SC: ସୋସିଆଲ୍ ମିଡ଼ିଆରେ Oxygen ଓ ବେଡ୍ ବିଷୟରେ ଲେଖିଲେ କାର୍ଯ୍ୟାନୁଷ୍ଠାନ ହୋଇପାରିବ ନାହିଁ

ରାଜ୍ୟ ସରକାରମାନଙ୍କୁ ଓ ରାଜ୍ୟଗୁଡ଼ିକର ଡି.ଜି.ପି.ମାନଙ୍କୁ ସୁପ୍ରିମ୍ କୋର୍ଟ କହିଛନ୍ତି ଯେ ଲୋକେ ଗୁଜବ ପ୍ରଚାର କରୁଥିବା ନାଁରେ ଯଦି ସେମାନଙ୍କ ବିରୁଦ୍ଧରେ କୌଣସି ପଦକ୍ଷେପ ନିଆଯାଏ, ତେବେ କୋର୍ଟ ଅବମାନନା ମାମଲା ଚଳାଇବ ।

ସୁପ୍ରିମ୍ କୋର୍ଟ; (ଡାହାଣ) ଦିଲ୍ଲୀରେ ଅକ୍ସିଜେନ୍ ନେଇ ଯାଉଥିବା ଜଣେ ବ୍ୟକ୍ତି

ସୁପ୍ରିମ୍ କୋର୍ଟ; (ଡାହାଣ) ଦିଲ୍ଲୀରେ ଅକ୍ସିଜେନ୍ ନେଇ ଯାଉଥିବା ଜଣେ ବ୍ୟକ୍ତି

  • Share this:
News18 Odia Digital

ନୂଆ ଦିଲ୍ଲୀ: କରୋନା ଭାଇରସ୍‌ (Coronavirus) ସଂକ୍ରମଣର ଏହି ଦ୍ୱିତୀୟ ଲହର (Second Wave) ଦେଶରେ ଭୟାବହ ସ୍ଥିତି ସୃଷ୍ଟି କରିଛି ।ରୋଗୀଙ୍କ ସଂଖ୍ୟା ଏତେ ବଢ଼ିଯାଇଛି ଯେ ଡାକ୍ତରଖାନାମାନଙ୍କରେ ଶଯ୍ୟା ଓ ଅମ୍ଳଜାନ ପାଇବା ଅନେକ ରୋଗୀଙ୍କ ପାଇଁ କଷ୍ଟକର ହୋଇପଡି଼ଛି । ଏଭଳି ପରିସ୍ଥିତିରେ ଅନେକ ଲୋକ ସୋସିଆଲ୍‌ ମିଡି଼ଆରେ (social media) ସରକାରଙ୍କ ବିରୁଦ୍ଧରେ ପୋଷ୍ଟ୍‌ କରୁଛନ୍ତି ତ ଅନେକ ଲୋକ ସୋସିଆଲ ମିଡିଆ ମାଧ୍ୟମରେ ପରସ୍ପରକୁ ସାହାଯ୍ୟ କରୁଛନ୍ତି । ଏଭଳି ସ୍ଥିତିରେ ସୋସିଆଲ ମିଡି଼ଆରେ ଏପରି ପୋଷ୍ଟ କରୁଥିବା ଲୋକଙ୍କ ଉପରେ ରାଜ୍ୟ ସରକାରମାନେ କାର୍ଯ୍ୟାନୁଷ୍ଠାନ ନେବାକୁ ଯୋଜନା କରୁଥିବା ଖବର ଆସୁଥିଲା । କିନ୍ତୁ ସୁପ୍ରିମ୍‌ କୋର୍ଟ (Supreme Court) ଏକ ଗୁରୁତ୍ୱପୂର୍ଣ୍ଣ ଆଦେଶ ଦେଇ କହିଛନ୍ତି ଯେ ଯେଉଁମାନେ ସୋସିଆଲ୍‌ ମିଡି଼ଆରେ ଅମ୍ଳଜାନ, ଶଯ୍ୟା ଓ ଔଷଧ ଇତ୍ୟାଦି ବିଷୟରେ ପୋଷ୍ଟ କରୁଛନ୍ତି ସେମାନଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବ ନାହିଁ ।

ଦେଶରେ କରୋନା ସଂକ୍ରମଣ ସ୍ଥିତି ସାଙ୍ଘାତିକ ହେଉଥିବା ବେଳେ ରାଜ୍ୟ ସରକାରମାନଙ୍କୁ ଓ ରାଜ୍ୟଗୁଡ଼ିକର ପୋଲିସ ମୁଖ୍ୟମାନଙ୍କୁ (ଡି.ଜି.ପି.) ଏହି ନିର୍ଦ୍ଦେଶ ଦେଇ ସର୍ବୋଚ୍ଚ କୋର୍ଟ କହିଛନ୍ତି ଯେ ଏପରି ସ୍ଥିତିରେ ଲୋକେ ଗୁଜବ ପ୍ରଚାର କରୁଥିବା ନାଁରେ ଯଦି ସେମାନଙ୍କ ବିରୁଦ୍ଧରେ କୌଣସି ପଦକ୍ଷେପ ନିଆଯାଏ, ତେବେ କୋର୍ଟ ଅବମାନନା ମାମଲା ଚଳାଇବ ।

ଏହା ବି ପଢ଼ନ୍ତୁ | COVID ଚିକିତ୍ସା ପାଇଁ ନୂଆ ଔଷଧଭିରାଫିନ୍କୁ ମିଳିଲା ଜରୁରୀକାଳୀନ ଅନୁମତି; ଭଲ କାମ କରୁଛି

‘‘ଆମେ ଦେଶର ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଚିହ୍ନଟ କରିଛୁ । ଆମ ଶୁଣାଣିର ଉଦ୍ଦେଶ୍ୟ ହେଉଛି ଜାତୀୟ ସ୍ୱାର୍ଥର ବିଷୟ ଚିହ୍ନଟ କରିବା ଓ ତାହା ଉପରେ ଚାଲିଥିବା ସଂଳାପର ସମୀକ୍ଷା କରିବା,’’ ଏହି ମାମଲାର ଶୁଣାଣି କରି ରାୟ ଦେବା ବେଳେ କହିଛନ୍ତି ସୁପ୍ରିମ୍‌ କୋର୍ଟର (Supreme Court) ବିଚାରପତି ଜଷ୍ଟିସ୍‌ ଡି.ୱାଇ. ଚନ୍ଦ୍ରଚୂଡ଼ (Justice DY Chandrachud)।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଏମିତି କହିବୁ ଦୁଇ ଚାପୁଡ଼ ଖାଇବୁ’: ଅକ୍ସିଜେନ୍ ଅଭାବରୁ ହତାଶ ବ୍ୟକ୍ତିକୁ କହିଲେ କେନ୍ଦ୍ର ମନ୍ତ୍ରୀ

ସୁପ୍ରିମ୍ କୋର୍ଟର ବିଚାରପତି ଜଷ୍ଟିସ୍ ଡି.ୱାଇ. ଚନ୍ଦ୍ରଚୂଡ଼


ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଅନ୍ଧୁଣୀ ମାସାମନାରେ କୁନି ପୁଅ ରେଳ ଲାଇନକୁ ଖସିପଡ଼ିଲା; ଟ୍ରେନ୍ ଆଗରୁ କେମିତି ବଞ୍ଚିଲା ଦେଖନ୍ତୁ

ଦେଶର ଅନେକ ସ୍ଥାନରେ ଏପରିକି ଫ୍ରଣ୍ଟଲାଇନ୍ କୋଭିଡ୍ ଯୋଦ୍ଧା ଯଥା ଡାକ୍ତର, ନର୍ସ ଓ ସ୍ବାସ୍ଥ୍ୟ କର୍ମୀଙ୍କୁ ମଧ୍ୟ ବେଡ୍ ମିଳୁ ନ ଥିବା ବେଳେ ଦେଶର ସବୁ ନାଗରିକଙ୍କ ଅଭିଯୋଗକୁ ଶୁଣିବାର ଅଛି ବୋଲି କହିଛନ୍ତି ସୁପ୍ରିମ୍‌ କୋର୍ଟ । ଦୀର୍ଘ ୭୦ ବର୍ଷ ଧରି ଦେଶର ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଯଥେଷ୍ଟ ଉନ୍ନତି ଆସିଥିବାରୁ କୋର୍ଟର ଏଭଳି ନିର୍ଦ୍ଦେଶ କେନ୍ଦ୍ର କିମ୍ବା ରାଜ୍ୟ ସରକାରମାନଙ୍କୁ ସମାଲୋଚନା କରିବାକୁ ଉଦ୍ଦିଷ୍ଟ ନୁହେଁ ବୋଲି ସ୍ପଷ୍ଟ କରିଛନ୍ତି ଜଷ୍ଟିସ୍‌ ଡି.ୱାଇ. ଚନ୍ଦ୍ରଚୂଡ଼ । ଦେଶର ନାଗରିକଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ସୁପ୍ରିମ୍‌ କୋର୍ଟ ଚିନ୍ତିତ ବୋଲି କହିଛନ୍ତି ଜଷ୍ଟିସ୍ ଚନ୍ଦ୍ରଚୂଡ଼ ।

ଏହା ବି ପଢ଼ନ୍ତୁ | ଗ୍ରାହକଙ୍କୁ ଲାଗିବ ଝଟକା! ଏବେ ଏହି ବ୍ୟାଙ୍କରୁ ଟଙ୍କା କାଢ଼ିବା ମହଙ୍ଗା ହେଲା; SMS ଚାର୍ଜ ବି ବଢ଼ିଲା

