ସୋନୁ ସୁଦ୍ ମିଛୁଆ? ତାଙ୍କ ସାହାଯ୍ୟକୁ ନେଇ ଗଞ୍ଜାମ ଜିଲ୍ଲାପାଳ ପ୍ରଶ୍ନ ଉଠାଇବା ପରେ ସୋନୁ ଜବାବ ଦେଇଥିଲେ

ବ୍ରହ୍ମପୁରରେ ଜଣେ କରୋନା ଆକ୍ରାନ୍ତ ବ୍ୟକ୍ତି ତାଙ୍କ ପାଇଁ କୌଣସି ହସପିଟାଲରେ ବେଡର ବ୍ୟବସ୍ଥା କରିଦେବାକୁ ସୋନୁ ସୁଦଙ୍କୁ ଅନୁରୋଧ କରିବା ପରେ ସୋନୁ ତାଙ୍କ ପାଇଁ ବ୍ରହ୍ମପୁରର ସିଟି ହସପିଟାଲରେ ବେଡ୍ ବ୍ୟବସ୍ଥା କରିଦେଇଛନ୍ତି ବୋଲି ଟ୍ୱିଟ୍ କରି କହିଥିଲେ ।

ସୋନୁ ସୁଦ୍ ମିଛୁଆ? ତାଙ୍କ ସାହାଯ୍ୟକୁ ନେଇ ଗଞ୍ଜାମ ଜିଲ୍ଲାପାଳ ପ୍ରଶ୍ନ ଉଠାଇବା ପରେ ସୋନୁ ଜବାବ ଦେଇଥିଲେ
ଅଭିନେତା ସୋନୁ ସୁଦ ଓ (ଡାହାଣ) ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଳାଙ୍ଗେ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: କରୋନା ସଂକ୍ରମଣର ଘଡ଼ିସନ୍ଧି ସମୟରେ ଗତ ବର୍ଷେ ହେଲା ନିରନ୍ତର ଅଭାବୀ ଲୋକମାନଙ୍କୁ ସାହାଯ୍ୟ କରୁଥିବା ବଲିଉଡ ଅଭିନେତା ସୋନୁ ସୁଦଙ୍କର (Sonu Sood) ଗୋଟିଏ ସହାୟତା କାର୍ଯ୍ୟ ଉପରେ ନିକଟରେ ଗଞ୍ଜାମ ଜିଲ୍ଲାପାଳ ପ୍ରଶ୍ନ ଉଠାଇଥିଲେ । ହେଲେ ସୋନୁ ସେହି ପ୍ରଶ୍ନ ଓ ସନ୍ଦେହ ଉପରେ ନିଜ ଉତ୍ତର ଦେଇ ତାହା ଅମୂଳକ ବୋଲି ସୂଚାଇଥିଲେ ।

ବ୍ରହ୍ମପୁରରେ କରୋନା ସଂକ୍ରମଣରେ ଆକ୍ରାନ୍ତ ହୋଇଥିବା ଜଣେ ବ୍ୟକ୍ତି ତାଙ୍କ ପାଇଁ କୌଣସି ହସପିଟାଲରେ ଗୋଟିଏ ବେଡର ବ୍ୟବସ୍ଥା କରିଦେବାକୁ ସୋନୁ ସୁଦଙ୍କ ସହ ଯୋଗାଯୋଗ କରିଥିଲେ । ତାଙ୍କ ପାଇଁ ବ୍ରହ୍ମପୁରର ସିଟି ହସପିଟାଲରେ ଏକ ବେଡର ବ୍ୟବସ୍ଥା ସୁଦ୍‌ ଚ୍ୟାରିଟି ଫାଉଣ୍ଡେସନ୍‌ (Sood Foundation) ପକ୍ଷରୁ କରିଦିଆଯାଇଛି ବୋଲି ସୋନୁ ମେ ୧୫ ତାରିଖ ଅପରାହ୍ଣରେ ଏକ ଟ୍ୱିଟ୍‌ କରି ସୂଚନା ଦେଇଥିଲେ ।

ଏହା ବି ପଢ଼ନ୍ତୁ | English ଶିଖନ୍ତୁ []: ଯଦି ଗ୍ୟାଙ୍ଗଷ୍ଟର୍ ହାଇଦର୍ ଧରାପଡ଼ି ଥାନ୍ତା,… If gangster Hyder…

ତା’ ପର ଦିନ ଏହା ଉପରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଳାଙ୍ଗେଙ୍କ (Ganjam collector Vijay Amruta Kulange) ପକ୍ଷରୁ ଏକ ଟ୍ୱିଟ୍ କରାଯାଇଥିଲା । ସେଥିରେ ଲେଖାଥିଲା, ‘‘ଆମ ସହ ସୁଦ୍‌ ଫାଉଣ୍ଡେସନ୍‌ ବା ସୋନୁ ସୁଦଙ୍କ ପକ୍ଷରୁ କେହି ଯୋଗାଯୋଗ କରିନାହାନ୍ତି । ଯେଉଁ ରୋଗୀଙ୍କୁ ସେ ଶଯ୍ୟା ଯୋଗାଇଦେଇଥିବା କଥା କହୁଛନ୍ତି ସେ ହୋମ୍‌ ଆଇସୋଲେସନରେ ଅଛନ୍ତି ଓ ତାଙ୍କ ଅବସ୍ଥା ସ୍ଥିର ଅଛି । ଶଯ୍ୟାର ସଙ୍କଟ ନାହିଁ । ବ୍ରହ୍ମପୁର ମହାନଗର ନିଗମ ସବୁ ବ୍ୟବସ୍ଥାର ମନିଟରିଂ କରୁଛି ।’’

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | କରୋନା ୱାର୍ଡ଼ରେ ଫିଲ୍ମ ଗୀତ ଶୁଣୁଥିବା VIDEO ସେହି ଯୁବତୀଙ୍କ ମୃତ୍ୟୁ ହେଲା; ସୋନୁ ସୁଦ୍ ଦୁଃଖିତ

ସୋନୁଙ୍କ ଟ୍ୱିଟ୍ ଓ ଗଞ୍ଜାମ ଜିଲ୍ଲାପାଳଙ୍କ ଉତ୍ତର


ଏହା ବି ପଢ଼ନ୍ତୁ | ସନ୍ନି ଲିଓନି ୪୦ ବର୍ଷର ହେଲେ; ନର୍ସ ହେବାକୁ ଚାହୁଁଥିଲେ, ହେଲେ ଆଡଲ୍ଟ ଫିଲ୍ମରେ କାମ କରିବାକୁ ପଡ଼ିଥିଲା

ଗଞ୍ଜାମ ଜିଲ୍ଲାପାଳଙ୍କ ସେହି ଟ୍ୱିଟକୁ ୨୫,୦୦୦ରୁ ଅଧିକ ଲାଇକ୍‌ ମିଳିଥିଲା ଓ ଏହା ୧୧,୦୦୦ରୁ ଅଧିକ ଲୋକଙ୍କ ଦ୍ୱାରା ରିଟ୍ୱିଟ୍‌ ହୋଇଥିଲା । ସେହି ଟ୍ୱିଟର ଉତ୍ତର ଦେଇ ସୋନୁ ସୁଦ୍‌ ଏକ ହ୍ୱାଟ୍ସଆପ୍‌ ସ୍କ୍ରିନଶଟ୍‌ ଶେୟାର୍‌ କରିଥିଲେ । ସେଥିରେ ସେହି କରୋନା ରୋଗୀ ତାଙ୍କୁ ହ୍ୱାଟ୍ସ-ଆପରେ ମେସେଜ୍‌ କରି ବେଡ୍‌ ପାଇବାରେ ସହାୟତା କରିବାକୁ ଅନୁରୋଧ କରିଥିବା ଦେଖାଯାଇଥିଲା ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ‘‘କିଛି ବାହାରୁନି ଏଥିରୁ…’’ ଖାଲି ଅମ୍ଳଜାନ ମାସ୍କ ଧରି ମୃତ୍ୟୁ ପୂର୍ବରୁ VIDEOରେ କହିଥିଲେ ରାହୁଲ ଭୋରା

ନିଜ ଟ୍ୱିଟର୍‌ ପୋଷ୍ଟରେ ସୋନୁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଲେଖିଥିଲେ, ‘‘ସାର୍, ଆମେ କେବେ ଦାବି କରିନାହୁଁ ଯେ ଆମେ ଆପଣଙ୍କ ସହ ଯୋଗାଯୋଗ କରିଛୁ । ଜଣେ ଅଭାବୀ ବ୍ୟକ୍ତି ଆମ ସହିତ ଯୋଗାଯୋଗ କରିଥିଲେ ଓ ଆମେ ତାଙ୍କ ପାଇଁ ବେଡ୍‌ ବ୍ୟବସ୍ଥା କରିଥିଲୁ । ଆପଣଙ୍କ ଅବଗତି ପାଇଁ ଏଇଠି ଚାଟ୍‌ ସଂଲଗ୍ନ କରୁଛୁ । ଅପଣଙ୍କ ଅଫିସ୍ ବହୁତ ଭଲ କାମ କରୁଛି । ଆପଣ ଦୁଇ ଥର ଯାଞ୍ଚ କରି ଦେଖିପାରିବେ ଯେ ଆମେ ମଧ୍ୟ ସେହି ବ୍ୟକ୍ତିଙ୍କୁ ସାହାଯ୍ୟ କରିଛୁ । ମୁଁ ଆପଣଙ୍କୁ ସେହି ବ୍ୟକ୍ତିଙ୍କ କଣ୍ଟାକ୍ଟ ବିବରଣୀ ମେସେଜ୍ କରିଦେଇଛି । ଜୟ ହିନ୍ଦ୍‌।’’

ଗଞ୍ଜାମ ଜିଲ୍ଲାପାଳଙ୍କ ଟ୍ୱିଟ୍ ଉପରେ ସୋନୁଙ୍କ ଉତ୍ତର


ଏହା ବି ପଢ଼ନ୍ତୁ | ଆସିଲା କରୋନା ପଛରେ ଥିବା ସାଙ୍ଘାତିକ ସତ୍ୟ: ଚୀନ୍ ଏହାକୁ ଜୈବିକ ଅସ୍ତ୍ର ଭାବେ ପରୀକ୍ଷା କରୁଥିଲା!

