COVID-19: ପ୍ଲାଜମା ଥେରାପି କରୋନା ରୋଗୀଙ୍କ ସମସ୍ୟା ବଢ଼ାଇଛି; ମୃତ୍ୟୁ ସଂଖ୍ୟା ବି ବୃଦ୍ଧି ପାଇଛି

କାନାଡିଆନ୍ ନେଚର ଜର୍ଣ୍ଣାଲ (Nature Journal) ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ ପ୍ଲାଜମା ଥେରାପି କରୋନା ରୋଗୀଙ୍କ ଚିକିତ୍ସାକୁ ହ୍ରାସ କରିନାହିଁ, ବରଂ ଏହା ରୋଗୀଙ୍କ ସମସ୍ୟାକୁ ବଢ଼ାଇ ଦେଇଛି ।

ପ୍ଲାଜମା ଥେରାପି କରୋନା ରୋଗୀଙ୍କ ସମସ୍ୟା ବଢ଼ାଇଛି

ପ୍ଲାଜମା ଥେରାପି କରୋନା ରୋଗୀଙ୍କ ସମସ୍ୟା ବଢ଼ାଇଛି

  • News18 Odia
  • Last Updated :
  • Share this:
News18 Odia Digital

ନୂଆ ଦିଲ୍ଲୀ: ଦେଶରେ କରୋନାର ଦ୍ୱିତୀୟ ଲହର ପୁରା ବିଶ୍ବବାସୀଙ୍କୁ ଚିନ୍ତାରେ ପକାଇଛି । ଦ୍ୱିତୀୟ ଲହର ସମୟରେ କରୋନା ଭାଇରସ୍ ସଂକ୍ରମିତ ରୋଗୀଙ୍କ ଚିକିତ୍ସା ପାଇଁ ପ୍ଲାଜମା ଥେରାପି ଅତ୍ୟନ୍ତ ପ୍ରଭାବଶାଳୀ ବୋଲି ବିବେଚନା କରାଯାଉଥିଲା । ସେହି ସମୟ ମଧ୍ୟରେ ପ୍ଲାଜମା ବ୍ୟାଙ୍କ ସମ୍ମୁଖରେ ଏକ ଲମ୍ବା ଲାଇନ ଦେଖାଯାଇଥିଲା ଓ ଲୋକେ ଅନଲାଇନ୍ ପ୍ଲାଜମା ଦାତାମାନଙ୍କୁ ମଧ୍ୟ ଖୋଜୁଥିଲେ । ତଥାପି, ବର୍ତ୍ତମାନ ସାରା ବିଶ୍ୱରେ ପ୍ଲାଜମା ଥେରାପି ବିଷୟରେ ଚାଲିଥିବା ଅଧ୍ୟୟନରେ ଆଶ୍ଚର୍ଯ୍ୟଜନକ ତଥ୍ୟ ବାହାରକୁ ଆସୁଛି ।

କାନାଡାର ନେଚର ଜର୍ଣ୍ଣାଲରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ ପ୍ଲାଜମା ଥେରାପି କରୋନା ରୋଗୀଙ୍କ ଚିକିତ୍ସାକୁ ହ୍ରାସ କରିନାହିଁ, ବରଂ ଏହା ରୋଗୀଙ୍କ ସମସ୍ୟାକୁ ବଢ଼ାଇ ଦେଇଛି । ଅଧ୍ୟୟନରେ ସବୁଠାରୁ ଆଶ୍ଚର୍ଯ୍ୟଜନକ ବିଷୟ ହେଉଛି ଯେ ପ୍ଲାଜମା ଥେରାପି ସହିତ ଚିକିତ୍ସିତ ହେଉଥିବା ଲୋକଙ୍କ ମୃତ୍ୟୁ ସଂଖ୍ୟା ମଧ୍ୟ ଅଧିକ ରହିଛି ।

କୋଭିଡ ସହିତ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ରୋଗୀଙ୍କ ପାଇଁ କୋଭାଲେସେଣ୍ଟ ପ୍ଲାଜମା ଏକ ଓପନ୍ ଲେବଲ୍, ରାଣ୍ଡୋମାଇଜଡ୍ କଣ୍ଟ୍ରୋଲ ଟ୍ରାଏଲ ଶୀର୍ଷକ ଏହି ଅଧ୍ୟୟନରେ ୯୪୦ ରୋଗୀ ସାମିଲ ହୋଇଥିଲେ । ଏହି ରୋଗୀମାନଙ୍କୁ ଦୁଇଟି ଦଳରେ ବିଭକ୍ତ କରାଯାଇଥିଲା । ଗୋଟିଏ ଗ୍ରୁପରେ ସେହି ରୋଗୀମାନେ ଅନ୍ତର୍ଭୁକ୍ତ ଥିଲେ ଯେଉଁମାନେ ପ୍ଲାଜମା ଥେରାପି ସହିତ ଚିକିତ୍ସିତ ହୋଇଥିଲେ ଓ ଅନ୍ୟ ଗ୍ରୁପରେ ରୋଗୀଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିଲା ଯେଉଁମାନଙ୍କୁ ପ୍ଲାଜମା ଥେରାପି ଦିଆଯାଇନଥିଲା ।

ଅଧ୍ୟୟନରୁ ଜଣାପଡ଼ିଛି ଯେ ପ୍ଲାଜମା ଥେରାପି ଗ୍ରୁପରେ ୩୩.୪% ରୋଗୀ ଅମ୍ଳଜାନ ସ୍ତର ହ୍ରାସ ହେତୁ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ । ଦ୍ୱିତୀୟ ଗ୍ରୁପରେ ଥିବାବେଳେ କେବଳ ୨୬.୪% ରୋଗୀଙ୍କର ଏପରି ସମସ୍ୟା ହୋଇଥିଲା । ସେହିଭଳି ପ୍ଲାଜମା ଥେରାପିରେ ଚିକିତ୍ସିତ ରୋଗୀଙ୍କ ମୃତ୍ୟୁ ମଧ୍ୟ ବୃଦ୍ଧି ପାଇଛି । ଅଧ୍ୟୟନ ଅନୁଯାୟୀ, ପ୍ଲାଜମା ଥେରାପି ନେଇଥିବା ୨୩% ରୋଗୀ ଚିକିତ୍ସାର ୩୦ଦିନ ମଧ୍ୟରେ ମୃତ୍ୟୁ ବରଣ କରିଥିବାବେଳେ ଦ୍ୱିତୀୟ ଗ୍ରୁପର ୨୦.୫% ରୋଗୀଙ୍କର ମୃତ୍ୟୁ ଘଟିଛି ।

ଭାରତରେ ଦ୍ୱିତୀୟ ଲହର ସମୟରେ ପ୍ଲାଜମା ଥେରାପି ବିଷୟରେ ଅନେକ ଆଲୋଚନା ହୋଇଥିଲା। ତା’ପରେ ପ୍ଲାଜାର କଳା ମାର୍କେଟିଂ ଖବର ମଧ୍ୟ ସାମ୍ନାକୁ ଆସିଥିଲା । ସରକାର ଜାଣିବାକୁ ପାଇଲେ ଯେ କୋଭିଡ ରୋଗୀଙ୍କ ଚିକିତ୍ସାରେ ପ୍ଲାଜମା ଥେରାପି ଗୁରୁତର ରୋଗରୁ ଉପଶମ ତଥା ମୃତ୍ୟୁ ସଂଖ୍ୟା ହ୍ରାସ କରିବାରେ ଲାଭଦାୟକ ନୁହେଁ ।
Published by:Lipina Das
First published: