ଆସୁଛି ଗଞ୍ଜାମର ଦଣ୍ଡଯାତ୍ରା, ହେଲେ ସୁରତରେ ବିଗୁଡୁଥିବା କରୋନା ସ୍ଥିତିକୁ ନେଇ ଜିଲ୍ଲାବାସୀ ଆତଙ୍କିତ

ମିନି ଓଡି଼ଶା ଭାବେ ପରିଚିତ ଗୁଜୁରାଟର ସୁରତରେ ଗଞ୍ଜାମ ଜିଲ୍ଲାରୁ ପ୍ରାୟ ପାଞ୍ଚ ଲକ୍ଷରୁ ଅଧିକ ଲୋକ କାମ କରନ୍ତି । ଏବେ ସୁରତ କରୋନାର ହଟସ୍ପଟରେ ପରିଣତ ହୋଇଥିବାରୁ ଦଣ୍ଡଯାତ୍ରା ପାଇଁ ସେଠାରୁ ଗଞ୍ଜାମବାସୀଙ୍କ ଘର ମୁହାଁ ହେବା ନେଇ ଚିନ୍ତା ବଢ଼ିଛି ।

ପ୍ରସିଦ୍ଧ ଲୋକନୃତ୍ୟ ପର୍ବ ଦଣ୍ଡଯାତ୍ରା ପାଳନ ହେବାକୁ ଆଉ ଦିନ କେଇଟା ବାକି ଅଛି । (ଫାଇଲ ଫଟୋ)

ପ୍ରସିଦ୍ଧ ଲୋକନୃତ୍ୟ ପର୍ବ ଦଣ୍ଡଯାତ୍ରା ପାଳନ ହେବାକୁ ଆଉ ଦିନ କେଇଟା ବାକି ଅଛି । (ଫାଇଲ ଫଟୋ)

  • Share this:
News18 Odia Digital

ଭଞ୍ଜନଗର: ଦେଶରେ କରୋନା ଭାଇରସ୍‌ ପୁଣି ଥରେ ଚିନ୍ତା ବଢ଼ାଇଥିବାରୁ ଗଞ୍ଜାମ ଜିଲ୍ଲାରେ ଭାଳେଣି ପଡ଼ିଲାଣି । ଏହି ଜିଲ୍ଲାର ଭାତ ହାଣ୍ଡି କୁହାଯାଉଥିବା ଗୁଜରାଟର ସୁରତ ସହର କରୋନା ଭାଇରସର ହଟସ୍ପଟ୍‌ ପାଲଟିଥିବାରୁ ଓ ଆଗକୁ ଜିଲ୍ଲାର ପ୍ରସିଦ୍ଧ ଲୋକନୃତ୍ୟ ପର୍ବ ଦଣ୍ଡଯାତ୍ରା ପାଳନ ହେବାକୁ ଆଉ ଦିନ କେଇଟା ବାକିଥିବା ବେଳେ ଗୁଜରାଟରୁ ପ୍ରବାସୀମାନଙ୍କ ଘର ବାହୁଡ଼ାକୁ ନେଇ ଜିଲ୍ଲାବାସୀଙ୍କ ମନରେ ଭୟର ସ୍ଥିତି ଦେଖାଦେଇଛି ।

ମିନି ଓଡି଼ଶା ଭାବେ ପରିଚିତ ଗୁଜୁରାଟର ସୁରତ ସହରରେ ଗଞ୍ଜାମ ଜିଲ୍ଲାରୁ ପ୍ରାୟ ପାଞ୍ଚ ଲକ୍ଷରୁ ଅଧିକ ଲୋକ କାମ କରନ୍ତି । ସୁରତ ସହରରେ ଏବେ ଦୈନିକ ଶତାଧିକ କରୋନା ରୋଗୀ ଚିହ୍ନଟ ହେଉଥିବାରୁ ଗଞ୍ଜାମବାସୀଙ୍କ ସେହି ପ୍ରିୟ ସହର ଏହି ମାରାତ୍ମକ ଭୂତାଣୁର ହଟସ୍ପଟରେ ପରିଣତ ହେଉଥିବା ଜଣାପଡ଼ିଛି । ସେଠାରେ ଏବେ ରାତ୍ରିକାଳୀନ କର୍ଫ୍ୟୁ ବି ଲାଗୁ କରିଛନ୍ତି ଗୁଜୁରାଟ ସରକାର ।

ଏହା ବି ପଢ଼ନ୍ତୁ | କରୋନା ଯୋଗୁଁ ପୁରୁଷମାନଙ୍କ ଯୌନ ହରମୋନ୍ କମ୍ ହେଉଛି, ଯୌନ କ୍ଷମତା ବି କମୁଛି

