ହୋମ୍ » ଓଡ଼ିଶା ନ୍ୟୁଜ୍ » କରୋନା ଭାଇରସ»କରୋନା କଟକଣା ଯୋଗୁଁ ଶ୍ରୀମନ୍ଦିରର ମହାପ୍ରସାଦ ବିକ୍ରି ପ୍ରଭାବିତ; ଚିନ୍ତାରେ ସୁଆର ମହାସୁଆର ନିଯୋଗ

କରୋନା କଟକଣା ଯୋଗୁଁ ଶ୍ରୀମନ୍ଦିରର ମହାପ୍ରସାଦ ବିକ୍ରି ପ୍ରଭାବିତ; ଚିନ୍ତାରେ ସୁଆର ମହାସୁଆର ନିଯୋଗ

ବଳକା ରହିଯାଉଥିବା ମହାପ୍ରସାଦକୁ ପୋତାଯାଉଛି ଓ ବସ୍ତି ଅଞ୍ଚଳରେ ବଣ୍ଟାଯାଉଛି । କରୋନା ସଟଡାଉନ୍ ଓ ଲକଡାଉନ୍ କଟକଣା ଭିତରେ ହୋଟେଲ୍ ଓ ରେସ୍ତୋରାଁରୁ ପାର୍ସଲ ବ୍ୟବସ୍ଥା ପରି ଭକ୍ତମାନଙ୍କୁ ଶ୍ରୀମନ୍ଦିରର ମହାପ୍ରସାଦ ପାଇବା ସୁଯୋଗ ମିଳୁ ବୋଲି ଦାବି ହେଉଛି ।

କରୋନା କଟକଣା ଯୋଗୁଁ ଶ୍ରୀମନ୍ଦିରର ମହାପ୍ରସାଦ ବିକ୍ରି ପ୍ରଭାବିତ; ଚିନ୍ତାରେ ସୁଆର ମହାସୁଆର ନିଯୋଗ
ପୁରୀ ଶ୍ରୀମନ୍ଦିର; (ଡାହାଣ) ମହାପ୍ରସାଦ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: କରୋନା ସଂକ୍ରମଣର ଦ୍ୱିତୀୟ ଲହରରେ ରାଜ୍ୟରେ ସପ୍ତାହାନ୍ତ ସଟଡାଉନ୍‌ ଲାଗିଥିବାରୁ ଶ୍ରୀମନ୍ଦିରରେ ମହାପ୍ରସାଦ ରନ୍ଧନ ଓ ବିକ୍ରି ଉପରେ ବଡ଼ ପ୍ରଭାବ ପଡ଼ିଛି । ବୁଧବାରଠାରୁ ଆରମ୍ଭ ହେଉଥବା ୧୪-ଦିନିଆ ଲକଡାଉନ୍‌ ଏହି ସମସ୍ୟାକୁ ଆହୁରି ତୀବ୍ର କରିବ ।

ଗତ ଦୁଇ ଦିନର ସଟଡାଉନ ଯୋଗୁଁ ଶନିବାର ଦିନ ଶ୍ରୀମନ୍ଦିରରେ ବଳକା ରହିଯାଇଥିବା ମହାପ୍ରସାଦକୁ ପୋତାଯାଇଥିବା ବେଳେ ରବିବାର ଦିନ ଏହାକୁ ବସ୍ତି ଅଞ୍ଚଳରେ ବଣ୍ଟା ଯାଇଥିଲା । ଭକ୍ତଙ୍କ ଆଗମନ ଅତି ମାତ୍ରାରେ କମିଯାଇଥିବା ସ୍ଥିତିରେ ମହାପ୍ରସାଦ ଲଗାତର ବଳକା ରହୁଥିବାରୁ କେବଳ କୋଠ ଭୋଗ ଓ ବରାଦି ଭୋଗ ଛଡ଼ା ଅଧିକ ମହାପ୍ରସାଦ ରନ୍ଧନ ବନ୍ଦ୍‌ ରଖିବା ନେଇ ଚିନ୍ତା କଲାଣି ସୁଆରମହାସୁଆର ନିଯୋଗ।

ଏହା ବି ପଢ଼ନ୍ତୁ | Bengal Polls: ରାହୁଳ ଗାନ୍ଧି ଯେଉଁ ଯେଉଁ ଆସନ ପାଇଁ ପ୍ରଚାର କରିଥିଲେ ସେଠି କଂଗ୍ରେସ ଜମାନତ ହରାଇଛି

କରୋନା ସଟଡାଉନ୍‌ ଓ ଲକଡାଉନ୍‌ କଟକଣା ଭିତରେ ଯଦି ହୋଟେଲ୍‌ ଓ ରେସ୍ତୋରାଁରୁ ପାର୍ସଲ ବ୍ୟବସ୍ଥାରେ ଖାଦ୍ୟ ପଦାର୍ଥ ପଠାଯାଇପାରୁଛି ତାହେଲେ ଭକ୍ତମାନଙ୍କୁ ଶ୍ରୀମନ୍ଦିରର ମହାପ୍ରସାଦ ପାଇବାରୁ କାହିଁକି ବଞ୍ଚିତ କରାଯାଉଛି ବୋଲି ପ୍ରଶ୍ନ କରିଛନ୍ତି ଅନେକ ଭକ୍ତ ଓ ସେବାୟତମାନେ ।

ଏହା ବି ପଢ଼ନ୍ତୁ | Bengal Polls 2021: ଖେଲା ହୋବେ! ବିଜୟ ଖୁସିରେ ବେଙ୍ଗଲରେ ୫୦,୦୦୦ ଫୁଟବଲ୍ ବାଣ୍ଟିବେ ମମତା ବାନାର୍ଜୀ

ଦୈନିକ ଶ୍ରୀମନ୍ଦିରରେ ପାଖାପାଖି ୪୦,୦୦୦ ଭକ୍ତଙ୍କ ଖାଇବା ପାଇଁ ମହାପ୍ରସାଦ ବ୍ୟବସ୍ଥା କରାଯାଉଥିବା ବେଳେ ଏବେ ଦିନକୁ ମହାପ୍ରସାଦ ଲୋଡୁଥିବା ଭକ୍ତଙ୍କ ସଂଖ୍ୟା ମାତ୍ର ୨୦୦ରୁ ୩୦୦ ମଧ୍ୟରେ ସୀମିତ ରହୁଛି । କେବଳ ଯାହା ସକାଳ ଭୋଗରେ ରନ୍ଧା ଯାଉଛି ବିକ୍ରି ପାଇଁ ମହାପ୍ରସାଦ । ନହେଲେ ଶ୍ରୀମନ୍ଦିରରେ ଦୈନିକ କୋଠ ଭୋଗ ଓ ବରାଦି ଭୋଗ ରାନ୍ଧିବାକୁ ବାଧ୍ୟ ହେଉଛନ୍ତି ସୁପକାରମାନେ । ଗତ ବର୍ଷ ନଅ ମାସ ଶ୍ରୀମନ୍ଦିରକୁ ଭକ୍ତଙ୍କ ଆଗମନ ବନ୍ଦ ରହିଥିବା ଯୋଗୁଁ ଅନେକ ସୁପକାର ଭାଇମାନେ ଆର୍ଥିକ ଅନଟନ ଦେଇ ଗତିକରିଥିଲ ।

ଏହା ବି ପଢ଼ନ୍ତୁ | କର୍ଫ୍ୟୁ ବେଳେ ଗର୍ଲଫ୍ରେଣ୍ଡକୁ ଭେଟିବାକୁ ମୁମ୍ବାଇ ପୋଲିସକୁ ଅନୁରୋଧ କଲା ଯୁବକ; ମିଳିଲା ଏହି ଜବାବ

‘‘ଚଳିତ ବର୍ଷ କରୋନା ମହାମାରୀର ଦ୍ୱୀତିୟ ଲହର ଏବେଠାରୁ ଚିନ୍ତା ବଢ଼ାଇଛି । ଗୋଟେ ପଟେ ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ମେ ୧୫ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବାର ଅଛି । ପୁଣି ଶନିବାର ଓ ରବିବାର ସଟଡାଉନ୍‌ ରହୁଛି । ମେ ୫ ତାରିଖରୁ ଦୁଇ ସପ୍ତାହ ଲକଡାଉନ୍‌ ହେବ । ମହାପ୍ରସାଦ ରାନ୍ଧିବା ପାଇଁ କାଠ, କୁଡୁଆ ଓ ଚାଉଳ ଆଦି ସାମଗ୍ରୀର ବ୍ୟବହାର ହେଉଛି । ଦରଦାମ୍‌ ଅଧିକ ରହୁଥିବାରୁ ଯେତିକି ଖର୍ଚ୍ଚ ହେଉଛି ସେହି ଅନୁପାତରେ ବିକ୍ରି ନ ହେବାରୁ ଲଗାତର ଆମର କ୍ଷତି ହେଉଛି । ତେଣୁ ଆଉ ଅଧିକ ନ ରାନ୍ଧିବା ପାଇଁ ନିଷ୍ପତ୍ତି ନେଇଛୁ । କେବଳ କୋଠ ଭୋଗ ଓ ବରାଦି ଭୋଗ ଛଡ଼ା ଆଉ କିଛି ରନ୍ଧା ହେବ ନାହିଁ,’’ କହିଛନ୍ତି ସୁଆର ମହାସୁଆର ନିଯୋଗର ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରତିହାରୀ ।

ଏହା ବି ପଢ଼ନ୍ତୁ | Reliance Oxygen ଯୋଗାଣକୁ ସୁପ୍ରିମ୍ କୋର୍ଟରେ ସ୍ୱାଗତ କରାଗଲା; ମୁକେଶ ତଦାରଖ କରୁଛନ୍ତି

ମେ ୫ ତାରିଖରୁ ଲକଡାଉନ୍‌ ଦୁଇ ସପ୍ତାହ ପାଇଁ ଲାଗୁ ହେବାକୁ ଥିବାରୁ କେମିତି ମହାପ୍ରସାଦ ବିକ୍ରି ହେବ ଓ କେମିତି ସୁଆର ଭାଇମାନଙ୍କ ଆୟ ସ୍ୱାଭାବିକ ରହିବ ତାକୁ ନେଇ ଚିନ୍ତା ସୃଷ୍ଟି ହୋଇଛି । ସେଇଥି ପାଇଁ ଲକଡାଉନରେ ବିଭିନ୍ନ ପ୍ରକାର କାର୍ୟ୍ୟ ପାଇଁ କୋହଳତା ରହିଥିବାରୁ ମହାପ୍ରସାଦ ନେବା ପାଇଁ କୋଭିଡ୍ କଟକଣା ଭିତରେ ଭକ୍ତମାନଙ୍କୁ ସୁଯୋଗ ଦିଆଯାଉ ବୋଲି ଅନୁରୋଧ କରିଛି ସୁଆର ମହାସୁଆର ନିଯୋଗ ।

ଏହା ବି ପଢ଼ନ୍ତୁ | ତାମିଲ ନାଡ଼ୁରେ ଥିବା ମନ୍ଦିରଗୁଡ଼ିକର ବାହ୍ୟ ଅଡ଼ିଟ୍ ଦାବି କରି ମାଡ୍ରାସ୍ HCରେ PIL କଲେ ସଦଗୁରୁ

