ସୋନୁ ସୁଦ ବର୍ତ୍ତମାନ ବେକାରମାନଙ୍କୁ ଦେବେ ରୋଜଗାର; ଇ-ରିକ୍ସା ଦେଇ କରିବେ ଆତ୍ମନିର୍ଭର

କରୋନା ଯୁଗ ପୂର୍ବରୁ ସୋନୁ ସୁଦଙ୍କୁ ଜଣେ ବଲିଉଡ ଅଭିନେତା ଭାବରେ ପରିଚିତ ଥିଲେ । ଯିଏ ଅଧିକାଂଶ ଫିଲ୍ମରେ ଭିଲେନ ଭୂମିକାରେ ଅଭିନୟ କରିଥିଲେ । କିନ୍ତୁ କରୋନା ଯୁଗରେ ସେ ଯେପରି ଗରିବ ଲୋକଙ୍କୁ ସାହାଯ୍ୟ କରିଥିଲେ ଓ ପ୍ରବାସୀମାନଙ୍କୁ ସେମାନଙ୍କ ଘରକୁ ପହଞ୍ଚାଇ ଥିଲେ । ତାଙ୍କର ଏହି ଉତ୍ତମ କାର୍ଯ୍ୟ ପାଇଁ ସେ ଲୋକଙ୍କ ହୃଦୟ ଜିତିଥିଲେ ।

ସୋନୁ ସୁଦ ବର୍ତ୍ତମାନ ବେକାରମାନଙ୍କୁ ଦେବେ ରୋଜଗାର; ଇ-ରିକ୍ସା ଦେଇ କରିବେ ଆତ୍ମନିର୍ଭର
ସୋନୁ ସୁଦ (Photo Credit- @sonu_sood/Instagram)
  • News18 Odia
  • Last Updated: December 14, 2020, 9:42 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ମୁମ୍ବାଇ: କରୋନା ସମୟରେ (Coronavirus) ଲାଗିଥିବା ଲକଡାଉନ ମଧ୍ୟରେ ବଲିଉଡ ଅଭିନେତା ସୋନୁ ସୁଦ (Sonu Sood) ଦେଶର ଅଭାବୀ ଲୋକଙ୍କୁ ସାହାଯ୍ୟ କରି ସାଧାରଣ ଲୋକଙ୍କ ହୃଦୟ ଜିତିଛନ୍ତି । ବିଶେଷ କଥା ହେଉଛି ସୋନୁ ସୁଦ ଲୋକଙ୍କୁ ସାହାଯ୍ୟ କରିବାର ପ୍ରକ୍ରିୟା ଏପର୍ଯ୍ୟନ୍ତ ବନ୍ଦ ହୋଇନାହିଁ । ଲକଡାଉନରେ (Lockdown) ଯେଉଁଭଳି ଭାବରେ ସେ ପ୍ରବାସୀ ଶ୍ରମିକମାନଙ୍କୁ ସେମାନଙ୍କ ଘରକୁ ପହଞ୍ଚାଇ ଥିଲେ ଓ ଗରୀବ ଲୋକଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ଏହା ଦେଖି ଦେଶର ନଜରରେ ସୋନୁ ସୁଦଙ୍କ ସମ୍ମାନ ବହୁତ ବଢିଯାଇଛି । ସୋନୁ ସୁଦ ନିଜର ଏହି ଉତ୍ତମ କାର୍ଯ୍ୟ ଯୋଗୁଁ ଗରିବ ମାନଙ୍କ ମସିହା ପାଲଟି ଯାଇଛନ୍ତି ।

ଏହା ପରେ ମଧ୍ୟ ସେ ଲଗାତାର ଗରିବ ଲୋକଙ୍କୁ ସାହାଯ୍ୟ କରିବାରେ ଲାଗିଛନ୍ତି । ବର୍ତ୍ତମାନ ସେ କରୋନା ଅବଧିରେ ଚାକିରି ହରାଇଥିବା ଅସହାୟ ଲୋକଙ୍କୁ ଇ-ରିକ୍ସା ଯୋଗାଇବାକୁ ଯୋଜନା କରିଛନ୍ତି । ଅଭିନେତା ନିଜେ କମାଓ ଘର ଚଲାଓ ନାମକ ଏକ ନୂତନ କନେସଫ୍ଟ ଆଣିଛନ୍ତି । ଯାହା ମାଧ୍ୟମରେ ଅଭାବୀ ଯୁବକମାନେ ଏହି ଇ-ରିକ୍ସା ପାଇପାରିବେ । ଏହା ମାଧ୍ୟମରେ ସେ ସେହି ଲୋକଙ୍କୁ ସୁଯୋଗ ଦେଉଛନ୍ତି ଯାହାର ଚାକିରୀ କରୋନା ଅବଧିରେ ଚାଲିଯାଇଛି ।








View this post on Instagram






A post shared by Sonu Sood (@sonu_sood)






ସୋନୁ ସୁଦ ମଧ୍ୟ ତାଙ୍କର ନୂତନ ଯୋଜନା ବିଷୟରେ ଟ୍ୱିଟ୍ କରିଛନ୍ତି । ଯାହା ମାଧ୍ୟମରେ ସେ ଏହି ଯୋଜନା ସହ ଜଡିତ ଲୋକଙ୍କୁ ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି  "ଆଜି, ଆସନ୍ତାକାଲିର ଭଲ ଭବିଷ୍ୟତ ପାଇଁ ଏକ ଛୋଟ ପଦକ୍ଷେପ । ଏହିପରି ଲୋକଙ୍କୁ ଇ-ରିକ୍ସା ଯୋଗାଇବା, ଯେଉଁମାନେ ଏହା ମାଧ୍ୟମରେ ନିଜର ଛୋଟ ବ୍ୟବସାୟ ଆରମ୍ଭ କରିପାରିବେ । ଲୋକଙ୍କୁ ଆତ୍ମନିର୍ଭରଶୀଳ କରିବା ଦିଗରେ ଏକ ଛୋଟ ସହଯୋଗ ।" ଯଦିଓ ଏହା ପୂର୍ବରୁ ମଧ୍ୟ ସୋନୁ ସୁଦ ଗରିବ ଓ ଅସହାୟ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ନୂଆ ନୂଆ ଯୋଜନା ଆଣି ସାରିଛନ୍ତି ।
Published by: Jagdish Barik
First published: December 14, 2020, 9:31 AM IST
corona virus btn
corona virus btn
Loading