COVID ରାଜନୀତି: BJD ବିଧାୟକ ସୌମ୍ୟରଞ୍ଜନ ଓ ସମ୍ପାଦକ ସୌମ୍ୟରଞ୍ଜନଙ୍କ ମଧ୍ୟରେ ଲଢ଼େଇ ପଦାରେ

ରାଜ୍ୟ ସରକାର କରୋନା ସଂକ୍ରମଣରେ ହୋଇଥିବା ମୃତ୍ୟୁ ସଂଖ୍ୟାକୁ ଖୁବ୍ କମ୍ କରି ଦେଖାଉଛନ୍ତି ବୋଲି ସୌମ୍ୟରଞ୍ଜନ ପଟ୍ଟନାୟକ ଲେଖିବା ପରେ ବିଜେପି ଓ କଂଗ୍ରେସ ତାଙ୍କୁ ଧନ୍ୟବାଦ ଦେଇଛନ୍ତି । ହେଲେ ସେ ନିଜେ ଏହା ଉପରେ ଟିପ୍ପଣୀ ଦେବାକୁ ମନା କରିଦେଇଛନ୍ତି ।

COVID ରାଜନୀତି: BJD ବିଧାୟକ ସୌମ୍ୟରଞ୍ଜନ ଓ ସମ୍ପାଦକ ସୌମ୍ୟରଞ୍ଜନଙ୍କ ମଧ୍ୟରେ ଲଢ଼େଇ ପଦାରେ
ସୌମ୍ୟରଞ୍ଜନ ପଟ୍ଟନାୟକ, ସତ୍ୟ ନଗର ମଶାଣିରେ ଏକ କୋଭିଡ୍ ଯୁଇ ଓ ନବୀନ ପଟ୍ଟନାୟକ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ବିଜେଡିର ବରିଷ୍ଠ ନେତା ତଥା ବିଧାୟକ ସହ ଏକ ପ୍ରମୁଖ ଦୈନିକ ଖବରକାଗଜର ସମ୍ପାଦକ ଥିବା ସୌମ୍ୟରଞ୍ଜନ ପଟ୍ଟନାୟକ ନିଜ ଖବରକାଗଜର ପ୍ରଥମ ପୃଷ୍ଠାରେ ଗୋଟିଏ ସ୍ତମ୍ଭ ଲେଖି ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି କରିଛନ୍ତି । ଜଣେ ସମ୍ପାଦକ ଭାବରେ ସେ ଯେଉଁ କଥା ଲେଖିଛନ୍ତି, ଶାସକ ଦଳ ବିଜେଡିର ଜଣେ ନେତା ହିସାବରେ କେବେ ତାହା କହି ନ ଥିବାରୁ ଓ ଏବେ ବି କହୁ ନ ଥିବାରୁ ଏହି ପ୍ରସଙ୍ଗ ତାଙ୍କ ଭିତରେ ଘଟୁଥିବା ‘ସାମ୍ବାଦିକତା-ବନାମ-ରାଜନୀତି’ର ଲଢ଼େଇ ସାମନାକୁ ଆଣିଛି ଓ ବିଜେଡିରେ ସୃଷ୍ଟି କରିଛି କିଛି କମ୍ପନ ।