ଆଉ ଦିନ କେଇଟା ପରେ ଗଞ୍ଜାମରେ ପାଳନ ହେବାକୁ ଥିବା ଜନପ୍ରିୟ ପାରମ୍ପରିକ ଲୋକନୃତ୍ୟ ଦଣ୍ଡଯାତ୍ରାକୁ ନେଇ ସୁରତରେ ରହୁଥିବା ପ୍ରବାସୀମାନେ ନିଜ ଭିଟାମାଟିକୁ ବାହୁଡ଼ିବାକୁ ଉଦ୍ୟମ କରୁଥିବା ସୂଚନା ମିଳିଛି । ସମ୍ଭବତଃ ଏହାକୁ ନେଇ ଭଞ୍ଜନଗର ଉପ-ଜିଲ୍ଲାପାଳ ଲୋକଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦେଇଛନ୍ତି ।

ଭଞ୍ଜନଗର ଉପ-ଜିଲ୍ଲାପାଳ ରାଜେନ୍ଦ୍ର କୁମାର ମିଞ୍ଜ


‘‘ଏଭଳି ସଙ୍କଟପୂର୍ଣ୍ଣ ସମୟରେ ସତରେ ଯଦି ପ୍ରବାସୀମାନେ ନିଜ ଅଞ୍ଚଳକୁ ଫେରନ୍ତି ତେବେ ପୁଣି ଜିଲ୍ଲାରେ ସ୍ଥିତି ବଗିଡି଼ବାର ଆଶଙ୍କା ରହିଛି । ଭଲ ହେବ ଯଦି ସୁରତରେ କାମ କରୁଥିବା ଗଞ୍ଜାମବାସୀମାନେ ଏବେ ଘରକୁ ଫେରିବା ଯୋଜନା ବାତିଲ୍‌ କରିଦିଅନ୍ତି,’’ କହିଛନ୍ତି ଏ. ବରିଡା ଗ୍ରାମର ସୁରେନ୍ଦ୍ର ନାହାକ ।

ଏହା ବି ପଢ଼ନ୍ତୁ |ଯୌନ ଶୋଷଣ ପୀଡିତାଙ୍କୁ ଅଭିଯୁକ୍ତ ରାଖୀ ବାନ୍ଧୁ…’: ସୁପ୍ରିମ୍ କୋର୍ଟ HC ଆଦେଶକୁ ଖାରଜ କଲେ

ସୁରତରେ କରୋନାର ବଢ଼ୁଥିବା ପ୍ରକୋପକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ଖୁବ୍‌ ଶୀଘ୍ର ଜିଲ୍ଲାକୁ ସଂଯୋଗ କରୁଥିବା ସମସ୍ତ ପଥ ସମେତ ବସ୍‌ ଷ୍ଟାଣ୍ଡ୍‌ ଓ ରେଳ ଷ୍ଟେସନରେ ପୁଣି କଡ଼ାକଡି଼ ଭାବେ ଯାଞ୍ଚ କରିବା ଆରମ୍ଭ କରିବାକୁ ଯାଉଛି । ଏହା ନ କଲେ ପୁଣି ଜିଲ୍ଲାରେ କରୋନା ନିଜ କାୟା ବିସ୍ତାର କରିବାରେ ସମର୍ଥ ହେବ ବୋଲି ପ୍ରଶାସନିକ ସ୍ତରରେ ଆଶଙ୍କା କରାଯାଉଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | କେବଳ ଟାୱେଲ୍ ପିନ୍ଧି କାଜଲ୍ ରାଘୱାନୀ ଜବରଦସ୍ତ ନୃତ୍ୟ କଲେ; VIDEO ଭାଇରାଲ୍

‘‘ଲୋକେ ଯଦି ଏବେ ସତର୍କ ନ ରହିବେ ତେବେ ପୁଣି ଏହି ଜିଲ୍ଲାରେ କରୋନା ଗତ ବର୍ଷ ଅପେକ୍ଷା ଆହୁରି ଭୟଙ୍କର ରୂପ ଧାରଣ କରିବ,’’ କହିଛନ୍ତି ଭଞ୍ଜନଗର ଉପ-ଜିଲ୍ଲାପାଳ ରାଜେନ୍ଦ୍ର କୁମାର ମିଞ୍ଜ ।



ଦଣ୍ଡଯାତ୍ରାକୁ ନେଇ ଗଞ୍ଜାମବାସୀ ଖୁବ୍‌ ଉତ୍ସାହିତ ଥିଲେ ବି ଅନେକ ଲୋକ ସୁରତରେ ଥିବା ତେବେ ଏହିଭଳି ସମୟରେ ଘରକୁ ନ ଫେରିବାକୁ ସୁରତରେ ରହୁଥିବା ନିଜ ପରିବାର ଓ ସମ୍ପର୍କୀୟମାନଙ୍କୁ ଫୋନ୍‌ ମାଧ୍ୟମରେ କହୁଥିବା ଜଣାପଡ଼ିଛି ।
Published by:Anand Shankar Thankur Das
First published: