ହୋମ୍ » ଓଡ଼ିଶା ନ୍ୟୁଜ୍ » କରୋନା ଭାଇରସ»ଟିକା ପାଇଁ ପଞ୍ଜିକରଣ କଲେ, ହେଲେ ଏବେ ଟିକା ନେବାକୁ ଅମଙ୍ଗ; ହରାଇବେ ଅନେକ ସୁବିଧା

ଟିକା ପାଇଁ ପଞ୍ଜିକରଣ କଲେ, ହେଲେ ଏବେ ଟିକା ନେବାକୁ ଅମଙ୍ଗ; ହରାଇବେ ଅନେକ ସୁବିଧା

ରାଜ୍ୟରେ କୋଭିଡ଼ ମୁକାବିଲା ପାଇଁ ଟିକା ଆସି ଏବେ ମାଗଣାରେ ଦିଆଯାଉଥିବା ବେଳେ କିଛି ସ୍ୱାସ୍ଥ୍ୟ କର୍ମୀ ଟିକା ନେବାକୁ ଆଗ୍ରହ ପ୍ରକାଶ କରିନାହାନ୍ତି । ଫଳରେ ନିଜ କମ୍ୟୁନିଟି ସହ କାର୍ଯ୍ୟ ସ୍ଥଳରେ ମଧ୍ୟ ସଂକ୍ରମଣ ବ୍ୟାପିବାର ସମ୍ଭାବନା ରହୁଛି ।

ଟିକା ପାଇଁ ପଞ୍ଜିକରଣ କଲେ, ହେଲେ ଏବେ ଟିକା ନେବାକୁ ଅମଙ୍ଗ; ହରାଇବେ ଅନେକ ସୁବିଧା
ରାଜ୍ୟ ବର୍ତ୍ତମାନ ଟିକାକରଣରେ ଦେଶର ତୃତୀୟ ସ୍ଥାନରେ ଅଛି ।
  • News18 Odia
  • Last Updated: February 24, 2021, 5:09 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଟିକା ନ ନେଲେ ସୁବିଧାରୁ ବଞ୍ଚିତ ହେବେ ସରକାରୀ କର୍ମଚାରୀ । ଟିକାକରଣ ପ୍ରକ୍ରିୟା ଚାଲିଥିବା ବେଳେ ସ୍ୱାସ୍ଥ୍ୟକର୍ମୀ ଓ ଆଗ ଧାଡ଼ିର କୋଭିଡ ଯୋଧ୍ୟାଙ୍କ ଉଦ୍ଧେଶ୍ୟରେ ଏଭଳି ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଶାସନ ସଚିବ ।

ବର୍ତ୍ତମାନ ରାଜ୍ୟରେ ଟିକାକରଣ ଚାଲିଥିବା ବେଳେ ପଞ୍ଜିକରଣ କରିଥିବା ସ୍ୱାସ୍ଥ୍ୟ କର୍ମୀଙ୍କ ମଧ୍ୟରୁ ୮୫ ପ୍ରତିଶତ ସ୍ୱାସ୍ଥ୍ୟ କର୍ମୀ ଟିକା ନେଇଛନ୍ତି। ସମ୍ମୁଖ ଯୋଦ୍ଧାଙ୍କ ଟିକାକରଣ ଜାରି ରହିଛି । କିନ୍ତୁ ବାରମ୍ବାର ଅବଗତ କରାଇବା ପରେ ବି କିଛି ସ୍ୱାସ୍ଥ୍ୟ କର୍ମୀ ଟିକା ନେବାକୁ ଅମଙ୍ଗ ହେଉଛନ୍ତି । ରାଜ୍ୟ ର୍ତ୍ତର୍ତମାନ ଟିକାକରଣରେ ଦେଶର ତୃତୀୟ ସ୍ଥାନରେ ଥିବା ବେଳେ ଯେତିକି ପଞ୍ଜିକରଣ କରିଛନ୍ତି ସେତିକି ଟିକା କେନ୍ଦ୍ର ଠୁ ମଗାଯାଇଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ସନ୍ନି ଲିଓନି ନିଜ ସ୍ୱାମୀଙ୍କ ସହ PHOTOS ଶେୟାର୍ କଲେ; ଇଣ୍ଟରନେଟ୍ ଗରମ ହୋଇଉଠିଲା!

ରାଜ୍ୟରେ କୋଭିଡ଼ ମୁକାବିଲା ପାଇଁ ଟିକା ଆସି ଏବେ ମାଗଣାରେ ଦିଆଯାଉଥିବା ବେଳେ କିଛି ସ୍ୱାସ୍ଥ୍ୟ କର୍ମୀ ଟିକା ନେବାକୁ ଆଗ୍ରହ ପ୍ରକାଶ କରିନାହାନ୍ତି । ଫଳରେ ନିଜ କମ୍ୟୁନିଟି ସହ କାର୍ଯ୍ୟ ସ୍ଥଳରେ ମଧ୍ୟ ସଂକ୍ରମଣ ବ୍ୟାପିବାର ସମ୍ଭାବନା ରହୁଛି । ଏ ଦୃଷ୍ଟିରୁ ସମସ୍ତ ଜିଲ୍ଲାପାଳ ଓ ମୁନିସିପାଲ କମିଶନରଙ୍କୁ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଶାସନ ସଚିବ ମଙ୍ଗଳବାର ଦିନ ଏକ ଚିଠି ଲେଖି ଅବଗତ କରାଇଛନ୍ତି । ଚିଠିରେ କୁହାଯାଇଛି ଯେ ଯେଉଁମାନେ ଟିକା ନ ନେବେ ସେମାନେ କୋଭିଡ ସମ୍ପର୍କିତ ସରକାରୀ ସୁବିଧାରୁ ବଞ୍ଚିତ ହେବେ । ପଞ୍ଜିକରଣ କରି କୌଣସି ଉପଯୁକ୍ତ କାରଣ ନ ଦର୍ଶାଇ ଟିକା ନ ନେଲେ ସେମାନେ ମାଗଣା ଚିକିତ୍ସା, ମାଗଣା ଟିକା ଓ ଆର୍ଥିକ ସହାୟତା ଭଳି କୋଭିଡ ସମ୍ପର୍କିତ ସମସ୍ତ ସୁବିଧା ହରାଇବେ ।

ଏହା ବି ପଢ଼ନ୍ତୁ | ଲଦ୍ଦାଖ ସହିଦମାନଙ୍କ ଦେହରେ ଥିଲା ଧାରୁଆ ଅସ୍ତ୍ରର କ୍ଷତ; ଅନେକ ଅଙ୍ଗ ଭାଙ୍ଗି ଦିଆଯାଇଥିଲା

ଓଡିଶାରେ ଜାନୁଆରୀ ୧୬ରୁ ଫେବୃଆରୀ ୧୯ ମଧ୍ୟରେ ୫ ଲକ୍ଷ ଟିକାକରଣ କରାଯାଇଛି । ରବିବାରକୁ ଛାଡି ଏହି ୩୦ ଦିନରେ ୫ ଲକ୍ଷ ସ୍ୱାସ୍ଥ୍ୟ କର୍ମୀ ଓ ସମ୍ମୁଖ ଯୋଦ୍ଧା ଟିକା ନେଇଛନ୍ତି । ପ୍ରଥମ ଲକ୍ଷେ ଟିକାକରଣ ପାଇଁ ପାଞ୍ଚ ଦିନ ଲାଗିଥିବା ବେଳେ ଦିତୀୟ ଲକ୍ଷେ ଟିକାକରଣ ପାଇଁ ଛଅ ଦିନ ଲାଗିଥିଲା । ତୃତୀୟ ଲକ୍ଷେ ଟିକାକରଣ ପାଇଁ ଆଠ ଦିନ ଲାଗିଥିବା ବେଳେ ଚତୁର୍ଥ ଲକ୍ଷେ ପାଇଁ ପାଞ୍ଚ ଦିନ ଓ ପଞ୍ଚମ ଲକ୍ଷେ ଟୀକାକରଣ ପାଇଁ ଛଅ ଦିନ ଲାଗିଥିଲା ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଦକ୍ଷିଣର ସୁପର୍ଷ୍ଟାର୍ ହିରୋଇନ୍ ବେଦିକା କୁମାରଙ୍କ ଫଟୋସୁଟ୍ଭାଇରାଲ୍ ହେଲା! ଇଣ୍ଟରନେଟରେ ଲଗାଇଲା ନିଆଁ

ଏବେ ଟିକାକରଣ ଜାରି ରହିଥିବା ବେଳେ କିଛି ସ୍ୱାସ୍ଥ୍ୟ କର୍ମୀ ଆଗ୍ରହ ପ୍ରକାଶ ନ କରିବା ସ୍ୱାସ୍ଥ୍ୟ ବିଭାଗକୁ ଚିନ୍ତାରେ ପକାଇଛି । ପୂର୍ବରୁ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଥିଲେ, ‘‘ଯେଉଁମାନେ ଟିକା ନେବାକୁ ଏବେ ମନା କରିବେ ସେମାନେ ପରବର୍ତ୍ତୀ ମୁହୂର୍ତ୍ତରେ ମାଗଣା ଟିକା ନେବାରୁ ବଞ୍ଚିତ ହେବେ ।’’ ଏବେ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଶାସନ ସଚିବଙ୍କ ସାନି ଚିଠି ପରେ ବାକିଥିବା ସ୍ୱାସ୍ଥ୍ୟ କର୍ମୀ ଟୀକା ନେବାକୁ ଆଗ୍ରହ ପ୍ରକାଶ କରିବେ ବୋଲି ଆଶା କରାଯାଉଛି ।



‘‘ସମସ୍ତେ ଟିକା ନେବା ଆବଶ୍ୟକ । ମୁଁ ବି ଟିକା ନେଇଛି ଓ ସୁସ୍ଥ ଅଛି । କିଛି ଦିନ ପରେ ମୁଁ ଦ୍ୱିତୀୟ ଡୋଜ ନେବି । ମହାମରୀ ସମୟରେ ନିଜ ଜୀବନକୁ ବାଜି ଲଗାଇ କାମ କରୁଥିବା ବେଳେ ଟିକା ଆସିବା ଯୋଗୁଁ ଆଶ୍ୱସ୍ତି ଅନୁଭବ ହେଉଛି । ସରକାର ମାଗଣାରେ ଟିକା ଯୋଗାଇ ଦେଉଥିବାରୁ ସମସ୍ତେ ଟିକା ନେବା ଉଚିତ,’’ କହିଛନ୍ତି ପୋଲିସ ବିଭାଗରେ କାର୍ଯ୍ୟ କରୁଥିବା ଜଣେ ସମ୍ମୁଖ ଯୋଦ୍ଧା ସାଗର ନାୟକ ।
Published by: Anand Shankar Thankur Das
First published: February 24, 2021, 5:09 PM IST