କୃଷକ ଆନ୍ଦୋଳନ ଯୋଗୁଁ ଆସନ୍ତାକାଲି ନିଜ ଜନ୍ମଦିନ ପାଳନ କରିବେ ନାହିଁ ସୋନିଆ ଗାନ୍ଧୀ; କହିଲେ ଆଉ ଏକ କାରଣ
କଂଗ୍ରେସର ମଧ୍ୟବର୍ତ୍ତୀକାଳୀନ ସଭାପତି ସୋନିଆ ଗାନ୍ଧୀ (Sonia Gandhi) ଘୋଷଣା କରିଛନ୍ତି ଯେ କୃଷି ଆଇନ ବିରୁଦ୍ଧରେ ଚାଲିଥିବା କୃଷକ ଆନ୍ଦୋଳନ ଓ କୋଭିଡ-୧୯ ମହାମାରୀର ସ୍ଥିତି ଯୋଗୁଁ ସେ ୯ ଡିସେମ୍ବରରେ ନିଜର ଜନ୍ମଦିନ ପାଳନ କରିବେ ନାହିଁ ।

ନିଜ ଜନ୍ମଦିନ ପାଳନ କରିବେ ନାହିଁ ସୋନିଆ ଗାନ୍ଧୀ
- News18 Odia
- Last Updated: December 8, 2020, 9:27 AM IST
ନୂଆ ଦିଲ୍ଲୀ: କୃଷି ଆଇନ (Farm Laws) ବିରୋଧରେ କୃଷକ ଆନ୍ଦୋଳନ (Farmer Protest) କରୁଛନ୍ତି । ଆଜି କୃଷକ ଆନ୍ଦୋଳନର ୧୩ତମ ଦିନରେ ପହଞ୍ଚିଛି ଓ ଆଜି ଭରତ ବନ୍ଦର ଆହ୍ୱାନ ଦେଇଛନ୍ତି । କଂଗ୍ରେସ ସମେତ ୨୦ ରୁ ଅଧିକ ଦଳ ଏହି ଭରତ ବନ୍ଦକୁ ସମର୍ଥନ କରିଛନ୍ତି । ସେପଟେ କଂଗ୍ରେସର ମଧ୍ୟବର୍ତ୍ତୀକାଳୀନ ସଭାପତି ସୋନିଆ ଗାନ୍ଧୀ (Sonia Gandhi) ନିଜ ଜନ୍ମଦିନ ବିଷୟରେ ଘୋଷଣା କରିଛନ୍ତି । କୃଷି ଆଇନ ବିରୁଦ୍ଧରେ ଚାଲିଥିବା କୃଷକ ଆନ୍ଦୋଳନ ଓ କୋଭିଡ-୧୯ ମହାମାରୀର ସ୍ଥିତି ଯୋଗୁଁ ସେ ୯ ଡିସେମ୍ବରରେ ଜନ୍ମଦିନ ପାଳନ କରିବେ ନାହିଁ ।
Congress interim president Sonia Gandhi (in file pic) will not celebrate her birthday on December 9, in view of the ongoing farmer's agitation against agriculture bills & #COVID19 situation across the country. pic.twitter.com/ivURWapgam
— ANI (@ANI) December 8, 2020
୯ ଡିସେମ୍ବର ହେଉଛି ସୋନିଆ ଗାନ୍ଧୀଙ୍କ ଜନ୍ମଦିନ । ବୁଧବାର ତାଙ୍କୁ ୭୪ ବର୍ଷ ହେବ । ଏହା ସହିତ କୃଷକ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଷଷ୍ଠ ରାଉଣ୍ଡ ଆଲୋଚନା ମଧ୍ୟ ୯ ଡିସେମ୍ବରରେ ଅନୁଷ୍ଠିତ ହେବ ।
ଏହା ପୂର୍ବରୁ ଘଟିଥିବା ପାଞ୍ଚ ଥର ବାର୍ତ୍ତାଳାପ ଫଳହୀନ ଥିଲା । ଏଭଳି ପରିସ୍ଥିତିରେ 9ଡିସେମ୍ବରରେ କୃଷକ ଓ ସରକାରଙ୍କ ମଧ୍ୟରେ କିଛି ସମାଧାନ ବାହାରିପାରେ ବୋଲି ବିଶ୍ୱାସ କରାଯାଉଛି ।