‘‘ଆମେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଚିହ୍ନଟ କରିଛୁ । ଏଥିରେ ଅମ୍ଳଜାନ ଯୋଗାଣ, ରାଜ୍ୟଗୁଡିକୁ କେତେ ଯୋଗାଣ କରାଯାଉଛି, ଏଥି ପାଇଁ କେଉଁ ଉପାୟ ଅବଲମ୍ବନ କରାଯାଉଛି, ଅମ୍ଳଜାନ କନସେଣ୍ଟ୍ରେଟରର ଉପଯୋଗ ପାଇଁ ଯୋଜନା ଓ ଭାରତ ବାହାରୁ ମିଳିବାକୁ ଥିବା ଅମ୍ଳଜାନ ଓ ଚିକିତ୍ସା ସହାୟତାର ସମ୍ଭାବନା ଆଦି ଅନ୍ତର୍ଭୁକ୍ତ । କରୋନାକୁ ନିୟନ୍ତ୍ରଣକୁ ଆଣିବାକୁ କେନ୍ଦ୍ର ସରକାର କେଉଁ ପ୍ରତିବନ୍ଧକ ବା ଲକଡାଉନ୍ ଲଗାଇବାକୁ ଚିନ୍ତା କରୁଛନ୍ତି ତାହା ବି ଆମେ ଜାଣିବାକୁ ଚାହଁଛୁ,’’ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇ କହିଛନ୍ତି ଜଷ୍ଟିସ ଡି.ୱାଇ. ଚନ୍ଦ୍ରଚୂଡ଼ (Justice DY Chandrachud)।

ଏହା ବି ପଢ଼ନ୍ତୁ | କୁକୁଡ଼ାମାନେ ଅଣ୍ଡା ଦେବା ବନ୍ଦ କରିଦେଲେ ବୋଲି ଥାନାକୁ ଯାଇ ଅଭିଯୋଗ କଲେ ଏହି ବ୍ୟକ୍ତି

ଅମ୍ଳଜାନ ଟ୍ୟାଙ୍କର୍ (oxygen tanker) ଓ ସିଲିଣ୍ଡରର ଉପଲବ୍ଧତା ବୃଦ୍ଧି କରିବା ଦିଗରେ ସରକାର କ’ଣ ଉଦ୍ୟମ କରିଛନ୍ତି ବୋଲି ସୁପ୍ରିମ୍‌ କୋର୍ଟ ପ୍ରଶ୍ନ କରିଛନ୍ତି । କୋର୍ଟ କହିଛନ୍ତି ଯେ ସରକାର ଦେଇଥିବା ସୂଚନାରେ ଟ୍ୟାଙ୍କର୍‌ କେଉଁଠୁ ଆସିବ ତାହା ଲେଖା ହୋଇ ନାହିଁ । ଦେଶରେ ୩.୮୬ ଲକ୍ଷ ଉପରେ ଦୈନିକ ସଂକ୍ରମଣ ନୂଆ ପଜିଟିଭ୍ ବାହାରିଥିବା ବେଳେ ମାମଲାର ଶୁଣାଣି କରି ସୁପ୍ରିମ କୋର୍ଟ ଏଭଳି କହିଛନ୍ତି ।



ବିଭିନ୍ନ କରୋନା ଟିକାର ଭିନ୍ନ ଭିନ୍ନ ମୂଲ୍ୟକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ସୁପ୍ରିମ୍‌ କୋର୍ଟ  । ଦେଶରେ ୧୮ ବର୍ଷରୁ ୪୪ ବର୍ଷ ମଧ୍ୟରେ ପ୍ରାୟ ୫୯ କୋଟି ନାଗରିକ ଟିକା ନେବେ । ଗରିବ ଲୋକେ ଟିକା ନେବା ପାଇଁ ଟଙ୍କା କେଉଁଠୁ ପାଇବେ ବୋଲି ପ୍ରଶ୍ନ କରିଛନ୍ତି ଜଷ୍ଟିସ୍ ଡି.ୱାଇ. ଚନ୍ଦ୍ରଚୂଡ଼ । ଟିକାକରଣରେ ଘରୋଇ ମଡେଲ୍ ଚଳିପାରିବ ନାହିଁ ବୋଲି କହି ସେ ଦର୍ଶାଇଛନ୍ତି ଯେ ସ୍ବାଧୀନତା ପରଠାରୁ ଦେଶରେ ଜାତୀୟ ଟିକାକରଣ ନୀତି ରହି ଆସିଛି । ଏ ଥର ମଧ୍ୟ ସେହି ନୀତି ଅନୁସରଣ କରାଯିବା ଉଚିତ ବୋଲି କହିଛନ୍ତି ସର୍ବୋଚ୍ଚ କୋର୍ଟ ।
Published by:Anand ST Das
First published: