ପୁରୀରେ ରଥ ଉପରେ ଚାଲିଛି ତିନି ଠାକୁରଙ୍କ ସୁନାବେଶ; ଲାଇଭ୍ ଦେଖନ୍ତୁ WATCH LIVE

Suna Besha of Lord Jagannath at Puri, Odisha | ରଥ ଉପରେ ଆଜି ତିନି ଠାକୁରଙ୍କର ହେଉଛି ସୁନାବେଶ । ଶ୍ରୀମନ୍ଦିର ଭଣ୍ଡାର ଘରୁ ମହଣ ମହଣ ସୁନା ଅଳଙ୍କାରରେ ଭୂଷିତ ହେଉଛନ୍ତି ଶ୍ରୀଜିଉ । ସୁବର୍ଣ୍ଣର କିରିଟି, କୁଣ୍ଡଳ, ଶ୍ରୀପୟର, ଶ୍ରୀଭୁଜ, ହଳ, ଲଙ୍ଗଳ ଆଦି ୧୩୮ ପ୍ରକାର ଅଳଙ୍କାରରେ ସଜ୍ଜିତ ହେଉଛନ୍ତି ମହାପ୍ରଭୁ ।

ପୁରୀରେ ରଥ ଉପରେ ଚାଲିଛି ତିନି ଠାକୁରଙ୍କ ସୁନାବେଶ; ଲାଇଭ୍ ଦେଖନ୍ତୁ WATCH LIVE
ସୁନା ବେଶ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: ରଥ ଉପରେ ଆଜି ତିନି ଠାକୁରଙ୍କର ହେଉଛି ସୁନାବେଶ । ଶ୍ରୀମନ୍ଦିର ଭଣ୍ଡାର ଘରୁ ମହଣ ମହଣ ସୁନା ଅଳଙ୍କାରରେ ଭୂଷିତ ହେଉଛନ୍ତି ଶ୍ରୀଜିଉ । ସୁବର୍ଣ୍ଣର କିରିଟି, କୁଣ୍ଡଳ, ଶ୍ରୀପୟର, ଶ୍ରୀଭୁଜ, ହଳ, ଲଙ୍ଗଳ ଆଦି ୧୩୮ ପ୍ରକାର ଅଳଙ୍କାରରେ ସଜ୍ଜିତ ହେଉଛନ୍ତି ମହାପ୍ରଭୁ ।

Watch Live



Watch Live



ମଙ୍ଗଳ ଆଳତି, ମଇଲମ, ତଡ଼ପ ଲାଗି, ଅବକାଶ, ସକାଳ ଧୂପ ପରେ ଅପରାହ୍ଣ ଗୋଟାଏରେ ସର୍ବାଙ୍ଗ ଓ ଦେଢ଼ଟା ସୁଦ୍ଧା ବେଶ ଶେଷ ହୋଇଛି । ଅପରାହ୍ଣ ୨ଟାରୁ ୩ଟା ଭିତରେ ମଧ୍ୟାହ୍ନ ଧୂପ ପାଇଁ ନୀତି ନିର୍ଘଣ୍ଟ ହୋଇଛି । ଏହାପରେ ଆରମ୍ଭ ହୋଇଛି ସୁନାବେଶ । ସାଢ଼େ ୩ଟାରେ ମଇଲମ ପରେ ୪ଟାରେ ହେବ ମେକାପ ସର୍ବାଙ୍ଗ । ୪ଟାରୁ ସାଢ଼େ ୫ଟା ମଧ୍ୟରେ କରାଯିବ ସୁନାବେଶ ।

ଭଣ୍ଡାର ମେକପଙ୍କ ତତ୍ତ୍ବାବଧାନରେ ଭଣ୍ଡାର ଘରୁ ରଥ ଉପରକୁ ବୁହା ହୋଇ ଆସିବ ସୁବର୍ଣ୍ଣ ଅଳଙ୍କାର । ଖୁଣ୍ଟିଆ ସେବକ, ମାଜିଷ୍ଟ୍ରେଟ, ପୋଲିସ ଓ ଶ୍ରୀମନ୍ଦିର ଅଫିସରଙ୍କ ଉପସ୍ଥିତିରେ ବେଶ ଅଳଙ୍କାର ଗଣତି କରି ଅଣାଯିବ । ପାଳିଆ ପୁଷ୍ପାଳକ, ଦଇତାପତି, ଖୁଣ୍ଟିଆ ମେକାପ, ତଳୁଚ୍ଛ, ଭିତରଚ୍ଛ ପ୍ରମୁଖ ଠାକୁରଙ୍କୁ ସୁନାବେଶ କରିବେ ।

ସନ୍ଧ୍ୟା ୬ରେ ସନ୍ଧ୍ୟା ଆଳତି ସରିବା ପରେ ରାତି ୮ଟାରୁ ୯ଟା ଯାଏଁ ସନ୍ଧ୍ୟା ଧୂପ ହେବ । ଏହା ପରେ ରାତି ୧୧ଟାରୁ ୧୨ଟା ଭିତରେ ହେବ ସୁନାବେଶ ମଇଲମ । ଏହା ପରେ ଚନ୍ଦନ ଲାଗି ହେବା ପରେ ରାତି ଗୋଟାଏରେ ବଡ଼ ସିଂହାର ବେଶ ହେବ ଓ ରାତି ୨ଟାରେ ପଡ଼ିବ ପହୁଡ଼ ।
First published: July 2, 2020, 4:16 PM IST
corona virus btn
corona virus btn
Loading