ଦେଶରେ ଗତ ୨୪ ଘଣ୍ଟାରେ କରୋନା ନେଲା ୬ ଜୀବନ; ମୃତ୍ୟୁ ସଂଖ୍ୟା ବଢ଼ି ୨୫ ହେଲା

ଏ ଯାଏଁ ମହାରାଷ୍ଟ୍ରରେ ସର୍ବାଧିକ ୬ ଜଣଙ୍କର ମୃତ୍ୟୁ ଘଟିଛି । ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଛି ୯୭୯ରେ । ୮୬୭ ଜଣ ଏବେ ଚିକିତ୍ସିତ ହେଉଛନ୍ତି । ୮୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଦେଶରେ ଗତ ୨୪ ଘଣ୍ଟାରେ କରୋନା ନେଲା ୬ ଜୀବନ; ମୃତ୍ୟୁ ସଂଖ୍ୟା ବଢ଼ି ୨୫ ହେଲା
ଦିଲ୍ଲୀର ଏକ ହସପିଟାଲରେ ଡାକ୍ତରମାନେ ଏକ କରୋନା ରୋଗୀର ଯାଞ୍ଚ ରିପୋର୍ଟ ଦେଖୁଛନ୍ତି ।
  • News18 Odia
  • Last Updated: March 29, 2020, 1:58 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: କରୋନା ଭାଇରସ୍‌ ସଂକ୍ରମଣରେ ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ ଛଅ ଜଣ ଲୋଙ୍କର ଜୀବନ ଗଲାଣି । ଏଥି ସହ ଦେଶରେ ମୃତକଙ୍କ ସଂଖ୍ୟା ୨୫କୁ ବୃଦ୍ଧି ପାଇଛି । ଏ ଯାଏଁ ମହାରାଷ୍ଟ୍ରରେ ସର୍ବାଧିକ ୬ ଜଣଙ୍କର ମୃତ୍ୟୁ ଘଟିଛି । ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଛି ୯୭୯ରେ ।

ଏ ପର୍ୟ୍ୟନ୍ତ ଗୁଜରାଟରେ ୪ ଜଣ ଓ କର୍ଣ୍ଣାଟକରେ ୩ ଜଣ କରୋନାରେ ପ୍ରାଣ ହରେଇଛନ୍ତି । ମଧ୍ୟ ପ୍ରଦେଶ ଓ ଦିଲ୍ଲୀରେ ୨ ଜଣ ଲେଖାଏଁ ପ୍ରାଣ ହରାଇଛନ୍ତି । ପଶ୍ଚିମ ବଙ୍ଗ, ତେଲଙ୍ଗାନା, ତାମିଲ ନାଡୁ ଓ ପଞ୍ଜାବରେ କରୋନାରେ ଜଣେ ଲେଖାଏଁ ପ୍ରାଣ ହରେଇଛନ୍ତି । ବିହାର, କେରଳ, ହିମାଚଳ ପ୍ରଦେଶ, ଜାମ୍ମୁ ଓ କାଶ୍ମୀରରେ ବି ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି ।

ଦେଶରେ ମୋଟ ୯୭୯ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୮୬୭ ଜଣ ଏବେ ଚିକିତ୍ସିତ ହେଉଛନ୍ତି । ୮୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଇରାନ୍‌ରେ ଫସି ରହିଥିବା ୨୭୫ ଜଣ ଭାରତୀୟ ଆଜି ଭାରତ ଫେରିଛନ୍ତି । ସମସ୍ତଙ୍କୁ ଇଣ୍ଡିଗୋର ଏକ ସ୍ବତନ୍ତ୍ର ବିମାନ ଯୋଗେ ଯୋଧପୁର ଅଣାଯାଇଛି । ଏୟାରପୋର୍ଟରେ ପହଞ୍ଚିବା ପରେ ସେମାନଙ୍କ ସ୍କ୍ରିନିଂ କରାଯାଇଥିଲା । ଏହା ପରେ ଆର୍ମି ଅଧୀନରେ ଥିବା ଆଇସୋଲେସନ୍‌ ସେଣ୍ଟରକୁ ସମସ୍ତଙ୍କୁ ପଠାଇ ଦିଆଯାଇଛି । ଇରାନ୍‌ରୁ ଫେରିଥିବା ୨୭୫ ଜଣ ଭାରତୀୟଙ୍କ ମଧ୍ୟରେ ୧୩୩ ମହିଳା, ୧୪୨ ପୁରୁଷ ଓ ୨ ଜଣ ନବଜାତ ଶିଶୁ ରହିଛନ୍ତି । ଯୋଧପୁରର ଏହି କ୍ୟାମ୍ପରେ ପୂର୍ବରୁ ଇରାନ୍‌ରୁ ଫେରିଥିବା ୨୭୭ ଭାରତୀୟ ଆଇସୋଲେସନ୍‌ରେ ରହିଛନ୍ତି ।

