News18 Odia Digital
ନୂଆ ଦିଲ୍ଲୀ / ଭୁବନେଶ୍ୱର / ପୁରୀ: କରୋନା ଭାଇରସ୍ ମହାମାରୀ କାରଣରୁ ପୁରୀରେ ବିଶ୍ବପ୍ରସିଦ୍ଧ ରଥ ଯାତ୍ରା ଅଟକି ଯିବନି ଏ ଥର । ଏହି ମାମଲାର ଶୁଣାଣି କରି ଆଜି ସୁପ୍ରିମ କୋର୍ଟ ସଙ୍କୁଚିତ ଉପାୟରେ କେବଳ ସେବୟତମାନଙ୍କୁ ନେଇ ରଥ ଯାତ୍ରା ଆୟୋଜନ କରିବା ପାଇଁ ଅନୁମତି ଦେଇଛନ୍ତି ।
ପ୍ରଧାନ ବିଚାରପତି ଜଷ୍ଟିସ୍ ଏସ୍. ଏ. ବୋବଡେ, ଜଷ୍ଟିସ୍ ବୋପନ୍ନା ଓ ଜଷ୍ଟିସ୍ ମାହେଶ୍ବରୀଙ୍କ ଖଣ୍ଡପୀଠ ଏହି ମାମଲାରେ ରାଜ୍ୟ ସରକାରଙ୍କ ଓ କେନ୍ଦ୍ର ସରକାରଙ୍କ ପକ୍ଷ ଶୁଣିଥିଲେ । ଉଭୟେ ରଥ ଯାତ୍ରା ସପକ୍ଷରେ ତର୍କ ରଖିଥିଲେ । ରଥ ଯାତ୍ରାକୁ ନେଇ ଦାୟର ହୋଇଥିବା ୧୮ଟି ଇଣ୍ଟରଭେନସନ୍ ପିଟିସନର ଶୁଣାଣି ପରେ ସର୍ବୋଚ୍ଚ କୋର୍ଟ କରୋନା ସତର୍କତା ମଧ୍ୟରେ ସଙ୍କୁଚିତ ଉପାୟରେ କେବଳ ସେବାୟତମାନଙ୍କୁ ନେଇ ପୁରୀରେ ରଥ ଯାତ୍ରା ଆୟୋଜନ କରିବା ପାଇଁ ଅନୁମତି ଦେଇଛନ୍ତି । ଏହି ଖଣ୍ଡପୀଠ ଜୁନ୍ ୧୮ରେ ରଥଯାତ୍ରା ଉପରେ ସ୍ଥଗିତାଦେଶ ଦେଇଥିଲେ ।
ଚଳିତ ବର୍ଷ ରଥ ଯାତ୍ରା କେବଳ ପୁରୀରେ ହିଁ ଆୟୋଜିତ ହୋଇପାରିବ ବୋଲି କହିଛନ୍ତି ସୁପ୍ରିମ କୋର୍ଟ । ପୁରୀ ବ୍ୟତୀତ ରାଜ୍ୟର ଓ ଦେଶର ଅନ୍ୟ କୌଣସି ସ୍ଥାନରେ ଏହା ଏ ବର୍ଷ ଆୟୋଜିତ ହୋଇପାରିବ ନାହିଁ ବୋଲି କହିଛନ୍ତି ସର୍ବୋଚ୍ଚ କୋର୍ଟ । ଏହା ସୁନିଶ୍ଚିତ କରିବା ପାଇଁ କୋର୍ଟ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ କହିଛନ୍ତି ।
ଏହି ମାମଲାରେ ଆଜି ରାଜ୍ୟ ସରକାର ପକ୍ଷଭୁକ୍ତ ହେବା ସହ ଆବାସିକ କମିଶନରଙ୍କ ଜରିଆରେ ସର୍ବୋଚ୍ଚ ଅଦାଲତରେ ସତ୍ୟପାଠ ଦାଖଲ କରି ରଥ ଯାତ୍ରା ହେବାକୁ ସମର୍ଥନ କରିଥିଲେ । ଏହି ସମୟରେ ରଥଯାତ୍ରା ସପକ୍ଷରେ କହିଥିଲେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର । ଶହ ଶହ ବର୍ଷର ପରମ୍ପରା ବନ୍ଦ ହେବା ଉଚିତ ନୁହେଁ, ରାଜ୍ୟ ସରକାର ନିୟମ ପାଳନ କରି ରଥଯାତ୍ରା ଆୟୋଜନ କରିପାରିବେ ବୋଲି କହିଥିଲେ କେନ୍ଦ୍ର ସରକାର ।

ସୁପ୍ରିମ କୋର୍ଟରେ ତିନିଜଣିଆ ଖଣ୍ଡପୀଠ ରଥ ଯାତ୍ରା ଉପରେ ଶୁଣାଣି କରି ଏହି ଅନୁମତି ପ୍ରଦାନ କରିଛି ।
କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ସମର୍ଥନ କରିଥିଲେ ଓଡ଼ିଶା ସରକାର । ଏଥି ସହ ରାଜ୍ୟ ସରକାରଙ୍କ ପକ୍ଷରୁ ଦାଖଲ କରାଯାଇଥିବା ସତ୍ୟପାଠରେ ଗଜପତିଙ୍କ ଅନୁରୋଧ କ୍ରମେ ବିନା ଭକ୍ତରେ କେବଳ ପୁରୀରେ ରଥ ଯାତ୍ରା ଆୟୋଜନ ପାଇଁ କୁହାଯାଇଥିଲା । ଏହାପରେ ଦୁଇ ଜଣିଆ ବେଞ୍ଚ ମାମଲାକୁ ୩ ଜଣିଆ ଖଣ୍ଡପୀଠକୁ ପଠାଇ ଦେଇଥିଲେ ।
ରଥ ଯାତ୍ରା ପ୍ରସ୍ତୁତି ନେଇ ପୁରୀରେ ପ୍ରଶାସନର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ ଓ ଏସ୍.ପି. ଉପସ୍ଥିତ ରହି ୨୨ଟି ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ । ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର କହିଛନ୍ତି ଯେ ସବୁ ବିଭାଗକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସୁପ୍ରିମ୍ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ କାର୍ଯ୍ୟ କରାଯିବ ।
ସୁପ୍ରିମ୍ କୋର୍ଟଙ୍କ ଅନୁମତି ଆସିବା ପରେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କଲେ: ‘‘ଜୟ ଜଗନ୍ନାଥ ।’’ପୁରୀ ସହର ଚଳଚଞ୍ଚଳ ହୋଇଉଠିଛି । ଆଜି ବଡ଼ ଦାଣ୍ଡରୁ ଉଠାଯାଉଛି ଉଠା ଦୋକାନ । ପୌରସଂସ୍ଥା ପକ୍ଷରୁ ଏ ନେଇ କରାଯାଇସାରିଛି ଘୋଷଣା । ଆଜି ଅପରାହ୍ଣ ୪ଟା ସୁଦ୍ଧା ମରିଚିକୋଟ ଯାଏ ଉଠିଛି ଦୋକାନ ସବୁ । ରାତି ସୁଦ୍ଧା ବଡ଼ଦାଣ୍ଡରୁ ସମସ୍ତ ଦୋକାନ ହଟାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ରଥଟଣା ପାଇଁ ପୁରୀରେ ପହଞ୍ଚିସାରିଛନ୍ତି ୭ ଜଣ ଡାହୁକ । ଆଜି ଦକ୍ଷିଣ ମୋଡ଼ ବେଳେ ରଥରେ ବସିବେ ଡାହୁକ ।
ମୁଖ୍ୟ ମନ୍ତ୍ରୀ ନବିନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଆଜି ପୁରୀ ଯାଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଓ ଡିଜିପି ଅଭୟ । ପୁରୀରେ ରହି ଦୁହେଁ ରଥ ଯାତ୍ରା ଆୟୋଜନ ସ୍ଥିତିର ସମୀକ୍ଷା କରିବା ଆରମ୍ଭ କରିଛନ୍ତି । ଆଜି ସନ୍ଧ୍ୟାରେ ବସିବ ଛତିଶା ନିଯୋଗ ବୈଠକ । ରଥ ଯାତ୍ରାକୁ ନେଇ ଏହି ବୈଠକରେ ହେବ ଆଲୋଚନା ହେବ ବୋଲି ପରିଚାଳନା କମିଟି ସଦସ୍ୟ ନୀଳକଣ୍ଠ ମହାପାତ୍ର କହିଛନ୍ତି ।
ଏହା ବି ପଢ଼ନ୍ତୁ: ମହିଳା ରସି ଲଗାଇ ଆତ୍ମହତ୍ୟା କରୁଥିଲେ; ୩ ବର୍ଷର ଝିଅ କାନ୍ଦିବାରୁ ତାଙ୍କ ଜୀବନ ରକ୍ଷା ହେଲାଆମର ୨୦ ଜଣ ସୈନ୍ୟଙ୍କ ହତ୍ୟା ହେବା ପରେ ଭାରତବାସୀ ଚୀନ୍ ବିଷୟରେ କଣ୍ ଭାବୁଛନ୍ତି? ଏହି ସର୍ଭେରୁ ଜଣା ପଡ଼ିଲାଯୋଗ ଦିବସ: ଏହି ପ୍ରସିଦ୍ଧ ‘ନଗ୍ନ ଯୋଗ ନାରୀ’ ଏମିତି ଯୋଗ କରନ୍ତି; ଫଟୋ ଭାଇରାଲ୍ ହେଉଛିସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଖବର ଟିଭିରେ ବାରମ୍ବାର ଦେଖି ୧୭ ବର୍ଷୀୟା ଛାତ୍ରୀ ଆତ୍ମହତ୍ୟା କଲାଆତ୍ମହତ୍ୟା କରୁଥିବା ଲୋକେ ମରିବାକୁ ଚାହୁଁଛନ୍ତି ବୋଲି ବି ନିଶ୍ଚିତ ନ ଥାନ୍ତି; ମିଡ଼ିଆର ଭୂମିକା ମହତ୍ୱପୂର୍ଣ୍ଣଫ୍ୟାକ୍ଟ ଚେକ୍: ଏହି ତି୩ଟି ମୃତ୍ୟୁକୁ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ସହ ଯୋଡ଼ାଯାଉଛି କାହିକି?ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୁମ୍ବାଇରେ ନିଜ ଘରେ ଆତ୍ମହତ୍ୟା କଲେକାହିଁକି ଡିପ୍ରେସନରେ ଥିଲେ ସୁଶାନ୍ତ ସିଂ ରାଜପୁତ? କଥିତ ଗର୍ଲଫ୍ରେଣ୍ଡ ରିୟାଙ୍କ ସହ ପଚରାଉଚରା କରିବ ପୋଲିସ୍ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବ ମ୍ୟାନେଜର୍ ଦିଶା ୫ ଦିନ ତଳେ ୧୨ ମହଲାରୁ ତଳକୁ ଖସି ମରିଥିଲେବେଶୀ ରୋଜଗାର ପାଇଁ ଏହି ୨୫ ବର୍ଷୀୟା ସୁପରକାର୍ ରେସର୍ ପର୍ଣ୍ଣ ଷ୍ଟାର୍ ହୋଇ ଭାରି ଖୁସି ଅଛନ୍ତିଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲାସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍ପତି ମଦ ପିଆଇଲା, ତା’ ପରେ ତା’ର ଚାରି ବନ୍ଧୁ ମହିଳାଙ୍କୁ ନିଜ ପିଲା ସାମନାରେ ରେପ୍ କଲେପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛିହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେକରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେକରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲାPublished by:Anand Shankar Thankur Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।