ସ୍ନାନ ପୂର୍ଣ୍ଣିମା: ରାତି ୧ଟାରେ ହେବ ପହଣ୍ଡି ବା ସ୍ନାନ ନୀତି; ଅଣସର ନୀତି ୧୫ ଦିନ ପାଳନ କରାଯିବ

ଏ ବର୍ଷ ଅଣସର ନୀତିରେ ଦୁଇ ଦିନ କ୍ଷୟ ରହିଥିବାରୁ ପୂର୍ଣ୍ଣିମା ଦିନ ଅଣସର ନୀତି କରିବା ଆବଶ୍ୟକ ହୋଇଛି । ଏଭଳି ପହଣ୍ଡି ୧୯୬୯ ମସିହା ନବକଳେବର ବର୍ଷ ଓ ୨୦୧୧ ଜୁନ ୧୫ ସ୍ନାନ ପୂର୍ଣ୍ଣିମାରେ ମଧ୍ୟ କରାଯାଇଥିଲା ।

ସ୍ନାନ ପୂର୍ଣ୍ଣିମା: ରାତି ୧ଟାରେ ହେବ ପହଣ୍ଡି ବା ସ୍ନାନ ନୀତି; ଅଣସର ନୀତି ୧୫ ଦିନ ପାଳନ କରାଯିବ
ସନ୍ଧ୍ୟାର ଆଲୁଅରେ ପୁରୀରେ ଶ୍ରୀମନ୍ଦିର
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: ଜୁନ ୫ରେ ମହାପ୍ରଭୁଙ୍କ ସ୍ନାନ ପୂର୍ଣ୍ଣିମା ନୀତି ରାତି ଗୋଟେରୁ ଆରମ୍ଭ ହେବ, ହେଲେ ଚଳିତ ବର୍ଷ ଅଣସର ନୀତି ୧୫ ଦିନ କରିବାକୁ ଦଇତାପତି ନିଯୋଗ ନିଷ୍ପତି ନେଇଥିବାରୁ ସେହି ନୀତି ନିର୍ଘଣ୍ଟ ଅନୁସାରେ ସ୍ନାନ ନୀତି କରାଯାଇଛି  । ତେଣୁ ମଧ୍ୟରାତ୍ରରୁ ମହାପ୍ରଭୁଙ୍କର ପହଣ୍ଡି ବିଗତ ବର୍ଷମାନଙ୍କ ଠାରୁ ଚାରି ବର୍ଷ ପୂର୍ବରୁ କରାଯିବାକୁ ସ୍ଥିର କରାଯାଇଛି  ।

ଛତିଶା ନିଯୋଗ ବୈଠକ ଏହାକୁ ଅନୁମୋଦନ କରିଥିବା ବେଳେ  ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହା ଚୂଡ଼ାନ୍ତ ହେବ । ଚଳିତ ବର୍ଷ ଅଣସର ନୀତିରେ ଦୁଇ ଦିନ କ୍ଷୟ ରହିଥିବାରୁ ପୂର୍ଣ୍ଣିମା ଦିନ ଅଣସର ନୀତି କରିବା ଆବଶ୍ୟକ ବୋଲି କହିଛନ୍ତି ବଳଭଦ୍ରଙ୍କ ବାଡ଼ଗ୍ରାହୀ  । ମହାପ୍ରଭୁଙ୍କ ନୀତି ସ୍ୱତନ୍ତ୍ର  । ତେଣୁ ଖାଲି ଚଳିତ ବର୍ଷ ସ୍ନାନ ପୂର୍ଣ୍ଣିମାରେ ରାତ୍ର ୧ଟାରୁ ଯେ ପହଣ୍ଡି ନୀତି କରାଯାଉଛି ତାହା ନୁହେଁ, ୧୯୬୯ ମସିହା ନବକଳେବର ବର୍ଷ ଓ ୨୦୧୧ ଜୁନ ୧୫ ସ୍ନାନ ପୂର୍ଣ୍ଣିମାରେ ମଧ୍ୟ ଏଭଳି ପହଣ୍ଡି କରାଯାଇଥିବା ବେଳେ ତାହାକୁ ନେଇ ଅଯଥା ତର୍କ ନ କରିବାକୁ ପରାମର୍ଶ ଦେଇଛନ୍ତି ଜଗନ୍ନାଥ ସଂସ୍କୃତି ଗବେଷକମାନେ ।

ଶ୍ରୀମନ୍ଦିର ଇତିହାସରେ ଚଳିତ ବର୍ଷ ସ୍ନାନ ପୂର୍ଣ୍ଣିମା ହେବ ସ୍ୱତନ୍ତ୍ର । କରୋନା ମହାମାରୀକୁ ନେଇ ସେବାୟତଙ୍କ ସଂଖ୍ୟା ସର୍ବନିମ୍ନ ରଖିବା ସହ ସାମାଜିକ ଦୂରତ୍ୱ ଓ ପହଣ୍ଡି କରିବାକୁ ଥିବା ସେବାୟତଙ୍କର ହେଉଛି କୋବିଡ ଟେଷ୍ଟ । ତେବେ ସ୍ନାନ ପୂର୍ଣ୍ଣିମା ନୀତିରେ ହୋଇଛି ପରିବର୍ତ୍ତନ । ଜୁନ ୫ରେ ସ୍ନାନ ପୂର୍ଣ୍ଣିମା ରହୁଥିବାରୁ ସେହି ଦିନ ମଧ୍ୟରାତ୍ରରୁ ଅର୍ଥାତ ରାତ୍ର ୧ଟାରୁ ହେବ ପହଣ୍ଡି ନୀତି । ଗତ ବର୍ଷ ନୀତି ନିର୍ଘଣ୍ଟ ଠାରୁ ଚାରି ଘଣ୍ଟା ପୂର୍ବରୁ ହେଉଛି ନୀତି ।

ବୈଠକରେ ବିଭିନ୍ନ ନିଯୋଗର ସଦସ୍ୟମାନେ


‘‘ଶ୍ରୀମନ୍ଦିର ବିଧି ଅନୁଯାୟୀ ପୁର୍ଣ୍ଣିମା ଠାରୁ ୧୫ ଦିନ ରହିଛି ମହାପ୍ରଭୁଙ୍କ ଅଣସର ନୀତି । ହେଲେ ଚଳିତ ବର୍ଷ ତାହା କରିବା ପାଇଁ ଦଇତାପତିମାନେ ନିଷ୍ପତ୍ତି ନେଇଛନ୍ତି  । କାରଣ ଅଣସର ଏକ ଗୁପ୍ତ ସେବା ହୋଇଥିବାରୁ ଶେଷ ଦିନ ରହିଥାଏ ନବଯୌବନ ଦର୍ଶନ ଓ ନେତ୍ରୋତ୍ସବ  । ହେଲେ ଚଳିତ ବର୍ଷ ନୀତି ଅନୁସାରେ ଜୁନ ୨୦ରେ ପଡୁଛି ନେତ୍ରୋତ୍ସବ, ଜୁନ ୨୧ରେ ସୂର୍ଯ୍ୟପରାଗ ଓ ଉଭା ଅମାବାସ୍ୟା ଏବଂ ଜୁନ ୨୨ରେ ଉଭାଯାତ୍ରା  । ତେଣୁ ଦୁଇ ଦିନ କ୍ଷୟ ରହୁଥିବାରୁ ମହାପ୍ରଭୁଙ୍କ କାମ ପାଇଁ ସମୟର ରହିଛି ଅଭାବ । ସେଇଥି ପାଇଁ ସ୍ନାନ ଦିନ ରାତ୍ର ୧ଟାରୁ ପହଣ୍ଡି କରି ଭୋର ୫ଟାରେ ମଙ୍ଗଳଆଳତି ନୀତି ହେବ ସ୍ନାନ ବେଦୀରେ । ପୁଣି ସାଢେ ୭ଟାରୁ ୯ଟା ଭିତରେ ମହାସ୍ନାନ ନୀତି କରି ଦିନ ୧୧ଟାରେ ହାତୀ ବେଶ ଓ ସନ୍ଧ୍ୟା ୫ଟାରେ ବେଶ ଓଲାଗି କରି ବାହୁଡ଼ା ପହଣ୍ଡି ସରିବା ପରେ ଅଣସର ଘରେ ତାଟି ଲାଗି ପଣା ଭୋଗ ଆଦି ଗୁପ୍ତ ନୀତି ଅଣସରର କରାଯିବ,’’ କହିଛନ୍ତି ବଳଭଦ୍ରଙ୍କ ବାଡଗ୍ରାହୀ ତଥା ବରିଷ୍ଠ ଦଇତାପତି ହଳଧର ଦାଶ ମହାପାତ୍ର ।

ଦୀର୍ଘ ୧୦୦ ବର୍ଷ ପରେ ମହାପ୍ରଭୁଙ୍କ ଅଣସର ନୀତି ୧୫ ଦିନ ପାଳନ କରାଯିବ । ଏହାର କାରଣ ସବୁ ବର୍ଷ ସ୍ନାନ ପୂର୍ଣ୍ଣମୀରେ ହାତୀ ବେଶ ବା ଗଜାନନ ବେଶ ରହୁଥିବାରୁ ଭକ୍ତମାନେ ଦର୍ଶନ କରିବା ପରେ ବେଶ ଓଲାଗି ବେଳକୁ ରାତ୍ର ୧୨ଟା ହୋଇଯାଏ । ତେଣୁ ବାହୁଡା ପହଣ୍ଡି କରି ଅଣସର ପିଣ୍ଡିକୁ ନେବା ବେଳକୁ ମଧ୍ୟରାତ୍ର ହୋଇଯାଇଥାଏ  । ତେଣୁ ତା’ ପରଦିନ ଠାରୁ ୧୪ ଦିନ ଯାଏଁ ଅଣସର ନୀତି କରିଥାନ୍ତି ଦଇତାପତି ସେବାୟତ । ହେଲେ ଚଳିତ ଥର କରୋନା ଲକଡାଉନକୁ ନେଇ ଭକ୍ତଙ୍କ କଟକଣା ରହିଛି । ତେଣୁ ମହାପ୍ରଭୁଙ୍କର ସ୍ନାନ ନୀତି ଶୀଘ୍ର କରି ଜଲଦି ବେଶ କରିବା ପରେ ଓ ତାକୁ ଅପରାହ୍ଣରେ ଓଲାଗି କରିବା ପରେ ଚତୁର୍ଦ୍ଧାବିଗ୍ରହଙ୍କୁ ଅଣସର ଘରକୁ ବିଜେ କରାଯିବ  । ତା’ ପରେ ତାଟି ଘରେ ଅଣସର ନୀତି ପାଇଁ ଅନେକ ସମୟ ମିଳିବ । ତେଣୁ ରାତ୍ର ୧ଟାରେ ପହଣ୍ଡି ବା ସ୍ନାନ ନୀତିକୁ ନେଇ ସେଭଳି କୌଣସି ଦ୍ୱନ୍ଦ୍ୱ ରହିବା ଆବଶ୍ୟକ ନାହିଁ ବୋଲି କହିଛନ୍ତି ଦଇତାପତି ନିଯୋଗର ବରିଷ୍ଠ ସଦସ୍ୟ ବିଶ୍ୱାବସୁ ବିନାୟକ ଦାସ ମହାପାତ୍ର  ।

‘‘କରୋନା ଲକଡାଉନକୁ ନେଇ ଭକ୍ତମାନେ ଅନେଇ ରହିଛନ୍ତି ମହାପ୍ରଭୁଙ୍କୁ  । ଲକଡାଉନରେ ଭକ୍ତମାନଙ୍କ ପାଇଁ କଟକଣା ରହିଥିବାରୁ ସେବାୟତମାନେ ଅଣସର ନୀତି କରିବା ପାଇଁ ଏଥର ସଅଳ କରୁଛନ୍ତି ସ୍ନାନ ପୂର୍ଣ୍ଣିମା ନୀତି । ତେଣୁ ଏହା ଉପରେ ତର୍ଜମା ନ କରି ସମସ୍ତେ ଆରଧନା କରିବା ଆବଶ୍ୟକ  । ରାତ୍ରିରେ ପହଣ୍ଡି ହେବା କୌଣସି ନୂଆ କଥା ନୁହେଁ  । ଅନେକ ବାର ଏଭଳି ଘଟିଥିବାର ନଜିର ରହିଛି  । ତେଣୁ ଖାଲି ଚଳିତ ବର୍ଷ ସ୍ନାନ ପୁର୍ଣ୍ଣିମାରେ  ରାତ୍ର 1ଟାରୁ ପହଣ୍ଡି ନୀତି କରାଯାଉଛି ତାହା ନୁହେଁ । ୧୯୬୯ ମସିହା ନବକଳେବର ବର୍ଷ ଓ ୨୦୧୧ ଜୁନ ୧୫ ସ୍ନାନ ପୂର୍ଣ୍ଣିମାରେ ମଧ୍ୟ ଏଭଳି ପହଣ୍ଡି କରାଯାଇଛି । ତେଣୁ ଅଯଥା ତର୍କ କରାନଯାଉ,’’ କହିଛନ୍ତି ଜଗନ୍ନାଥ ସଂସ୍କୃତି ଗବେଷକ  ପଣ୍ଡିତ ସୂର୍ଯ୍ୟନାରାୟଣ ରଥଶର୍ମା ।

ବିଭିନ୍ନ ନିଯୋଗମାନଙ୍କ ସହ ବୈଠକରେ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରୀଷନ କୁମାର


