ଲକଡାଉନରେ ଦୋହଲି ଯାଇଥିବା ବ୍ୟବସାୟକୁ ଠିଆ କରିବାରେ ସହାୟତା କରିବ ବ୍ୟବସାୟୀ ମହାସଙ୍ଘ

କୋଭିଡ୍ ଲକଡାଉନ୍ କାରଣରୁ ଓଡ଼ିଶାରେ ବ୍ୟବସାୟୀଙ୍କ ପରିବାର ଓ ତାଙ୍କ ଉପରେ ନିର୍ଭର କରୁଥିବା ପ୍ରାୟ ୧ କୋଟିରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି ବୋଲି କହିଛନ୍ତି ରାଜ୍ୟ ବ୍ୟବସାୟୀ ମହାସଙ୍ଘର ସଭାପତି ସୁଧାକର ପଣ୍ଡା ।

ଲକଡାଉନରେ ଦୋହଲି ଯାଇଥିବା ବ୍ୟବସାୟକୁ ଠିଆ କରିବାରେ ସହାୟତା କରିବ ବ୍ୟବସାୟୀ ମହାସଙ୍ଘ
ରାଜ୍ୟ ବ୍ୟବସାୟୀ ମହାସଙ୍ଘର ସଭାପତି ସୁଧାକର ପଣ୍ଡା
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: କୋଭିଡ୍‌-ଜନିତ ଲକଡାଉନ୍‌ ଯୋଗୁଁ ଯେଉଁ ବ୍ୟବସାୟୀମାନଙ୍କ ବ୍ୟବସାୟ ପ୍ରଭାବିତ ହୋଇଛି ବା ଯେଉଁ ଛୋଟ ଛୋଟ ବ୍ୟବସାୟୀମାନଙ୍କ ଆର୍ଥିକ ସ୍ଥିତି ଦୋହଲିଯାଇଛି ସେମାନଙ୍କ ପାଇଁ ସହାୟତାର ହାତ ବଢ଼ାଇବ ରାଜ୍ୟ ବ୍ୟବସାୟୀ ମହାସଙ୍ଘ । ଏମିତି ବ୍ୟବସାୟୀମାନଙ୍କ ଦ୍ୱାରା ଉତ୍ପାଦିତ ସାମଗ୍ରୀ ପାଇଁ ବଜାର ସୁଯୋଗ ସୃଷ୍ଟି କରିବାକୁ ଇ-ମାର୍କେଟିଂ ବ୍ୟବସ୍ଥା ସହିତ ଋଣ ବ୍ୟବସ୍ଥା ଓ ନିୟମିତ ବଜାର ବ୍ୟବସ୍ଥା କରାଇବ ମହାସଙ୍ଘ।

‘‘କୋଭିଡ୍‌ ଓ ଲକଡାଉନ୍‌ ଯୋଗୁଁ ଗଭୀର ଭାବେ ପ୍ରଭାବିତ ହୋଇଛି ଅନେକ ଲୋକଙ୍କ ଜୀବନ ଓ ଜୀବିକା। ଲମ୍ବା ସମୟ ଧରି ଲକଡାଉନ୍‌ ଓ ସଟଡାଉନ୍‌ କାରଣରୁ ଛୋଟ ବଡ଼ ବ୍ୟବସାୟୀମାଙ୍କର ବ୍ୟବସାୟ ଅଧିକ ପ୍ରଭାବିତ ହୋଇଛି। ଏହାକୁ ଦୃଷ୍ଟିରେ ରଖି ସେମାନଙ୍କ ପାଇଁ ସହାୟତାର ହାତ ବଢ଼ାଇବାକୁ ଆମେ ଯୋଜନା କରିଛୁ । ସେମାନଙ୍କ ଆର୍ଥିକ କ୍ଷମତା ବୃଦ୍ଧି କରିବାକୁ ସେମାନଙ୍କ ଉତ୍ପାଦିତ ସାମଗ୍ରୀ ପାଇଁ ବଜାର ସୁଯୋଗ ସୃଷ୍ଟି କରାଯିବାର ଲକ୍ଷ ରଖିଛି,’’ କହିଛନ୍ତି ରାଜ୍ୟ ବ୍ୟବସାୟୀ ମହାସଙ୍ଘର ମହାସଚିବ ସୁଧାକର ପଣ୍ଡା ।

ଏହା ବି ପଢ଼ନ୍ତୁ | ଡ୍ରାଇଭିଂ ଲାଇସେନ୍ସ ଏକ୍ସପାୟାର୍ ହୋଇଯାଇଥିଲେ ବି ପୋଲିସ ଆପଣଙ୍କ ଚାଲାଣ କାଟିପାରିବ ନାହିଁ

ସେ ଆହୁରି କହିଛନ୍ତି ଯେ କୋଭିଡ ମହାମାରୀ ସମୟରେ ଅଭାବୀ ଲୋକମାନଙ୍କୁ କେତେକ ଲୋକ ବିଭିନ୍ନ ଭାବେ ସହାୟତା କରୁଥିଲେ ବି ବ୍ୟବସାୟୀମାନଙ୍କ ପାଇଁ ରୋଜଗାର ସୁଯୋଗ ସୃଷ୍ଟି କରିବା ଦିଗରେ ପ୍ରାୟ କୌଣସି କାର୍ଯ୍ୟ ଏ ପର୍ଯ୍ୟନ୍ତ ହୋଇନାହିଁ । ଏଥି ପାଇଁ ମହାସଙ୍ଘ କୋଭିଡ ସଂକ୍ରମଣ ପରେ ଏକ ଅଭିନବ ଉଦ୍ୟମ ଆରମ୍ଭ କରି ରାଜ୍ୟର ଛୋଟ ଛୋଟ ବ୍ୟବସାୟୀଙ୍କୁ ଉଭୟ ଆର୍ଥିକ ସହାୟତା ଓ ବଜାର ସୁଯୋଗ ଦେବ ବୋଲି ସେ କହିଛନ୍ତି ।

ଏହା ବି ପଢ଼ନ୍ତୁ | ମଶାଣିରେ ବଳାତ୍କାର: ଦୁଇ ଭଉଣୀଙ୍କ ସହ ମଶାଣି ଭିତରେ ଦୁଷ୍କର୍ମ କରି ସେନାର ୨ ଯବାନ ଗିରଫ ହେଲେ

‘‘ରାଜ୍ୟରେ ଏବେ ଛୋଟ ବଡ଼ ପ୍ରାୟ ୨୦ ଲକ୍ଷ ଉଭୟ ପଞ୍ଜୀକୃତ ଓ ଅଣ-ପଞ୍ଜୀକୃତ ବ୍ୟବସାୟୀ ଅଛନ୍ତି । ସେମାନଙ୍କ ଭିତରେ ୧୬ ଲକ୍ଷ ଛୋଟ ବ୍ୟବସାୟୀ ଅଛନ୍ତି ଯେଉଁମାନେ ପଞ୍ଜୀକୃତ ନୁହଁନ୍ତି । ବାକି ୪ ଲକ୍ଷ ବ୍ୟବସାୟୀଙ୍କ ଭିତରୁ ଏକ ଲକ୍ଷ ୨୪ ହଜାର ପଞ୍ଜୀକୃତ । ମୋ’ଟ ଉପରେ କୋଭିଡ୍‌ ଲକଡାଉନ୍‌ କାରଣରୁ ବ୍ୟବସାୟୀଙ୍କ ପରିବାର ଓ ତାଙ୍କ ଉପରେ ନିର୍ଭର କରୁଥିବା ପ୍ରାୟ ୧ କୋଟିରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ବ୍ୟବସାୟୀମାନଙ୍କ ପାଇଁ ଇ-ବଜାର ସୁଯୋଗ ସୃଷ୍ଟି କରିବା ସହିତ ବ୍ୟାଙ୍କ୍‌ ସହାୟତା ଓ ଅନ୍ୟାନ୍ୟ ସୁଯୋଗ ମଧ୍ୟ ଆଣିଦେବ ମହାସଙ୍ଘ,’’ କହିଛନ୍ତି ପଣ୍ଡା ।

ଏହା ବି ପଢ଼ନ୍ତୁ | Gold Price: ସୁନାର ଦାମ୍ ୨୫୦ ଟଙ୍କା ବଢ଼ିଲା; ତଥାପି ସର୍ବୋଚ୍ଚ ସ୍ତର ଠାରୁ ୧୦,୭୩୧ ଟଙ୍କା କମ୍ ଅଛି



ଏହି ଅଭିଯାନରେ ରାଜ୍ୟ ବ୍ୟବସାୟୀ ମହାସଙ୍ଘ ସହିତ ଅନୁବନ୍ଧିତ ପ୍ରାୟ ୧୮୪ଟି ବ୍ୟାବସାୟିକ ସଙ୍ଗଠନ ମଧ୍ୟ ସହଯୋଗର ହାତ ବଢ଼ାଇବେ । ନିଜସ୍ଵ ଅର୍ଥରେ ଏହାକୁ ପରିଚାଳନା କରିବ ରାଜ୍ୟ ବ୍ୟବସାୟୀ ମହାସଙ୍ଘ । ଏଥି ପାଇଁ ଅନ୍ୟ କାହାର ସହଯୋଗ ଲୋଡ଼ାଯିବ ନାହିଁ ବୋଲି କହିଛନ୍ତି ପଣ୍ଡା । ରାଜ୍ୟ ବ୍ୟବସାୟୀ ମହାସଙ୍ଘର ଏହି ଉଦ୍ୟମକୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି ।
Published by: Anand ST Das
First published: June 23, 2021, 12:00 AM IST