇ ସେମାନଙ୍କୁ ଟିକା ନେବାକୁ ପଡ଼ୁଛି । ଟିକା ନେବା ପାଇଁ ବ୍ୟବହୃତ ୱେବସାଇଟ୍‌ ବ୍ୟସ୍ତ ରହୁଥିବାରୁ ଓ ଜଲଦି ଖୋଲୁ ନ ଥିବାରୁ ଲୋକେ ହଇରାଣ ହେଉଥିବା ଦେଖିବାକୁ ମିଳିଥିଲା ।

ଏହା ବି ପଢ଼ନ୍ତୁ | ମାତ୍ର ୭୦ ଟଙ୍କାର କଣ୍ଡୋମ୍ କିଣିବାକୁ ଯାଇ ଏହି ବ୍ୟକ୍ତି ହରେଇଲେ ଲକ୍ଷ ଟଙ୍କାରୁ ଅଧିକ

ସୋମବାର ଦିନ ରାଜଧାନୀରେ ଟିକା ନେଇଛନ୍ତି ୭୮୫ ଜଣ ବରିଷ୍ଠ ନାଗରିକ । ୧୨ଟି ସରକାରୀ ହସ୍ପିଟାଲ ଓ କିଛି ଘରୋଇ ହସ୍ପିଟାଲରେ ଏହି ଟିକା ଦିଆଯାଇଥିଲା । ମଙ୍ଗଳବାର ଦିନ ୧୦ଟି ଘରୋଇ ହସ୍ପିଟାଲରେ ଟିକା ଦିଆଯାଇଛି । ସୋମବାର ଦିନ ବି.ଏମ୍‌.ସି.ର ସୂଚନା ଅନୁଯାୟୀ ୭୪୯ ଜଣ ୬୦ ବର୍ଷରୁ ଉର୍ଦ୍ଧ୍ବ ନାଗରିକ, ୩୬ ଜଣ ୪୫ ବର୍ଷୀୟ ତଥା କୋମର୍ବିଡିଟି ଥିବା ବ୍ୟକ୍ତି ଟିକା ନେଇଥିଲେ ।

ଏହା ବି ପଢ଼ନ୍ତୁ | India vs England: ଚତୁର୍ଥ ଟେଷ୍ଟ ପାଇଁ ଭାରତୀୟ ଦଳରେ ପରିବର୍ତ୍ତନ ହେବ; କିଏ ପାଇବେ ସୁଯୋଗ?

ରାଜ୍ୟ ସାରା ବରିଷ୍ଠ ନାଗରିକଙ୍କ ପାଇଁ ଚାଲିଥିବା ଟିକାକରଣରେ କେଉଁଠି କୌଣସି ପାର୍ଶ୍ଵ ପ୍ରତିକ୍ରିୟା ଦେଖିବାକୁ ମିଳିନି । ଧାର୍ଯ୍ୟ ଲକ୍ଷ୍ୟରୁ ଅଧିକ ଟିକାକରଣ ହୋଇଥିବା କହିଛନ୍ତି ଅଧିକାରୀମାନେ । କୋୱିନ୍‌ ସଫ୍ଟୱେୟାରରେ ସୋମବାର ଦିନ ପ୍ରାଥମିକ ପର୍ଯ୍ୟାୟରେ କିଛି କନେକ୍ଟିଭିଟି ସମସ୍ୟା ଥିଲା, ଯାହାକୁ ମଙ୍ଗଳବାର ଦୂରୀଭୁତ କରାଯାଇଥିଲା

ଏହା ବି ପଢ଼ନ୍ତୁ | ସୁନା ଦର ଆହୁରି କମିଲା; ପର୍ଯ୍ୟନ୍ତ ୧୦,୦୦୦ ଟଙ୍କା ଶସ୍ତା ହେଲାଣି; ଏବେ କିଣିବାର ଭଲ ସମୟ

ରାଜ୍ୟର ସବୁ ଘରୋଇ କେନ୍ଦ୍ରରେ ଟିକାକରଣ ଆରମ୍ଭ ହୋଇନି । ଧୀରେ ଧୀରେ ସେଠାରେ ହେବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିବଭାଗର ଅଧିକାରୀମାନେ । କେନ୍ଦ୍ର ସରକାର କହିଛନ୍ତି ଯେ ଟିକାକରଣର ଚଳିତ ଦ୍ଵିତୀୟ ପର୍ଯ୍ୟାୟରେ ସବୁ ବୟସ୍କ ଲୋକଙ୍କ ଟିକାକରଣ ହେବ ।



‘‘ସହରଗୁଡ଼ିକରେ ସପ୍ତାହରେ ପାଞ୍ଚ ଦିନ ଟିକାକରଣ ହେବ । ହେଲେ CHCଗୁଡିକରେ ଏହା ତିନି ଦିନ କରାଯିବ। ଧ୍ୟାନ ଦିଆଯିବ ଯେମିତି ଏଥି ଯୋଗୁଁ ଅନ୍ୟ ସବୁ ଚିକିତ୍ସା କାର୍ଯ୍ୟ ବାଧାପ୍ରାପ୍ତ ନ ହେଉଛି,’’ କହିଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ।
Published by: Anand Shankar Thankur Das
First published: March 2, 2021, 10:06 PM IST