ପଟ୍ଟନାୟକଙ୍କ ‘ଆମ ଘରର ହାଲଚାଲ’ ସ୍ତମ୍ଭ ଗୁରୁବାର ଦିନ ପ୍ରକାଶିତ ହେବା ପରେ ସେଥିରେ ସେ ଲେଖିଥିବା କେତେକ କଥାକୁ ନେଇ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ମଧ୍ୟରେ ଚର୍ଚ୍ଚା ଜୋର୍‌ ଧରିଛି । ‘ଶ୍ରେଣୀରେ ପ୍ରଥମ ହେଲା ପରେ ବି କପି?’’ ଶୀର୍ଷକ ସେହି ସ୍ତମ୍ଭରେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଜନୈତିକ ନେତୃତ୍ୱ ଓ ପ୍ରାଶାସନିକ କୁଶଳତାର ଭୂରିଭୂରି ପ୍ରଶଂସା ଥିଲେ ବି ଓଡ଼ିଶା ସରକାର କରୋନା ଭାଇରସ୍‌ ସଂକ୍ରମଣରେ ହୋଇଥିବା ମୃତ୍ୟୁ ସଂଖ୍ୟାକୁ ଖୁବ୍‌ କମ୍‌ କରି ଦେଖାଉଛନ୍ତି ବୋଲି ଲେଖିଛନ୍ତି ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । ଏହି ସ୍ତମ୍ଭ ବ୍ୟତୀତ ଖବରକାଗଜର ଭିତର ପୃଷ୍ଠାରେ କୋଭିଡ-୧୯ରେ ହେଉଥିବା ମୃତ୍ୟୁ ସଂଖ୍ୟାକୁ ସାରା ରାଜ୍ୟରେ କେମିତି କମ୍‌ କରି ଦେଖାଇବାକୁ ଚେଷ୍ଟା ହେଉଛି ସେ ବିଷୟରେ ଗୋଟେ ପୂରା ପୃଷ୍ଠାର ରିପୋର୍ଟ ବି ସେ ପ୍ରକାଶିତ କରିଛନ୍ତି ।

ଏହା ବି ପଢ଼ନ୍ତୁ | ପିଲାମାନଙ୍କୁ କରୋନା ହେବା ସମ୍ଭାବନା ବିଷୟରେ ଭ୍ରମିତ ହୁଅନ୍ତୁ ନାହିଁ, କହିଲେ ବଡ଼ ବିଶେଷଜ୍ଞମାନେ

ବିରୋଧୀ ଦଳ ବିଜେପି ଓ କଂଗ୍ରେସ ଏହି ସ୍ତମ୍ଭର ପ୍ରକାଶନ ପରେ ସୌମ୍ୟରଞ୍ଜନଙ୍କୁ ଧନ୍ୟବାଦ ଦେଉଥିବା ବେଳେ ସେ ଏହା ଉପରେ କୌଣସି ଟିପ୍ପଣୀ ଦେବାକୁ ମନା କରିଦେଇଛନ୍ତି । ବିଜେଡି ପରିସରରେ ତାଙ୍କର ଏହି ଶୈଳୀକୁ କେତେକ ନେତା ‘‘ଦୋମୁହାଁ ନୀତି’’ ବୋଲି ପ୍ରଚ୍ଛନ୍ନରେ କହିଛନ୍ତି । ପ୍ରକାଶ୍ୟରେ ବିଜେଡି ତାଙ୍କ କୋଭିଡ୍‌ ମୃତ୍ୟୁ ସଂଖ୍ୟା ବିଷୟରେ ଦାବିକୁ ନିରାଧାର ବୋଲି ଅଭିହିତ କରି କହିଛି ଯେ କୋଭିଡ ମୃତ୍ୟୁ ତଥ୍ୟ ଯଦି ସୌମ୍ୟଙ୍କ ପାଖରେ ଅଛି ତେବେ ସେ ତାହା ସରକାରଙ୍କୁ ଦିଅନ୍ତୁ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଅଡ଼ି କାର୍ ଏତେ ଜୋରରେ ପିଟିଲା ଅଟୋକୁଯାତ୍ରୀର ମୃତ୍ୟୁ; CCTV ଫୁଟେଜରେ ବେଗର ପରିଣତି

ଏହି ସ୍ତମ୍ଭକୁ ନେଇ ଏବେ ରାଜ୍ୟ ରାଜନୀତି ହଠାତ୍‌ ଗରମ ହୋଇପଡ଼ିଛି ।


‘‘ସାରା ଦେଶର ପରିସଂଖ୍ୟାନକୁ ଦଷ୍ଟିରେ ରଖିଲେ ଆମ ରାଜ୍ୟର ମୃତ୍ୟୁ ସଂଖ୍ୟା ଆମ ଜନସଂଖ୍ୟା ଅନୁପାତରେ ଯଥେଷ୍ଟ କମ୍‌ ଥିଲା । ଏବେ ଯେଉଁ ସଂଖ୍ୟା ସବୁ ପଦାକୁ ଆସୁଛି ତାକୁ ଯଦି ସାମଗ୍ରିକ ଭାବେ ବିଚାର କରାଯାଏ ସମଗ୍ର ଦେଶର ମୃତ୍ୟୁ ସଂଖ୍ୟା ତୁଳନାରେ ତାହା ମଧ୍ୟ ଯଥେଷ୍ଟ କମ୍‌ ହେବ । ତେଣୁ ସତ ମୃତ୍ୟୁ ସଂଖ୍ୟାଟିକୁ କହିଦେଇଥିଲେ ଆମର ବିଶେଷ କିଛି କ୍ଷତି ହେବାର ନ ଥିଲା । ବରଂ ତାକୁ ଲୁଚାଇବାକୁ ଯାଇ ପ୍ରଶାସନ ଯେଉଁ ଗୁରୁଚଣ୍ଡାଳ ଦୋଷ ସବୁ କରିଛି ତାହା ଶାସନର ମର୍ଯ୍ୟାଦାକୁ ନଷ୍ଟ କରୁଛି,’’ ସିଜ ସ୍ତମ୍ଭରେ ଲେଖିଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ ।

ଏହା ବି ପଢ଼ନ୍ତୁ | ଆତଙ୍କବାଦୀମାନେ ହତ୍ୟା କରି ଚାଲିଯିବା ପରେ ଯାଇ ମୁଁ କାନ୍ଦିପାରିଲି’: ପୁଲୱାମା ପୋଲିସ ଅଫିସରଙ୍କ ବୋହୁ

ସେ ଆହୁରି ଲେଖିଛନ୍ତି, ‘‘ଲକ୍ଷ କରିବା କଥା ଯେ ପ୍ରଶାସନର ଗୁରୁଚଣ୍ଡାଳ ଦୋଷଗୁଡି଼କ ସରକାରଙ୍କ କେତେକ ଅଭିନବ ଯୋଜନା ଯୋଗୁଁ ହିଁ ଲୋକଲୋଚନକୁ ଆସିଲା । କୋଭିଡ୍‌ ମହାମାରୀରେ ଅନାଥ ହୋଇଥିବା ଶିଶୁମାନଙ୍କୁ ମୁଖ୍ୟ ମନ୍ତ୍ରୀଙ୍କ ବିଶେଷ ସୁବିଧା ଦେବାର ଯୋଜନା ସରକାରଙ୍କ ତ୍ରୁଟିକୁ ଧରାଇଦେଲା । ପ୍ରଶାସନର ବାମ ହାତ କ’ଣ କରୁଛି ଡାହାଣ ହାତ ଜାଣୁ ନାହିଁ । ମାନ୍ୟବର ମୁଖ୍ୟ ମନ୍ତ୍ରୀ ଏ ସମ୍ପର୍କରେ କେତେ ଅବଗତ ଅଛନ୍ତି ଆମେ ଜାଣୁନା ।’’

ଏହା ବି ପଢ଼ନ୍ତୁ | ବେଙ୍ଗଲ୍ରେ ନିର୍ବାଚନ ପରେ ଖୁବ୍ ହିଂସାକାଣ୍ଡ, ରେପ୍ ହତ୍ୟା ହୋଇଥିଲା: କେନ୍ଦ୍ରକୁ କମିଟିର ରିପୋର୍ଟ

‘‘ନବୀନବାବୁଙ୍କ କାର୍ଯ୍ୟଶୈଳୀ ମଧ୍ୟ ଭିନ୍ନ ପ୍ରକାରର । ସେ ଅନ୍ୟ ରାଜନେତାଙ୍କ ଭଳି କର୍ମୀ ଓ ଜନଗଣଙ୍କ ଗହଳିରେ ରହିବାକୁ ପସନ୍ଦ କରନ୍ତି ନାହିଁ । ହାତଗଣତି କେତେ ଜଣ ରାଜନୈତିକ ଅନୁଗାମୀ ଓ ପ୍ରଶାସକଙ୍କ ସହାୟତାରେ କାର୍ଯ୍ୟ କରିବାକୁ ପସନ୍ଦ କରନ୍ତି,’’ ଲେଖିଛନ୍ତି ସୌମ୍ୟରଞ୍ଜନ । ‘‘ଶ୍ରେଣୀରେ ପ୍ରଥମ ହେଲେ ମେଧାବୀ ଛାତ୍ରଟି ଭପରେ ଯେଉଁ ପ୍ରକାର ଚାପ ପଡେ ନବୀନ ବାବୁଙ୍କ ଉପରେ ତାହା ପଡୁନିତ?’’ ବୋଲି ସେ ପ୍ରଶ୍ନ କରିଛନ୍ତି ।

ଏହା ବି ପଢ଼ନ୍ତୁ | Railway ଟିକେଟ୍ ବୁକିଂ ପାଇଁ ଏଣିକି ଦରକାର ହେବ ଏହି ଡକ୍ୟୁମେଣ୍ଟ୍; ଦଲାଲି ରୋକିବାକୁ ନୂଆ ନିୟମ ଆସୁଛି

ଓଡ଼ିଶାରେ କୋଭିଡରେ କେତେ ଲୋକ ମରିଛନ୍ତି ‘‘ମାନ୍ୟବର ମୁଖ୍ୟ ମନ୍ତ୍ରୀ ତାହା ଉପରେ ଖୁବ୍‌ ଶୀଘ୍ର ଏକ ଶ୍ୱେତପତ୍ର ପ୍ରକାଶ କରି ନିଜର ସାହସର ପରିଚୟ ଦିଅନ୍ତୁ’’ ବୋଲି ବି ସୌମ୍ୟରଞ୍ଜନ ଲେଖିଛନ୍ତି । ସ୍ତମ୍ଭରେ ଥିବା ଏ ସବୁ ପ୍ରଶ୍ନ ଓ ପରାମର୍ଶକୁ ନେଇ ସେ ପରୋକ୍ଷ ଭାବେ ମୁଖ୍ୟ ମନ୍ତ୍ରୀଙ୍କୁ ଓ ବିଜେଡି ସରକାରଙ୍କୁ ସମାଲୋଚନା କରିଛନ୍ତି ବୋଲି ଅନେକ ଦଳୀୟ ନେତାଙ୍କୁ ମନେହେଉଛି । ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି କହିଛନ୍ତି ଯେ ଅତୀତରେ କଂଗ୍ରେସରେ ଥିବା ବେଳେ ମଧ୍ୟ ସୌମ୍ୟରଞ୍ଜନ ରାହୁଳ ଗାନ୍ଧୀଙ୍କ ବିରୋଧରେ ଲେଖିଥିଲେ ।

ଏହା ବି ପଢ଼ନ୍ତୁ | ଏକା ଥରକେ ୧୦ଟି ଶିଶୁ ଜନ୍ମ ଦେଲେ? ହେଲେ ସେ ଗର୍ଭବତୀ ଥିଲେ! ରେକର୍ଡ଼ ଅନ୍ୟ ମହିଳାଙ୍କର

‘‘ସମ୍ପାଦକ ହିସାବରେ ସୌମ୍ୟବାବୁ ତାଙ୍କ ଦାୟିତ୍ୱ ଠିକ୍‌ ଭାବରେ ତୁଲାଇଛନ୍ତି । କିନ୍ତୁ ଜଣେ ଦଳୀୟ ନେତା ହିସାବରେ ସେ ଦଳୀୟ ବିଶୃଙ୍ଖଳାକୁ ଆମନ୍ତ୍ରଣ କରିଛନ୍ତି । ସେ କଂଗ୍ରେସରେ ଥିଲା ବେଳେ ଅନୁରୂପ ପରିସ୍ଥିତି ସୃଷ୍ଟି ହୋଇଥିଲା । ରାହୁଳ ଗାନ୍ଧୀଙ୍କ ବିରୁଦ୍ଧରେ ମଧ୍ୟ ସେ ଏମିତି ଏକ ସମ୍ପାଦକୀୟ ଲେଖିଥିଲେ, ଯେଉଁଥି ପାଇଁ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଏକ କମିଟି ଗଠିତ ହୋଇଥିଲା । ସେହିକମିଟିର ସାମନା କରିବା ପରେ ତାଙ୍କୁ ଦଳ ଛାଡ଼ିବାକୁ ପଡ଼ିଥିଲା । ଏବେ ଲାଗୁଛି ସେ ବିଜେଡିର ରାଜନୈତିକ କାର୍ଯ୍ୟକ୍ରମ ସମ୍ପର୍କରେ ଓ ସିଧାସଳଖ ବିଜେଡି ସୁପ୍ରିମୋଙ୍କ ଉପରେ ନିଶାନା କରିଛନ୍ତି,’’ କହିଛନ୍ତି ପ୍ରସନ୍ନ ମହାନ୍ତି ।

ଏହା ବି ପଢ଼ନ୍ତୁ | କରୋନା ରିଲିଫ୍ ପ୍ୟାକେଜ୍ ଘୋଷଣା କଲେ ଅର୍ଥ ମନ୍ତ୍ରୀ; ₹,୫୦୦ କୋଟିର ଗ୍ୟାରେଣ୍ଟେଡ୍ ଋଣ ମିଳିବ

ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ‘‘ତିନି ଦିନ ତଳେ ଆମ (ବିଜେପି) ରାଜ୍ୟ କାର୍ଯ୍ୟକାରିଣୀରେ ମଧ୍ୟ ଓଡ଼ିଶାରେ କୋଭିଡ଼ ପରିଚାଳନାରେ ବ୍ୟପକ ତ୍ରୁଟି ଓ କୋଭିଡ ଜନିତ ମୃତ୍ୟୁ ସଂଖ୍ୟାକୁ ଲୁଚାଇବା ପ୍ରୟାସ ଉପରେ ଏକ ପ୍ରସ୍ତାବ ପାରିତ ହୋଇଥିଲା । ରାଜ୍ୟର ବିଭିନ୍ନ ଶ୍ମଶାନରେ ପ୍ରତି ଦିନ ୨୫୦ରୁ ୩୦୦ ମୃତ ଦେହ ଦାହ ହେଉଥିବା ବେଳେ ରାଜ୍ୟ ସରକାର ୨୫ରୁ ୩୦ କଣ୍ଟା ଡେଉଁ ନ ଥିଲେ । ମୃତ୍ୟୁ ସଂଖ୍ୟାକୁ ଏମିତି ଲୁଚାଇ କେନ୍ଦ୍ର ସରକାରରୁ ଆସୁଥିବା କୋଭିଡ ସହାୟତାରୁ ହିତାଧିକାରୀମାନଙ୍କୁ ବଞ୍ଚିତ କରୁଛନ୍ତି ରାଜ୍ୟ ସରକାର । ନିଜେ ଘୋଷଣା କରିଥିବା ସାହାଯ୍ୟରୁ ବି ଲୋକଙ୍କୁ ବଞ୍ଚିତ କରୁଛନ୍ତି । ସୌମ୍ୟ ବାବୁଙ୍କୁ ଧନ୍ୟବାଦ । ଆମ ରାଜନୈତିକ ଚିଠା ପ୍ରସ୍ତାବକୁ ନିଜ ଖବରକାଗଜରେ ସେ ଦୃଢ଼ ଭାବରେ ଉପସ୍ଥାପିତ କରିଛନ୍ତି । ଆଶା କରୁଛୁ ଏହା ରାଜ୍ୟ ସରକାରଙ୍କ ଚେତା ଫେରାଇବା ପାଇଁ ଯଥେଷ୍ଟ ହେବ ।’’

ଏହା ବି ପଢ଼ନ୍ତୁ | ଭଲ ଖବର: ଜୁଲାଇ ଶେଷ ବା ଅଗଷ୍ଟରେ ଆରମ୍ଭ ହୋଇପାରେ ପିଲାମାନଙ୍କ COVID ଟିକାକରଣ

‘‘ଏତେ ଦିନ ପରେ ବିଜେଡିର କୌଣସି ମନ୍ତ୍ରୀ, ଏମ୍‌.ଏଲ୍‌.ଏ. ଓ ଏମ୍‌.ପି.ଙ୍କ ପାଟି ଖୋଲୁ ନ ଥିଲା । ଆମେ ବାରମ୍ବାର କହିଆସିଛୁ ଯେ ମୃତ୍ୟୁ ସଂଖ୍ୟା ଲୁଚାଯାଉଛି । ଆମେ ପ୍ରକୃତ ମୃତ୍ୟୁ ସଂଖ୍ୟା ବିଷୟରେ ଶ୍ୱେତପତ୍ର ବି ଦାବି କରିଛୁ । ସୌମ୍ୟବାବୁଙ୍କୁ ଧନ୍ୟବାଦ ଏତେ ଦିନ ପରେ ତାଙ୍କ ପାଟି ଖୋଲିଛି,’’ କହିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ଓ ପୂର୍ବ ମନ୍ତ୍ରୀ ସୁରେଶ ରାଉତରାୟ ।

