ହୋମ୍ » ଓଡ଼ିଶା ନ୍ୟୁଜ୍ » କରୋନା ଭାଇରସ»କୃଷକ ଆନ୍ଦୋଳନରେ କରୋନାର ଏଣ୍ଟ୍ରି; ଦୁଇ କୃଷକ ମୃତ୍ୟୁ, ଜଣକର ରିପୋର୍ଟ ପଜିଟିଭ

କୃଷକ ଆନ୍ଦୋଳନରେ କରୋନାର ଏଣ୍ଟ୍ରି; ଦୁଇ କୃଷକ ମୃତ୍ୟୁ, ଜଣକର ରିପୋର୍ଟ ପଜିଟିଭ

Corona in Kisan Aandolan: କୃଷି ଆଇନ ବିରୁଦ୍ଧରେ ଆନ୍ଦୋଳନ କରୁଥିବା କୃଷକଙ୍କ ମୃତ୍ୟୁକୁ ନେଇ କୃଷକ ନେତାମାନେ କହିଛନ୍ତି ଯେ ସରକାର ଜାଣିଶୁଣି ଏହି ମୃତ୍ୟୁର କାରଣ କରୋନା କହୁଛନ୍ତି ।

କୃଷକ ଆନ୍ଦୋଳନରେ କରୋନାର ଏଣ୍ଟ୍ରି; ଦୁଇ କୃଷକ ମୃତ୍ୟୁ, ଜଣକର ରିପୋର୍ଟ ପଜିଟିଭ
କୃଷକ ଆନ୍ଦୋଳନରେ କରୋନାର ଏଣ୍ଟ୍ରି
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ସୋନିପତ: ତିନୋଟି କୃଷି ଆଇନ ବିରୁଦ୍ଧରେ ଦିଲ୍ଲୀ ସୀମାରେ କ୍ରମାଗତ ଭାବରେ କୃଷକ ଆନ୍ଦୋଳନ ଆନ୍ଦୋଳନ ଜାରି ରହିଛି । ଏହି ସମୟରେ ସୋନିପତ କୁଣ୍ଡଳୀ ସୀମାରେ ଚାଲିଥିବା କୃଷକ ଆନ୍ଦୋଳନରେ କରୋନା ପହଞ୍ଚି ସାରିଛି । ସିଙ୍ଗୁ ସୀମାରେ ଆଉ ଦୁଇଜଣ ଚାଷୀଙ୍କ ମୃତ୍ୟୁ ଘଟିଛି । ପ୍ରଥମ ମୃତ କୃଷକ ବଲବୀର ପଟିଆଲାର ବାସିନ୍ଦା ଓ ଦ୍ୱିତୀୟ କୃଷକ ମହେନ୍ଦ୍ର ଲୁଧିଆନାର ଥିଲେ । ପଟିଆଲାରେ ରହୁଥିବା ମୃତ କୃଷକ ବଲବୀରଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି । କୃଷକ ନେତାମାନେ କହିଛନ୍ତି ଯେ ସରକାର ଜାଣିଶୁଣି କରୋନାକୁ ଚାଷୀଙ୍କ ମୃତ୍ୟୁର କାରଣ କହୁଛନ୍ତି ।

କୃଷକ ନେତାମାନେ କହିଛନ୍ତି ଯେ ସରକାର କୃଷକ ଆନ୍ଦୋଳନକୁ ଅସମ୍ମାନ କରିବାକୁ ଚେଷ୍ଟା କରୁଛନ୍ତି । ଏଥି ସହ ସୋନିପତ ସିଭିଲ ହସପିଟାଲର ପୋଷ୍ଟମର୍ଟମ ଅଧିକାରୀ ଡକ୍ଟର ଗିନ୍ନି ତାଲା କହିଛନ୍ତି ଯେ ପୋଲିସର ନିର୍ଦ୍ଦେଶରେ ଉଭୟ ମୃତ କୃଷକଙ୍କ କରୋନା ଟେଷ୍ଟ କରାଯାଇଛି । ବଲବୀର ନାମକ ଜଣେ କୃଷକଙ୍କ କରୋନା ରିପୋର୍ଟ ପଜିଟିଭ ଭାବେ ପ୍ରକାଶ ପାଇଛି । ସୋନିପତ ପୋଲିସ ଏହି ଘଟଣାର ତଦନ୍ତ କରୁଛି ।

ଏଥି ସହ ମୃତ ବଲବୀର ସିଂ ଗତ କିଛି ଦିନ ହେବ ଜ୍ୱରରେ ପୀଡିତ ଥିବା କୁହାଯାଉଛି । ଏଥିସହ ତାଙ୍କର କରୋନା ଲକ୍ଷଣ ଦେଖାଯାଉଥିଲା । ଆନ୍ଦୋଳନ ସ୍ଥଳରେ ଅନେକ କୃଷକ ଅଛନ୍ତି ଯେଉଁମାନେ ଦୀର୍ଘ ଦିନ ଧରି ଜ୍ୱରରେ ପୀଡିତ ଥିଲେ, କିନ୍ତୁ ସେମାନେ କରୋନା ଯାଞ୍ଚ କରୁନାହାଁନ୍ତି । ଏହି ଆନ୍ଦୋଳନରେ ଅବସ୍ଥିତ ହସ୍ପିଟାଲରେ ପ୍ରତିଦିନ ଏକ ଡର୍ଜନ ଆନ୍ଦୋଳନକାରୀ ଜ୍ୱରରେ ପୀଡିତ ଥିଲେ ।

ଏହି ଆନ୍ଦୋଳନ ଅନେକ ମାସ ଧରି ଚାଲିଆସୁଛି
କୃଷି ନିୟମକୁ ବିରୋଧ କରି କୃଷକ ସଂଗଠନ ପକ୍ଷରୁ ଦିଲ୍ଲୀ-ହରିୟାଣା ସୀମାରେ ଦୀର୍ଘ ଦିନ ଧରି ବିରୋଧ ପ୍ରଦର୍ଶନ ହୋଇ ଆସୁଛି । କରୋନା କାରଣରୁ ଆନ୍ଦୋଳନକୁ ବନ୍ଦ କରିବା ପାଇଁ ଏକ ଆବେଦନ ମଧ୍ୟ କରାଯାଇଛି, କିନ୍ତୁ ବିକ୍ଷୋଭକାରୀମାନେ ଆନ୍ଦୋଳନ ଜାରି ରଖିଛନ୍ତି । ଏଥିସହ କୃଷକମାନେ କୃଷି ଆଇନ ପ୍ରତ୍ୟାହାର କରିବାକୁ ଦାବି କରୁଥିବାବେଳେ କେନ୍ଦ୍ର କହିଛି ଯେ ଯଦି ଆଇନରେ ତ୍ରୁଟି ଥାଏ ତେବେ ଏହାକୁ ହଟାଇ ଦିଆଯିବ, କିନ୍ତୁ ଏହାକୁ ପ୍ରତ୍ୟାହାର କରିବାର ପ୍ରଶ୍ନ ଉଠୁନାହିଁ ।
Published by: Jagdish Barik
First published: May 19, 2021, 3:00 PM IST