ଆଜି ଠାରୁ ଦେଶରେ ବଦଳିଯିବ ଏହି ସବୁ ନିୟମ; ଆପଣଙ୍କ ପର୍ସ ଉପରେ ପଡ଼ିପାରେ ପ୍ରଭାବ

ଲୋକଙ୍କୁ କରୋନା ମହାମୀରୀ ସମୟରେ EMI ପରି ବଡ଼ ଖର୍ଚ୍ଚରୁ କିଛି ଆରାମ ଦେବା ପାଇଁ ଆରବିଆଇ ମାର୍ଚ୍ଚ ମାସରେ ଲୋନ୍ ମୋରାଟରିଅମ୍ ଅବଧି ଆରମ୍ଭ କରିଥିଲା ।

ଆଜି ଠାରୁ ଦେଶରେ ବଦଳିଯିବ ଏହି ସବୁ ନିୟମ; ଆପଣଙ୍କ ପର୍ସ ଉପରେ ପଡ଼ିପାରେ ପ୍ରଭାବ
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: September 1, 2020, 12:03 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: କରୋନା ମହାମାରୀ (Coronavirus Pandemic) ମଧ୍ୟରେ ଅନେକ ନୂଆ ନିୟମ ଲାଗୁ କରାଯାଇଥିଲା ଓ ସେଗୁଡ଼ିକୁ ଅନେକ ଥର ପରିବର୍ତ୍ତିତ କରାଯାଇଥିଲା । ସେପ୍ଟେମ୍ବର ୧ ତାରିଖରୁ ଅନେକ ନିୟମ ପରିବର୍ତ୍ତନ ହେବାକୁ ଯାଉଛି, ଯାହା ଆପଣଙ୍କୁ ସିଧାସଳଖ ପ୍ରଭାବିତ କରିବ ।

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (RBI) ଦ୍ୱାରା ଘୋଷିତ ଲୋନ୍‌ ମୋରାଟରିଅମ୍‌ (loan moratorium) ଅବଧି ୩୧ ଅଗଷ୍ଟରେ ଶେଷ ହୋଇଯିବ । ଅର୍ଥାତ ଯେଉଁମାନଙ୍କ ଦରମା କମ୍‌ କରାଯାଇଛି ଓ ଯେଉଁମାନେ ଚାକିରୀ ହରାଇଛନ୍ତି ସେମାନଙ୍କୁ ଏକ ବଡ଼ ଧକ୍କା ମିଳିବ । ଏହା ବ୍ୟତୀତ ଏଲପିଜି ଗ୍ୟାସ୍ ସିଲିଣ୍ଡର (LPG gas cylinder) ଓ ବିମାନ ଭଡ଼ା ଇତ୍ୟାଦି ସମ୍ବନ୍ଧୀୟ ନିୟମ ବି ପରିବର୍ତ୍ତନ ହେବାକୁ ଯାଉଛି । ସେପ୍ଟେମ୍ବର ୧ରୁ ବଦଳୁଥିବା ନିୟମ ସବୁ ଆପଣଙ୍କ ପକେଟକୁ ସିଧାସଳଖ ପ୍ରଭାବିତ କରିବ ।

୩୧ ଅଗଷ୍ଟରେ ଶେଷ ହେବ ଲୋନ୍‌ ମୋରାଟରିଅମ୍‌ ଅବଧି

ଲୋକଙ୍କୁ କରୋନା ମହାମୀରୀ ସମୟରେ EMI ପରି ବଡ଼ ଖର୍ଚ୍ଚରୁ କିଛି ଆରାମ ଦେବା ପାଇଁ ଆରବିଆଇ ମାର୍ଚ୍ଚ ମାସରେ ଲୋନ୍‌ ମୋରାଟରିଅମ୍‌ ଅବଧି ଆରମ୍ଭ କରିଥିଲା । ଏହା ୩୧ ଅଗଷ୍ଟରେ ଶେଷ ହେଉଛି । ଏହି ଅବଧିରେ ଲୋକେ EMI ନ ଦେବାର ବିକଳ୍ପ ପାଇଥିଲେ । ଏପରି ପରିସ୍ଥିତିରେ EMI ପୁଣି ଆରମ୍ଭ ହେବାକୁ ଯାଉଥିବାରୁ ଆପଣଙ୍କ ପକେଟ ଉପରେ ଭାର ବଢ଼ିବ ।

ଗ୍ରାହକମାନଙ୍କୁ ଆରାମ ଦେବା ପାଇଁ ଆରବିଆଇ ବ୍ୟାଙ୍କମାନଙ୍କୁ ଅଧିକାର ପ୍ରଦାନ କରିଛି । ଆସନ୍ତା ସପ୍ତାହରେ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ଓ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (PNB) ଏହା ଉପପରେ ନିଷ୍ପତ୍ତି ନେବାର ସମ୍ଭାବନା ଅଛି ।

LPG ସିଲିଣ୍ଡର ଦାମ୍‌ ବଦଳିପାରେ

ସେପ୍ଟେମ୍ବର ୧ରୁ LPG ସିଲିଣ୍ଡରର ଦାମ୍‌ ପରିବର୍ତ୍ତିତ ହୋଇପାରେ । LPG ସିଲିଣ୍ଡରର ଦାମ୍‌ ପ୍ରତ୍ୟେକ ମାସର ପ୍ରଥମ ଦିନରେ ବଦଳିଥାଏ । କମ୍ପାନୀଗୁଡିକ LPG, CNG ଓ PNGର ଦାମ୍‌ ହ୍ରାସ କରିପାରନ୍ତି ବୋଲି ବିଶ୍ୱାସ କରାଯାଉଛି ।

ଏହା ବି ପଢ଼ନ୍ତୁ | ଐତିହାସିକ! ଦିଲ୍ଲୀରେ ଲଗାତାର ୬ ବର୍ଷ ଧରି ବିଦ୍ୟୁତ୍ ଶୁଳ୍କ ବଢ଼ିନାହିଁ; ୨୪ ଘଣ୍ଟା ବିଜୁଳି ମିଳୁଛି

ଏହା ବି ପଢ଼ନ୍ତୁ | ଏହି ଫୋନଗୁଡ଼ିକର କ୍ୟାମେରା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ! ଏଥିରେ ଚମତ୍କାର ଫଟୋ ଉଠାଇପାରିବେ

ବିମାନ ଯାତ୍ରା ଖର୍ଚ୍ଚ ବଢ଼ିବ

ସେପ୍ଟେମ୍ବର ୧ରୁ ବିମାନ ସେବା ମହଙ୍ଗା ହୋଇପାରେ । ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଘରୋଇ ଓ ଆନ୍ତର୍ଜାତୀୟ ଯାତ୍ରୀଙ୍କ ଠାରୁ ୧ ସେପ୍ଟେମ୍ବରରୁ ଉଚ୍ଚ ବିମାନ ସୁରକ୍ଷା ଚାର୍ଜ (ASF) ଆଦାୟ କରିବାକୁ ନିଷ୍ପତ୍ତି ନେଇଛି ।



ଦେଶ ଭିତରେ ଯାତ୍ରା କରୁଥିବା ଲୋକଙ୍କ ଠାରୁ ବର୍ତ୍ତମାନ ASF ଫି ଭାବରେ ୧୫୦ ଟଙ୍କା ବଦଳରେ ୧୬୦ ଟଙ୍କା ଆଦାୟ କରାଯିବ । ଆନ୍ତର୍ଜାତୀୟ ଯାତ୍ରୀମାନଙ୍କ ଠାରୁ ୪.୮୫ ଡଲାର ବଦଳରେ ୫.୨ ଡଲାର ଆଦାୟ କରାଯିବ। ଅର୍ଥାତ୍ ଆନ୍ତର୍ଜାତୀୟ ବିମାନ ଯାତ୍ରା ପାଇଁ ଆପଣଙ୍କୁ ୪୦ ଟଙ୍କା ଅଧିକ ଦେବାକୁ ପଡ଼ିବ ।
Published by: Anand Shankar Thankur Das
First published: August 30, 2020, 7:30 PM IST
corona virus btn
corona virus btn
Loading