ଦିଲ୍ଲୀରୁ ଘରମୁହାଁ ହୋଇ ଚାଲିଚାଲି ଯାଉଥିବା କିଛି ଶ୍ରମିକ


ସାରା ଦେଶରେ କରୋନା ରୋଗୀଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି । ଏହାକୁ ନଜରରେ ରଖି ରେଳବାଇ ମଧ୍ୟ କରୋନା ବିରୋଧରେ ଲଢ଼ିବା ପାଇଁ ଆଗେଇ ଆସିଛି ।  ରେଳବାଇ ପକ୍ଷରୁ ବିଭିନ୍ନ ଟ୍ରେନ୍‌ର ବଗିରେ ଆଇସୋଲେସନ ୱାର୍ଡ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ନୂଆ ଦିଲ୍ଲୀରେ ରହିଥିବା ବିଭିନ୍ନ ଟ୍ରେନ୍‌ରେ ଆଇସୋଲେସନ ୱାର୍ଡ କରାଯିବା ପାଇଁ ବ୍ୟବସ୍ଥା ହେଉଛି ।

ଲକଡାଉନ ସତ୍ତ୍ୱେ ଘରମୁହାଁ ହୋଇଛନ୍ତି ହଜାର ହଜାର ଶ୍ରମିକ । ବିଶେଷ କରି ଦିଲ୍ଲୀ ଓ ଉତ୍ତର ପ୍ରଦେଶରୁ ହଜାର ହଜାର ଶ୍ରମିକ ଘରକୁ ପଳାଉଛନ୍ତି । ଗାଡ଼ି ମୋଟର ବନ୍ଦ ଥିବା ବେଳେ ସେମାନ ଚାଲି ଚାଲି ନିଜ ଗାଁକୁ ଯାତ୍ରା କରୁଛନ୍ତି । ଫଳରେ ଜାତୀୟ ରାଜପଥ ଗୁଡ଼ିକରେ ଲାଗିଛି ଲୋକଙ୍କ ଲମ୍ବା ଧାଡ଼ି ।

ଦିଲ୍ଲୀର ଆନନ୍ଦବିହାର ବସଷ୍ଟପରେ ରାତି ସାରା ଲାଗିଥିଲା ପ୍ରବାସୀ ଶ୍ରମିକଙ୍କ ଭିଡ଼ । ପରିସ୍ଥିତି ଏମିତି ହୋଇଥିଲା ଯେ ସ୍ଥାନୀୟ ପୋଲିସ ଓ ପ୍ରଶାସନକୁ ନାକେଦମ ହେବାକୁ ପଡ଼ିଥିଲା । ଗୋଟିଏ ସ୍ଥାନରେ ଏତେ ସଂଖ୍ୟକ ଶ୍ରମିକ ଜମା ହୋଇଥିବାରୁ କରୋନା ସଂକ୍ରମଣ ଆଶଙ୍କା ବଢିଯାଇଛି । ତେବେ ଦିଲ୍ଲୀ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରି ଶ୍ରମିକମାନଙ୍କୁ ସେମାନଙ୍କ ଗ୍ରାମ ଅଭିମୁଖେ ପଠାଇବାର ବ୍ୟବସ୍ଥା କରିଛନ୍ତି । ଫଳରେ ଆନନ୍ଦ ବିହାର ଇଲାକା ଖାଲି ହେବାରେ ଲାଗିଛି ।
First published: March 29, 2020, 1:58 PM IST
corona virus btn
corona virus btn
Loading