ସୋନିଆ ଗାନ୍ଧୀ (ପ୍ରତୀକାତ୍ମକ ଛବି)
News 18 Odia Digital
ନୂଆ ଦିଲ୍ଲୀ : ଜାତୀୟ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧି ପୁଣି ଥରେ କରୋନା ସଂକ୍ରମିତ ହୋଇଛନ୍ତି । ୩ ମାସ ପୂର୍ବରୁ ଜୁନ୍ ୮ରେ ସଂକ୍ରମିତ ହୋଇଥିଲେ ସେ । ଦ୍ୱିତୀୟ ଥର ପାଇଁ ସୋନିଆ ଗାନ୍ଧି କରୋନା ସଂକ୍ରମିତ ହୋଇଛନ୍ତି । କଂଗ୍ରେସର ବରିଷ୍ଠ ନେତା ଜୟରାମ
ରମେଶ ସୋସିଆଲ ମିଡ଼ିଆରେ ସୂଚନା ଦେଇ କହିଛନ୍ତି, "କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧି ଆଜି କରୋନା ସଂକ୍ରମିତ ହୋଇଛନ୍ତି। ସରକାରଙ୍କ କଟକଣା ଅନୁଯାୟୀ ସେ ଆଇସୋଲେସନରେ ଅଛନ୍ତି ।’’
ସୋନିଆ ଗାନ୍ଧି ନ୍ୟାସନାଲ ହେରାଲ୍ଡ ମାମଲାରେ ଜୁନ୍ ୮ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜେରା କରିବା ପୂର୍ବରୁ ସଂକ୍ରମିତ ହୋଇଥିଲେ। କଂଗ୍ରେସ ନେତା ରଣଦୀପ ସୁରଜୱାଲା ସେତେବେଳେ ସୂଚନା ଦେଇ କହିଥିଲେ, "କଂଗ୍ରେସ ସଭାପତି ସୋନିଆ ଗାନ୍ଧି କରୋନା ସଂକ୍ରମିତ ହୋଇଛନ୍ତି । ସେ ସାମାନ୍ୟ ଜ୍ୱର ସହ କିଛି ଲକ୍ଷଣ ଦେଖାଯାଉଥିବାରୁ ସେ ନିଜକୁ ଅଲଗା ହୋଇ ରହିଛନ୍ତି।’’
Published by:Sujit Swain
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।