‘ଜୀବନରେ ଯେବେ ମୋ’ର ଆସିବ ସନ୍ଧ୍ୟା…’: ଭୁଲି ହେବନି ଗାୟକ ଓ ସଙ୍ଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତିଙ୍କୁ

ଫିଲ୍ମ ‘ସୁନା ପଞ୍ଜୁରୀ’ର ‘ପୁଚୁକି ଗାଲି ଫେଶନବାଲି’ ଗୀତ ପାଇଁ ଅମରେନ୍ଦ୍ର ମହାନ୍ତି ପାଇଥିଲେ ପ୍ରଚୁର ପ୍ରସିଦ୍ଧି । ସେ ଗାଇଥିବା ଓ ସ୍ୱର ସଂଯୋଜନା କରିଥିବା ଅନେକ ଭଜନ ଓ ସିନେମା ଗୀତ ଲୋକ ପ୍ରିୟ ହୋଇ ରହିଛି ।

‘ଜୀବନରେ ଯେବେ ମୋ’ର ଆସିବ ସନ୍ଧ୍ୟା…’: ଭୁଲି ହେବନି ଗାୟକ ଓ ସଙ୍ଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତିଙ୍କୁ
ଅମରେନ୍ଦ୍ର ମହାନ୍ତି
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଓଡି଼ଆ ସଙ୍ଗୀତ ଜଗତର ଉଜ୍ଜ୍ୱଳ ତାରକା ଗାୟକ ଓ ସଙ୍ଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତି ଆଉ ଆମ ଗହଣରେ ନାହାନ୍ତି । ସେ ନିଜ ସଙ୍ଗୀତ କରିଅରର ଶୀର୍ଷରେ ଥିବା ବେଳେ ତାଙ୍କୁ ଛଡ଼ାଇ ନେଇଛି କରୋନା ଭାଇରସ୍‌ । ମାତ୍ର ୬୩ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି ।

ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ମେ ୧୭ ତାରିଖ ସୋମବାର ସକାଳେ ଅମରେନ୍ଦ୍ରଙ୍କର ଦେହାନ୍ତ ହୋଇଛି । ସେ ଦୀର୍ଘ ଦିନ ଧରି କରୋନା ଭାଇରସ ସଂକ୍ରମିତ ହୋଇ ଚିକିତ୍ସାଧୀନ ଥିଲେ । ଭୋର୍‌ ୫ଟା ସମୟରେ ସେ ଶେଷ ନିଶ୍ୱାସ ନେଇଥିଲେ ବୋଲି ତାଙ୍କ ଝିଅ ଅନ୍ୱେଶା କହିଥିଲେ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | କରୋନା ୱାର୍ଡ଼ରେ ଫିଲ୍ମ ଗୀତ ଶୁଣୁଥିବା VIDEO ସେହି ଯୁବତୀଙ୍କ ମୃତ୍ୟୁ ହେଲା; ସୋନୁ ସୁଦ୍ ଦୁଃଖିତ

ବୁଲୁ ଭାଇ ନାମରେ ଓଡ଼ିଶାର ସଙ୍ଗୀତ ଓ ସିନେମା ଜଗତରେ ପରିଚିତ ଥିବା ଅମରେନ୍ଦ୍ର ମହାନ୍ତିଙ୍କ ଦେହାନ୍ତରେ ଓଡ଼ିଶାର ପୁରପଲ୍ଲୀରେ ଶୋକର ଛାୟା ଖେଳିଯାଇଛି । ନିଜ ସଙ୍ଗୀତ ସମ୍ଭାର ପାଇଁ ସେ ରାଜ୍ୟର କୋଣାନୁକୋଣରେ ଲୋକଙ୍କର ପ୍ରିୟ ଥିଲେ ।

ଏହା ବି ପଢ଼ନ୍ତୁ | Jio Phone ବ୍ୟବହାରକାରୀଙ୍କୁ ମିଳିବ ମାଗଣା ୩୦୦ ମିନିଟ୍ଆଉଟଗୋଇଂ କଲ୍ ମାଗଣା ରିଚାର୍ଜ୍



‘‘ଆଜି ଆମ ଗହଣରେ ଅମରେନ୍ଦ୍ର ମହାନ୍ତି, ମାନେ ବୁଲୁ ଭାଇ, ନାହାନ୍ତି । ଏହା ଭାରି ଦୁଃଖଦ । ସେ ଯେତିକି ସୃଷ୍ଟି କରିଯାଇଛନ୍ତି ସେଥି ଯୋଗୁଁ ସେ ଓଡ଼ିଆ ସିନେ ଜଗତ ପାଇଁ ସବୁ ଦିନ ଅମର ହୋଇ ରହିବେ । ସବୁ ଦିନ ସେ ଆମ ହୃଦୟରେ ରହିବେ,’’ କହିଛନ୍ତି ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ୍‌ ଆନନ୍ଦ ।

ଗାୟିକା ଅବନ୍ତିକା ପଟ୍ଟନାୟକଙ୍କ ସହ ଅମରେନ୍ଦ୍ର ମହାନ୍ତି


ଏହା ବି ପଢ଼ନ୍ତୁ | ସ୍ତ୍ରୀ ପିଲାକୁ ବଞ୍ଚାଇବାକୁ ଚିତାବାଘ ସହ ଲଢ଼ି ତାକୁ ମାରିଦେଲେ; VIDEOରେ ଦିଶିଲା ସାହସ

ଅମରେନ୍ଦ୍ର ମହାନ୍ତିଙ୍କ ପରଲୋକ ଖବର ପାଇ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଅନେକ ଗଣ୍ୟମାନ୍ୟ ବ୍ୟକ୍ତି ଦୁଃଖ ପ୍ରକାଶ କରିଛନ୍ତି । ମୁଖ୍ୟ ମନ୍ତ୍ରୀ ଏକ ଟ୍ୱିଟ୍‌ କରି ଲେଖିଛନ୍ତି, ‘‘ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତିଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ସ୍ୱତନ୍ତ୍ର ସଂଗୀତ ସଂଯୋଜନା ଶୈଳୀ ମାଧ୍ୟମରେ ଭଜନ ଓ ଚଳଚ୍ଚିତ୍ର ଜଗତରେ ସେ ଛାଡି ଯାଇଥିବା ଛାପ ସର୍ବଦା ସ୍ମରଣୀୟ। ତାଙ୍କ ଅମର ଆତ୍ମାର ସଦଗତି କାମନା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଉଛି।’’



ଫିଲ୍ମ ‘ସୁନା ପଞ୍ଜୁରୀ’ର ‘ପୁଚୁକି ଗାଲି ଫେଶନବାଲି’ ଗୀତ ପାଇଁ ଅମରେନ୍ଦ୍ର ମହାନ୍ତି ପାଇଥିଲେ ପ୍ରଚୁର ପ୍ରସିଦ୍ଧି । ସେ ଗାଇଥିବା ଓ ସ୍ୱର ସଂଯୋଜନା କରିଥିବା ଅନେକ ଭଜନ ଓ ସିନେମା ଗୀତ ଲୋକ ପ୍ରିୟ ହୋଇ ରହିଛି । ସେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ଓଡ଼ିଆ ଫିଲ୍ମଗୁଡ଼ିକ ମଧ୍ୟରେ ପ୍ରମୁଖ ହେଉଛନ୍ତି ‘କଣ୍ଢେଇ ଆଖିରେ ଲୁହ,’ ‘ଭାଇ ହେଲା ଭଗାରୀ,’ ‘ସୁନା ପଞ୍ଜୁରୀ’ ଓ ‘ସ୍ତ୍ରୀ’ ।



୬ ଫେବୃଆରୀ ୧୯୫୮ରେ କେନ୍ଦ୍ରାପଡ଼ା ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିଲେ ଅମରେନ୍ଦ୍ର ମହାନ୍ତି । ସେ କଟକରେ ରହୁଥିଲେ ଓ ଅକ୍ଷୟ ମହାନ୍ତିଙ୍କ ଠାରୁ ଆରମ୍ଭ କରି ବର୍ତ୍ତମାନର ପୀଢ଼ି ପର୍ଯ୍ୟନ୍ତ ସଙ୍ଗୀତକାର ଓ ଗାୟକମାନଙ୍କ ସହ ସେ କାମ କରିଥିଲେ । ଅମରେନ୍ଦ୍ର ମହାନ୍ତିଙ୍କ ବିୟୋଗରେ ଓଲିଉଡର ସବୁ କଳାକାର ଓ ସଙ୍ଗୀତ ଜଗତର କଣ୍ଠଶିଳ୍ପୀମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି ।
Published by: Anand ST Das
First published: May 17, 2021, 11:57 PM IST