କଟକ ବୋସ୍ ଇଞ୍ଜିନିୟିରଂ ସ୍କୁଲ୍‌ରେ ତେଜିଲା ଛାତ୍ର ଅଶାନ୍ତି; COVID ଯୋଗୁଁ ଅନ୍‌ଲାଇନ୍ ପରୀକ୍ଷା ଚାହୁଁଛନ୍ତି

କରୋନା ପଜିଟିଭ ଥିବା ୩ ଜଣ ଛାତ୍ର ବହୁତ ପିଲାଙ୍କ ସହ ମିଶିଥିବାରୁ ପୂରା କ୍ୟାମ୍ପସରେ ସଂକ୍ରମଣ ବ୍ୟାପିଛି ବୋଲି ସନ୍ଦେହ କରି ଅନେକ ଛାତ୍ର ପରୀକ୍ଷାକୁ ଅଫ୍-ଲାଇନ୍ ନ କରି ଅନଲାଇନ୍ କରାଇବା ଦାବିରେ ଆନ୍ଦୋଳନରେ ବସିଛନ୍ତି ।

କଟକ ବୋସ୍ ଇଞ୍ଜିନିୟିରଂ ସ୍କୁଲ୍‌ରେ ତେଜିଲା ଛାତ୍ର ଅଶାନ୍ତି; COVID ଯୋଗୁଁ ଅନ୍‌ଲାଇନ୍ ପରୀକ୍ଷା ଚାହୁଁଛନ୍ତି
ବୋସର ଛାତ୍ରଛାତ୍ରୀମାନେ ଟାୟାର୍ ଜଳାଇ ବିରୋଧ ପ୍ରଦର୍ଶନ କରୁଛନ୍ତି ।
  • News18 Odia
  • Last Updated: March 30, 2021, 10:23 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ବୁଧବାର ଠାରୁ ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନଗୁଡ଼ିକରେ ସେମିଷ୍ଟାର ପରୀକ୍ଷା ଆରମ୍ଭ ହେବାକୁ ଯାଉଥିବା ବେଳେ ଅଫ୍‌-ଲାଇନରେ ହେବାକୁ ଥିବା ଏହି ପରୀକ୍ଷାକୁ ବିରୋଧ କରି ରାଜ୍ୟର ବିଭିନ୍ନ ଇଞ୍ଜିନିୟରିଂ ସ୍କୁଲ୍‌ ଓ କଲେଜରେ ଛାତ୍ର ଅଶାନ୍ତି ଦେଖା ଦେଇଛି । ପ୍ରାୟ ସବୁ ଶିକ୍ଷାନୁଷ୍ଠାନରେ କୋଭିଡ ସଂକ୍ରମଣ ବ୍ୟାପିବା ଆଶଙ୍କା କରି ଅଫ୍‌-ଲାଇନ୍ ପରିବର୍ତ୍ତେ ଅନ୍‌-ଲାଇନ୍‌ରେ ପରୀକ୍ଷା କରାଇବା ପାଇଁ ଦାବି ହୋଇଥିଲା । ହେଲେ ତାହା ନ ହେବାରୁ କଟକ ସ୍ଥିତ ଭୁବନାନନ୍ଦ ଇଞ୍ଜିନୟିରିଂ ସ୍କୁଲ୍‌ ବା ‘ବୋସ୍’ରେ (BOSE) ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଛି ।

ବୋସ୍‌ କତ୍ତୃପକ୍ଷ ପୂର୍ବ-ନିର୍ଦ୍ଦାରିତ ପରୀକ୍ଷା ସୂଚୀ ଅନୁସାରେ ଅଫ୍‌-ଲାଇନ୍‌ରେ ପରୀକ୍ଷା ହେବ ବୋଲି ମଙ୍ଗଳବାର ସନ୍ଧ୍ୟାରେ ସ୍ପଷ୍ଟ କରିବା ପରେ କ୍ୟାମ୍ପସରେ ସ୍ଥିତି ବିଗିଡ଼ିଛି । କତ୍ତୃପକ୍ଷ ଏହି ନିର୍ଦ୍ଦେଶ ପ୍ରତ୍ୟାହାର ନ କରିବା ପର୍ଯ୍ୟନ୍ତ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ କରିବେ ବୋଲି ଚେତାଇ ସ୍କୁଲ୍‌ ଆଗରେ ଧାରଣାରେ ବସିଛନ୍ତି ଛାତ୍ରଛାତ୍ରୀମାନେ । ପରିସ୍ଥିତି ବିଗିଡ଼ିବା ଆଶଙ୍କା କରି ସେଠାରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି ।

ଏହା ବି ପଢ଼ନ୍ତୁ | ଫିଲ୍ମ ‘ସ୍ଲମ୍‌ଡଗ୍ ମିଲିଅନେୟାର୍'ଏହି ଅଭିନେତାଙ୍କୁ ଯୌନ ଆକ୍ରମଣ ମାମଲାରେ ଜାମିନ ମିଳିଲା

‘‘ଆମର ଗୋଟିଏ ହଷ୍ଟେଲରେ ତିନି ଜଣ କୋଭିଡ ପଜିଟିଭ ବାହାରିବା ପରେ କେବଳ ତିନିଟି ହଷ୍ଟେଲର ଛାତ୍ରମାନଙ୍କର କୋଭିଡ ପରୀକ୍ଷା କରାଯାଇଛି । ବାକି ଅନ୍ୟ ହଷ୍ଟେଲର ରହୁଥିବା ଛାତ୍ରଛାତ୍ରୀ କିମ୍ବା ଅଧ୍ୟାପକ ଅଧ୍ୟାପିକାମାନଙ୍କର କୋଭିଡ ପରୀକ୍ଷା ହୋଇନାହିଁ । ଆମର ଆଶଙ୍କା ରହିଛି ଯେ ପଜିଟିଭ ଥିବା ତିନି ଜଣ ଛାତ୍ର ବହୁତ ପିଲାଙ୍କ ସହ ମିଶିଥିବାରୁ ସଂକ୍ରମଣ ପୂରା କ୍ୟାମ୍ପସରେ ବ୍ୟାପିଛି । ସେଥି ପାଇଁ ପରୀକ୍ଷାକୁ ଅଫ୍-ଲାଇନ୍ କରିବା ବଦଳରେ ଅନଲାଇନ୍ କରାଇବା ପାଇଁ ଆମେ ଦାବି କରୁଛୁ । ବୁଧବାର ଦିନ କୌଣସି ଛାତ୍ର ବା ଛାତ୍ରୀ ପରୀକ୍ଷା ଦେବାକୁ ଯିବେ ନାହିଁ,’’ କହିଛନ୍ତି ଆନ୍ଦୋଳନରତ ଛାତ୍ର ଜ୍ୟୋତିପ୍ରକାଶ ରାୟ ।

ବୋସରେ ପ୍ରାୟ ୧,୫୦୦ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି ।


ବୋସରେ ପ୍ରାୟ ୧,୫୦୦ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ପ୍ରଥମରୁ ତୃତୀୟ ବର୍ଷ ଛାତ୍ରଛାତ୍ରୀଙ୍କ ସେମିଷ୍ଟର୍ ପରୀକ୍ଷା ବୁଧବାର ଠାରୁ ହେବାକୁ ଅଛି । କିନ୍ତୁ ଅଫ୍-ଲାଇନ୍ ପରିବର୍ତ୍ତେ ଅନଲାଇନ୍‌ରେ ପରୀକ୍ଷା କରାଇବା ଦାବି ନେଇ ମଙ୍ଗଳବାର ସକାଳୁ ଛାତ୍ରଛାତ୍ରୀମାନେ ସ୍କୁଲର ମୁଖ୍ୟ ଫାଟକ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଟାୟାର୍ ଜାଳି ପ୍ରତିବାଦ କରିଥିଲେ । ଏହି ଆନ୍ଦୋଳନରେ ଶହ ଶହ ସଂଖ୍ୟାରେ ଛାତ୍ରଛାତ୍ରୀ ସାମିଲ ଥିଲେ ।

