‘‘ଦେଶରେ ଧାର୍ମିକ ସ୍ଥଳଗୁଡ଼ିକ କାହିଁକି ବନ୍ଦ ରହିଛି? ଇ-ଦର୍ଶନ ତ ଦର୍ଶନ ନୁହେଁ,’’ କହିଲେ ସୁପ୍ରିମ୍ କୋର୍ଟ

ଦେଶରେ ଲକଡାଉନ ଖୋଲୁଥିବା ବେଳେ କେବଳ ଧାର୍ମିକ ସ୍ଥଳଗୁଡ଼ିକ କାହିଁକି ବନ୍ଦ ରହିଛି ବୋଲି ଏକ ମାମଲାର ଶୁଣାଣି ବେଳେ ପ୍ରଶ୍ନ କରିଛନ୍ତି ସୁପ୍ରିମ କୋର୍ଟର ବିଚାରପତି ଅରୁଣ ମିଶ୍ର । ଜଣେ BJP ସାଂସଦଙ୍କ ପକ୍ଷରୁ ଏହି ମାମଲା ଆସିଥିଲା ।

‘‘ଦେଶରେ ଧାର୍ମିକ ସ୍ଥଳଗୁଡ଼ିକ କାହିଁକି ବନ୍ଦ ରହିଛି? ଇ-ଦର୍ଶନ ତ ଦର୍ଶନ ନୁହେଁ,’’ କହିଲେ ସୁପ୍ରିମ୍ କୋର୍ଟ
ସୁପ୍ରିମ କୋର୍ଟ ଓ (ଡାହାଣ) ବୈଦ୍ୟନାଥ ଧାମ ମନ୍ଦିର
  • News18 Odia
  • Last Updated: August 1, 2020, 4:40 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଲକଡାଉନ୍‌ ଉଠିଯିବା ପରେ ବି ଦେଶରେ ଧାର୍ମିକ ସ୍ଥଳଗୁଡ଼ିକୁ ବନ୍ଦ ରଖିବା ପଛରେ ଥିବା ତର୍କ ଉପରେ ପ୍ରଶ୍ନ ଉଠାଇ ସୁପ୍ରିମ କୋର୍ଟ (Supreme Court) କହିଛନ୍ତି ଯେ “ଇ-ଦର୍ଶନ କୌଣସି ଦର୍ଶନ ନୁହେଁ”।

“ଦେଶରେ ଲକଡାଉନ ଖୋଲୁଥିବା ବେଳେ କେବଳ ଧାର୍ମିକ ସ୍ଥଳଗୁଡ଼ିକ କାହିଁକି ବନ୍ଦ ରହିବ? ଯଦି ସମ୍ପୂର୍ଣ୍ଣ ଲକଡାଉନ୍ ଅଛି ତେବେ ଅଲଗା କଥା । କିନ୍ତୁ ଯେତେବେଳେ ଅନ୍ୟ ସ୍ଥାନ ସବୁ ଖୋଲାଯାଉଛି, ମନ୍ଦିର, ମସଜିଦ ଓ ଚର୍ଚ୍ଚ ମଧ୍ୟ ଖୋଲାଯିବା ଉଚିତ, ବିଶେଷତଃ ଗୁରୁତ୍ୱପୂର୍ଣ୍ଣ ଦିନଗୁଡ଼ିକରେ,’’ ସୁପ୍ରିମ କୋର୍ଟରେ ଏକ ତିନିଜଣିଆ ଖଣ୍ଡପୀଠର ନେତୃତ୍ୱ କରୁଥିବା ମୁଖ୍ୟ ବିଚାରପତି ଜଷ୍ଟିସ ଅରୁଣ ମିଶ୍ର ଶୁକ୍ରବାର ଦିନ ମୌଖିକ ଭାବେ କହିଛନ୍ତି ।

ଶ୍ରାବଣୀ ମେଳା (Shravani Mela) ସମୟରେ ଝାଡ଼ଖଣ୍ଡର (Jharkhand) ଦେଓଘରରେ (Deoghar) ଥିବା ପ୍ରସିଦ୍ଧ ବୈଦ୍ୟନାଥ ଧାମ ମନ୍ଦିରରେ (Baba Baidyanath Dham temple) ଭକ୍ତମାନଙ୍କ ପ୍ରବେଶ ବାରଣ କରି କେବଳ ଭର୍ଚ୍ଚୁଆଲ୍‌ ଦର୍ଶନର ଅନୁମତି ଦେଇଥିବା ଝାଡ଼ଖଣ୍ଡ ହାଇ କୋର୍ଟର ଏକ ଆଦେଶ ବିରୋଧରେ ବିଜେପି ସାଂସଦ ନିଶିକାନ୍ତ ଦୁବେ ସୁପ୍ରିମ କୋର୍ଟରେ ଏକ ଆବେଦନ ଦାୟର କରିଥିଲେ । ସୁପ୍ରିମ୍‌ କୋର୍ଟ ସେହି ଆବେଦନ ଉପରେ ଶୁଣାଣି କରିବା ବେଳେ ଏହା କହିଥିଲେ ।

ଝାଡ଼ଖଣ୍ଡର ଦେଓଘରରେ ଥିବା ପ୍ରସିଦ୍ଧ ବୈଦ୍ୟନାଥ ଧାମ ମନ୍ଦିର


ଭକ୍ତମାନଙ୍କୁ ବୈଦ୍ୟନାଥ ଧାମ ମନ୍ଦିର ଭିତରକୁ ସୀମିତ ଭିତ୍ତିରେ ପ୍ରବେଶ କରିବାକୁ ଅନୁମତି ଦେବା ଓ ବଡ଼ ଆକାରର ଭିଡ଼ ହେବାକୁ ନ ଦେବା ପାଇଁ ଏକ ଉପାୟ କରିବାକୁ ସୁପ୍ରିମ କୋର୍ଟ (Supreme Court) ଝାଡ଼ଖଣ୍ଡ ସରକାରଙ୍କୁ (Jharkhand government) ଅନୁରୋଧ କରିଛନ୍ତି । ଏହି ମନ୍ଦିର ପ୍ରବେଶ ବେଳେ ଭକ୍ତମାନେ ସାମାଜିକ ଦୂରତା ବଜାୟ ରଖିବେ ବୋଲି ସୁପ୍ରିମ୍‌ କୋର୍ଟ କହିଛନ୍ତି ।

ମହାମାରୀ ସମୟରେ ଦେଶରେ ଲକଡାଉନ ଖୋଲିବା ପରେ ବି ସର୍ବସାଧାରଣ ପୂଜାପାଠ ସ୍ଥାନରେ ଲୋକମାନଙ୍କୁ ନିଜ ଧର୍ମ ବିଶ୍ୱାସ ରଖିବା ଓ ପ୍ରାର୍ଥନା କରିବାର ମୌଳିକ  ଅଧିକାରରୁ କେମିତି ବଞ୍ଚିତ କରିପାରିବେ ବୋଲି ଜଷ୍ଟିସ୍ ମିଶ୍ର ପ୍ରଶ୍ନ କରିଛନ୍ତି ।

“ଏହି ପୂଜାପାଠ ସ୍ଥାନଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ । ଏହା ଲୋକଙ୍କ ଆସ୍ଥାର ବିଷୟ । ଏପରିକି ମକ୍କା ବି ଏକ ସୀମିତ ଢଙ୍ଗରେ ଖୋଲିଛି ... ସୀମିତ ଆଧାରରେ ଦର୍ଶନକୁ କାହିଁକି ଅନୁମତି ଦିଆଯାଉ ନାହିଁ? ଅନ୍ତତ ପକ୍ଷେ ଏକ କଲ୍ୟାଣକାରୀ ରାଜ୍ୟରୁ (welfare state) ତ ଏହା ଆଶା କରାଯାଏ । ଯଦି ଲକଡାଉନ ନାହିଁ, ତାହେଲେ ଲୋକମାନଙ୍କୁ ସେଠାକୁ ଯିବାରୁ କେମିତି ରୋକାଯାଇ ପାରିବ?” ଝାଡ଼ଖଣ୍ଡ ସରକାରଙ୍କ ତରଫରୁ ସୁପ୍ରିମ୍‌ କୋର୍ଟରେ ପକ୍ଷ ରଖୁଥିବା ବରିଷ୍ଠ ଓକିଲ ସଲମାନ ଖୁରସିଦଙ୍କୁ ପଚାରିଥିଲେ ଜଷ୍ଟିସ ମିଶ୍ର ।

