ମୋଦିଙ୍କ ଓଡ଼ିଶା ଗସ୍ତ ବେଳେ ସୁରକ୍ଷା ସହ ସାମାଜିକ ଦୂରତା ଉପରେ ରହିଥିଲା ପୂରା ଧ୍ୟାନ

ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଅନେକ ଥର ଓଡ଼ିଶା ଗସ୍ତରେ ଆସିଛନ୍ତି, କିନ୍ତୁ ପୂର୍ବରୁ ଏ ଭଳି ସୁରକ୍ଷା ବ୍ୟବସ୍ଥା କେବେ ହୋଇ ନ ଥିଲା l ଏ ଥର ସାମାଜିକ ଦୂରତା ଓ ସାନିଟାଇଜେସନ୍ ଉପରେ ଅଧିକ ଗୁରୁତ୍ଵ ଦିଆଯାଇଥିଲା l

ମୋଦିଙ୍କ ଓଡ଼ିଶା ଗସ୍ତ ବେଳେ ସୁରକ୍ଷା ସହ ସାମାଜିକ ଦୂରତା ଉପରେ ରହିଥିଲା ପୂରା ଧ୍ୟାନ
ଭୁବନେଶ୍ୱର ବିମାନ ବନ୍ଦରରେ ପ୍ଲେନରୁ ଓହ୍ଲାଉଛନ୍ତି ପ୍ରଧାନ ମନ୍ତ୍ରୀ ମୋଦି ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଓଡିଶା ଆସି ଦିଲ୍ଲୀ ଫେରିଯାଇଛନ୍ତି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି l ପ୍ରାୟ ୪ ଘଣ୍ଟାର ଓଡିଶା ଗସ୍ତ ସମୟରେ ମୋଦିଙ୍କ ପାଇଁ ଭୁବନେଶ୍ଵର ବିମାନ ବନ୍ଦରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ା କଡ଼ି କରାଯାଇଥିଲା l କିନ୍ତୁ ସବୁରି ମୂଳରେ ଥିଲା କରୋନା ସଂକ୍ରମଣ ଭୟ l ସେଥି ପାଇଁ ସୁରକ୍ଷା ଦାୟିତ୍ୱରେ ଥିବା ସ୍ପେଶାଲ ଅପରେସନ ଗୁପ ଏସପିଜିଙ୍କ ଠାରୁ ଆରମ୍ଭ କରି ରାଜ୍ୟ ପୋଲିସ ସମସ୍ତେ ଥିଲେ ଚିନ୍ତାରେ l

ମୋଦିଙ୍କ ସୁରକ୍ଷା ପାଇଁ ରାତାରାତି ଦିଲ୍ଲୀରୁ ଭୁବନେଶ୍ଵର ଆସିଥିଲେ ଏସପିଜି କମାଣ୍ଡୋମାନେ l ଆଇଜି ଯଶବନ୍ତ ଜେଠୁୱl ଏବଂ ତାଙ୍କ ଟିମ ସକାଳୁ ସକାଳୁ ବିମାନ ବନ୍ଦରରେ ପହଞ୍ଚି ସୁରକ୍ଷା ବ୍ୟବସ୍ଥାର ଟିକିନିଖ ଯାଞ୍ଚ କରିଥିଲେ l ପ୍ରଧାନ ମନ୍ତ୍ରୀଙ୍କ ସୁରକ୍ଷାସୁରକ୍ଷା ବ୍ୟବସ୍ଥା ବ୍ଲ୍ୟୁ ବୁକ ଅନୁଯାୟୀ କରାଯାଇଥିଲା l କିନ୍ତୁ କୋଭିଡ଼-୧୯ ପାଇଁ ବିମାନ ବନ୍ଦରର ସୁରକ୍ଷା ସହ ସୋସିଆଲ ଡିସଟାନ୍ସ ଓ ସାନିଟାଇଜେସନ ଉପରେ ସବୁଠାରୁ ଅଧିକ ଫୋକସ ଦିଆଯାଇଥିଲା l

ପ୍ରଧାନ ମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ଵରେ ମୁତୟନ ହୋଇଥିବା ଓଡ଼ିଶା ଆର୍ମଡ ପୋଲିସର ୨୫ ଜଣ ସାଦା ପୋଷାକ ଧାରି ପୋଲିସ କର୍ମଚlରୀଙ୍କର କୋଭିଡ଼ ଟେଷ୍ଟ କରାଯାଇଥିଲା l ସମସ୍ତଙ୍କର ନେଗେଟିଭ ବାହାରିବା ପରେ ସେମାନଙ୍କୁ ଦିନ ୧୨ଟା ପରେ ବିମାନ ବନ୍ଦର ଭିତରେ ଡ୍ୟୁଟିରେ ଲଗାଯାଇଥିଲା l

ମୋଦିଙ୍କ ପହଞ୍ଚିବା ପୂର୍ବରୁ ବିମାନ ବନ୍ଦରର ସବୁ କର୍ମଚାରୀଙ୍କ ଦେହର ତାପମାତ୍ରା ମପାଯାଇଥିଲା ।


ବିମାନ ବନ୍ଦର ଭିତରକୁ ପ୍ରବେଶ କରୁଥିବା ସମସ୍ତ ଭିଆଇପି ଏବଂ ଭିଭିଆଇପିଙ୍କ ସ୍କ୍ରିନିଂ ଟେଷ୍ଟ କରାଯିବା ସହ ହାତ ସାନିଟାଇଜ କରାଯାଇଥିଲା l ୧୫ ଜଣ କର୍ମଚାରି ମଧ୍ୟ ପିପିଇ କିଟ ବ୍ୟବହାର କରିଥିଲେ l ସମସ୍ତ ପୋଲିସ କର୍ମଚାରୀଙ୍କୁ ମାସ୍କ ଏବଂ ହାତରେ ଗ୍ଳୋବ୍ସ ପିନ୍ଧିବା ବାଧ୍ଯତା ମୂଳକ କରାଯାଇଥିଲା l

ପ୍ରଧାନ ମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ରାତାରାତି ବିମାନ ବନ୍ଦର ଭିତରେ ତିଆରି ହୋଇଥିଲା ଅସ୍ଥାୟୀ ଘର l ଯେଉଁଠି ୨୫ ଜଣ ବସି ଆଲୋଚନା କରିପାରିବେ l କିନ୍ତୁ ସେଠାରେ ମଧ୍ୟ ସୋସିଆଲ ଡିସଟାନସିଂ କୁ ଅଧିକ ଗୁରୁତ୍ଵ ଦିଆଯାଇଥିଲା l ପ୍ରତି ବ୍ୟକ୍ତିଙ୍କ ମଧ୍ୟରେ ୪ ଫୁଟରୁ ୬ ଫୁଟ ଦୂରତା ଉପରେ ଧ୍ୟାନ ଦିଆଯାଇଥିଲା l  ପ୍ରଧାନ ମନ୍ତ୍ରୀଙ୍କ ବୈଠକ ପୂର୍ବରୁ ବାରମ୍ଵାର ବୈଠକ ଘରକୁ ସାନିଟାଇଜ କରାଯାଇଥିଲା l

ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଅନେକ ଥର ଓଡ଼ିଶା ଗସ୍ତରେ ଆସିଛନ୍ତି, କିନ୍ତୁ ପୂର୍ବରୁ ଏ ଭଳି ସୁରକ୍ଷା ବ୍ୟବସ୍ଥା କେବେ ହୋଇ ନ ଥିଲା l ପ୍ରଥମ ଥର ପାଇଁ ସୁରକ୍ଷା ବ୍ୟବସ୍ଥାକୁ ଯେପରି ଗୁରୁତ୍ଵ ଦିଆଯାଇଥିଲା, ସେହି ପରି କୋଭିଡ଼-୧୯ ପାଇଁ ସୋସିଆଲ ଡିସଟାନସିଂ ଓ ସାନିଟାଇଜେସନ୍‌ ଉପରେ ଗୁରୁତ୍ଵ ଦିଆଯାଇଥିଲା l

ମୋଦି ବାତ୍ୟା କ୍ଷତିଗସ୍ତ ଅଞ୍ଚଳ ଅନୁଧ୍ୟାନ କରିବାକୁ ଆସିବେ ବୋଲି ରାତାରାତି ରାଇପୁରରୁ ଭାରତୀୟ ବାୟୁ ସେନାର ୩ଟି ହେଲିକପଟର ଭୁବନେଶ୍ଵର ଆସିଥିଲା l ସେଥିରୁ ଗୋଟିଏ ହେଲିକପଟରରେ ନରେନ୍ଦ୍ର ମୋଦି, ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟପାଳ ପ୍ରଫେସର ଗଣେଷି ଲାଲ ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରିଥିଲେ   l

ଭାରତୀୟ ବାୟୁ ସେନାର ଯେଉଁ  ହେଲିକପଟରରେ ପ୍ରଧାନ ମନ୍ତ୍ରୀ, ମୁଖ୍ୟ ମନ୍ତ୍ରୀ ଓ ରାଜ୍ୟପାଳ ବାତ୍ୟା କ୍ଷତିଗସ୍ତ ଜିଲ୍ଲା ଅନୁଧ୍ୟାନ ପାଇଁ ଯାଇଥିଲେ ସେଥିରେ ମଧ୍ଯ ସୋସିଆଲ  ଡିସଟାନସିଂକୁ ଗୁରୁତ୍ଵ ଦିଆଯାଇଥିଲା l ହେଲିକ୍ୟାପଟର ଭିତରେ ବସିବା ବେଳେ ନିଜ ନିଜ ମଧ୍ୟରେ ସାମାଜିକ ଦୂରତାକୁ ପାଳନ କରିଥିଲେ ସମସ୍ତେ ।

ମୋଦିଙ୍କ ସୁରକ୍ଷା ପାଇଁ ଆସିଥିବା ୩ଟି ହେଲିକ୍ୟାପଟର ମଧରୁ ଗୋଟିଏ ତାଙ୍କ ଏସକର୍ଟ ଡ୍ୟୁଟିରେ ନିୟୋଜିତ ହୋଇଥିଲା l ଆଉ ଗୋଟିଏ ହେଲିକlପଟର ଜରୁରୀକାଳିନ ଡ୍ୟୁଟିରେ ଥିଲା l

ଏହା ବି ପଢ଼ନ୍ତୁ: କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

ଏହା ବି ପଢ଼ନ୍ତୁ: ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଏହା ବି ପଢ଼ନ୍ତୁ: ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

ଏହା ବି ପଢ଼ନ୍ତୁ: ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଏହା ବି ପଢ଼ନ୍ତୁ: ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ଏହା ବି ପଢ଼ନ୍ତୁ: କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

ଏହା ବି ପଢ଼ନ୍ତୁ: ୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ
First published: May 22, 2020, 10:23 PM IST
corona virus btn
corona virus btn
Loading