ହୋମ୍ » ଓଡ଼ିଶା ନ୍ୟୁଜ୍ » କରୋନା ଭାଇରସ»School reopening: ଯେଉଁ ରାଜ୍ୟରେ ସ୍କୁଲ ଖୋଲିଛି ସେଠାରେ ପିଲାଙ୍କ ମଧ୍ୟରେ କରୋନା ସଂକ୍ରମଣ ବଢୁଛି

School reopening: ଯେଉଁ ରାଜ୍ୟରେ ସ୍କୁଲ ଖୋଲିଛି ସେଠାରେ ପିଲାଙ୍କ ମଧ୍ୟରେ କରୋନା ସଂକ୍ରମଣ ବଢୁଛି

ଜୁଲାଇ ଓ ଅଗଷ୍ଟରେ ପଞ୍ଜାବରେ ପିଲାମାନଙ୍କଠାରେ କରୋନା ସଂକ୍ରମଣରେ ସର୍ବାଧିକ ବୃଦ୍ଧି ଘଟିଛି । ପଞ୍ଜାବରେ ପିଲାମାନଙ୍କ ସଂକ୍ରମଣରେ ୯.୬ ପ୍ରତିଶତ ବୃଦ୍ଧି ପଞ୍ଜିକୃତ ହୋଇଛି। ଅଗଷ୍ଟ ୨ରୁ ରାଜ୍ୟରେ ସ୍କୁଲ ଖୋଲାଯାଇଥିଲା ।

School reopening: ଯେଉଁ ରାଜ୍ୟରେ ସ୍କୁଲ ଖୋଲିଛି ସେଠାରେ ପିଲାଙ୍କ ମଧ୍ୟରେ କରୋନା ସଂକ୍ରମଣ ବଢୁଛି
ସ୍କୁଲ ଖୋଲିବା ପରଠୁ ପିଲାଙ୍କ ମଧ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି
  • News18 Odia
  • Last Updated: September 1, 2021, 9:57 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ବର୍ତ୍ତମାନ ବିଶେଷଜ୍ଞମାନେ ଦେଶରେ କରୋନା ସଂକ୍ରମଣର ତୃତୀୟ ଲହରର ଆଗମନ ବିଷୟରେ ଚେତାବନୀ ଦେବାରେ ଲାଗିଛନ୍ତି । ଏହି ସମୟରେ କେତେକ ରାଜ୍ୟରେ ସ୍କୁଲକୁ ସମ୍ପୂର୍ଣ୍ଣ ଭାବେ ଖୋଲିଛନ୍ତି । ଏଭଳି ପରିସ୍ଥିତିରେ, ଗତ କିଛି ଦିନ ଧରି ପିଲାମାନଙ୍କ ମଧ୍ୟରେ କରୋନା ସଂକ୍ରମଣ ମାମଲାରେ ଉତ୍ତେଜନା ଦେଖାଦେଇଛି । ଭାରତରେ କରୋନା ଭାଇରସ୍ କେସ୍ ବୃଦ୍ଧି ମାମଲା ଛଅଟି ରାଜ୍ୟରେ ଦେଖିବାକୁ ମିଳୁଛି । ଏହି ରାଜ୍ୟଗୁଡ଼ିକ ହେଉଛି, ପଞ୍ଜାବ, ବିହାର, ମଧ୍ୟ ପ୍ରଦେଶ, ଗୁଜୁରାଟ, ଛତିଶଗଡ ଓ ଉତ୍ତର ପ୍ରଦେଶ। ଅନ୍ୟପକ୍ଷରେ ଝାଡ଼ଖଣ୍ଡ ଓ ଚଣ୍ଡିଗଡରେ ଏହାର ବିପରୀତ ଘଟଣା ଘଟୁଛି ।

