କରୋନା ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା; ମୋଟ ମୃତକ ୧୦୩; ନୂଆ ୬୪୭ ମାମଲା ଚିହ୍ନଟ

ନୂଆ ୬୪୭ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୪୩୧ ଜଣ ଅଛନ୍ତି । ବାକି ୨୧୬ ଜଣ ସ୍ଥାନୀୟ ବାସିନ୍ଦା । ରାଜ୍ୟରେ ମୋଟ୍ ପଜିଟିଭ୍ ସଂଖ୍ୟା ୧୮,୭୫୭ ହୋଇଛି । ସ୍ଥାନୀୟ ସଂକ୍ରମଣ କେମିତି କମିବ ତାହା ସରକାରଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି ।

(ପ୍ରତୀକାତ୍ମକ ଛବି)

(ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ବର: ରାଜ୍ୟରେ କରୋନା ଭାଇରସ୍‌ ସଂକ୍ରମଣରେ ଆଉ ୬ ଜଣ ଆକ୍ରାନ୍ତଙ୍କ ଜୀବନ ଯାଇଛି । ଏହାକୁ ମିଶାଇ ରାଜ୍ୟରେ କରୋନାରେ ମୃତ୍ୟୁ ସଂଖ୍ୟା ସଂଖ୍ୟା ୧୦୩ରେ ପହଞ୍ଚିଛି । ଗତ ୨୪ ଘଣ୍ଟାରେ ୨୩ ଜିଲ୍ଲାରୁ ଆଉ ୬୪୭  ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ଛଅ ଜଣ ମୃତକଙ୍କ ମଧ୍ୟରେ ଅଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାର ଜଣେ ୬୩ ବର୍ଷୀୟ ବ୍ୟକ୍ତି । ସେ ଡାଏବେଟିସ୍, ଉଚ୍ଚ ରକ୍ତଚାପ ଓ ଇଣ୍ଟ୍ରା-କ୍ରାନିଆଲ୍ ରକ୍ତସ୍ରାବରେ ପୀଡ଼ିତ ଥିଲେ । କଟକ ଜିଲ୍ଲାରେ ଜଣେ ୨୬ ବର୍ଷୀୟ ମହିଳାଙ୍କ ଜୀବନ ନେଇଛି କରୋନା । ତାଙ୍କର ଡାଏବେଟିସ୍ ଓ ଉଚ୍ଚ ରକ୍ତଚାପ ଥିଲା । ଗଜପତି ଜିଲ୍ଲାରେ ଆଉ ଜଣେ ୬୮ ବର୍ଷୀୟ ବୃଦ୍ଧ କରୋନା ସଂକ୍ରମିଣରେ ପ୍ରାଣ ହରାଇଛନ୍ତି । ବୃଦ୍ଧଙ୍କ ଡାଏବେଟିସ୍ ଓ ଉଚ୍ଚ ରକ୍ତଚାପ ଥିବା ଜଣାପଡିଛି ।

କ୍ୟାନସରରେ ପୀଡ଼ିତ ଜଗତସିଂହପୁର ଜିଲ୍ଲାର ଜଣେ ବ୍ୟକ୍ତି କରୋନା ଆକ୍ରନ୍ତଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ଏମାନଙ୍କ ବ୍ୟତୀତ ଖୋର୍ଦ୍ଧା ଜିଲ୍ଲାରୁ ଜଣେ ୭୫ ବର୍ଷୀୟ ଓ ରାୟଗଡ଼ା ଜିଲ୍ଲାରୁ ଜଣେ ୭୪ ବର୍ଷୀୟ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ରାଜ୍ୟରେ କରୋନା ସଂକ୍ରମଣର ତାଜା ସ୍ଥିତିର ମ୍ୟାପ୍


ଆଜିର ନୂଆ ୬୪୭ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୪୩୧ ଜଣ ଚିହ୍ନଟ ହୋଇଛନ୍ତି । ବାକି ୨୧୬ ଜଣ ଆକ୍ରାନ୍ତ ସ୍ଥାନୀୟ ବାସିନ୍ଦା । ଏଥି ସହ ରାଜ୍ୟରେ ମୋଟ୍ ପଜିଟିଭ୍ ସଂଖ୍ୟା ୧୮,୭୫୭ କୁ ବୃଦ୍ଧି ହୋଇଛି । କିପରି ସ୍ଥାନୀୟ ସଂକ୍ରମଣ କମିବ ତାହା ସରକାରଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । ଆଜି ଚିହ୍ନଟ ହୋଇଥିବା ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରେ ସର୍ବାଧିକ ୨୨୫ ଜଣ ଚିହ୍ନଟ ହୋଇଛନ୍ତି ।

ଏହା ସହ ଅନୁଗୁଳରୁ ୩୭, ବାଲେଶ୍ୱରରୁ ୪୦, ଭଦ୍ରକରୁ ୧୨, ବଲାଙ୍ଗିରରୁ ୫, କଟକରୁ ୮୪, ଢ଼େଙ୍କାନାଳରୁ ୧୦, ଜଗତସିଂହପୁରରୁ ୭, ଯାଜପୁରରୁ ୨, କନ୍ଧମାଳରୁ ୫, କେନ୍ଦ୍ରାପଡ଼ାରୁ ୧୩, ଖୋର୍ଦ୍ଧାରୁ ୬୮, କେନ୍ଦୁଝରରୁ ୮, କୋରାପୁଟରୁ ୨୮, ମାଲକାନାଗିରିରୁ ୧୦, ମୟୂରଭଞ୍ଜରୁ ୩, ନବରଙ୍ଗପୁରରୁ ୨, ନୟାଗଡ଼ରୁ ୪, ରାୟଗଡ଼ାରୁ ୪୭, ସମ୍ବଲପୁରରୁ ୧୦, ସୋନପୁରରୁ ୧ ଏବଂ ସୁନ୍ଦରଗଡ଼ରୁ ୨୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁସାରେ ଏବେ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା  ୧୮,୭୫୭ ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ୧୨,୯୦୯ ଜଣ ସୁସ୍ଥ ହୋଇଯାଇଥିବା ବେଳେ ଏବେ ୫, ୭୧୫ ଜଣ ଚିକିତ୍ସାଧୀନ ଅଛନ୍ତି । ରାଜ୍ୟରେ ଗତ କିଛି ଦିନ ମଧ୍ୟରେ କରୋନା ସଂକ୍ରମଣ ସଂଖ୍ୟା ପାଖାପାଖି ଦୁଇ ଗୁଣରୁ ଅଧିକ ବୃଦ୍ଧି ପାଇଛି ।

ଏହା ବି ପଢ଼ନ୍ତୁ: ବିକାଶ ଦୁବେର ପୋଷ୍ଟ ମର୍ଟମ ରିପୋର୍ଟ: ତାକୁ ୬ ଥର ଗୁଳି କରାଯାଇଥିଲା; ୩ଟି ଗୁଳି ଦେହରେ ପଶିଥିଲା

ଦେଖନ୍ତୁ ଫଟୋ: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପ୍ରେମିକା ନତାଶା ଗର୍ଭବତୀ ହେଲେ; ଫଟୋ ସେୟାର କରି ସେ ଏହି କଥା ଲେଖିଲେ

ରାଜ୍ୟରେ ଚଳିତ ମାସରେ କରେନା ପଜିଟିଭଙ୍କ ସଂଖ୍ୟା ଦୃତ ଗତିରେ ବଢ଼ିଚାଲିଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ପ୍ରତି ଦିନ ୫୦୦ରୁ ଅଧିକ ନୂଆ ମାମଲା ସାମ୍ନାକୁ ଆସୁଛି ।
Published by:Anand Shankar Thankur Das
First published: