କରୋନା ମୁକାବିଲା: କଟକ ଅଗ୍ନିଶମ ମୁଖ୍ୟାଳୟରେ ପହଞ୍ଚିଲା ୨,୦୦୦ ଲି. ସୋଡିଅମ୍ ହାଇପୋକ୍ଲୋରାଇଟ୍

ଏହି ରାସାୟନିକ ମଣିଷ ଶରୀର ପ୍ରତି କ୍ଷତିକାରକ ହୋଇଥିବା ବେଳେ ଏହାକୁ ଡାଇଲୁସନ୍ ବା ପାଣିରେ ମିଶାଇବା ସମୟରେ ଯଥେଷ୍ଟ ସାବଧାନତା ଅବଲମ୍ବନର ଆବଶ୍ୟକତା ରହିଛି । ଏହାର ସିଞ୍ଚନ ନେଇ ଏକ ଗାଇଡଲାଇନ୍ ପ୍ରସ୍ତୁତ କରିଛି ରାଜ୍ୟ ଅଗ୍ନିଶମ ବିଭାଗ ।

କରୋନା ମୁକାବିଲା: କଟକ ଅଗ୍ନିଶମ ମୁଖ୍ୟାଳୟରେ ପହଞ୍ଚିଲା ୨,୦୦୦ ଲି. ସୋଡିଅମ୍ ହାଇପୋକ୍ଲୋରାଇଟ୍
କେତେକ ଫାୟାରମେନ୍ ସ୍ପ୍ରିଙ୍କଲରଗଡ଼ିକୁ ପରଖୁଛନ୍ତି ।
  • News18 Odia
  • Last Updated: April 1, 2020, 10:38 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: କରୋନା ଭାଇରସ୍‌ ଭୂତାଣୁର ମୁକାବିଲା ପାଇଁ ରାଜ୍ୟରେ ବ୍ୟାପକ ସାନିଟାଇଜେସନ୍ କାର୍ଯ୍ୟ ଆରମ୍ଭ ହୋଇଛି । ସୋଡିଅମ୍ ହାଇପୋକ୍ଲୋରାଇଟ୍‌ (sodium hypochlorite) ଦ୍ୱାରା ଏହି ସାନିଟାଇଜେସନ୍ କାର୍ଯ୍ୟ କରାଯିବାକୁ ଥିବା ବେଳେ ଏଥି ପାଇଁ କଟକ ସ୍ଥିତ ଅଗ୍ନିଶମ ବିଭାଗ ମୁଖ୍ୟାଳୟରେ ପହଞ୍ଚିଛି ଆବଶ୍ୟକୀୟ ଉପକରଣ ଓ ରାସାୟନିକ ।

ଦେଶର ଅନେକ ରାଜ୍ୟରେ ସୋଡିୟମ୍ ହାଇପୋକ୍ଲୋରାଇଟର ପ୍ରୟୋଗ ଆରମ୍ଭ ହୋଇଥିବା ବେଳେ ଆମ ରାଜ୍ୟରେ ଆସନ୍ତା କାଲି ସୁଧା ଏହାର ସିଞ୍ଚନ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି । ଏଥି ପାଇଁ ପ୍ରଥମ ପର୍ଯ୍ୟାୟରେ ୨,୦୦୦ ଲିଟର ସୋଡିଅମ୍ ହାଇପୋକ୍ଲୋରାଇଡ୍ ସହ ୨୦୦ ସ୍ପ୍ରିଙ୍କଲର୍ ପହଞ୍ଚି ସାରିଛି । ଆସନ୍ତା କାଲି ସୁଧା ବିଭିନ୍ନ ଜିଲ୍ଳା ଓ ପୌରପାଳିକାକୁ ପଠାଯିବ ।

ଶହେ ଲିଟର ପାଣିରେ ଗୋଟିଏ ଲିଟର ସୋଡିଅମ୍ ହାଇପୋକ୍ଲୋରାଇଟକୁ ମିଶାଯିବା ପରେ ଏହାକୁ ସ୍ପ୍ରିଙ୍କଲରରେ ଭର୍ତ୍ତି କରାଯାଇ ସିଞ୍ଚନ କରାଯିବ । ଆବଶ୍ୟକ ସ୍ଥଳେ ନିଆଁ ଲିଭା କାର୍ଯ୍ୟରେ ଲାଗୁଥିବା ଚାରି-ଚକିଆ ମିଷ୍ଟ୍ ଗାଡିରେ ଏହାକୁ ଭର୍ତ୍ତି କରି ଏକ ବ୍ୟାପକ ଅଞ୍ଚଳକୁ ସାନିଟାଇଜ୍ କରିବା ପାଇଁ ଲକ୍ଷ ରଖିଛି ଅଗ୍ନିଶମ ବିଭାଗ ।

କର୍ମଚାରୀମାନଙ୍କୁ ସ୍ବତନ୍ତ୍ର ତାଲିମ ଦେବା ପରେ ଅଗ୍ନିଶମ ବିଭାଗର ଗୋଟିଏ ଗୋଟିଏ ଟିମ ସହିତ ଏଗୁଡିକୁ ରାଜ୍ୟର ସମସ୍ତ ଜିଲ୍ଳାର ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ, ନଗର ନିଗମ ଓ ପୌରପାଳିକାରେ ମୁତୟନ କରାଯିବ । ତେବେ କେଉଁ କେଉଁ ସ୍ଥାନକୁ ସାନିସାଇଜ୍ କରାଯିବ ସେହି ନିଷ୍ପତ୍ତି ସମ୍ପୃକ୍ତ ଜିଲ୍ଳାର ଜିଲ୍ଳାପାଳ ବା ନଗର ନିଗମ କିମ୍ବା ପୌର ପାଳିକାର ଅଧିକାରୀମାନେ ନେବେ ।

୨,୦୦୦ ଲିଟର୍ ସୋଡିଅମ୍ ହାଇପୋକ୍ଲୋରାଇଟ୍ ଅଗ୍ନିଶମ ବିଭାଗ ମୁଖ୍ୟାଳୟରେ ପହଞ୍ଚିଛି ।


“ସୋଡିଅମ୍ ହାଇପୋକ୍ଲୋରାଇଟ୍‌ ଏକ ହାନିକାରଣ ରାସାୟନିକ ପଦାର୍ଥ ହୋଇଥିବାରୁ ଏହାକୁ ସିଞ୍ଚନ କରୁଥିବା କର୍ମଚାରୀମାନଙ୍କୁ ଉପଯୁକ୍ତ ସୁରକ୍ଷାର ଆବଶ୍ୟକତା ରହିଛି । ଆମ ପାଖରେ ହ୍ୟାଣ୍ଡ ୱାସ୍ ଓ ନାପକିନ୍ ପହଞ୍ଚି ସାରିଛି । ଫେସ ମାସ୍କ ଓ ସ୍ବତନ୍ତ୍ର କିଟ୍ ବି ଆସୁଛି,’’ କହିଛନ୍ତି ରାଜ୍ୟର ମୁଖ୍ୟ ଅଗ୍ନଶମ ଅଧିକାରୀ ସୁକାନ୍ତ ସେଠୀ ।

ଏହି ରାସାୟନିକ ମଣିଷ ଶରୀର ପ୍ରତି କ୍ଷତିକାରକ ହୋଇଥିବା ବେଳେ ଏହାକୁ ଡାଇଲୁସନ୍ ବା ପାଣିରେ ମିଶାଇବା ସମୟରେ ଯଥେଷ୍ଟ ସାବଧାନତା ଅବଲମ୍ବନର ଆବଶ୍ୟକତା ରହିଛି । ଏହା ସହ ଏହାର ସିଞ୍ଚନ ନେଇ ଏକ ଗାଇଡଲାଇନ୍ ମଧ୍ୟ ପ୍ରସ୍ତୁତ କରିଛି ଅଗ୍ନିଶମ ବିଭାଗ ।

ସୋଡିଅମ୍ ହାଇପୋକ୍ଲୋରାଇଡକୁ ତିନେଟି ଉପାୟରେ ବ୍ୟବହାର କରାଯାଇ ପାରିବ । ଛୋଟ ଛୋଟ ଅଫିସ ବା ଘର ପାଇଁ ବ୍ୟାଟେରି ଚାଳିତ ସ୍ପ୍ରିଙ୍କଲର୍, ବଡ଼ ବଡ଼ ଅଟ୍ଟାଳିକା ପାଇଁ ମୋଟର ଚାଲିତ ସ୍ପ୍ରିଙ୍କଲର୍ ଓ କୌଣସି ଜନବସତି ଅଞ୍ଚଳ ପାଇଁ ମିଷ୍ଟ ବ୍ୟବହାର କରାଯିବ ।

“ଆମେ ପୂର୍ବରୁ ଅଗ୍ନିକାଣ୍ଡ ଓ ବନ୍ୟା ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ବିଭିନ୍ନ ଉପକରଣ ବ୍ୟବହାର କରୁଥିଲୁ । ଏହା ଆମ ପାଇଁ ସମ୍ପୂର୍ଣ୍ଣ ନୂଆ, କିନ୍ତୁ ଏହି ସ୍ପ୍ରିଙ୍କଲରଗୁଡିକର ବ୍ୟବହାର ଅତି ସହଜ ହୋଇଥିବାରୁ ଏହା ଷ୍ଟାର୍ଟ କରିବା ଓ ଚଲାଇବାରେ ବିଶେଷ ଅସୁବିଧା ହେବନାହିଁ,’’ କହିଛନ୍ତି ଅଗ୍ନିଶମ କର୍ମଚାରୀ ଆର. ବିଷ୍ଣୁ ବେହେରା ।
First published: April 1, 2020, 10:38 PM IST
corona virus btn
corona virus btn
Loading