୧,୨୨୫ ପ୍ରବାସୀ ଶ୍ରମିକଙ୍କୁ ଧରି ତେଲଙ୍ଗାନାରୁ ବାହାରିଲା ଟ୍ରେନ; ଝାରସୁଗୁଡ଼ା ଦେଇ ରାଞ୍ଚି ଯିବ

ଏକ ପାଇଲଟ ପ୍ରୋଜେକ୍ଟ ଭାବେ ଗୋଟିଏ ବିଶେଷ ଟ୍ରେନ ତେଲଙ୍ଗାନାର ଲିଙ୍ଗମପଲ୍ଲୀରୁ ଝାରଖଣ୍ଡର ହଟିଆ (ରାଞ୍ଚି) ଅଭିମୁଖେ ଓ ଅନ୍ୟଟି ଗୁଜରାଟର ଅହମଦାବାଦରୁ ପ୍ରବାସୀ ଶ୍ରମିକମାନଙ୍କୁ ଧରି ଯାତ୍ରା ଆରମ୍ଭ କରିଛି ।

୧,୨୨୫ ପ୍ରବାସୀ ଶ୍ରମିକଙ୍କୁ ଧରି ତେଲଙ୍ଗାନାରୁ ବାହାରିଲା ଟ୍ରେନ; ଝାରସୁଗୁଡ଼ା ଦେଇ ରାଞ୍ଚି ଯିବ
(ପ୍ରତୀକାତ୍ମକ ଛବି)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଲକଡାଉନ ଯୋଗୁଁ ବିଭିନ୍ନ ରାଜ୍ୟରେ ଫସି ରହିଥିବା ଲୋକଙ୍କୁ ସେମାନଙ୍କ ନିଜ ରାଜ୍ୟରେ ପହଞ୍ଚାଇବା ପାଇଁ କେନ୍ଦ୍ର ସରକାର ବିଶେଷ ଟ୍ରେନ୍ ଚଳାଇବା ଆରମ୍ଭ କରିଛନ୍ତି । ଏକ ପାଇଲଟ ପ୍ରୋଜେକ୍ଟ ଭାବେ ତେଲଙ୍ଗାନାର ଲିଙ୍ଗମପଲ୍ଲୀରୁ ଝାରଖଣ୍ଡର ହଟିଆ (ରାଞ୍ଚି) ଅଭିମୁଖେ ଏକ ବିଶେଷ ଟ୍ରେନ୍‌ ତେଲଙ୍ଗାନାରେ ଥିବା ପ୍ରବାସୀ ଶ୍ରମିକମାନଙ୍କୁ ନେଇ ଆଜି ଭୋର୍‌ ୫ଟା ବେଳେ ଯାତ୍ରା ଆରମ୍ଭ କରିଛି । ଏହା ସଠିକ ସୂଚନା ବୋଲି ଆର୍‌.ପି.ଏଫ୍‌.ର ମହାନିର୍ଦ୍ଦେଶକ କହିଛନ୍ତି । ସେମିତି ଆଜି ଗୁଜରାଟର ଅହମଦାବାଦରୁ ବି ପ୍ରବାସୀ ଶ୍ରମିକମାନଙ୍କୁ ଧରି ଏକ ବିଶେଷ ଟ୍ରେନ୍‌ ଯାତ୍ରା ଆରମ୍ଭ କରିଥିବାର ସୂଚନା ମିଳିଛି ।

ତେଲଙ୍ଗାନାରୁ ବାହାରିଥିବା ଟ୍ରେନରେ ୧,୨୨୫ ଜଣ ପ୍ରବାସୀ ଶ୍ରମିକ ଅଛନ୍ତି । ଏହି ଟ୍ରେନ୍‌ ଓଡ଼ିଶାର ଝାରସୁଗୁଡ଼ା ଦେଇ ଯିବ । ଏଥିରେ ସୁରକ୍ଷା ଦାୟିତ୍ବରେ ରହିଛନ୍ତି ଆାର୍‌.ପି.ଏଫ୍‌. ଓ ଓ ଜି.ଆର୍‌.ପି. କର୍ମୀମାନେ । ୫୬ଟି ବସରେ ଶ୍ରମିକଙ୍କୁ ଷ୍ଟେସନ ଯାଏ ଅଣିଥିଲା ତେଲଙ୍ଗାନା ପ୍ରଶାସନ । ଏହା ପୂର୍ବରୁ ୪୦-୫୦ ଜଣ ଶ୍ରମିକ ଗୋଟିଏ ଗୋଟିଏ ବସରେ ଫେରୁଥିବା ବେଳେ ଟ୍ରେନ ଚାଲିବା ଦ୍ବାରା ବାହାର ରାଜ୍ୟରେ ଫସିଥିବା ଲକ୍ଷାଧିକ ଶ୍ରମିକଙ୍କ ଫେରିବା ଆଶା ଉଜ୍ବଳ ହୋଇଛି ।

ନ୍ୟୁଜ୍ 18କୁ ମିଳିଥିବା ଏକ୍ସକ୍ଲୁସିଭ୍‌ ସୂଚନା ଅନୁଯାୟୀ କେନ୍ଦ୍ର ସରକାର ରେଳବାଇକୁ ଯଥା ଶୀଘ୍ର ସର୍ବ-ଭାରତୀୟ ସ୍ତରରେ ପଏଣ୍ଟ-ଟୁ-ପଏଣ୍ଟ ଟ୍ରେନ୍ ନନ୍ ଷ୍ଟପ୍ ଚଳାଇବାକୁ ଏକ ଯୋଜନା ବନେଇ ଉପସ୍ଥାପିତ କରିବାକୁ କହିଛନ୍ତି । ହେଲେ ଆଜି ଦେଶର ଦୁଇଟି ରାଜ୍ୟରୁ ଅନ୍ୟ ଦୁଇ ରାଜ୍ୟକୁ ପ୍ରବାସୀ ଭାରତୀୟଙ୍କୁ ଧରି ବିଶେଷ ଟ୍ରେନ୍‌ ଚାଲିବା ଆରମ୍ଭ କରିଛି ।

ସୂତ୍ରଙ୍କ ଅନୁସାରେ କେନ୍ଦ୍ର ସରକାର କେତେକ ରାଜ୍ୟଙ୍କ ଅନୁରୋଧକୁ ସ୍ୱୀକାର କରି ଏହି ବିଶେଷ ଟ୍ରେନ୍‌ ଚଳାଚଳ ଆରମ୍ଭ କରିଛନ୍ତି, ମାତ୍ର ଷ୍ଟେସନମାନଙ୍କରେ ଭୀଷଣ ଭିଡ଼ ହେବ ବୋଲି ଆଶଙ୍କା କରି ଏହି ଯୋଜନାର ପ୍ରଚାର କରୁନାହାନ୍ତି ।

ଯଦିଓ ଆନେକ ରାଜ୍ୟ ଏହି ବିଶେଷ ଟ୍ରେନ୍‌ ଯୋଜନାକୁ ସହଜରେ ଗ୍ରହଣ କରୁନାହାନ୍ତି, ଭାରତ ସରକାର କିନ୍ତୁ ଏହାକୁ ସହଜ ସହଜ ଓ ସଫଳ ଉପାୟ ମନେ କରୁଛନ୍ତି । ପ୍ରାପ୍ତ ସୂଚନା ଅନୁଯାୟୀ ଯଦି ଏହି ଯୋଜନାକୁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ମଞ୍ଜୁର କରନ୍ତି ତାହେଲେ ଟ୍ରେନ୍ ଗୋଟିଏ ପଏଣ୍ଟରୁ ଅନ୍ୟ ସ୍ଥାନକୁ ଚାଲିବ । ସେଥିରେ ଥିବା ଲୋକଙ୍କୁ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପରେ ତୁରନ୍ତ କ୍ୱାରାଣ୍ଟିନ୍ କରାଯିବ । ଏଥି ସହ ଟ୍ରେନରେ ଅତିରିକ୍ତ ସତର୍କତା ମଧ୍ୟ ଗ୍ରହଣ କରାଯିବ ।
First published: May 1, 2020, 12:29 PM IST
corona virus btn
corona virus btn
Loading