ରାଜ୍ୟରେ ଡ୍ରାଇଭିଂ ଲାଇସେନ୍ସ ଓ ଲର୍ଣ୍ଣିଂ ଲାଇସେନ୍ସ ଟେଷ୍ଟ ପାଇଁ ସ୍ଲଟ ବୁକିଂ ବାତିଲ୍ ହେଲା

ଯେଉଁମାନଙ୍କର ଲର୍ଣ୍ଣିଂ ଲାଇସେନ୍ସ ୧୮ ମାର୍ଚ୍ଚରୁ ୩୦ ସେପ୍ଟେମ୍ବର ମଧ୍ୟରେ ସରୁଥିବ ତାହା କାଏମ ରହିବ । ଏହି ସମୟରେ କେହି RTO ନ ଆସିବାକୁ ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଛି ।

ରାଜ୍ୟରେ ଡ୍ରାଇଭିଂ ଲାଇସେନ୍ସ ଓ ଲର୍ଣ୍ଣିଂ ଲାଇସେନ୍ସ ଟେଷ୍ଟ ପାଇଁ ସ୍ଲଟ ବୁକିଂ ବାତିଲ୍ ହେଲା
ଯେଉଁମାନେ ସ୍ଲଟ ବୁକିଙ୍ଗ ପାଇଁ ପେମେଣ୍ଟ କରିଛନ୍ତି ତାହା କାଏମ ରହିବ ବୋଲି ମଧ୍ୟ କୁହାଯାଇଛି ।
  • News18 Odia
  • Last Updated: June 12, 2020, 12:56 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଡ୍ରାଇଭିଂ ଲାଇସେନ୍ସ ଓ ଲର୍ଣ୍ଣିଂ ଲାଇସେନ୍ସ ଟେଷ୍ଟ ପାଇଁ  ସ୍ଲଟ ବୁକିଙ୍ଗ ସମ୍ବନ୍ଧରେ ପ୍ରକାଶ ପାଇଥିବା ବିଜ୍ଞପ୍ତି ବାତିଲ କରିଦିଆଯାଇଛି । ଏ ବିଷୟରେ ସାନି ବିଜ୍ଞପ୍ତି ପ୍ରକାଶ କରିବେ ବୋଲି କହିଛନ୍ତି ସରକାର । ସାରଥୀ ପୋର୍ଟାଲ କେବେ କାମ କରିବ ତାହା ଜଣାଇଦିଆଯିବ । ଏହି ସମୟରେ କେହି ଆରଟିଓ (RTO) ନ ଆସିବାକୁ ରାଜ୍ୟ ପରିବହନ କତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଛି ।

ଯେଉଁମାନଙ୍କର ଲର୍ଣ୍ଣିଂ ଲାଇସେନ୍ସ ୧୮ ମାର୍ଚ୍ଚ ୨୦୨୦ରୁ ୩୦ ସେପ୍ଟେମ୍ବର ମଧ୍ୟରେ ସରୁଥିବ ତାହା କାଏମ ରହିବ ବୋଲି କୁହାଯାଇଛି । ଯେଉଁମାନେ ସ୍ଲଟ ବୁକିଙ୍ଗ ପାଇଁ ପେମେଣ୍ଟ କରିଛନ୍ତି ତାହା କାଏମ ରହିବ ବୋଲି ମଧ୍ୟ କୁହାଯାଇଛି ।

ଜୁନ ୯ରେ ଜାରିହୋଇଥିବା କେନ୍ଦ୍ରର ଆଡ଼ଭାଇଜରୀକୁ ଭିତ୍ତି କରି ଗାଡ଼ିର ଅନ୍ୟ କିଛି କାଗଜ ପତ୍ରର ଅବଧିକୁ  ଘୁଞ୍ଚାଇ ଦିଆଆଯାଇଛି । ରାଜ୍ୟ ପରିବହନ କତ୍ତୃପକ୍ଷଙ୍କ ପକ୍ଷରୁ  ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ ଫେବୃଆରୀ ୧ରୁ ୩୦ ଜୁନ ମଧ୍ୟରେ ଗାଡିର ଫିଟନେସ ସାର୍ଟିଫିକେଟ ଅବଧି ସରୁଥିଲେ ସେପ୍ଟେମ୍ବର ୩୦ ଯାଏଁ ତାହା କାଏମ ରହିବ । ଏହି ସମୟ ମଧ୍ୟରେ ଅଣ-ପରିବହନ ଗାଡ଼ିଗୁଡ଼ିକର ପଞ୍ଜିକରଣ ସାର୍ଟିଫିକେଟ ଅବଧି ସରୁଥିଲେ ତାହା ବି ସେପ୍ଟେମ୍ବର ୩୦ ଯାଏ କାଏମ ରହିବ ।

ଜୁନ୍ ୧୦ର ବିଜ୍ଞପ୍ତି ବାତିଲ୍ କରିବା ନେଇ ପ୍ରକାଶ ପାଇଥିବା ବିଜ୍ଞପ୍ତି


ଡ୍ରାଇଭିଂଗ ଲାଇସେନ୍ସ ଫେବୃଆରୀ ୧ରୁ ୩୦ ଜୁନ ଭିତରେ ସରୁଥିଲେ ତାହା ସେପ୍ଟେମ୍ବର ୩୦ ଯାଏ କାଏମ ରହିବ । ଲର୍ଣ୍ଣିଂ ଲାଇସେନ୍ସ ମାର୍ଚ୍ଚ ୧୮ରୁ ଜୁନ ୩୦ ଭିତରେ ସରୁଥିଲେ ତାହାବି ସେପ୍ଟେମ୍ବର ୩୦ ଯାଏ କାଏମ ରହିବ । କିନ୍ତୁ ଡ୍ରାଇଭିଂ ଲାଇସେନ୍ସ ଟେଷ୍ଟ ବାତିଲ କରିଦିଆଯାଇଛି । ମାଲ୍‌ ପରିବହନ ଗାଡ଼ି, ଘରୋଇ ଗାଡ଼ି କିମ୍ବା ସ୍କୁଲ ଗାଡ଼ିଗୁଡ଼ିକର ଏହି ସମୟରେ ଅବଧି ସରୁଥିଲେ ତାହା  ବି ସେପ୍ଟେମ୍ବର ୩୦ ଯାଏ କାଏମ ରହିବ ବୋଲି କୁହାଯାଇଛି ।

ଆଜି ଠୁ  ଡ୍ରାଇଭିଂ ଲାଇସେନ୍ସ ଟେଷ୍ଟ ପାଇଁ ସ୍ଲଟ ବୁକିଂ ଆରମ୍ଭ ହେବ ବୋଲି ଗତ କାଲି ବିଜ୍ଞପ୍ତି ପ୍ରକାଶ କରିଥିଲା ରାଜ୍ୟ ପରିବହନ କତ୍ତୃପକ୍ଷ । ଆଜି ଯେଉଁମାନେ ସ୍ଲଟ ବୁକିଂ କରିଥା’ନ୍ତେ ସେହି ବ୍ୟକ୍ତିଙ୍କ ଟେଷ୍ଟ ଚଳିତ ମାସ ୧୮ ତାରିଖରୁ ଆରମ୍ଭ ହୋଇଥା’ନ୍ତା । ସେହି ଭଳି ଲର୍ଣ୍ଣିଂ ଲାଇସେନ୍ସ ପାଇଁ ଆସନ୍ତା ୨୨ ତାରିଖରୁ ସ୍ଲଟ ବୁକିଂ ଆରମ୍ଭ ହୋଇଥା’ନ୍ତା । ସେମାନେ ଚଳିତ ମାସ ୨୯ରୁ ଟେଷ୍ଟ ଦେବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଟେଷ୍ଟିଂ ବେଳେ ସାମାଜିକ ଦୂରତ୍ୱ ନିୟମ ପାଳନ ସହ

ସମସ୍ତ ଆବେଦନକାରୀ ଓ କର୍ମଚାରୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ବୋଲି ନିର୍ଦ୍ଦେଶ ଥିଲା । ଏହା ବାଦ୍‌ ଯଦି କେହି ଆବେଦନକାରୀ କଣ୍ଟେନମେଣ୍ଟ ଜୋନରୁ ଟେଷ୍ଟ୍ ପାଇଁ ଆସିବେ ତୁରନ୍ତ ପୁଲିସକୁ ଖବର ଦେବା ପାଇଁ ନିର୍ଦ୍ଦେଶ ରହିଥିଲା । ଗତ କାଲି ପ୍ରକାଶ ପାଇଥିବା ଏହି ବିଜ୍ଞପ୍ତି ଆଜି ବାତିଲ କରିଦିଆଯାଇଛି ।

ଏହା ବି ପଢ଼ନ୍ତୁ: 

ବେଶୀ ରୋଜଗାର ପାଇଁ ଏହି ୨୫ ବର୍ଷୀୟା ସୁପରକାର୍ ରେସର୍ ପର୍ଣ୍ଣ ଷ୍ଟାର୍ ହୋଇ ଭାରି ଖୁସି ଅଛନ୍ତି

ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ପତି ମଦ ପିଆଇଲା, ତା’ ପରେ ତା’ର ଚାରି ବନ୍ଧୁ ମହିଳାଙ୍କୁ ନିଜ ପିଲା ସାମନାରେ ରେପ୍ କଲେ

ପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା 

ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକ

ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!

କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା
First published: June 12, 2020, 12:56 AM IST
corona virus btn
corona virus btn
Loading