ରାଜ୍ୟମାନେ ମନ ଇଚ୍ଛା ଲକଡାଉନ୍ କଟକଣା କୋହଳ କରିପାରିବେନି; କେନ୍ଦ୍ର ତାଗିଦ୍ କଲା

ବିପତ୍ତି ପରିଚାଳନା ଆଇନ ଅନୁଯାୟୀ କେବଳ କେନ୍ଦ୍ରୀୟ ଗାଇଡ୍‌ଲାଇନ ଅନୁସାରେ କୌଣସି ରାଜ୍ୟରେ କଟକଣା କୋହଳ କରାଯାଇପାରିବ ବୋଲି ଏକ ଚିଠିରେ ସ୍ପଷ୍ଟ କରିଛି ଗୃହ ମନ୍ତ୍ରାଳୟ ।

ରାଜ୍ୟମାନେ ମନ ଇଚ୍ଛା ଲକଡାଉନ୍ କଟକଣା କୋହଳ କରିପାରିବେନି; କେନ୍ଦ୍ର ତାଗିଦ୍ କଲା
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: April 20, 2020, 2:50 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଦେଶରେ କରୋନା ଭାଇରସ୍‌ ସଂକ୍ରମଣର ସ୍ଥିତି ଏ ପର୍ଯ୍ୟନ୍ତ ନିୟନ୍ତ୍ରଣକୁ ଆସି ନ ଥିବାରୁ କେତେକ ରାଜ୍ୟରେ ଲକଡାଉନ୍‌ କଟକଣା ସବୁକୁ କୋହଳ କରାଯିବାର ପ୍ରକ୍ରିୟା ଆରମ୍ଭ ହୋଉଥିବାରୁ ତାକୁ ନେଇ ରାଜ୍ୟଗୁଡ଼ିକୁ ତାଗିଦ କରିଛନ୍ତି କେନ୍ଦ୍ର ସରକାର । ରାଜ୍ୟମାନେ ମନ ଇଚ୍ଛା ଲକଡାଉନ୍‌ କଟକଣା କୋହଳ କରିପାରିବେ ନାହିଁ ବୋଲି କେନ୍ଦ୍ର ସରକାର କହିଛନ୍ତି ।

କେନ୍ଦ୍ର ଗୃହମନ୍ତ୍ରାଳୟ ଏ ନେଇ ସମସ୍ତ ରାଜ୍ୟ ସରକାର ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଲେଖିଛନ୍ତି । ଏହି ଚିଠିରେ କୁହାଯାଇଛି ଯେ କେତେକ ରାଜ୍ୟ ନିଜ ମନ ଇଚ୍ଛା କଟକଣା କୋହଳ କରୁଥିବା ଦେଖାଯାଉଛି । ବିଭିନ୍ନ ରାଜ୍ୟ ନିଜ ସୁବିଧା ଅନୁଯାୟୀ କାର୍ଯ୍ୟକ୍ଷେତ୍ରରେ ସୁବିଧା ସୁଯୋଗ ପ୍ରଦାନ କରୁଛନ୍ତି, ଯାହା ଆଦୌ ଗ୍ରହଣୀୟ ନୁହେଁ ।

ବିପତ୍ତି ପରିଚାଳନା ଆଇନ ଅନୁଯାୟୀ କେବଳ କେନ୍ଦ୍ରୀୟ ଗାଇଡ୍‌ଲାଇନ ଅନୁସାରେ କଟକଣା କୋହଳ କରାଯାଇପାରିବ ବୋଲି ଏହି ଚିଠିରେ ସ୍ପଷ୍ଟ କରାଯାଇଛି । ଗାଇଡ୍‌ଲାଇନ ଠାରୁ ଅଧିକ କୋହଳତା ଗ୍ରହଣୀୟ ନୁହେଁ ବୋଲି ଏଥିରେ ସ୍ପଷ୍ଟ କୁହାଯାଇଛି । ଏ ସମ୍ପର୍କରେ ସୁପ୍ରିମ କୋର୍ଟଙ୍କ ଏକ ଟିପ୍ପଣୀକୁ ନିର୍ଦ୍ଦେଶ ଆକାରରେ ଗ୍ରହଣ କରିବାକୁ କେନ୍ଦ୍ର ସରକାର କହିଛନ୍ତି ।

କେରଳ ମୁଖ୍ୟ ମନ୍ତ୍ରୀ ପିନରାୟୀ ବିଜୟନ


କେରଳ ସରକାର ଲକ୍‌ଡାଉନ ଗାଇଡ୍‌ଲାଇନ ଉଲ୍ଲଙ୍ଘନ କରୁଥିବା ବିଷୟରେ ସେ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ଗୃହ ସଚିବ । କେରଳ ସରକାର କେତେକ ସ୍ଥାନରେ ସେଲୁନ ଓ ବହି ଦୋକାନ ଖୋଲିବାକୁ ଅନୁମତି ଦେଇଥିଲେ । ଏପରିକି କେତେକ ସ୍ଥାନରେ ସର୍ବସାଧାରଣ ଯାନବାହନ ଯାତାୟାତ ଲାଗି ମଧ୍ୟ ଅନୁମତି ଦେଇଥିବା ଅଭିଯୋଗ ହୋଇଥିଲା । ଏସବୁ କୋହଳତା ଆଗାମୀ ନିର୍ଦ୍ଦେଶ ମୁତାବକ ବନ୍ଦ ରଖିବାକୁ କହିଛନ୍ତି କେନ୍ଦ୍ର ଗୃହ ସଚିବ ।
First published: April 20, 2020, 2:50 PM IST
corona virus btn
corona virus btn
Loading