କରୋନା ୱାର୍ଡ଼ରେ ଫିଲ୍ମ ଗୀତ ଶୁଣୁଥିବା VIDEOର ସେହି ଯୁବତୀଙ୍କ ମୃତ୍ୟୁ ହେଲା; ସୋନୁ ସୁଦ୍ ଦୁଃଖିତ

ଭାଇରାଲ୍ ଭିଡିଓରେ କୋଭିଡ ହସପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଏହି ଯୁବତୀ ବଲିଉଡ ଫିଲ୍ମର ଗୀତ ‘ଲଭ୍ ୟୁ ଜିନ୍ଦଗୀ’ ଶୁଣୁଥିବା ଦେଖାଯାଇଥିଲା । ତାଙ୍କ ମୃତ୍ୟରେ ଅଭିନେତା ସୋନୁ ସୁଦ୍ ବ୍ଯଥିତ ହୋଇଛନ୍ତି ।

କରୋନା ୱାର୍ଡ଼ରେ ଫିଲ୍ମ ଗୀତ ଶୁଣୁଥିବା VIDEOର ସେହି ଯୁବତୀଙ୍କ ମୃତ୍ୟୁ ହେଲା; ସୋନୁ ସୁଦ୍ ଦୁଃଖିତ
ଭାଇରାଲ୍ ଭିଡିଓର ଏକ ଦୃଶ୍ୟ ଓ (ଡାହାଣ) ସୋନୁ ସୁଦ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଦେଶରେ କରୋନା ଭାଇରସ୍ (Coronavirus) ମହାମାରୀର ମାରାତ୍ମକ ଦ୍ୱିତୀୟ ଲହରରେ ରୋଗୀଙ୍କ ମୃତ୍ୟୁ ସଂଖ୍ୟା ବଢ଼ିଚାଲିଥିବା ବେଳେ ସୋସିଆଲ ମିଡି଼ଆରେ ଲୋକେ ନିଜ ପ୍ରିୟଜନଙ୍କୁ ବଞ୍ଚାଇବା ପାଇଁ ସାହାଯ୍ୟ ମାଗୁଥିବା ଓ ପ୍ରାର୍ଥନା କରୁଥିବାର ହୃଦୟବିଦାରକ ଭିଡିଓ ସାମନାକୁ ଆସୁଛି । ଗୋଟିଏ କୋଭିଡ-୧୯ ୱାର୍ଡ଼ର (COVID-19) ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଜଣେ କରୋନା ଆକ୍ରାନ୍ତ ଯୁବତୀ ବଲିଉଡ ହିଟ୍ ଫିଲ୍ମ ‘ଡିୟର୍‌ ଜିନ୍ଦଗୀ’ର ଟାଇଟଲ୍ ଗୀତ ‘ଲଭ୍ ୟୁ ଜିନ୍ଦଗୀ’ ଶୁଣୁଥିବାର ଦେଖାଯାଇଥିଲା ।

ଏହି ୩୦ ବର୍ଷୀୟା ଯୁବତୀଙ୍କ ଅନୁରୋଧ କ୍ରମେ ତାଙ୍କ ଡାକ୍ତର ତାଙ୍କୁ ଏହି ଗୀତ ଶୁଣାଇଥିଲେ । ଭାଇରାଲ୍‌ ହୋଇଥିବା ସେହି ଭିଡିଓରେ (Corona ward viral video) ଦେଖାଯାଇଥିଲା ଯେ ଯୁବତୀ ଗୀତଟି ଶୁଣି ନିଜକୁ ଉତ୍ସାହିତ କରୁଛନ୍ତି । ରୋନା ବେଡରେ ବସି ସେ ଗୀତ ଶୁଣୁଥିବାର ଭିଡିଓ ତାଙ୍କ ଡାକ୍ତର ସୋସିଆଲ୍‌ ମିଡ଼ିଆରେ ପୋଷ୍ଟ କରି ଆଶା ବ୍ୟକ୍ତ କରିଥିଲେ ଯେ ସେ କରୋନାରୁ ମୁକ୍ତ ହୋଇଯିବେ । ହେଲେ ଶୁକ୍ରବାର ଦିନ ସେହି ଯୁବତୀ କରୋନାର ଶିକାର ହୋଇଗଲେ । ତାଙ୍କ ମୃତ୍ୟୁ ଖବର ଅନେକଙ୍କୁ ଚକିତ କରି ଦେଇଥିଲା ।

ଏହା ବି ପଢ଼ନ୍ତୁ | ଗଞ୍ଜାମରେ HIV COVID ପଜିଟିଭ୍ ମହିଳା ଜନ୍ମ ଦେଲେ ଶିଶୁ କନ୍ୟା; ସେ କିନ୍ତୁ COVID ନେଗେଟିଭ୍

ସେହି ଭିଡିଓ ଦେଖି ଓ ଯୁବତୀଙ୍କ ମୃତ୍ୟୁ ଖବର ଜାଣି ଅଭିନେତା ସୋନୁ ସୁଦଙ୍କ (Sonu Sood) ସମେତ ଅନେକ ଲୋକଙ୍କଠାରୁ ସମବେଦନାର ସୁଅ ଛୁଟିଛି । ସମସ୍ତେ ଯୁବତୀଙ୍କ ଅକାଳ ବିୟୋଗରେ ଗଭୀର ଦୁଃଖ ପାଇଛନ୍ତି ।

ଏଇଠି ଦେଖନ୍ତୁ ଯୁବତୀଙ୍କ ସେହି ଭାଇରାଲ୍‌ ଭିଡିଓ:



ଟ୍ୱିଟରରେ ସୋନୁ ସୁଦ ଲେଖିଛନ୍ତି, “କେତେ ଦୁଃଖଦାୟକ! ସେ (ଯୁବତୀ) କେବେ ଭାବି ନ ଥିବେ ଯେ ସେ ଆଉ ତାଙ୍କ ପରିବାରକୁ ଦେଖି ପାରିବେ ନାହିଁ । ଜୀବନ କେଡ଼େ ଅନ୍ୟାୟରେ ଭରା । ଅନେକ ବଞ୍ଚିବା ଯୋଗ୍ୟ ଜୀବନ ଚାଲିଯାଇଛି । ଆମ ଜୀବନ ଯେତେ ସ୍ୱାଭାବିକ ହେଉ ନା କାହିଁକି ଆମେ ଏହି ପର୍ଯ୍ୟାୟରୁ ବାହାରକୁ ଆସି ପାରିବୁ ନାହିଁ । ଏହି ଯୁବତୀଙ୍କ ଘରେ ତାଙ୍କର ଏକ ସନ୍ତାନ ବି ଥିଲା।’’

ଏହା ବି ପଢ଼ନ୍ତୁ | ଓଡ଼ିଶା FCI ଆଉ ଜଣେ କର୍ମଚାରୀଙ୍କର କରୋନାରେ ପ୍ରାଣ ଗଲା; ହୋମ୍ ଆଇସୋଲେସନ୍ରେ ଥିଲେ

ଏହି ଯୁବତୀଙ୍କୁ ଡାକ୍ତରଖାନାରେ ଆଇସିୟୁ ବେଡ୍ ମିଳି ନ ଥିଲା, ସେହି ଭିଡିଓ ସୁଟ୍ ହେବା ସମୟରେ ଦଶ ଦିନ ଧରି ସେ ହସପିଟାଲର କୋଭିଡ୍ ଇମର୍ଜେନ୍ସି ରୁମରେ ରହି ନିଜକୁ ଉତ୍ସାହିତ ରଖିଥିଲେ ଓ କରୋନା ସହ ଲଢୁଥିଲେ । ସେ ଡାକ୍ତରଙ୍କୁ ପଚାରିଥିଲେ ତାଙ୍କ ପାଇଁ କିଛି ଗୀତ ବଜାଯାଇପାରିବ କି ବୋଲି । ସେଇଠୁ ଡାକ୍ତର ସେହି ଗୀତଟି ବଜାଇଥିଲେ ।

ଏହା ବି ପଢ଼ନ୍ତୁ | ଓଡ଼ିଶାରେ ଶୀଘ୍ର ତିଆରି ହେବ ୬ଟି ଅମ୍ଳଜାନ କାରଖାନା ୧୬ଟି ଜିଲ୍ଲାରେ RTPCR ପରୀକ୍ଷା କେନ୍ଦ୍ର