ଝାଡ଼ଖଣ୍ଡ ମୁଖ୍ୟ ମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ କଥା ହୋଇଥିବା ସଲମନ୍‌ ଖୁରସିଦ୍ କହିଥିଲେ ଯେ ରାଜ୍ୟରେ କୋଭିଡ-୧୯ (COVID-19) ସଂକ୍ରମଣ ବିସ୍ତାରକୁ ନେଇ ରାଜ୍ୟ ସରକାର ଚିନ୍ତିତ ଓ ଲକଡାଉନ୍ ପୁଣି ଥରେ ଲାଗୁ କରାଯାଇପାରେ । ‘‘ଏହା ଆହୁରି ଗୁରୁତ୍ୱପୂର୍ଣ୍ଣ ବିଷୟ,’’

ମନ୍ଦିର ଭିତରକୁ ପ୍ରବେଶ ପାଇଁ ଭକ୍ତମାନଙ୍କ “ଚୟନ” ରାଜ୍ୟ ସରକାର କେମିତି କରିପାରିବେ ବୋଲି ଖୁର୍ସିଦ୍‌ କୋର୍ଟଙ୍କୁ ପଚାରିଥିଲେ। ଏହି ବରିଷ୍ଠ ଓକିଲ କହିଥିଲେ ଯେ ଯଦି ବି ରାଜ୍ୟ ସରକାର ଭକ୍ତମାନଙ୍କୁ ବାଛିବା ପାଇଁ ଏକ ପ୍ରଣାଳୀ “ଉଦ୍ଭାବନ” କରିବେ ତାହା ରାତାରାତି ହୋଇପାରିବ ନାହିଁ ।

ଝାଡ଼ଖଣ୍ଡର ଅତିରିକ୍ତ ଆଡଭୋକେଟ୍ ଜେନେରାଲ୍ ତପେଶ କୁମାର ସିଂ କହିଥିଲେ ଯେ ବୈଦ୍ୟନାଥ ଧାମ ମନ୍ଦିରକୁ ଯାଇଥିବା ଗଳିଗୁଡ଼ିକ ସଙ୍କୀର୍ଣ୍ଣ ଓ ଗହଳିପୂର୍ଣ୍ଣ ହୋଇଥିବାରୁ ସେଠାରେ ସାମାଜିକ ଦୂରତା ବଜାୟ ରଖିବା କଷ୍ଟକର ହେବ ।

ଏହା ବି ପଢ଼ନ୍ତୁ: ୩ ଲକ୍ଷ ପ୍ରବାସୀଙ୍କୁ ଚାକିରି ଯୋଗାଇବେ ସୋନୁ ସୁଦ୍; ଜନ୍ମ ଦିନରେ ଏଥି ପାଇଁ ଏକ ଆପ୍ ଘୋଷଣା କଲେ

ଏହା ବି ପଢ଼ନ୍ତୁ: ଅନଲକ୍ ୩ରେ ଓଡି଼ଶାରେ ଅଗଷ୍ଟ ୩୧ ଯାଏଁ ରାତି କର୍ଫ୍ୟୁ ଜାରି ରହିବ; ମାସ୍କ ଫାଇନ୍ ବଢ଼ିଲା



ଏହି ମାମଲାରେ କେନ୍ଦ୍ର ସରକାରଙ୍କ ପାଇଁ ଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କ ମତାମତ ମଗାଯିବାରୁ ସେ କହିଥିଲେ ଯେ ମଧ୍ୟ ପ୍ରଦେଶର ଉଜୈନରେ ଥିବା ମନ୍ଦିରଗୁଡ଼ିକରେ ଆଧାର କାର୍ଡ ବ୍ୟବହାର କରି ଦର୍ଶନ କରିବାର ଏକ ଅନଲାଇନ୍ ବ୍ୟବସ୍ଥା ଅଛି । ଭକ୍ତମାନଙ୍କୁ ଏକ ନିର୍ଦ୍ଦିଷ୍ଟ ସମୟ ଦିଆଯାଉଛି । ସେମାନଙ୍କୁ ମାସ୍କ ପିନ୍ଧିବାକୁ ପଡ଼ୁଛି ଓ ଦର୍ଶନ ପାଇଁ ଧାଡି ବାନ୍ଧି ଠିଆହେବା ବେଳେ ସାମାଜିକ ଦୂରତା ବଜାୟ ରଖିବାକୁ ପଡ଼ୁଛି ।
Published by: Anand Shankar Thankur Das
First published: August 1, 2020, 4:40 PM IST
corona virus btn
corona virus btn
Loading