ଭୁବନେଶ୍ୱରରେ ମାସ୍କ ନ ପିନ୍ଧି ପୋଲିସ ହାତରେ ଧରା ପଡ଼ିଲେ କିଛି ଡାକ୍ତର!

ଧରପଗଡ ବେଳେ ଦେଖିବାକୁ ମିଳିଥିଲା ଯେ ଅନେକ ଲୋକ ବିନା ମାସ୍କରେ ପ୍ରାତଃଭ୍ରମଣ କରୁଛନ୍ତି l ଅନେକଙ୍କ ପାଖରେ ମାସ୍କ ଅଛି, କିନ୍ତୁ ବ୍ୟବହାର କରୁନାହାନ୍ତି l କାର୍ ଭିତରେ ୩ରୁ ୪ ଜଣ ଯାତ୍ରା କରୁଛନ୍ତି ଓ କେହି ମାସ୍କ ପିନ୍ଧୁ ନାହାନ୍ତି l

ଭୁବନେଶ୍ୱରରେ ମାସ୍କ ନ ପିନ୍ଧି ପୋଲିସ ହାତରେ ଧରା ପଡ଼ିଲେ କିଛି ଡାକ୍ତର!
ଭୁବନେଶ୍ୱରରେ ମାସ୍କ ପିନ୍ଧି ନ ଥିବା ଲୋକଙ୍କ ଠାରୁ ଫାଇନ୍ ଆଦାୟ କରି ମାସ୍କ ଦେଉଛି ପୋଲିସ ।
  • News18 Odia
  • Last Updated: April 12, 2020, 11:28 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜଧାନୀରେ ଆରମ୍ଭ ହୋଇଛି ମାସ୍କ ଧରପଗଡ଼ l ମାସ୍କ ନ ପିନ୍ଧି ଘରୁ ବାହାରିଥିବା ଲୋକଙ୍କ ଠାରୁ ଜୋରିମାନା ଆଦାୟ କରୁଛି ପୋଲିସ l ପ୍ରଥମ ଥର ଧରା ପଡ଼ୁଥିବା ଲୋକଙ୍କ ଠାରୁ ୨୦୦ ଟଙ୍କା ଜୋରିମାନା ଆଦାୟ କରାଯାଇଛି l

ଶିଶୁ ଭବନ ଛକରେ କ୍ୟାପିଟାଲ ଥାନା ପୋଲିସ ପକ୍ଷରୁ ହୋଇଥିବା ଧରପଗଡରେ ଧରାପଡିଛନ୍ତି ଅନେକ ବର୍ଗର ଲୋକ l ଆଶ୍ୟର୍ଯ୍ୟର କଥା ଯେ ସେମାନଙ୍କ ମଧ୍ୟରେ ଅଛନ୍ତି କିଛି ଡାକ୍ତର l ଯେଉଁମାନେ ମାସ୍କ ପିନ୍ଧି ଲୋକଙ୍କୁ ସଚେତନ କରିବା କଥା, ଓଲଟା ସେମାନେ ମାସ୍କ ନ ପିନ୍ଧି ପୋଲିସ ହାତରେ ଧରାପଡ଼ି ଅପଦସ୍ତ ହୋଇଛନ୍ତି l

କରୋନା ଭାଇରସ୍‌ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ରାଜ୍ୟ ସରକାର ରାଜ୍ୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି ଓ ମାସ୍କ ନ ପିନ୍ଧିଲେ ଦୁଇ ଶହ ଟଙ୍କା ଫାଇନ ବ୍ୟବସ୍ଥା ବି କରିଛନ୍ତି l ଏପ୍ରିଲ ୯ ତାରିଖରୁ ରାଜ୍ୟ ସରକାର ସାରା ରାଜ୍ୟରେ ଏହାକୁ କଡାକଡି ପାଳନ କରିଛନ୍ତି l ହେଲେ କିଛି ଅମାନିଆ ଲୋକ ଏହି ନିୟମକୁ ମାନିବାକୁ ନାରାଜ l ବିନା ମାସ୍କରେ ଘରୁ ବାହାରୁଛନ୍ତି, ଧରl ପଡିଲେ ଆରମ୍ଭ ହେଇଯାଉଛି ବାହାନା ବାଜି l କିଏ କହୁଛି ଭୁଲି ଯାଇଛି l ଆଉ କିଏ କହୁଛି ଘରେ ରଖି ଦେଇ ଆସିଛି l ଆଉ କିଏ କହୁଛି ଗାଡିରେ ଅଛି l ଏଭଳି ବାହାନା ବାଜି କରି ପୋଲିସ ଠୁ ମୁକୁଳିବାକୁ ଚେଷ୍ଟା କରିଛନ୍ତି ଅନେକ ଲୋକ l

ଧରପଗଡ ବେଳେ ଦେଖିବାକୁ ମିଳିଥିଲା ଯେ ଅନେକ ଲୋକ ବିନା ମାସ୍କରେ ପ୍ରାତଃଭ୍ରମଣ କରୁଛନ୍ତି l ଅନେକ ଲୋକଙ୍କ ପାଖରେ ମାସ୍କ ଅଛି, କିନ୍ତୁ ବ୍ୟବହାର କରୁନାହାଁନ୍ତି l ଏପରିକି କାର୍‌ ଭିତରେ ୩ରୁ ୪ ଜଣ ଯାତ୍ରା କରୁଛନ୍ତି, ଆଉ କେହି ମାସ୍କ ପିନ୍ଧୁ ନାହାନ୍ତି  l ଫଳରେ ପୋଲିସ ସେମାନଙ୍କୁ ଜୋରିମାନା କରିଛି l

ମାସ୍କ ନ ପିନ୍ଧିଥିବାରୁ ଫାଇନ୍ ନେବା ପରେ ପୋଲିସ୍ ଏମିତି ରସିଦ୍ ଦେଉଛି ।


‘‘କାରରେ ଯାତ୍ରା କରୁଥିବା ବେଳେ ମଧ୍ୟ ମାସ୍କ ପିନ୍ଧିବା ଜରୁରୀ l ପାଖାପାଖି ବସି ଯାଉଥିବାରୁ କେହି ଜଣେ ସଂକ୍ରମିତ ଥିଲେ ତାଙ୍କ ଠାରୁ ଅନ୍ୟମାନଙ୍କୁ ସଂକ୍ରମଣ ବ୍ୟାପିବାର ସମ୍ଭାବନା ଅଧିକ ଅଛି,’’ କହିଛନ୍ତି ପ୍ଲାଷ୍ଟିକ ସର୍ଜନ ଡାକ୍ତର ଅକ୍ଷୟ ରାଉତ ।

ଧରାପଗଡ ବେଳେ ପୋଲିସ ହାତରେ ଧରାପଡ଼ି ଜୋରିମାନା ଦେବାପରେ ପ୍ରତ୍ୟେକ ଲୋକଙ୍କୁ ପୋଲିସ ପକ୍ଷରୁ ଗୋଟିଏ ମାସ୍କ ଦିଆଯାଉଛି l ତାହା ପୋଲିସ ଉପସ୍ଥିତିରେ ପିନ୍ଧିବା ପରେ ତାଙ୍କୁ ଛାଡୁଛି ପୋଲିସ l ଆଗକୁ ମାସ୍କ ଧରପଗଡକୁ ଆହୁରି ଜୋରଦାର କରାଯିବ ବୋଲି କହିଛନ୍ତି ଜୋନ ୧ ଏସିପି ମାନସ ଗଡନାୟକ l

ଧରପଗଡ ବେଳେ ବରିଷ୍ଠ ନାଗରିକମାନଙ୍କୁ ପୋଲିସ ବୁଝାସୁଝା କରି ଛାଡ଼ିଛି  l ୨୦୦ ଶହ ଟଙ୍କା ଜୋରିମାନା ପ୍ରାୟ ୨୫ ଜଣ ଲୋକଙ୍କ ଠାରୁ ଆଦାୟ ହୋଇଛି l
First published: April 12, 2020, 11:28 PM IST
corona virus btn
corona virus btn
Loading