‘‘ଆସନ୍ତା ୬ ତାରିଖରେ ହେବାକୁ ଥିବା ଛତିସା ନିଯୋଗର ବୈଠକରେ ପବିତ୍ର ଅକ୍ଷୟ ତୃତୀୟା, ଚନ୍ଦନ ଯାତ୍ରା ଓ ରଥ ନିର୍ମାଣ ଅନୁକୂଳ ଆଦି ବିଷୟ ସହ ମହାପ୍ରସାଦ ପ୍ରସଙ୍ଗ ଉପସ୍ଥାପନ କରିବ ସୁଆର ମହାସୁଆର ନିଯୋଗ । କିଭଳି ଲକଡାଉନ୍‌ ବେଳେ ମହାପ୍ରସାଦ ବିକ୍ରି ଉପରେ କୋହଳତା ଦିଆଯିବ ସେଥି ପାଇଁ ମୁଖ୍ୟ ପ୍ରଶାସକ କ୍ରୀଶନ୍‌ କୁମାରଙ୍କ ଜରିଆରେ ରାଜ୍ୟ ସରକାରଙ୍କୁ ଦାବି ପତ୍ର ଦେବ ନିଯୋଗ,’’ କହିଛନ୍ତି ସୁଆର ମହାସୁଆର ନିଯୋଗର ସଭାପତି ନାରାୟଣ ମହାପାତ୍ର ।

ଏହା ବି ପଢ଼ନ୍ତୁ | ସୋସିଆଲ୍ ମିଡ଼ିଆରେ Oxygen ବେଡ୍ ବିଷୟରେ ଲେଖିଲେ କାର୍ଯ୍ୟାନୁଷ୍ଠାନ ହୋଇପାରିବ ନାହିଁ, କହିଲେ ସୁପ୍ରିମ୍କୋର୍ଟ୍

ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି ଯେ ରାଜ୍ୟ ସରକାରଙ୍କ ନିୟମ ଅନୁସାରେ ଲକଡାଉନ ସମୟରେ କୋଭିଡ୍ କଟକଣା ଅନୁପାଳନ ସହ ଶ୍ରୀମନ୍ଦିରରେ ସେବାପୂଜା ଓ ନୀତିକାନ୍ତି ଶୃଙ୍ଖଳିତ ଭାବେ କରାଯିବ ।



‘‘ମହାପ୍ରସାଦକୁ ନେଇ ଶୀଘ୍ର ଆଲୋଚନା କରାଯିବ । କୋଭିଡକୁ ନେଇ ଶ୍ରୀମନ୍ଦିରରେ ଏସ୍‌.ଓ.ପି.ରେ ପରିବର୍ତ୍ତନ କରାଯାଇଥିବା ବେଳେ ମେ ୧୫ ପର୍ଯ୍ୟନ୍ତ ଭକ୍ତଙ୍କ ପ୍ରବେଶ ବନ୍ଦ ରହିଛି । ଏହାକୁ ପୁଣି ବୃଦ୍ଧି କରାଯିବ କି ନାହିଁ ସେ ନେଇ ସେବାୟତ ପ୍ରତିନିଧିଙ୍କ ସହ ଆଲୋଚନା କରାଯିବ । ସବୁଠୁ ଗୁରୁତ୍ୱପୁର୍ଣ୍ଣ କଥା ହେଉଛି ଯେ ମେ ୧୫ରେ ଅକ୍ଷୟ ତୃତୀୟା ଓ ଚନ୍ଦନ ଯାତ୍ରା ସହିତ ରଥ ନିର୍ମାଣ ଅନୁକୂଳ ନୀତି ଥିବାରୁ ସେ ସବୁକୁ କିଭଳି କଟକଣା ଭିତରେ କରାଯିବ ଓ ଅନ୍ୟାନ୍ୟ ପ୍ରସଙ୍ଗକୁ ନେଇ ଛତିସା ନିଯୋଗ ବୈଠକରେ ଆଲୋଚନା କରାଯିବ,’’ କହିଛନ୍ତି ବର୍ମା ।
Published by: Anand ST Das
First published: May 3, 2021, 11:34 PM IST