ଏହା ବି ପଢ଼ନ୍ତୁ | କରୋନାର Delta ରୂପ ବିଷୟରେ WHO ଚେତାବନୀ ଦେଲା: ଡୋଜ୍ ଟିକା ନେଇଥିଲେ ବି ମାସ୍କ ପିନ୍ଧନ୍ତୁ

ହେଲେ ଶାସକ ଦଳ ବିଜେଡିର ମୁଖ୍ୟ ସଚେତିକା ପ୍ରମିଳା ମଲ୍ଲିକ କହିଛନ୍ତି, ‘‘କୌଣସି ଜାଗାରେ ସରକାର ତଥ୍ୟ ଲୁଚେଇ ନାହାନ୍ତି । କେଉଁଠି ଲୁଚା ହୋଇଛି, ତାଙ୍କର କେଉଁ ତଥ୍ୟ, କିଏ ମରିଯାଇଛି, ତାଙ୍କୁ ପଚାରନ୍ତୁ ସେ କହିବେ । ସରକାର କୌଣସି ଜାଗାରେ ତଥ୍ୟ ଲୁଚେଇ ନାହାନ୍ତି ।’’

ଏହା ବି ପଢ଼ନ୍ତୁ | TV ସିରିଏଲରେ ଭଗବାନ ଶିବଙ୍କ ଭୂମିକାରେ ଏହି ଅଭିନେତାମାନେ ଖୁବ୍ ପ୍ରଶଂସିତ ହୋଇଥିଲେ

କୋଭିଡ ପରିଚାଳନା ପାଇଁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଓଡିଶାକୁ ପ୍ରଶଂସା କରାଯାଇଛି ଓ ନିଜେ ପ୍ରଧାନ ମନ୍ତ୍ରୀ ବି ପ୍ରଶଂସା କରିଛନ୍ତି । ଏଭଳି ସ୍ଥିତିରେ ଶାସକ ଦଳର ବିଧାୟକ ଭାବେ ହେଉ ବା ସମ୍ପାଦକ ଭାବେ ହେଉ ସୌମ୍ୟରଞ୍ଜନଙ୍କ ଏହି ସ୍ତମ୍ଭ ତାଙ୍କୁ ଅଡୁଆରେ ପକାଇବ ବୋଲି ଚର୍ଚ୍ଚା ହେଉଛି ।



ସର୍ବଦା ରାଜନୀତି ଓ ସାମ୍ବାଦିକତାରେ ଦୁଇ ଗୋଡ଼ ରଖୁଥିବା ସୌମ୍ୟରଞ୍ଜନ କଂଗ୍ରେସରୁ ବିଦା ହେବା ପରେ ଏକ ନୂଆ ଦଳ ଗଢି଼ କିଛି ମାସ ପ୍ରବଳ ପ୍ରୟାସ ପରେ ବି ସଫଳତା ପାଇ ନ ଥିଲେ । ହେଲେ ସେ ବିଜେଡିରେ ସକାଳେ ମିଶିବା ପରେ ସନ୍ଧ୍ୟାରେ ରାଜ୍ୟ ସଭା ପାଇଁ ତାଙ୍କ ନାଁ ଘୋଷଣା କରିଥିଲେ ବିଜେଡି ସଭାପତି ତଥା ମୁ୍ଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ । ପରେ ସେ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ପୂର୍ବରୁ ବିଜେଡି ସାଂସଦ ଭର୍ତ୍ତୃହରି ମହତାବ ବି ଏକ ସ୍ତମ୍ଭ ଲେଖି ଭ୍ୟାକ୍ସିନ୍‌ ଯୋଗାଣ ବିଷୟରେ ବିଜେଡିକୁ ସମାଲୋଚନା କରିଥିଲେ ।
Published by: Anand ST Das
First published: July 1, 2021, 11:49 PM IST