ଜୁଲାଇ ଓ ଅଗଷ୍ଟରେ ପଞ୍ଜାବରେ ପିଲାମାନଙ୍କଠାରେ କରୋନା ସଂକ୍ରମଣରେ ସର୍ବାଧିକ ବୃଦ୍ଧି ଘଟିଛି । ପଞ୍ଜାବରେ ପିଲାମାନଙ୍କ ସଂକ୍ରମଣରେ ୯.୬ ପ୍ରତିଶତ ବୃଦ୍ଧି ପଞ୍ଜିକୃତ ହୋଇଛି। ଅଗଷ୍ଟ ୨ରୁ ରାଜ୍ୟରେ ସ୍କୁଲ ଖୋଲାଯାଇଥିଲା ।

ଏଥି ସହିତ ବିହାର, ମଧ୍ୟ ପ୍ରଦେଶ, ଗୁଜୁରାଟ ଓ ଛତିଶଗଡରେ ପିଲାମାନଙ୍କ ମଧ୍ୟରେ କରୋନା ଜୀବାଣୁ ସଂକ୍ରମଣର ସକରାତ୍ମକତା ୨ରୁ ୩ ପ୍ରତିଶତ ମଧ୍ୟରେ ରହିଛି । ଜୁଲାଇ ୨୬ରୁ ଗୁଜୁରାଟରେ ସ୍କୁଲ ଖୋଲାଯାଇଛି । ଛତିଶଗଡ ଓ ମଧ୍ୟ ପ୍ରଦେଶରେ ଅଗଷ୍ଟ ପ୍ରଥମ ସପ୍ତାହରୁ ସ୍କୁଲ ଖୋଲାଯାଇଥିଲା । ଏଥି ସହିତ ଅଗଷ୍ଟ ୧୬ରୁ ବିହାରରେ ସ୍କୁଲ ଖୋଲାଯାଇଛି।

ଅଗଷ୍ଟ ୨ରୁ ଉତ୍ତର ପ୍ରଦେଶରେ ବିଦ୍ୟାଳୟ ଖୋଲାଯାଇଥିଲା । ପିଲାମାନଙ୍କ ମଧ୍ୟରେ କରୋନା ସଂକ୍ରମଣର ସକାରାତ୍ମକତା ହାର ରାଜ୍ୟରେ ସର୍ବନିମ୍ନ ରହିଛି । ରାଜ୍ୟରେ ୧.୯% ସଂକ୍ରମଣ ସଂଖ୍ୟା ଅଛି ।

ଏହା ସହିତ, ଏପରି କିଛି ରାଜ୍ୟ ଅଛି ଯେଉଁଠାରେ ବିଦ୍ୟାଳୟ ଖୋଲିବା ପରେ କରୋନା ସଂକ୍ରମଣର ସକରାତ୍ମକତା ହାର ହ୍ରାସ ପାଇଛି । ଅଗଷ୍ଟ ୧ରେ ଝାଡ଼ଖଣ୍ଡରେ ସ୍କୁଲ ଖୋଲାଯାଇଥିଲା । ସେଠାରେ କରୋନା ଅଭିବୃଦ୍ଧି ୦.୯ ପ୍ରତିଶତ ହ୍ରାସ ପାଇଛି ।

ଦିଲ୍ଲୀ ଓ ତେଲେଙ୍ଗାନାରେ ଏ ପର୍ଯ୍ୟନ୍ତ ସ୍କୁଲ ଖୋଲିବ ନାହିଁ । ସେପ୍ଟେମ୍ବର ୨ରୁ ତେଲେଙ୍ଗାନାର ସମସ୍ତ ଶିକ୍ଷାନୁଷ୍ଠାନ ଖୋଲାଯିବ । ଏଥି ମଧ୍ୟରେ ଅଙ୍ଗନୱାଡି କେନ୍ଦ୍ର ଅନ୍ତର୍ଭୁକ୍ତ ।
Published by: Lipina Das
First published: September 1, 2021, 9:57 AM IST