ସୁନ୍ଦରଗଡ଼ରେ ମା’ ଛେଉଣ୍ଡ ଝିଅର କ୍ଷୋଭ: ‘ମୋ ମାଆର ମୃତ ଦେହକୁ ଫେରାଇ ଦେଇଥାନ୍ତେ ହେଲେ’

ମହିଳାଙ୍କୁ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରିବା ପରେ ତାଙ୍କ ପରିବାର ଲୋକେ ପ୍ରତି ଦିନ ଫୋନ୍ କରି ତାଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝୁଥିବା ବେଳେ ସେମାନଙ୍କୁ ଉତ୍ତର ମିଳୁଥିଲା ଯେ ରୋଗୀ ଭଲ ଅଛନ୍ତି ଓ ସୁସ୍ଥ ହେଉଛନ୍ତି ।

ସୁନ୍ଦରଗଡ଼ରେ ମା’ ଛେଉଣ୍ଡ ଝିଅର କ୍ଷୋଭ: ‘ମୋ ମାଆର ମୃତ ଦେହକୁ ଫେରାଇ ଦେଇଥାନ୍ତେ ହେଲେ’
ହସପିଟାଲର ଏମିତି ଅମାନବୀୟ କାର୍ଯ୍ୟ ପାଇଁ ଜିଲ୍ଲାପାଳଙ୍କୁ ଦାୟୀ କରିଛନ୍ତି ସୁଲୋଚନା (ବାମ) ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ସୁନ୍ଦରଗଡ଼: କରୋନା ସଂକ୍ରମଣରେ ଚିକିତ୍ସା ବେଳେ ଡାକ୍ତରଖାନାରେ ପ୍ରାଣ ହରାଇଥିବା ନିଜ ମା’ଙ୍କ ଶବଦାହର ୧୧ ଦିନ ପରେ ତାଙ୍କ ମୃତ୍ୟୁ ଖବର ପାଇଥିବା ଏକ ଝିଅର କରୁଣ କ୍ଷୋଭୋକ୍ତି ସମସ୍ତଙ୍କ ଛାତି ଥରାଇ ଦେଇଥିଲା । ଏହି ଚରମ ଅବ୍ୟବସ୍ଥା ବିରୁଦ୍ଧରେ ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ କରିବାକୁ ଆସିଥିବା ଝିଅଟି ତାଙ୍କୁ ଭେଟି ପାରି ନ ଥିଲା ।

‘‘ଭଲ ତ କରିପାରିଲେନି, ମୋ’ ମାଆର ମୃତ ଦେହକୁ ହେଲେ ଫେରାଇ ଦିଅନ୍ତୁ,’’ କାନ୍ଦି କାନ୍ଦି କହୁଥିଲେ କରୋନା ସଂକ୍ରମଣରେ ମୃତ୍ୟୁ ବରଣ କରିଥିବା ବଡ଼ଗାଁ ଥାନା ଅନ୍ତର୍ଗତ ରାଏଡିହି କିସାନପଡ଼ାର ଚନ୍ଦ୍ରା କିସାନଙ୍କ (୪୭) ଝିଅ ସୁଲୋଚନା ଗୌଡ଼। ସୁନ୍ଦରଗଡ଼ସ୍ଥିତ ଏନ୍‌.ଟି.ପି.ସି. କୋଭିଡ୍ ସ୍ବାସ୍ଥ୍ୟ କେନ୍ଦ୍ରର ସମ୍ବେଦନହୀନତା ବିରୋଧରେ ସେ ଥାନାରେ ଅଭିଯୋଗ କରିଛନ୍ତି ।

ଏହା ବି ପଢ଼ନ୍ତୁ | Bengal Polls: ରାହୁଳ ଗାନ୍ଧି ଯେଉଁ ଯେଉଁ ଆସନ ପାଇଁ ପ୍ରଚାର କରିଥିଲେ ସେଠି କଂଗ୍ରେସ ଜମାନତ ହରାଇଛି

ଚିକିତ୍ସା ସମୟରେ ଚନ୍ଦ୍ରା କିସାନଙ୍କ ମୃତ୍ୟୁ ହେବା ପରେ ତାଙ୍କ ପରିବାର ଲୋକଙ୍କ ଅଗୋଚରରେ ସ୍ବାସ୍ଥ୍ୟ କେନ୍ଦ୍ର କର୍ତ୍ତୃପକ୍ଷ ଶବକୁ ପୋଡ଼ି ଦେଇଥିଲେ । ଏହାର ୧୨ ଦିନ ପରେ ମହିଳାଙ୍କୁ ନେବାକୁ ଆସି ପରିବାର ଲୋକେ ତାଙ୍କ ମୃତ୍ୟୁ ବିଷୟରେ ଜାଣିବାକୁ ପାଇଥିଲେ । ସବୁଠାରୁ ହୃଦୟବିଦାରକ କଥା ହେଉଛି ଚନ୍ଦ୍ରାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବା ପରେ ତାଙ୍କ ପରିବାର ଲୋକେ ସବୁ ଦିନ ଫୋନ୍‌ କରି ତାଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝୁଥିବା ବେଳେ ସେମାନଙ୍କୁ ଉତ୍ତର ମିଳୁଥିଲା ଯେ ରୋଗୀ ଭଲ ଅଛନ୍ତି ଓ ସୁସ୍ଥ ହେଉଛନ୍ତି ।

ଏହା ବି ପଢ଼ନ୍ତୁ | କର୍ଫ୍ୟୁ ବେଳେ ଗର୍ଲଫ୍ରେଣ୍ଡକୁ ଭେଟିବାକୁ ମୁମ୍ବାଇ ପୋଲିସକୁ ଅନୁରୋଧ କଲା ଯୁବକ; ମିଳିଲା ଏହି ଜବାବ

ଏପରିକି ମଲା ପରେ ବି ୧୧ ଦିନ ଧରି ସେହି ସମାନ ଉତ୍ତର ଆସୁଥିଲା ସ୍ବାସ୍ଥ୍ୟ କେନ୍ଦ୍ରରୁ । ତେଣୁ ଆଶ୍ବସ୍ତ ଥିଲେ ପରିବାର। ଏବେ ମୃତ୍ୟୁ ଖବର ପଦାକୁ ଆସିବା ପରେ ଫୋନ୍ ଲାଗି ନଥିଲା ବୋଲି ସଫେଇ ଦେଇଛନ୍ତି ଡାକ୍ତରଖାନା କର୍ତ୍ତୃପକ୍ଷ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ସ୍ୱାମୀ ଘରୁ ଯିବା ମାତ୍ରେ Loverକୁ ଘରକୁ ଡାକିଆଣୁଥିଲେ ସ୍ତ୍ରୀ; Hidden କ୍ୟାମେରାରେ ଧରାପଡ଼ିଲା

ଚନ୍ଦ୍ରା କିସାନ ଥଣ୍ଡା ଓ କାଶରେ ଆକ୍ରାନ୍ତ ହେବାରୁ ତାଙ୍କୁ ଏପ୍ରିଲ ୧୪ରେ ଆମ୍ବୁଲାନ୍ସ ଯୋଗେ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ ତାଙ୍କ ପରିବାର ଲୋକେ । ୧୫ ତାରିଖରେ ତାଙ୍କ କଫ ଓ ରକ୍ତ ପରୀକ୍ଷା କରି ଯକ୍ଷ୍ମା ହୋଇଛି କହି ଯକ୍ଷ୍ମା ୱାର୍ଡ଼ରେ ଭର୍ତ୍ତି କରାଯାଇଥିଲା । ୧୭ ତାରିଖରେ ସେ କରୋନା ସଂକ୍ରମିତ ହୋଇଛନ୍ତି ବୋଲି କହି ତାଙ୍କୁ ଏନ୍‌.ଟି.ପି.ସି. କୋଭିଡ୍ ସ୍ବାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା ।

ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | ମୁଁ ଥର ଗର୍ଭଧାରଣ କରିବା ପରେ ବୁଝିଲି ଶିଶୁ ଫୁଲା ସମୟରେ କେମିତି ଡ୍ରେସ୍ ପିନ୍ଧନ୍ତି’: ଲିସା ହେଡନ୍

‘‘ମା’ଙ୍କ ସାଙ୍ଗରେ ମୁଁ ଓ ଜଣେ କାକା ଥିଲୁ, ହେଲେ କୋଭିଡ୍‌ ରୋଗୀଙ୍କ ପାଖରେ ପରିଜନଙ୍କ ଉପସ୍ଥିତି ବାରଣ ଥିବାରୁ ଆମେ ଗାଁକୁ ଫେରି ଆସିଥିଲୁ । ମା’ଙ୍କ ଭଲ ମନ୍ଦ ବୁଝିବାକୁ ଆମେ ସ୍ବାସ୍ଥ୍ୟ କେନ୍ଦ୍ର ପରିଚାଳକଙ୍କ ମୋବାଇଲ୍‌ ଫୋନ୍‌ ନମ୍ବର ନେଇ ଆସିଥିଲୁ । ପ୍ରତି ଦିନ ଫୋନ୍ କଲା ବେଳେ ଆମକୁ ଉତ୍ତର ମିଳୁଥିଲା ଯେ ମୋ’ ମା’ ଭଲ ଅଛନ୍ତି । ହେଲେ ସେମାନେ ଶେଷରେ ଏୟା କଲେ,’’ କାନ୍ଦି କାନ୍ଦି କହିଛନ୍ତି ୨୫-ବର୍ଷୀୟା ସୁଲୋଚନା।

ଏହା ବି ପଢ଼ନ୍ତୁ | ମଣିଷ ନା ରାକ୍ଷସ? ନିଜ ମାକୁ ମାରି ମୃତ ଦେହକୁ ,୦୦୦ ଖଣ୍ଡ କରି କାଟିଥିଲା ଖାଇଥିଲା ଏହି ଯୁବକ

ସେ ଆହୁରି କହିଛନ୍ତି ଯେ ୨୯ ତାରିଖ ଦିନ ଗୁରୁବାର ଦିନ ହସପିଟାଲକୁ ଫୋନ୍ କରି ମା’ଙ୍କ କଥା ପଚାରିବାରୁ ଡାକ୍ତରଖାନା ପରିଚାଳକ ତାଙ୍କୁ ଶୁକ୍ରବାର ଦିନ ଆସି ମା’ଙ୍କୁ ନେଇଯିବାକୁ କହିଥିଲେ । ‘‘ତା’ ପରେ କାକାଙ୍କ ସହ ଏନ୍‌.ଟି.ପି.ସି. କୋଭିଡ୍ ସ୍ବାସ୍ଥ୍ୟ କେନ୍ଦ୍ରକୁ ମୁଁ ଯାଇଥିଲି । ହେଲେ ସେଠାରେ ପହଞ୍ଚିବା ପରେ ଆମକୁ କୁହାଯାଇଥିଲା ଯେ ୧୯ ତାରିଖ ଦିନ ମୋ’ ମା’ଙ୍କ ମୃତ୍ୟୁ ହୋଇଯାଇଥିଲା ଓ ତାଙ୍କ ଦାହ ସଂସ୍କାର କରି ଦିଆଯାଇଛି । ଏମିତି ଅମାନବୀୟ କାର୍ଯ୍ୟ ପାଇଁ ମୁଁ ସିଧାସଳଖ ଜିଲ୍ଲାପାଳଙ୍କୁ ଦାୟୀ କରୁଛି,’’ କହିଛନ୍ତି ସୁଲୋଚନା ।



ଏହା ପୂର୍ବରୁ ସୁନ୍ଦରଗଡ଼ ସହରସ୍ଥିତ ଅରଣ୍ୟ ନଗରର ଜଣେ କରୋନା ମୃତକଙ୍କୁ ଡାକ୍ତରଖାନା କର୍ତ୍ତୃପକ୍ଷ ପୋଡ଼ି ଦେବାର ଚାରି ଦିନ ପରେ ତାଙ୍କ ପରିବାର ଲୋକେ ମୃତ୍ୟୁ ଖବର ପାଇଥିଲେ । ଏନ୍‌.ଟି.ପି.ସି. କୋଭିଡ୍ କେନ୍ଦ୍ର କର୍ତ୍ତୃପକ୍ଷଙ୍କ ଉଦାସୀନତା ଓ ଅବହେଳାର ଏହି କରୁଣ ଘଟଣା ରାଜ୍ୟ ବ୍ୟାପି ଆଲୋଡ଼ନ ସୃଷ୍ଟି କରିଛି ।
Published by: Anand ST Das
First published: May 7, 2021, 12:02 AM IST