Tapu Mishra No More: ଚାଲିଗଲେ ଗାୟିକା ତପୁ ମିଶ୍ର; ତାଙ୍କୁ ଛଡ଼େଇନେଲା ନିଷ୍ଠୁର COVID19

Odia Singer Tapu Mishra Dies of COVID-19 | ନିଜ ମଧୁର କଣ୍ଠ ସ୍ୱର ପାଇଁ କୋଟି କୋଟି ଓଡ଼ିଆଙ୍କ ହୃଦୟରେ ଘର ବନେଇଥିବା ଗାୟିକା ତପୁ ମିଶ୍ର ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ୱାସ ନେଇଛନ୍ତି । ତାଙ୍କ ଏକ୍ମୋ ଚିକିତ୍ସା ପାଇଁ ପାଣ୍ଠି ସଂଗ୍ରହ ଚାଲିଥିଲା, ହେଲେ କରୋନା ଭାଇରସ୍ ପାଖରେ ଧୈର୍ଯ୍ୟ ନ ଥିଲା ।

Tapu Mishra No More: ଚାଲିଗଲେ ଗାୟିକା ତପୁ ମିଶ୍ର; ତାଙ୍କୁ ଛଡ଼େଇନେଲା ନିଷ୍ଠୁର COVID19
ପ୍ରଖ୍ୟାତ ଗାୟିକା ତପୁ ମିଶ୍ର
  • News18 Odia
  • Last Updated: June 19, 2021, 11:50 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: କରୋନା ଭାଇରସ୍‌ ଛଡ଼େଇ ନେଇଛି ପ୍ରଖ୍ୟାତ ଗାୟିକା ତପୁ ମିଶ୍ରଙ୍କୁ । କରୋନା ସଂକ୍ରମଣରୁ ସୁସ୍ଥ ହେବା ପରେ ପୋଷ୍ଟ୍‌-କୋଭିଡ୍‌ ଜଟିଳତା ଯୋଗୁଁ ଗଲା ୧୨ ଦିନ ଧରି ଭୁବନେଶ୍ୱରର ସମ୍‌ ହସପିଟାଲରେ ଚିକିତ୍ସିତ ହେଉଥିବା ଗାୟିକା ତପୁ ମିଶ୍ରଙ୍କ (Singer Tapu Mishra) ସ୍ଥିତି ଗଲା ଚାରି ଦିନ ଧରି ଖୁବ୍‌ ଗୁରୁତର ରହିଥିଲା । ଶେଷରେ ସେ ଇହ ଲୀଳା ସମ୍ବରଣ କରିଛନ୍ତି ।

ନିଜ ମଧୁର କଣ୍ଠ ସ୍ୱର ପାଇଁ କୋଟି କୋଟି ଓଡ଼ିଆଙ୍କ ହୃଦୟରେ ଘର ବନେଇଥିବା ତପୁ ମିଶ୍ର ଶନିବାର ରାତିରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ୱାସ ନେଇଛନ୍ତି । ମାତ୍ର ୩୬ ବର୍ଷ ବୟସରେ ଦୁନିଆକୁ ବିଦାୟ କହିଥିବା ଏହି ଲୋକପ୍ରିୟ ଗାୟିକାଙ୍କ ଦେହାନ୍ତ ଖବର ଓଡ଼ିଶାର ମନୋରଞ୍ଜନ ଜଗତକୁ ଥରେଇ ଦେଇଛି (Singer Tapu Mishra Dies)।

ଏହା ବି ପଢ଼ନ୍ତୁ | ମୋଦି ସରକାର ଏହି ମାସ ମାଗଣା LPG ଗ୍ୟାସ୍ କନେକ୍ସନ୍ ଦେବେ; କେମିତି ଆବେଦନ କରିବେ ଜାଣନ୍ତୁ

ତପୁ ମିଶ୍ର ଶୁକ୍ରବାର ଠାରୁ ୧୦୦ ପ୍ରତିଶତ ଭେଣ୍ଟିଲେଟର୍‌ ସପୋର୍ଟରେ ଥିଲେ । କରୋନା ସଂକ୍ରମଣ କାରଣରୁ ସେ ମୁକ୍ତ ହୋଇଯିବା ପରେ ହଠାତ୍‌ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଥିଲା । ତାଙ୍କୁ ଭୁବନେଶ୍ୱରର ସ୍ପର୍ଶ ହସପିଟାଲରୁ ସମ୍‌ ହସପିଟାଲକୁ ଅଣାଯାଇଥିଲା । ସେଠାରେ ସାତ-ଆଠ ଦିନର ଚିକିତ୍ସା ସତ୍ତ୍ୱେ ତାଙ୍କ ଫୁସଫୁସ୍‌ ପାଖାପାଖି ୭୫ ପ୍ରତିଶତ ପ୍ରଭାବିତ ହୋଇଯାଇଥିଲା ଓ ତାଙ୍କ ଅମ୍ଳଜାନ ସ୍ତର ୪୦ରୁ ୪୫କୁ ଖସିଆସୁଥିଲା । ଏହାକୁ ନେଇ ଉଭୟ ଡାକ୍ତର ଓ ତପୁଙ୍କ ପରିବାର ଚିନ୍ତା ବ୍ୟକ୍ତ କରିଥିଲେ ।

ଏହା ବି ପଢ଼ନ୍ତୁ | କରୋନାର Delta ରୂପ ଚିନ୍ତା ବଢ଼ାଇଲା; ମାତ୍ର ୩୦ ଦିନ ପରେ ଦ୍ୱିତୀୟ ଥର ସଂକ୍ରମିତ ହେଲେ ବ୍ୟକ୍ତି

ଗତ ତିନି ଦିନ ଧରି ସମ୍‌ ହସପିଟାଲରେ ତପୁଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଆଦୌ ସୁଧୁରୁ ନ ଥିବାରୁ ତାଙ୍କ ପରିବାର ଓ ହସପିଟାଲର ଡାକ୍ତରମାନେ ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ ରାଜ୍ୟ ବାହାରକୁ ନେବାକୁ ଚେଷ୍ଟା କରୁଥିଲେ (Tapu Mishra passes away) । ତାଙ୍କୁ କୋଲକାତା ବା ଚେନ୍ନାଇ ନେଇ ସେଠାକାର କୌଣସି ବଡ଼ ହସପିଟାଲରେ ଏକ୍ମୋ ମେସିନ (ECMO machine) ସହାୟତାରେ ଚିକିତ୍ସା କରାଇବା ପାଇଁ ତାଙ୍କର ଅନେକ ସହକର୍ମୀ ଓ ଶୁଭାକାଙ୍କ୍ଷୀ ପାଣ୍ଠି ସଂଗ୍ରହ କରିବା ଆରମ୍ଭ କରିଥିଲେ । ତପୁଙ୍କ ପାଇଁ ଦାନ ଦେବାକୁ ପ୍ରଶଂସକମାନଙ୍କୁ ସେମାନେ ଅନୁରୋଧ କରିବା ପରେ କିଛି ପାଣ୍ଠି ସଂଗ୍ରହ ବି ହୋଇଥିଲା (Tapu Mishra COVID)।



ଏହା ବି ପଢ଼ନ୍ତୁ | ବଦଳିଲା ସୁନା ଗହଣା ସହ ଜଡ଼ିତ ଏହି ଜରୁରୀ ନିୟମ; ଗ୍ରାହକ ଦୋକାନୀ ସମସ୍ତେ ଜାଣିବା ଉଚିତ

ତପୁ ମିଶ୍ରଙ୍କ ଉନ୍ନତ ଚିକିତ୍ସା ପାଇଁ ରାଜ୍ୟ ସରକାରଙ୍କ କଳା ଓ ସଂସ୍କୃତି ବିଭାଗ ପକ୍ଷରୁ ଶୁକ୍ରବାର ଦିନ ୧ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଥିଲା । ହେଲେ ଏକମୋ ଚିକିତ୍ସା ପାଇଁ ପାଖାପାଖି ୨୦ ଲକ୍ଷ ଟଙ୍କା ଆବଶ୍ୟକ ହେଉଥିବାରୁ ତାଙ୍କ ପରିବାର ଓ ଓଲିଉଡ୍‌ କଳାକାର ବନ୍ଧୁମାନଙ୍କ ତରଫରୁ ପାଣ୍ଠି ସଂଗ୍ରହ ପ୍ରକ୍ରିୟା ଜାରି ରହିଥିଲା । ହେଲେ ଉନ୍ନତ ଚିକିତ୍ସା ବ୍ୟବସ୍ଥା ହେବା ପୂର୍ବରୁ ନିଷ୍ଠୁର କରୋନା ଭାଇରସ୍‌ ତପୁଙ୍କୁ ଛଡ଼େଇ ନେଲା ।



ତପୁଙ୍କ ଭଉଣୀ ଧୃତିଦୀପା ମିଶ୍ର ଗୁରୁବାର ଦିନ କହିଥିଲେ ଯେ ତପୁଙ୍କୁ ଭେଣ୍ଟିଲେଟର୍‌ ସପୋର୍ଟ ଦିଆଯିବା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଟିକିଏ ଉନ୍ନତି ଆସିଥିଲା, ମାତ୍ର ପରେ ପୁଣି ତାଙ୍କ ସ୍ଥିତି ଖରାପ ହେବା ଆରମ୍ଭ କରିଥିଲା । କିଛି ଦିନ ତଳେ ତପୁଙ୍କ ବାପା ବି କରୋନା ଭାଇରସ୍‌ ସଂକ୍ରମରେ ପ୍ରାଣ ହରାଇଥିଲେ ।
Published by: Anand ST Das
First published: June 19, 2021, 11:50 PM IST