“ତାଙ୍କୁ ବୟସ ମାତ୍ର ୩୦ ବର୍ଷ, ଆଉ ସେ ଆଇସିୟୁ ବେଡ୍ ପାଇ ନ ଥିଲେ । ତାଙ୍କୁ ଆମେ ଗତ ୧୦ ଦିନ ହେଲା କୋଭିଡ୍ ଇମର୍ଜେନ୍ସିରେ ରଖି ଚିକିତ୍ସା କରୁଛୁ । ସେ NIV ସପୋର୍ଟରେ ଅଛନ୍ତି, ଆଉ ତାଙ୍କୁ ରେମଡେସିଭର୍ ଓ ପ୍ଲାଜମା ଥେରାପି ଇତ୍ୟାଦି ଦିଆଯାଇଛି । ସେ ଜଣେ ଶକ୍ତିଶାଳୀ ଓ ଦୃଢ଼ ଇଚ୍ଛାଶକ୍ତି ଥିବା ଝିଅ । ସେ ମୋତେ କିଛି ଗୀତ ବଜାଇବାକୁ କହିବାରୁ ମୁଁ ତାଙ୍କୁ ଅନୁମତି ଦେଇଥିଲି,’’ ମୂଳ ଭିଡିଓକୁ ଟ୍ୱିଟ୍‌ କରି ଡାକ୍ତରାଣୀ ମୋନିକା ଲଙ୍ଗେଶ୍‌ (Dr Monika Langesh) ଲେଖିଥିଲେ ।

ଏହା ବି ପଢ଼ନ୍ତୁ | ମ୍ୟାଟ୍ରିକ୍ପରୀକ୍ଷାର ବିକଳ୍ପ ମୂଲ୍ୟାୟନ ପଦ୍ଧତିରେ ବୋର୍ଡ଼ ମୋହର ମାରିଲା; ଛାତ୍ରଛାତ୍ରୀମାନେ ଦ୍ୱନ୍ଦ୍ୱରେ



ପରବର୍ତ୍ତୀ ଟ୍ୱିଟରେ ଅପଡେଟ୍‌ ଦେଇ ଡାକ୍ତରାଣୀ ମୋନିକା ଲଙ୍ଗେଶ୍‌ ଲେଖିଥିଲେ ଯେ ଯଦିଓ ଦୁଇ ଦିନ ପରେ ଯୁବତୀଙ୍କୁ ଆଇସିୟୁ ବେଡ୍ ମିଳିଥିଲା, ହେଲେ ତାଙ୍କ ଅବସ୍ଥା ଭଲ ନ ଥିଲା । ‘‘ଦୟା କରି ଏହି ସାହସୀ ଝିଅଟି ପାଇଁ ପ୍ରାର୍ଥନା କରନ୍ତୁ । ବେଳେବେଳେ ମୁଁ ଭାରି ଅସହାୟ ଅନୁଭବ କରେ । ଆମେ ଯାହା ପ୍ଲାନ୍‌ କରୁ କିଛି ତାହା ଆମ ହାତରେ ନ ଥାଏ । ସବୁ ସେହି ସର୍ବଶକ୍ତିମାନଙ୍କ ହାତରେ ଥାଏ । ତାଙ୍କୁ ତାଙ୍କ ଘରେ ଏକ ଛୋଟ ପିଲା ଅପେକ୍ଷା କରିଛି । ତାଙ୍କ ପାଇଁ ଦୟାକରି ପ୍ରାର୍ଥନା କରନ୍ତୁ,’’ ଲେଖିଥିଲେ ଡାକ୍ତରାଣୀ ମୋନିକା ଲଙ୍ଗେଶ୍‌ (Dr Monika Langesh)।



ଶୁକ୍ରବାର ଦିନ ଡଃ ଲଙ୍ଗେଶ ଟ୍ୱିଟ୍ କରି କହିଥିଲେ ଯେ ଯୁବତୀ ଜଣକ ଗୁରୁତର କୋଭିଡ ଲକ୍ଷଣରେ ପୀଡିତ ଥିବାରୁ ତାଙ୍କୁ ବଞ୍ଚାଯାଇ ପାରିଲା ନାହିଁ । ସେ ଯୁବତୀଙ୍କ ପିଲା ବିଷୟରେ ଚିନ୍ତା ପ୍ରକଟ କରିଥିଲେ । ସେହି ଯୁବତୀଙ୍କ କରୋନା ୱାର୍ଡ଼ରେ ଥାଇ ଗୀତ ଶୁଣୁଥିବାର ଭିଡିଓକୁ ଟ୍ୱିଟରରେ ୧୧ ଲକ୍ଷରୁ ଅଧିକ ଲୋକ ଦେଖିଛନ୍ତି । ନେଟିଜେନମାନେ ପ୍ରାର୍ଥନା କରୁଛନ୍ତି ଯେ ତାଙ୍କ ଆତ୍ମାକୁ ଶାନ୍ତି ମିଳୁ ଓ ଦେଶରୁ ମହାମାରୀର ପ୍ରକୋପ ଶୀଘ୍ର ଶେଷ ହେଉ ।
Published by: Anand ST Das
First published: May 16, 2021, 11:58 PM IST