ସୁପ୍ରିମ୍ କୋର୍ଟ କହିଲେ: ‘‘କେନ୍ଦ୍ରର ଟିକାକରଣ ନୀତି ମନମୁଖୀ ଓ ଅଯୌକ୍ତିକ; ଆମକୁ ପୂରା ବିବରଣୀ ଦିଅ’’

ଦେଶର ସର୍ବୋଚ୍ଚ କୋର୍ଟ କେନ୍ଦ୍ର ସରକାରଙ୍କୁ ଏହା ବି କହିଛନ୍ତି ଯେ ଟିକାକରଣର ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟରେ ଦେଶର ଅବଶିଷ୍ଟ ଜନସଂଖ୍ୟାକୁ କେମିତି ଓ କେବେ ଟିକା ଦିଆଯିବ ତା’ର ବିସ୍ତୃତ କାର୍ଯ୍ୟ-ଯୋଜନା କୋର୍ଟଙ୍କ ସାମନାରେ ରଖନ୍ତୁ ।

ସୁପ୍ରିମ୍ କୋର୍ଟ ଟିକାକରଣ ସ୍ଥିତିର ସ୍ୱତଃ ସଜ୍ଞାନ ନେଇ ଏହି ରାୟ ଦେଇଛନ୍ତି ।

ସୁପ୍ରିମ୍ କୋର୍ଟ ଟିକାକରଣ ସ୍ଥିତିର ସ୍ୱତଃ ସଜ୍ଞାନ ନେଇ ଏହି ରାୟ ଦେଇଛନ୍ତି ।

  • Share this:
News18 Odia Digital

ନୂଆ ଦିଲ୍ଲୀ: ସୁପ୍ରିମ୍‌ କୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ଦେଶରେ କୋଭିଡ-୧୯ ଟିକା (COVID-19 Vaccine) କିଣିବା ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରନ୍ତୁ। କୋଭାକ୍ସିନ, କୋଭିଶିଲ୍ଡ ଓ ସ୍ପୁଟନିକ୍‌-ଭି ଟିକା ବିଷୟରେ କୋର୍ଟ କେନ୍ଦ୍ର ସରକାରଙ୍କଠାରୁ ବିସ୍ତୃତ ସୂଚନା ମାଗିଛନ୍ତି ।

ସୁପ୍ରିମ୍‌ କୋର୍ଟ ମାଗିଥିବା ବିବରଣୀରେ ସାମିଲ୍‌ ଅଛି (୧.) ଟିକା କ୍ରୟର ତାରିଖ, (୨) କେଉଁ ତାରିଖରେ କେତେ ସଂଖ୍ୟାରେ ଟିକା କିଣାଯାଇଛି, ଓ (୩) ଅର୍ଡ଼ର କରାଯାଇଥିବା ଟିକା ଯୋଗାଣର ସମ୍ଭାବ୍ୟ ତାରିଖ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଅକ୍ଷମଣୀୟ! ବାରିପଦା COVID ହସ୍ପିଟାଲରେ ଉଲଗ୍ନ ହୋଇ ପଡ଼ିଛନ୍ତି ରୋଗୀ; କେହି ଶୌଚାଳୟରେ, କରିଡରରେ

ଦେଶର ସର୍ବୋଚ୍ଚ କୋର୍ଟ କେନ୍ଦ୍ର ସରକାରଙ୍କୁ ଏହା ବି କହିଛନ୍ତି ଯେ ଟିକାକରଣର ପ୍ରଥମ ପର୍ଯ୍ୟାୟ, ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟରେ ଦେଶର ଅବଶିଷ୍ଟ ଜନସଂଖ୍ୟାକୁ କିପରି ଓ କେବେ ଟିକାକରଣ କରାଯିବ ତା’ର ବିସ୍ତୃତ କାର୍ଯ୍ୟଯୋଜନା କୋର୍ଟଙ୍କ ସାମନାରେ ରଖନ୍ତୁ । ଏହା ବ୍ୟତୀତ ମ୍ୟୁକର୍ମାଇକୋସିସ୍ (ବ୍ଲାକ୍‌ ଫଙ୍ଗସ୍‌) ରୋଗ ପାଇଁ ଔଷଧର ଉପଲବ୍ଧତା ବଜାୟ ରଖିବା ପାଇଁ କେଉଁ କେଉଁ ପଦକ୍ଷେପ ନିଆଯାଇଛି ତାହା ବିଷୟରେ ବି କୋର୍ଟ କେନ୍ଦ୍ର ସରକାରଙ୍କଠାରୁ ସୂଚନା ମାଗିଛନ୍ତି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ସୁବର୍ଣ୍ଣପୁର: ୧୦ ମାସର ପୁଅ ମରିଯିବାର ଦିନ ପରେ ବି ଗୁଣିଆ କଥାରେ ପଡ଼ି ଘରେ ରଖିଥିଲେ ବାପା-ମା

