ରାଜ୍ୟରେ ଆଜି ଆଉ ୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ: ବାଲେଶ୍ୱର ୩, କଟକ ୧, ରାଉରକେଲା ୧, ଗଞ୍ଜାମ ୧

ବାଲେଶ୍ୱର ଓ ରାଉରକେଲାରେ ଚିହ୍ନଟ ଆକ୍ରାନ୍ତମାନଙ୍କର କୋଲକାତା ଲିଙ୍କ୍ ଅଛି । କଟକ ଓ ଗଞ୍ଜାମରେ ଚିହ୍ନଟ ଆକ୍ରାନ୍ତଙ୍କର ସୁରତ ଲିଙ୍କ୍ ଅଛି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭୫ରେ ପହଞ୍ଚିଛି ।

ରାଜ୍ୟରେ ଆଜି ଆଉ ୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ: ବାଲେଶ୍ୱର ୩, କଟକ ୧, ରାଉରକେଲା ୧, ଗଞ୍ଜାମ ୧
ଯାଜପୁରରେ ପ୍ରବାସୀ ଓଡ଼ିଆଙ୍କ ପାଇଁ ହୋଇଥିବା ଏକ କ୍ୱାରାଣ୍ଟାଇନ୍ ସେଣ୍ଟର୍ ବାହାରର ଦୃଶ୍ୟ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଆଜି ରାଜ୍ୟରେ ଛଅ ଜଣ କରୋନା ଭାଇରସ୍‌ ପଜିଟିଭ ଚିହ୍ନଟ ହୋଇଛନ୍ତି । ବାଲେଶ୍ବରରୁ ସର୍ବାଧିକ ତିନି, ଗଞ୍ଜାମରୁ ଜଣେ, ରାଉରକେଲାରୁ ଜଣେ ଓ କଟକ ତିଗିରିଆରୁ ଜଣେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ରାଉରକେଲାର ଚିହ୍ନଟ ହୋଇଥିବା ୪୯ ବର୍ଷୀୟ ପୁରୁଷ ପଜିଟିଭଙ୍କର ରହିଛି କୋଲକାତା ଲିଙ୍କ୍‌ । ସେହିପରି ବାଲେଶ୍ବରରେ ଦୁଇ ଜଣ ପଜିଟିଭଙ୍କର ବି କୋଲକତା ଲିଙ୍କ୍ ରହିଛି । ବାଲେଶ୍ବରର ଆକ୍ରାନ୍ତ ମହିଳାଙ୍କ ବୟସ ୫୦ ଓ ଯୁବକଙ୍କ ବୟସ ୨୬ ବର୍ଷ । କଟକ ତିଗିରିଆରେ ଚିହ୍ନଟ ହୋଇଥିବା ପଜିଟିଭ ବ୍ୟକ୍ତି ଜଣେ ୩୪ ବର୍ଷୀୟ ପୁରୁଷ ବୋଲି ଜଣାପଡ଼ିଛି । ତାଙ୍କର ସୁରତ ଲିଙ୍କ୍ ରହିଛି ।

ପୂର୍ବରୁ ଆଜି ସକାଳେ ଗଞ୍ଜାମରେ ଜଣେ ପଜିଟିଭ ଚିହ୍ନଟ ହୋଇଥିଲେ । ତାଙ୍କର ମଧ୍ୟ ସୁରତ ଲିଙ୍କ୍ ରହିଛି । ଆଜିର ଛଅ ଜଣ ପଜିଟିଭଙ୍କୁ ମିଶାଇ ରାଜ୍ୟରେ ଏବେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୭୫ରେ ପହଞ୍ଚିଛି । ରାଜ୍ୟରେ ଏ ପର୍ଯ୍ୟନ୍ତ ୬୦ ଜଣ ସୁସ୍ଥ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି ଓ ୧୧୪ ଜଣ ଏବେ ବିଭିନ୍ନ ହସପିଟାଲରେ ଚିକିତ୍ସିତ ହେଉଛନ୍ତି ।

ଯାଜପୁର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ସରକାର ଚିନ୍ତାରେ ଅଛନ୍ତି । ଗତ କାଲି ଯାଜପୁର ସଦର ବ୍ଲକର ଏରବାଙ୍କ ଠାରେ ଆଉ ଚାରି ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସେମାନେ ଏରବାଙ୍କ ଅଞ୍ଚଳର ଓ ସମସ୍ତେ ପୁରୁଷ । ସେମାନେ ସମସ୍ତେ କୋଲକାତା ଫେରନ୍ତା । ଏଥି ସହ ଯାଜପୁର ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୫୨ରେ ପହଞ୍ଚିଛି ।

ଗୋଟିଏ ପଟେ  କୋଲକାତା ଲିଙ୍କକୁ ନେଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଥିବା ବେଳେ ଅନ୍ୟ ପଟେ ଅନେକ ସଂଖ୍ୟାରେ ପ୍ରବାସୀ ଓଡିଆ ଜିଲ୍ଲାକୁ ଫେରିବା ଆରମ୍ଭ କରିଦେଇଥିବାରୁ ସଂକ୍ରମଣର ଆଶଙ୍କା ଆହୁରି ବଢ଼ିଛି । ଯେଉଁମାନେ ଫେରୁଛନ୍ତି ସେମାନଙ୍କୁ ତୁରନ୍ତ କ୍ବାରେଣ୍ଟାଇନରେ ନେଇ ରଖାଯାଉଛି  । ଏହାକୁ ନେଇ ସମଗ୍ର ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଦେଖିବାକୁ ମିଳିଛି । ତେଣେ ଅନେକ ରାଜ୍ୟ ବାହାରର ଶ୍ରମିକ ମଧ୍ୟ ଜିଲ୍ଲାରେ ଫସିରହିଥିବା ଦେଖିବାକୁ ମିଳିଛି । ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଚିହ୍ନଟ କରାଯିବା ସହିତ ପ୍ରବାସୀ ଓଡିଆଙ୍କୁ ଜିଲ୍ଲାକୁ ଆଣିବା ପାଇଁ ପ୍ରଶାସନିକ ସ୍ତରରେ ତତ୍ପରତା ମଧ୍ୟ ପ୍ରକାଶ ପାଇଛି।
First published: May 5, 2020, 9:04 PM IST
corona virus btn
corona virus btn
Loading