୩ ଲକ୍ଷ ପ୍ରବାସୀଙ୍କୁ ଚାକିରି ଯୋଗାଇବେ ସୋନୁ ସୁଦ୍; ଜନ୍ମ ଦିନରେ ଏଥି ପାଇଁ ଏକ ଆପ୍ ଘୋଷଣା କଲେ

ଏହି ଚାକିରିଗୁଡ଼ିକରେ ଭଲ ଦରମା ସହିତ ପ୍ରୋଭିଡେଣ୍ଡ ଫଣ୍ଡ୍, ଇ.ଏସ.ଆଇ. ଓ ଅନ୍ୟାନ୍ୟ ସୁବିଧା ଅଛି ବୋଲି କହିଛନ୍ତି ସୋନୁ । ନିଜ ଜନ୍ମ ଦିନ ଅବସରରେ ସେ ସାରା ଦେଶରେ ମେଡିକାଲ କ୍ୟାମ୍ପ ବି ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

୩ ଲକ୍ଷ ପ୍ରବାସୀଙ୍କୁ ଚାକିରି ଯୋଗାଇବେ ସୋନୁ ସୁଦ୍; ଜନ୍ମ ଦିନରେ ଏଥି ପାଇଁ ଏକ ଆପ୍ ଘୋଷଣା କଲେ
ବଲିଉଡ ଅଭିନେତା ସୋନୁ ସୁଦ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ: ବଲିଉଡ (Bollywood) ଅଭିନେତା ସୋନୁ ସୁଦ (Sonu Sood) ଆଜି ନିଜ ୪୭ତମ ଜନ୍ମ ଦିନ ପାଳନ କରୁଛନ୍ତି । ତାଙ୍କୁ ସବୁ ଆଡ଼ୁ ଜନ୍ମ ଦିନର ଶୁଭେଚ୍ଛା ମିଳୁଛି । ଲକଡାଉନ୍ (lockdown) ସମୟରେ ଗରିବ ଲୋକଙ୍କ ପାଇଁ ଭଗବାନ ପରି ଉଭା ହୋଇଥିବା ସୋନୁ ସୁଦଙ୍କୁ ଜନ୍ମ ଦିନରେ କେବଳ ବଲିଉଡ ବା ତାଙ୍କ ପ୍ରଶଂସକଙ୍କ ଠାରୁ ନୁହେଁ, ବରଂ ଦେଶର ବିଭିନ୍ନ ସ୍ଥାନରୁ ଶୁଭେଚ୍ଛାର ସୁଅ ଛୁଟିଛି ।

ସୋନୁ ସୁଦଙ୍କୁ ତାଙ୍କର ଉତ୍ତମ କାର୍ଯ୍ୟ ପାଇଁ ସମସ୍ତେ ପ୍ରଶଂସା କରୁଛନ୍ତି । ଏହି ସମୟରେ ନିଜେ ସୋନୁ ସୁଦ (Sonu Sood) ଏକ ଟ୍ୱିଟ୍ କରି ଲୋକଙ୍କୁ ଏକ ବିଶେଷ ଉପହାର ଦେଇଛନ୍ତି । ସେଇଥି ପାଇଁ ତାଙ୍କୁ ଆହୁରି ଅଧିକ ପ୍ରଶଂସା କରାଯାଉଛି । ଏହି ଟ୍ୱିଟରେ ସୋନୁ ସୁଦ ଦେଶର ତିନି ଲକ୍ଷ ପ୍ରବାସୀଙ୍କୁ ଚାକିରି ଯୋଗାଇ ଦେବେ ବୋଲି ଘୋଷଣା କରିଛନ୍ତି।

ନିଜ ଜନ୍ମ ଦିନ ଅବସରରେ ଏକ ସ୍ୱତନ୍ତ୍ର ଆପ୍ ଘୋଷଣା କରି ସୋନୁ ସୁଦ କହିଛନ୍ତି ଯେ ଏହା ମାଧ୍ୟମରେ ସେ କରୋନା ଭାଇରସ୍‌ କାରଣରୁ ଜାରି ହୋଇଥିବା ଲକଡାଉନ୍‌ ଯୋଗୁଁ ଚାକିରି ହରେଇଥିବା ପ୍ରାୟ ତିନି ଲକ୍ଷ ପ୍ରବାସୀଙ୍କୁ ରୋଜଗାର ଯୋଗାଇଦେବେ । ଏହି ଆପର ନାମ ଦର୍ଶାଇ ଅଭିନେତା ନିଜ ଟ୍ୱିଟରେ ଲେଖିଛନ୍ତି, ‘‘ମୋ’ ଜନ୍ମ ଦିନ ଅବସରରେ ମୋ’ର ପ୍ରବାସୀ ଭାଇମାନଙ୍କ ପାଇଁ ପ୍ରବାସୀରୋଜଗାର ଡଟ୍ କମ୍ ତିନି ଲକ୍ଷ ଚାକିରି ଯୋଗାଇ ଦେବ ବୋଲି ମୁଁ ପ୍ରତିଶୃତି ଦେଉଛି । ଏହି ଚାକିରିଗୁଡ଼ିକରେ ଭଲ ଦରମା ସହିତ ପ୍ରୋଭିଡେଣ୍ଡ ଫଣ୍ଡ୍‌ (PF), ଇ.ଏସ.ଆଇ. (ESI) ଓ ଅନ୍ୟାନ୍ୟ ସୁବିଧା ଅଛି ।’’ ଏହା ସହିତ ସେ ବିଭିନ୍ନ କମ୍ପାନୀକୁ ଏହି ସୁବିଧା ଦେଉଥିବାରୁ ଧନ୍ୟବାଦ ଜଣାଇଛନ୍ତି ।

ସୋନୁ ସୁଦ ଆଜି ୪୭ ବର୍ଷର ହେଲେ ।


କରୋନା ଭାଇରସ୍‌ କାରଣରୁ ଲାଗିଥିବା ଲକଡାଉନ୍‌ ସମୟରେ ପ୍ରବାସୀମାନଙ୍କୁ କ୍ରମାଗତ ଭାବରେ ସାହାଯ୍ୟ କରିଥିବାରୁ ସୋନୁ ସୁଦଙ୍କୁ ଆଜିକାଲି ସବୁଆଡ଼ୁ ପ୍ରଶଂସା ମିଳୁଛି । ଏହି ବଲିଉଡ୍‌ ଅଭିନେତା ହଜାର ହଜାର ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କ ଘରେ ପହଞ୍ଚିବାରେ ସାହାଯ୍ୟ କରିଥିଲେ ।



ଏହା ବି ପଢ଼ନ୍ତୁ: Happy Birthday Babushan! ‘ଚକୋଲେଟ୍ ହିରୋ’ ବାବୁସାନଙ୍କ ପାଇଁ ଛୁଟିଛି ପ୍ରଶଂସକଙ୍କ ଶୁଭେଚ୍ଛାର ସୁଅ

ଏହା ବି ପଢ଼ନ୍ତୁ: ଅନଲକ୍‌ ୩ ଗାଇଡଲାଇନ୍ ଜାରି: ଅଗଷ୍ଟ ୧ରୁ ହଟିବ ନାଇଟ୍ କର୍ଫ୍ୟୁ, ୫ରୁ ଖୋଲିବ ଜିମ୍‌ ଓ ଯୋଗ ଅନୁଷ୍ଠାନ

ଏହା ବି ପଢ଼ନ୍ତୁ: ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା: ତାଙ୍କ ବାପା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ FIR ଦେଲେ

ନିଜ ଜନ୍ମ ଦିନ ଅବସରରେ ସୋନୁ ସାରା ଦେଶରେ ମେଡିକାଲ କ୍ୟାମ୍ପ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ତାଙ୍କ କହିବା ଅନୁସାରେ ଏହି ଅଭିଯାନରେ ୫୦ ହଜାରରୁ ଅଧିକ ଲୋକ ଯୋଗଦେବେ । ସୋନୁ ସୁଦ କହିଛନ୍ତି ଯେ ଏହି ମାଗଣା ଶିବିର ପାଇଁ ସେ ଉତ୍ତର ପ୍ରଦେଶ, ଝାଡ଼ଖଣ୍ଡ, ପଞ୍ଜାବ ଓ ଓଡ଼ିଶାର ଅନେକ ଡାକ୍ତରଙ୍କ ସହ ଯୋଗାଯୋଗରେ ଅଛନ୍ତି ।
Published by: Anand Shankar Thankur Das
First published: July 30, 2020, 7:23 PM IST
corona virus btn
corona virus btn
Loading