ଦେଶରେ କରୋନା ମହାମାରୀ (COVID-19) ସହ ଜଡି଼ତ ସମସ୍ୟାଗୁଡ଼ିକର ସମାଧାନ ପାଇଁ ସୁପ୍ରିମ୍‌ କୋର୍ଟରେ ଦାୟର କରିଥିବା ଏକ ସ୍ୱତଃ-ସଜ୍ଞାନ (suo moto) ମାମଲାର ବିଚାର କରି ଜଷ୍ଟିସ୍ ଡି.ୱାଇ ଚନ୍ଦ୍ରଚୁଡ଼, ଏଲ୍.‌ ନାଗେଶ୍ୱର ରାଓ ଓ ଏସ୍. ରବିନ୍ଦ୍ର ଭଟ୍ଟଙ୍କ ଏକ ବିଶେଷ ଡିଭିଜନ୍ ବେଞ୍ଚ୍‌ ଦ୍ୱାରା ବୁଧବାର ଦିନ ଏହି ରାୟ ଦିଆଯାଇଛି ।

ଏହା ବି ପଢ଼ନ୍ତୁ | ବାତ୍ୟା ୟାସ୍: ମୃତକଙ୍କ ପରିବାରକୁ ମିଳିବ ଲକ୍ଷ ଟଙ୍କା ଆହତଙ୍କୁ ୫୦ ହଜାର ଟଙ୍କାର ସହାୟତା

‘‘କେନ୍ଦ୍ର ସରକାର ଏହି ମାମଲାରେ ଆଫିଡେଭିଟ୍ ଦାଖଲ କରିବା ସମୟରେ ନିଶ୍ଚିତ କରିବା ଆବଶ୍ୟକ ଯେ ସେଥିରେ ଟିକାକରଣ ନୀତି ଉପରେ ସରକାରଙ୍କ ଚିନ୍ତାଧାରାକୁ ପ୍ରତିଫଳିତ କରଥିବା ସବୁ ପ୍ରାସଙ୍ଗିକ ଡକ୍ୟୁମେଣ୍ଟ ଓ ଫାଇଲ୍ ନୋଟିଂର କପି ସଂଲଗ୍ନ ହୋଇଥିବ,’’ ସୁପ୍ରିମ୍‌ କୋର୍ଟର ଏହି ବେଞ୍ଚ ନିଜ ଆଦେଶରେ କହିଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ୯୧ ବର୍ଷୀୟା ବୃଦ୍ଧା, ହୃଦୟ ରୋଗୀବାତ୍ୟା ଆଗରୁ ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା

ଦେଶରେ ୧୮ରୁ ୪୪ ବର୍ଷ ବୟସ ବର୍ଗର ଲୋକଙ୍କ ଟିକାକରଣ ଉପରେ କେନ୍ଦ୍ରର ନୀତିକୁ ‘‘ମନମୁଖୀ ଓ ଅଯୌକ୍ତିକ’’ ବୋଲି ଦର୍ଶାଇ ସୁପ୍ରିମ୍‌ କୋର୍ଟ କହିଛନ୍ତି ଯେ ବର୍ତ୍ତମାନ ସେହି ବୟସ ବର୍ଗର ଲୋକେ ସଂକ୍ରମିତ ହେଉଛନ୍ତି, ଡାକ୍ତରଖାନାରେ ଭର୍ତ୍ତି ହୋଇ ମୃତ୍ୟୁ ବରଣ କରୁଛନ୍ତି ଓ ବଞ୍ଚି ରହିଲେ ବି ସଂକ୍ରମଣର ଗୁରୁତର ପ୍ରଭାବରେ ପୀଡି଼ତ ହେଉଛନ୍ତି ।



କରୋନା ଭାଇରସ୍‌ (Coronavirus) ମହାମାରୀର ପରିବର୍ତ୍ତିତ ପ୍ରକୃତି ଉପରେ ଆଲୋକପାତ କରି କୋର୍ଟ୍‌ କହିଛନ୍ତି ଯେ ଏହା ଏପରି ପରିସ୍ଥିତି ସୃଷ୍ଟି କରିଛି ଯେଉଁଠି ଯୁବ ବର୍ଗକୁ ଟିକାକରଣର ଆବଶ୍ୟକତା ବଢ଼ିଯାଇଛି । ତେବେ ବୈଜ୍ଞାନିକ କାରଣରୁ ବିଭିନ୍ନ ବୟସ ବର୍ଗଙ୍କ ମଧ୍ୟରେ ଅଗ୍ରାଧିକାର ସୁବିଧା ଦିଆଯାଇପାରିବ ବୋଲି କୋର୍ଟ କହିଛନ୍ତି ।
Published by:Anand S.T. Das
First published: