ହୋମ୍ » ଓଡ଼ିଶା ନ୍ୟୁଜ୍ » କରୋନା ଭାଇରସ»କରୋନା: ବୁର୍ଲା ଭିସୁଟର ଛାତ୍ରଛାତ୍ରୀମାନେ ବନେଇଲେ ରୋବୋଟିକ ସାନିଟାଇଜେସନ୍ ମେସିନ୍

କରୋନା: ବୁର୍ଲା ଭିସୁଟର ଛାତ୍ରଛାତ୍ରୀମାନେ ବନେଇଲେ ରୋବୋଟିକ ସାନିଟାଇଜେସନ୍ ମେସିନ୍

ଏହି ରୋବୋଟିକ ମେସିନ୍‌ ସମ୍ପୂର୍ଣ୍ଣ ଭାବେ କଣ୍ଟାକ୍ଟଲେସ । ଏହା ଦ୍ବାରା ଦୂରରୁ ଥାଇ ବିଷୋଧନ କାର୍ଯ୍ୟ କରାଯାଇ ପାରିବ । ବହୁତ କମ ଖର୍ଚ୍ଚରେ VSSUTର ରୋବୋଟିକ ସୋସାଇଟିର ଛାତ୍ରମାନେ ଏହି ଯନ୍ତ୍ରଟିକୁ ତିଆରି କରିଛନ୍ତି ।

କରୋନା: ବୁର୍ଲା ଭିସୁଟର ଛାତ୍ରଛାତ୍ରୀମାନେ ବନେଇଲେ ରୋବୋଟିକ ସାନିଟାଇଜେସନ୍ ମେସିନ୍
ରୋବୋଆସିଷ୍ଟେଡ ସାନିଟାଇଜେସନ ମେସିନ (ବାମ) ଓ ଏହି ମେସିନ ସହ ଜଣେ ଛାତ୍ର
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ସମ୍ବଲପୁର: ବୁର୍ଲାର ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବ ବିଦ୍ୟାଳୟ (VSSUT, ଭିସୁଟ)ର ରୋବୋଟିକ ସୋସାଇଟିର ଛାତ୍ରମାନେ ତିଆରି କରିଛନ୍ତି ଏକ  ଅଲ୍ଟ୍ରା-ଭାୟୋଲେଟ ରୋବୋଆସିଷ୍ଟେଡ ସାନିଟାଇଜେସନ ମେସିନ । ବର୍ତ୍ତମାନର କୋଭିଡ ସ୍ଥିତିକୁ ଆଖି ଆଗରେ ରଖି ଏହି ରୋବଟ ପରିଚାଳିତ ଅତିବାଇଗଣି ରଶ୍ମୀ ବିଷୋଧନ ମେସିନ ତିଆରି କରାଯାଇଛି । ସବୁ ଠାରୁ ଗୁରୁତ୍ତ୍ବପୂର୍ଣ୍ଣ କଥା ହେଉଛି ମେସିନଟି ସମ୍ପୁର୍ଣ୍ଣ ରୂପେ କଣ୍ଟାକ୍ଟଲେସ ବା ବିନା ସ୍ପର୍ଶରେ ବ୍ୟବହାର କରାଯାଇ ପାରିବ ।

ଏହାର ନାମ ରହିଛି ୟୁଭିରାସ୍‌ ବା ଅଲ୍ଟ୍ରା-ଭାଓଲେଟ ରୋବୋଆସିଷ୍ଟେଡ ସାନିଟାଇଜେସନ । ସାଧାରଣତଃ ଅତିବାଇଗଣି ରଶ୍ମୀ ଶରୀର ପକ୍ଷେ କ୍ଷତିକାରକ ହୋଇଥିବା ବେଳେ ଏହି ମେସିନର ଏମିଟରରୁ ନିର୍ଗତ ହେଉଥିବା ରଶ୍ମୀ ମଣିଷ ଶରୀର ପାଇଁ କ୍ଷତିକାରକ ହେବ ନାହିଁ ବୋଲି ଭିସୁଟ ରୋବୋଟିକ ସୋସାଇଟି ପକ୍ଷରୁ କୁହାଯାଇଛି । ମେସିନରେ ଅତ୍ୟାଧୁନିକ କ୍ୟାମେରା ଲାଗିଛି ଓ ଏହା ରିମୋର୍ଟ ଦ୍ବାରା ପରିଚାଳିତ ହେଉଛି ।

ସମ୍ପୂର୍ଣ୍ଣ ଭାବେ କଣ୍ଟାକ୍ଟଲେସ ଏହି ରୋବୋଟିକ ୟୁଭିରାସ୍‌ ଦ୍ବାରା ଦୂରରୁ ଥାଇ ବିଷୋଧନ କାର୍ଯ୍ୟ କରାଯାଇ ପାରିବ । ବହୁତ କମ ଖର୍ଚ୍ଚରେ ରୋବୋଟିକ ସୋସାଇଟିର ଛାତ୍ରମାନେ ଏହି ରୋବୋଟିକ ଯନ୍ତ୍ରଟିକୁ ତିଆରି କରିଛନ୍ତି । ଆଗାମୀ ଦିନରେ ଏହା କେମିତି ବଜାରରେ ଉପଲବ୍ଧ ହୋଇପାରିବ ତାହା ଉପରେ ଯୋଜନା କରାଯାଉଛି  ।

ଭିସୁଟର କୁଳପତି ପ୍ରଫେସର ଅଟଳ ଚୌଧୁରୀ


‘‘ମୁଁ ଓ ଅନ୍ୟ ଚାରି ଜଣ ଛାତ୍ର – ଅଭ୍ୟୁଦୟ ଦାସ, ଆୟୁଷ ସିଂ, ତ୍ରିଲୋଚନ ବସନ୍ତିଆ, ଅଭିପ୍ସା ରାଜ – ଏକ ଟିମ୍‌ ହୋଇ ଏହି ରୋବଟିକ ଯନ୍ତ୍ରଟିକୁ ତିଆରି କରିଛୁ । ଆଶା ରଖିଛୁ ଏହାକୁ ବ୍ୟବହାର କରି କୋଭିଡ-୧୯ ରୋଗର ମୁକାବିଲା କରାଯାଇ ପାରିବ,’’ କହିଛନ୍ତି ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବ ବିଦ୍ୟାଳୟ (ଭିସୁଟ)ର ରୋବୋଟିକ ସୋସାଇଟିର ସମ୍ପାଦକ ଅଭିଷେକ ଅଗ୍ରୱାଲ ।

ରୋବିଟିକ ସୋସାଇଟିର ସମ୍ପାଦକ ଅଭିଷେକ ଅଗ୍ରୱାଲ


ବିଶ୍ବ ବିଦ୍ୟାଳୟର ରୋବୋଟିକ ସୋସାଇଟିର ଛାତ୍ରଛାତ୍ରୀଙ୍କ ଦ୍ବାରା ଏହି ଅତିବାଇଗଣୀ ରଶ୍ମୀ ଦ୍ବାରା ସ୍ବୟଂଚାଳିତ ବିଷୋଧନ ଯନ୍ତ୍ର ନିର୍ମାଣକୁ ନେଇ ବେଶ ଖୁସି ସମସ୍ତେ । ବିଶ୍ବ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି କର୍ମଚାରୀ, ଅଧ୍ୟାପକ, ଅଧ୍ୟାପିକା ତଥା କୁଳପତି ରୋବୋଟିକ ସୋସାଇଟଇ ଟିମକୁ ଅଭିନନ୍ଦନ ଜଣାଇଛନ୍ତି ।

ଏହା ବି ପଢ଼ନ୍ତୁ: ଗବେଷଣାରୁ ଜଣାପଡ଼ିଲା କାହିଁକି ମହିଳାଙ୍କ ତୁଳନାରେ ପୁରୁଷମାନେ କରୋନାର ଅଧିକ ଶିକାର ହେଉଛନ୍ତି

ଏହା ବି ପଢ଼ନ୍ତୁ: କରୋନା କବଚ ବୀମା ପଲିସି ଖୁବ୍ ଲୋକପ୍ରିୟ ହେଉଛି; ଏଥିରୁ କ’ଣ ଓ କେମିତି ଲାଭ ମିଳୁଛି ଜାଣନ୍ତୁ

‘‘ଭିସୁଟର ରୋବୋଟିକ ସୋସାଇଟି ଦ୍ବାରା ବହୁତ କମ ମୂଲ୍ୟରେ ବର୍ତ୍ତମାନର କୋଭିଡ ପରିସ୍ଥିତିର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ଯନ୍ତ୍ର ତିଆରି କରାଯଇାଛି । ବିଶ୍ବବିଦ୍ୟାଳୟ ଏବେ ସଟଡାଉନ କଟକଣା ଯୋଗୁଁ ବନ୍ଦ ରହିଛି । ଆଗାମୀ ଦିନରେ ବିଶ୍ବବିଦ୍ୟାଳୟ ଖୋଳିଲେ ଏହି ଅତିବାଇଗଣି ରଶ୍ମୀ ଦ୍ବାରା ବିଷୋଧନ କରିପାରୁଥିବା ରୋବୋଟିକ ଯନ୍ତ୍ର କେମିତି ବଜାରରେ ଉପଲବ୍ଧ ହୋଇପାରିବ ସେ ନେଇ ବ୍ୟବସ୍ଥା କରାଯିବ,’’ କହିଛନ୍ତି ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବ ବିଦ୍ୟାଳୟର କୁଳପତି ପ୍ରଫେସର ଅଟଳ ଚୌଧୁରୀ ।
Published by: Anand Shankar Thankur Das
First published: July 28, 2020, 8:35 PM IST