ସ୍ନାନ ପୁର୍ଣ୍ଣିମାକୁ ନେଇ ଦଇତାପତି ନିଯୋଗର ପ୍ରସ୍ତାବ ଅନୁସାରେ ନୀତି କରାଯାଇଛି  । ସବୁ ବର୍ଷ ଅପେକ୍ଷା ଚଳିତ ବର୍ଷ 4 ଘଣ୍ଟା ପୂର୍ବରୁ ନୀତି ଆରମ୍ଭ ହେବ  । ଛତିଶା ନିଯୋଗ ବୈଠକରେ ସ୍ନାନ ପୂର୍ଣ୍ଣିମା ନୀତି ନିର୍ଘଣ୍ଟ କରାଯାଇଛି  । ଶ୍ରୀମନ୍ଦିର ପରିଚାଳନା କମିଟିରେ ନିର୍ଘଣ୍ଟ ନୀତି ଉପରେ ଚୂଡାନ୍ତ ମୋହର ଲାଗିବ  ।

‘‘ଦଇତାପତି ନିଯୋଗର ୧୫୦ ଜଣ ସଦସ୍ୟଙ୍କର କୋବିଡ-୧୯ ଟେଷ୍ଟ କରାଯାଇଛି । ସେମାନେ ହୋମ କ୍ୱାରାଣ୍ଟାଇନରେ ରହିଛନ୍ତି । ତେଣୁ ମହାପ୍ରଭୁଙ୍କ ସ୍ନାନ ନୀତି କିଭଳି ଶୃଙ୍ଖଳିତ କରି ସେହି ଦିନ ଅଣସର ନୀତି କରାଯିବ ତା ଉପରେ ବି ଆଲୋଚନା ହୋଇଛି   । ଜୁନ ୧ ରାଜେନ୍ଦ୍ରଭିଷେକ ନୀତି ଠାରୁ ଜୁନ ୨୦ ନେତ୍ରୋତ୍ସବ, ଜୁନ ୨୨ ଉଭାଯାତ୍ରା ଓ ରଥ ଆଜ୍ଞାମାଳ ବିଜେ ନୀତି ପର୍ଯ୍ୟନ୍ତ ଉପରେ ଆଲୋଚନା ହୋଇଛି । ହେଲେ ରଥଯାତ୍ରା ନୀତିକୁ ବାଦ ଦିଆଯାଇଛି । ଯାହାବି ସେବାୟତଙ୍କର କିଛି ସମସ୍ୟା ରହିଛି ତା ଉପରେ ପରିଚାଳନା କମିଟି ବୈଠକରେ ସମୀକ୍ଷା କରାଯିବ,’’ କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରୀଷନ କୁମାର ।

ଚଳିତ ବର୍ଷ ସ୍ନାନ ପୂର୍ଣ୍ଣିମା ନୀତି ନିର୍ଘଣ୍ଟକୁ ନେଇ ଅନେକ ଆଲୋଚନା ପର୍ଯ୍ୟାଲୋଚନା ଚାଲୁଥିବା ବେଳେ ମହାପ୍ରଭୁଙ୍କ ନୀତି କିଭଳି ହେବ ସେ ନେଇ ଚେଷ୍ଟିତ ଶ୍ରୀମନ୍ଦିର ପ୍ରଶାସନ ଓ ସେବାୟତ  । ତେବେ ବିନା ଭକ୍ତରେ ସ୍ନାନ ପୂର୍ଣ୍ଣିମା ନୀତି ହେଉଥିବାରୁ ଲକଡାଉନ-୫ରେ ଯଦି ନୀତି କୋହଳ ହୁଏ ତେବେ ଭକ୍ତଙ୍କ ପାଇଁ ଦର୍ଶନ ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି ସେବାୟତମାନେ ।

ଦୟାକରି ଦୁଇ ମିନିଟ୍‌ ସମୟ ଦେଇ ଏହି ସର୍ଭେରେ ଭାଗ ନିଅନ୍ତୁ: କରୋନା ଲକଡାଉନ୍‌ ସର୍ଭେ

ଏହା ବି ପଢ଼ନ୍ତୁ: ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଏହା ବି ପଢ଼ନ୍ତୁ: ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

ଏହା ବି ପଢ଼ନ୍ତୁ: ‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ଏହା ବି ପଢ଼ନ୍ତୁ: ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ଏହା ବି ପଢ଼ନ୍ତୁ: ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଏହା ବି ପଢ଼ନ୍ତୁ: ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

ଏହା ବି ପଢ଼ନ୍ତୁ: ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଏହା ବି ପଢ଼ନ୍ତୁ: ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଏହା ବି ପଢ଼ନ୍ତୁ: ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ଏହା ବି ପଢ଼ନ୍ତୁ: କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

ଏହା ବି ପଢ଼ନ୍ତୁ: କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

ଏହା ବି ପଢ଼ନ୍ତୁ: ୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ
First published: May 28, 2020, 11:16 PM IST
corona virus btn
corona virus btn
Loading