ଆଜି ରାତିରେ ଦାଦନ ଶ୍ରମିକଙ୍କୁ ନେଇ କେରଳରୁ ଓଡ଼ିଶା ଅଭିମୁଖେ ବାହାରିବ ଏକ ସ୍ୱତନ୍ତ୍ର ଟ୍ରେନ

ଏହି ଟ୍ରେନ୍ କେରଳର ଆଲୁଭା ବା ଅଙ୍ଗାମଲୀ ଷ୍ଟେସନରୁ ବାହାରିବ । ଏଥିରେ ଆସିବାକୁ ଥିବା ଶ୍ରମିକମାନଙ୍କଙ୍କ ସୂଚୀ ପ୍ରସ୍ତୁତ କରିଛି କେରଳ ପ୍ରଶାସନ । କେରଳରୁ ଆହୁରି ପାଞ୍ଚଟି ସ୍ବତନ୍ତ୍ର ଟ୍ରେନକୁ ମଧ୍ୟ କେନ୍ଦ୍ର ସରକାରଙ୍କ ଅନୁମତି ମିଳିଛି ।

ଆଜି ରାତିରେ ଦାଦନ ଶ୍ରମିକଙ୍କୁ ନେଇ କେରଳରୁ ଓଡ଼ିଶା ଅଭିମୁଖେ ବାହାରିବ ଏକ ସ୍ୱତନ୍ତ୍ର ଟ୍ରେନ
(ପ୍ରତୀକାତ୍ମକ ଛବି)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ତେଲଙ୍ଗାନାରୁ ଦାଦନ ଶ୍ରମିକମାନଙ୍କୁ ନେଇ ଏକ ସ୍ୱତନ୍ତ୍ର ଟ୍ରେନ୍‌ ଝାଡ଼ଖଣ୍ଡ ଅଭିମୁଖେ ବାହାରି ଆସିବା ପରେ ଆଜି କେରଳରୁ ଓଡ଼ିଶା ଆସିବ ଆଉ ଏକ ସ୍ବତନ୍ତ୍ର ଟ୍ରେନ । ଏଥିରେ ୧,୨୦୦ ପ୍ରବାସୀ ଓଡ଼ିଆ ଶ୍ରମିକ ରହିବେ ବୋଲି ଜଣା ପଡ଼ିଛି । ସେମାନଙ୍କୁ ନେଇ ଆଜି ରାତିରେ କେରଳ ଛାଡ଼ିବ ଏହି ଟ୍ରେନ ।

ସୂତ୍ରଙ୍କ ଅନୁସାରେ ଏହି ଟ୍ରେନ୍‌ କେରଳର ଆଲୁଭା ବା ଅଙ୍ଗାମଲୀ ଷ୍ଟେସନରୁ ବାହାରିବ । ଏଥିରେ ଆସିବାକୁ ଥିବା ଶ୍ରମିକମାନଙ୍କଙ୍କ ସୂଚୀ ପ୍ରସ୍ତୁତ କରିଛି କେରଳ ପ୍ରଶାସନ । କେରଳରୁ ଆହୁରି ପାଞ୍ଚଟି ସ୍ବତନ୍ତ୍ର ଟ୍ରେନକୁ ମଧ୍ୟ କେନ୍ଦ୍ର ସରକାରଙ୍କ ଅନୁମତି ମିଳିଛି ।

ଯଦିଓ ଓଡ଼ିଶା ଆସୁଥିବା ଏହି ଟ୍ରେନ୍‌ ଭୁବନେଶ୍ୱର ଆସି ଅଟକିବ ବୋଲି ପ୍ରାଥମିକ ସୂଚନାରୁ ଜଣା ପଡ଼ିଛି, ତେବେ ରାଜ୍ୟର ଅଧିକାରୀମାନେ ଏ ନେଇ ଅଧିକ ସୂଚନା ଦେଇନାହାନ୍ତି । ଏହି ୧,୨୦୦ ଶ୍ରମିକମାନଙ୍କୁ କ୍ୱାରାଣ୍ଟାଇନରେ ରଖାଯିବ ଓ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ବି କରାଯିବ, ହେଲେ ସେମାନଙ୍କୁ ଭୁବନେଶ୍ୱରରେ ବା ଆଉ କେଉଁଠି କ୍ୱାରାଣ୍ଟାଇନରେ ରଖାଯିବ ସେ ନେଇ ସ୍ଥିତି ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

ଓଡ଼ିଶା ବାହାରେ ଥିବା ପାଖାପାଖି ସାଢ଼େ ପାଞ୍ଚ ଲକ୍ଷ ଓଡ଼ିଆ ଶ୍ରମିକ ଓଡ଼ିଶା ଫେରିପାରନ୍ତି ବୋଲି ରାଜ୍ୟ ସରକାର ଆକଳନ କରିଛନ୍ତି । ରାଜ୍ୟର ସବୁ ଜିଲ୍ଲାରେ ଏହି ପ୍ରବାସୀ ଶ୍ରମିକମାନଙ୍କୁ କ୍ୱାରାଣ୍ଟାଇନରେ ୧୪ ଦିନ ରଖିବା ଓ ଖାଇବା ପିଇବାର ବ୍ୟବସ୍ଥା ହୋଇଛି ବୋଲି କହିଛନ୍ତି ସରକାରୀ ଅଧିକାରୀମାନେ ।

ଗଞ୍ଜାମ ପରେ ସୁରତରୁ ବସ ଯୋଗେ ନୟାଗଡ଼ରେ ପହଞ୍ଚିଛନ୍ତି ପ୍ରବାସୀ ଓଡ଼ିଆ ଶ୍ରମିକ । ଗତ କାଲି ରାତିରେ ଏକ ବସ ଯୋଗେ ୪୬ ଜଣ ଶ୍ରମିକ ଜିଲ୍ଲାକୁ ଆସିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ୪୬ ଜଣଙ୍କ ମଧ୍ୟରେ ୭ ଜଣ ମହିଳା ଓ ୩ ଜଣ ଶିଶୁ ରହିଛନ୍ତି । ସେମାନେ ସମସ୍ତେ ଓଡ଼ଗାଁ ବ୍ଳକ ଅଞ୍ଚଳର । ସେମାନଙ୍କୁ ସାକେରି ଗାଁ ସ୍କୁଲ କ୍ବାରେଣ୍ଟାଇନ ସେଣ୍ଟରରେ ରଖାଯାଇଛି ।

ନୟାଗଡ଼ରେ ଏହି ପ୍ରବାସୀ ଶ୍ରମିକମାନଙ୍କୁ ଶୋଇବା ପାଇଁ ବେଡ୍‌ ସାଙ୍ଗକୁ ଖାଇବାକୁ ଦିଆଯାଉଛି । ସେମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା ମଧ୍ୟ କରାଯାଉଛି ।

ରଣପୁର ଅଞ୍ଚଳର ୫୦ ଜଣ ଶ୍ରମିକ ସୁରତରୁ ବସ ଯୋଗେ ଗାଁକୁ ବାହାରିଥିବା ସୂଚନା ମିଳିଛି । ନୟାଗଡ଼ ଜିଲ୍ଲାକୁ ପ୍ରାୟ ୧୮,୦୦୦ ପ୍ରବାସୀ ଓଡ଼ିଆ ଫେରିବା ପାଇଁ ନାମ ପଞ୍ଜିକୃତ କରିଛନ୍ତି । ଜିଲ୍ଲାକୁ ଫେରୁଥିବା ଲୋକଙ୍କୁ କିଭଳି ଘରକୁ ନ ଯାଇ କ୍ବାରେଣ୍ଟାଇନ ସେଣ୍ଟରରେ ରଖାଯିବ ସେ ନେଇ ବ୍ୟବସ୍ଥା କରାଯାଇଛି ।
First published: May 1, 2020, 2:37 PM IST
corona virus btn
corona virus btn
Loading