ଏହାର ଉତ୍ତର ଦେଇ ଗଞ୍ଜାମ ଜିଲ୍ଲାପାଳ ସୋନୁ ସୁଦଙ୍କୁ ଟ୍ୱିଟରରେ ଲେଖିଥିଲେ, ‘‘ଆପଣଙ୍କ ବ୍ୟବସ୍ଥାକୁ ସମାଲୋଚନା କରିବା ଆମର ଉଦ୍ଦେଶ୍ୟ ନ ଥିଲା । ରୋଗୀଙ୍କ ପାଇଁ ବେଡ୍‌ ବ୍ୟବସ୍ଥା କରିବାକୁ ଆମର ଟିମ୍‌ ଗଞ୍ଜାମ ୨୪ ଘଣ୍ଟା କାମ କରୁଛି । ତଥାପି ବେଡ ମିଳିବାରେ କିଛି ଅସୁବିଧା ରହିଛି କି ନାହିଁ ତା’ର ତଦନ୍ତ କରିବା ଆମର ଦାୟିତ୍ୱ । ସେଇଥି ପାଇଁ ଆମେ ତଥ୍ୟ ସ୍ପଷ୍ଟ କରିଥିଲୁ । ଆପଣ ଓ ଆପଣଙ୍କ ସଙ୍ଗଠନ ଖୁବ୍‌ ଭଲ କାମ କରୁଛନ୍ତି ।’’ ସୋନୁ ସୁଦ୍‌ ଜିଲ୍ଲାପାଳଙ୍କୁ ତାଙ୍କ ପ୍ରଶଂସା ପାଇଁ ଧନ୍ୟବାଦ ଦେଇଥିଲେ ।

ସାଂସଦ ଅମର ପଟ୍ଟନାୟକଙ୍କ ଟ୍ୱିଟ୍


ଏହା ବି ପଢ଼ନ୍ତୁ | ଚନ୍ଦା ମୁଣ୍ଡ ଥିବା ପୁରୁଷମାନଙ୍କଠାରେ କରୋନା ସଂକ୍ରମିତ ହେବା ପରେ ମୃତ୍ୟୁ ସମ୍ଭାବନା ଅଧିକ: ରିସର୍ଚ୍ଚ

ବାସ୍ତବରେ ଗଞ୍ଜାମ ଜିଲ୍ଲାପାଳଙ୍କ ଟ୍ୱିଟ୍‌ ପରେ ଟ୍ୱିଟରରେ ସୋନୁ ସୁଦଙ୍କ ଜନ-ସହାୟତା କାର୍ଯ୍ୟକୁ ନେଇ ଅନେକ ଲୋକ ପ୍ରଶ୍ନ ଉଠାଇବା ଆରମ୍ଭ କରିଥିଲେ । କେତେକ ଲୋକ ତ ସୋନୁ ସୁଦଙ୍କୁ ମିଛୁଆ ବୋଲି କହିଥିଲେ ଓ ଇଙ୍ଗିତ କରିଥିଲେ ଯେ ସେ ଅଳ୍ପ ଲୋକଙ୍କୁ ସାହାଯ୍ୟ କରି ମିଛରେ ବହୁତ ଅଧିକ ଦେଖାଇ ହେଉଛନ୍ତି । ଏପରିକି ବିଜେଡି ରାଜ୍ୟ ସଭା ସାଂସଦ ଅମର ପଟ୍ଟନାୟକ (BJD MP Amar Patnaik) ବି ଟ୍ୱିଟରରେ ସୋନୁ ସୁଦଙ୍କ ଜନ-ସହାୟତା କାର୍ଯ୍ୟ ଉପରେ ପ୍ରଶ୍ନ ଚିହ୍ନ ଲଗାଇଥିବା ଦେଖାଯାଇଥିଲା ।



‘‘ଏହା ବଡ଼ ବିଚଳିତକାରୀ କଥା । ଦେଶର ବର୍ତ୍ତମାନର ସଙ୍କଟପୂର୍ଣ୍ଣ ସମୟରେ ଲୋକେ ସୋନୁ ସୁଦ୍‌ ଓ ତାଙ୍କ ସଙ୍ଗଠନକୁ ଭଗବାନଙ୍କର ଗୋଟିଏ ଅବତାର ମନେ କରୁଛନ୍ତି । ସେ ସୁନିଶ୍ଚିତ କରିବା ଉଚିତ ଯେ ତାଙ୍କ ଟ୍ୱିଟର୍‌ ହ୍ୟାଣ୍ଡେଲରୁ ମିଛ ଖବର, ମିଛ ଆଶ୍ୱାସନା ଓ ମିଛ ଉପଲବ୍ଧି ପ୍ରଚାରିତ ନ ହେଉ,’’ ଲେଖିଥିଲେ ଅମର ପଟ୍ଟନାୟକ ।
Published by: Anand ST Das
First published: May 17, 2021, 10:01 PM IST