Tapu Mishra: COVID ଆକ୍ରାନ୍ତ ଗାୟିକା ତପୁ ମିଶ୍ରଙ୍କ ସ୍ଥିତି ଗୁରୁତର ରହିଛି; ₹୧ ଲକ୍ଷ ମଞ୍ଜୁର ହେଲା

Odia singer Tapu Mishra condition remains critical after COVID, family seeks help | ଏକ୍ମୋ ଚିକିତ୍ସା ପାଇଁ ପାଖାପାଖି ୨୦ ଲକ୍ଷ ଟଙ୍କା ଆବଶ୍ୟକ ହେଉଥିବାରୁ ତାଙ୍କ ପରିବାର ଓ ଓଲିଉଡ୍ କଳାକାର ବନ୍ଧୁମାନଙ୍କ ତରଫରୁ ପାଣ୍ଠି ସଂଗ୍ରହ ପ୍ରକ୍ରିୟା ଚାଲିଛି । ତାଙ୍କ ପ୍ରଶଂସକମାନେ ଦାନ ଦେବା ଆରମ୍ଭ କରିଛନ୍ତି ।

Tapu Mishra: COVID ଆକ୍ରାନ୍ତ ଗାୟିକା ତପୁ ମିଶ୍ରଙ୍କ ସ୍ଥିତି ଗୁରୁତର ରହିଛି; ₹୧ ଲକ୍ଷ ମଞ୍ଜୁର ହେଲା
ପ୍ରଖ୍ୟାତ ଗାୟିକା ତପୁ ମିଶ୍ର
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: କରୋନା ଭାଇରସ୍‌ ସଂକ୍ରମଣରୁ ସୁସ୍ଥ ହେବା ପରେ ପୋଷ୍ଟ୍‌-କୋଭିଡ୍‌ ଜଟିଳତା ଯୋଗୁଁ ଗଲା ଦଶ ଦିନ ଧରି ଭୁବନେଶ୍ୱରର ଏକ ହସପିଟାଲରେ ଚିକିତ୍ସିତ ହେଉଥିବା ପ୍ରଖ୍ୟାତ ଗାୟିକା ତପୁ ମିଶ୍ରଙ୍କ (Singer Tapu Mishra) ସ୍ଥିତି ଗୁରୁତର ହୋଇ ରହିଛି । ତାଙ୍କ ଉଚ୍ଚ ଚିକିତ୍ସା ପାଇଁ ରାଜ୍ୟ କଳା ଓ ସଂସ୍କୃତି ବିଭାଗ ପକ୍ଷରୁ ୧ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି ।

ଏବେ ସମ୍‌ ହସପିଟାଲରେ ଚିକିତ୍ସିତ ହେଉଥିବା ତପୁ ମିଶ୍ରଙ୍କ ପାଇଁ ରାଜ୍ୟ ସରକାରଙ୍କ କଳାକାର କଲ୍ୟାଣ ପାଣ୍ଠିରୁ ଏହି ଟଙ୍କା ମଞ୍ଜୁର କରାଯାଇଛି । ହେଲେ ଗତ ତିନି ଦିନ ଧରି ତପୁଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଆଦୌ ସୁଧୁରୁ ନ ଥିବାରୁ ତାଙ୍କ ପରିବାର ଓ ହସପିଟାଲର ଡାକ୍ତରମାନେ ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ ରାଜ୍ୟ ବାହାରକୁ ନେବାକୁ ଚେଷ୍ଟା କରୁଛନ୍ତି (Tapu Mishra health condition) ।

ଏହା ବି ପଢ଼ନ୍ତୁ | ଜୁନ୍ ୨୧ରୁ ଦେଶର ସବୁ ନାଗରିକଙ୍କୁ ମାଗଣା ଟିକା ମିଳିବ; ଦୀପାବଳୀ ଯାଏଁ ଗରିବଙ୍କୁ ମିଳିବ ମାଗଣା ଚାଉଳ

ଯଦିଓ ସରକାରଙ୍କ ଏହି ସାହାଯ୍ୟ ତପୁଙ୍କ ପାଇଁ କାମ ଦେବ, ହେଲେ ତାଙ୍କୁ କୋଲକାତା ବା ଚେନ୍ନାଇ ନେଇ ସେଠାକାର କୌଣସି ବଡ଼ ହସପିଟାଲରେ ଏକ୍ମୋ ମେସିନ (ECMO machine) ସହାୟତାରେ ଚିକିତ୍ସା କରାଇବା ପାଇଁ ଯୋଜନା ଥିବାରୁ ଏହି ପାଣ୍ଠି ସେଥି ପାଇଁ ଖୁବ୍‌ କମ୍‌ ବୋଲି କୁହାଯାଉଛି । ଏକ୍ମୋ ଚିକିତ୍ସା ପାଇଁ ପାଖାପାଖି ୨୦ ଲକ୍ଷ ଟଙ୍କା ଆବଶ୍ୟକ ହେଉଥିବାରୁ ତାଙ୍କ ପରିବାର ଓ ଓଲିଉଡ୍‌ କଳାକାର ବନ୍ଧୁମାନଙ୍କ ତରଫରୁ ପାଣ୍ଠି ସଂଗ୍ରହ ପ୍ରକ୍ରିୟା ଚାଲିଛି । ତପୁଙ୍କ ଅନେକ ସହକର୍ମୀ ଓ ଶୁଭାକାଙ୍କ୍ଷୀ ଏତି ପାଇଁ ଦାନ ଦେବାକୁ ପ୍ରଶଂସକମାନଙ୍କୁ ଅନୁରୋଧ କରି ଅନେକ ମେସେଜ୍‌ ଲେଖିଛନ୍ତି (Tapu Mishra COVID)।

ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | ଯେବେ ନେହା କକ୍କଡ଼ଙ୍କୁ ଜଣେ ଯୁବକ ଜବରଦସ୍ତ୍ KISS କରିଥିଲେ, ବିବାଦରେ ଥିଲେ ଗାୟିକା

ହସପିଟାଲ ସୂତ୍ରରୁ ଜାଣିବାକୁ ମିଳିଛି ଯେ ତପୁ ଏବେ ୧୦୦ ପ୍ରତିଶତ ଭେଣ୍ଟିଲେଟର୍‌ ସପୋର୍ଟରେ ଅଛନ୍ତି । କରୋନା ସଂକ୍ରମଣ କାରଣରୁ ସେ ମୁକ୍ତ ହୋଇଯିବା ପରେ ହଠାତ୍‌ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଥିଲା । ତାଙ୍କୁ ଭୁବନେଶ୍ୱରର ସ୍ପର୍ଶ ହସପିଟାଲରୁ ସମ୍‌ ହସପିଟାଲକୁ ଅଣାଯାଇଥିଲା । ସେଠାରେ ସାତ-ଆଠ ଦିନର ଚିକିତ୍ସା ସତ୍ତ୍ୱେ ତାଙ୍କ ଫୁସଫୁସ୍‌ ପାଖାପାଖି ୭୫ ପ୍ରତିଶତ ପ୍ରଭାବିତ ହୋଇଯାଇଛି ଓ ତାଙ୍କ ଅମ୍ଳଜାନ ସ୍ତର ୪୦ରୁ ୪୫କୁ ଖସିଆସୁଛି ବୋଲି ଜଣାପଡ଼ିଛି । ଏହାକୁ ନେଇ ଉଭୟ ଡାକ୍ତର ଓ ତପୁଙ୍କ ପରିବାର ଚିନ୍ତା ବ୍ୟକ୍ତ କରିଛନ୍ତି । ମନୋରଞ୍ଜନ ଜଗତ ସହ ଜଡ଼ିତ ଅନେକ ବ୍ୟକ୍ତି ତପୁଙ୍କ ଆଶୁ ସ୍ୱାସ୍ଥ୍ୟ ଲାଭ କାମନା କରିଛନ୍ତି ।



ଇତି ମଧ୍ୟରେ ତପୁଙ୍କ ଭଉଣୀ ଧୃତିଦୀପା ମିଶ୍ର କହିଛନ୍ତି ଯେ ତପୁଙ୍କୁ ଭେଣ୍ଟିଲେଟର ସପୋର୍ଟ ଦିଆଯିବା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଟିକିଏ ଉନ୍ନତି ଆସିଥିଲା, ମାତ୍ର ପରେ ପୁଣି ତାଙ୍କ ସ୍ଥିତି ଖରାପ ହେବା ଆରମ୍ଭ କରିଥିଲା । ଏବେ ତାଙ୍କୁ ରାଜ୍ୟ ବାହାରକୁ ନେଇ ଉନ୍ନତ ଚିକିତ୍ସା କରାଇବା ପାଇଁ ପ୍ରୟାସ ହେଉଛି ବୋଲି ସେ କହିଛନ୍ତି ।



ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଜବରଦସ୍ତ୍ ବୋହୂ! ଗାଡ଼ି ମିଳିବାରୁ କରୋନା ପୀଡି଼ତ ଶ୍ୱଶୁରଙ୍କୁ କାନ୍ଧରେ ବୋହି ହସପିଟାଲ୍କୁ ନେଲେ

‘‘କୋଭିଡରୁ ସୁସ୍ଥ ହେବା ପରେ ତାଙ୍କୁ (ତପୁ ମିଶ୍ର) ସାଧାରଣ ଆଇ.ସି.ୟୁୟକୁ ନିଆଯାଇଥିଲା, ମାତ୍ର ତାଙ୍କ ଫୁସଫୁସ୍‌ ଗୁରୁତର ପ୍ରଭାବିତ ହୋଇଥିବା ଜଣାପଡ଼ିଲା । ତାଙ୍କ ଅକ୍ସିଜେନ୍‌ ଲେଭଲ୍‌ ବାରମ୍ବାର ତଳ ଉପର ହେଉଛି । ଗଲା ଦୁଇ ଦିନ ଧରି ଚିକିତ୍ସାର କୌଣସି ଲାଭ ମିଳୁ ନାହିଁ । ତାଙ୍କ ବୟସ ସେତେ ଅଧିକ ନୁହେଁ, ଆଉ ତାଙ୍କୁ ଡାଇବେଟିସ୍‌ ବା ହୃଦୟ ରୋଗ ବା ଅନ୍ୟ କୌଣସି ରୋଗ ପୂର୍ବରୁ ନାହିଁ । ହେଲେ ଡାକ୍ତରମାନେ କହିଦେଇଛନ୍ତି ଯେ ତାଙ୍କ ସ୍ଥିତି ସୁଧୁରୁ ନ ଥିବାରୁ ଆଉ କିଛି କରି ହେବ ନାହିଁ । ତେଣୁ ତାଙ୍କୁ ଉଚ୍ଚ ଚିକିତ୍ସା ପାଇଁ ରାଜ୍ୟ ବାହାରକୁ ନେବା ଏବେ ଖୁବ୍‌ ଜରୁରୀ ହୋଇପଡ଼ିଛି,’’ କହିଛନ୍ତି ତପୁଙ୍କ ଭଉଣୀ ଧୃତିଦୀପା ମିଶ୍ର ।

ଏହା ବି ପଢ଼ନ୍ତୁ | ଏବେ ଆପଣ ବିନା କୌଣସି ଡକ୍ୟୁମେଣ୍ଟରେ ବି ଆଧାର କାର୍ଡ଼ ବନାଇ ପାରିବେ; ଜାଣନ୍ତୁ କେମିତି

ବିଶେଷଜ୍ଞ ଡାକ୍ତରମାନଙ୍କର ଏକ କମିଟି ଗଠନ କରି ତପୁ ମିଶ୍ରଙ୍କ ଉନ୍ନତ ଚିକିତ୍ସା କରାଇବାରେ ସାହାଯ୍ୟ କରିବାକୁ ତାଙ୍କ ପରିବାର ପକ୍ଷରୁ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରାଯାଇଛି । ତପୁଙ୍କ ଅନେକ ସହକର୍ମୀ ଓ ଶୁଭାକାଙ୍କ୍ଷୀ ଏଥି ପାଇଁ ଦାନ ଦେବାକୁ ତାଙ୍କ ପ୍ରଶଂସକମାନଙ୍କୁ ଅନୁରୋଧ କରି ଅନେକ ମେସେଜ୍‌ ଲେଖିଛନ୍ତି । ସୂଚନା ୍ନୁସାରେ ଅନେକ ପ୍ରଶଂସକ ଦାନ ଦେବା ଆରମ୍ଭ ବି କରିଛନ୍ତି ।



ଜନସାଧାରଣଙ୍କ ତରଫରୁ ଆର୍ଥିକ ସାହାଯ୍ୟ ପାଇଁ ଦୁଇଟି ବ୍ୟାଙ୍କ୍‌ ଆକାଉଣ୍ଟ ନମ୍ବର ସହ ଆନୁସଙ୍ଗିକ ତଥ୍ୟ ଜାରି କରିଛନ୍ତି ତପୁଙ୍କ ପରିବାର । ଆପଣ ବି ଚାହିଁଲେ ଦାନ ଦେଇପାରିବେ । ଏଥି ପାଇଁ ଧୃତିଦୀପା ମିଶ୍ରଙ୍କ (Dhrutidipa Mishra) ଆକ୍ସିସ୍‌ ବ୍ୟାଙ୍କରେ ଥିବା ଏକାଉଣ୍ଟ୍‌ (ନମ୍ବର 921010020302491) ଆପଣ ବ୍ୟବହାର କରିପାରିବେ । IIFC-UTIB0000024; MICR-751211002. ୟୁ.ପି.ଆଇ.ରେ ଟଙ୍କା ପଠାଇବାକୁ ଆପଣ UPI ID-8249489004@axisbank ବ୍ୟବହାର କରିପାରିବେ ।
Published by: Anand ST Das
First published: June 18, 2021, 8:02 PM IST