ଏହା ବି ପଢ଼ନ୍ତୁ | ନନ୍ଦିଗ୍ରାମରେ ଜିତିବା ପାଇଁ BJP ନେତାଙ୍କ ସାହାଯ୍ୟ ଲୋଡ଼ିଥିଲେ ମମତା? BJP କଲ୍ ରେକର୍ଡ଼ିଂ ଶୁଣାଇଲା

ସ୍ଥିତି ଗୁରୁତର ହେଉଥିବା ଦେଖି କରି ମଙ୍ଗଳବାର ମଧ୍ୟାନ୍ନରେ ରାଜ୍ୟ ସରକାରଙ୍କୁ ପତ୍ର ଲେଖି ଘଟଣା ବାବଦରେ ଅବଗତ କରାଇଥିଲେ ସ୍କୁଲ୍‌ କତ୍ତୃପକ୍ଷ । କିନ୍ତୁ ସନ୍ଧ୍ୟାରେ ପୂର୍ବ-ନିର୍ଦ୍ଧାରିତ ସୂଚୀ ଅନୁସାରେ ପରୀକ୍ଷା ହେବ ବୋଲି ସରକାରୀ ନିର୍ଦ୍ଦେଶନାମା ଆସିଥିଲା ।

ଏହା ବି ପଢ଼ନ୍ତୁ | IND vs ENG: ଆମ ବୋଲର୍‌ମାନେ ପାୱାର୍ ପ୍ଲେ’ରେ ୱିକେଟ୍ ନେଇପାରିଲେନି… ପରାଜୟର ୫ଟି କାରଣ

‘‘ତିନି ଜଣ ଛାତ୍ର କୋଭିଡ ପଜିଟିଭ୍‌ ଭାବେ ଚିହ୍ନଟ ହେବା ପରେ ସେମାନଙ୍କୁ ଏସ୍‌.ସି.ବି. ହସପିଟାଲର ଆଇସୋଲେସନ୍ ୱାର୍ଡ଼ରେ ଭର୍ତ୍ତି କରାଯାଇଛି । ବାକି କ୍ୟାମ୍ପସରେ କୌଣସି ନୂଆ କୋଭିଡ ରୋଗୀ ଚିହ୍ନଟ ହୋଇନାହାଁନ୍ତି । କିନ୍ତୁ ପିଲାମାନଙ୍କର ଏହି ବିରୋଧ ପରେ ଆମେ ରାଜ୍ୟ ସରକାରଙ୍କୁ ଏ ବାବଦରେ ଅବଗତ କରାଇଥିଲୁ । ସରକାର ସ୍ପଷ୍ଟ ଭାବେ କହିଛନ୍ତି ଯେ କ୍ୟାମ୍ପସରେ ପରୀକ୍ଷା ଅଫ୍‌-ଲାଇନରେ ହିଁ ହେବ,’’ କହିଛନ୍ତି ବୋସର ଅଧ୍ୟକ୍ଷ ଜ୍ଞାନରଞ୍ଜନ ରାୟ ।



ମଙ୍ଗଳବାର ରାତି ସୁଦ୍ଧା ସି.ଏମ୍‌.ସି.ରୁ ମିଳିଥିବା ସୂଚନା ମୁତାବକ ସହରରେ ନୂଆ କରି ୧୩ ଜଣ କୋଭିଡ ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । କିନ୍ତୁ ବୋସରୁ ସଂଗୃହିତ ସବୁ ସାମ୍ପଲର ରିପୋର୍ଟ ନେଗେଟିଭ୍‌ ଆସିଛି ।
Published by: Anand ST Das
First published: March 30, 2021, 10:23 PM IST