News18 Odia Digital
ନୂଆ ଦିଲ୍ଲୀ: କରୋନା ସଂକ୍ରମଣର (Coronavirus pandemic) ଦ୍ୱିତୀୟ ଲହର ସାରା ଦେଶରେ ଭୟର ପରିବେଶ ସୃଷ୍ଟି କରିଥିବା ବେଳେ ସିଙ୍ଗାପୁରରେ (Singapore) ମିଳିଥିବା ଏହି ଭାଇରସର ନୂଆ ଷ୍ଟ୍ରେନ୍ ପୁଣି ଚିନ୍ତାର କାରଣ ସାଜିଛି । ଏହି ନୂଆ ଷ୍ଟ୍ରେନ୍ (ସିଙ୍ଗାପୁର ଭ୍ୟାରିଆଣ୍ଟ୍, Singapore variant B.1.617) ପିଲାମାନଙ୍କୁ ଅଧିକ ସଂକ୍ରମିତ କରୁଥିବା ଜଣାପଡ଼ିଛି । ସିଙ୍ଗାପୁରର ଶିକ୍ଷା ମନ୍ତ୍ରୀ ଚନ୍ ଚୁନ୍ ସିଙ୍ଗ୍ କହିଛନ୍ତି ଯେ କେତେକ ମ୍ୟୁଟେସନ୍ ଅଧିକ ଆକ୍ରମଣାତ୍ମକ ହେଉଛି ଓ ଛୋଟ ପିଲାଙ୍କ ଉପରେ ଅଧିକ ଆକ୍ରମଣ କରୁଥିବା ଦେଖାଯାଉଛି ।
ଚନ୍ ଚୁନ୍ ସିଙ୍ଗ୍ ଏହା ମଧ୍ୟ କହିଛନ୍ତି ଯେ ଯେଉଁ ପିଲାମାନେ ସିଙ୍ଗାପୁର୍ ଭ୍ୟାରିଆଣ୍ଟ୍ ଦ୍ୱାରା ସଂକ୍ରମିତ ହେଉଛନ୍ତି ସେମାନଙ୍କ ମଧ୍ୟରୁ କେହି ଗୁରୁତର ଭାବେ ଅସୁସ୍ଥ ହେଉଥିବା ଦେଖାଯାଉ ନାହିଁ ଓ କେତେକଙ୍କ ଠାରେ ସାମାନ୍ୟ ଲକ୍ଷଣ ଦେଖାଯାଇଛି । ‘‘ଆମେ ଜାଣୁ ଏହା ଆମ ସମସ୍ତଙ୍କ ପାଇଁ ବହୁତ କଷ୍ଟକର ସମୟ । କୋଭିଡ-୧୯ ବିରୋଧରେ ଆମର ଲଢ଼େଇରେ ଏହା ଏକ ସ୍ପଷ୍ଟ ପ୍ରତିବନ୍ଧକ ସାଜି ସାମନାକୁ ଆସିଛି । କିନ୍ତୁ ସିଙ୍ଗାପୁରର ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ ଆମେ ସଂକଳ୍ପବଦ୍ଧ ।’’
ଏହା ବି ପଢ଼ନ୍ତୁ | ଏ ଥର ଲକ୍ଡାଉନ୍ରେ ବିବାହ ଓ ବ୍ରତ ସମାରୋହରେ ଭୋଜିଭାତ ମନା; ପ୍ୟାକେଟରେ ଦେଇପାରିବେ ଖାଦ୍ୟ
ସିଙ୍ଗାପୁରରେ କରୋନା ଭାଇରସର ଏହି ନୂଆ ପ୍ରକାରଟି ଦେଖାଯିବା ପରେ ସେଠାରେ ବିଦ୍ୟାଳୟଗୁଡ଼ିକୁ ବନ୍ଦ କରି ଦିଆଯାଇଛି । ରବିବାର ଦିନ ସିଙ୍ଗାପୁରରେ ସେପ୍ଟେମ୍ବର ମଧ୍ୟ ଭାଗଠାରୁ ସର୍ବାଧିକ ୩୮ଟି କରୋନା ସଂକ୍ରମଣ ମାମଲା ସାମନାକୁ ଆସିଥିଲା । ସେଥି ମଧ୍ୟରୁ ୧୭ଟି ପରସ୍ପର ସହ ଜଡିତ ନ ଥିବା ଜଣାପଡ଼ିଥିଲା । ସଂକ୍ରମିତମାନଙ୍କ ମଧ୍ୟରେ ଚାରି ଜଣ ପିଲା ମଧ୍ୟ ଅଛନ୍ତି, ଯେଉଁମାନେ ଏକ ଟ୍ୟୁସନ ସେଣ୍ଟରରେ ପଢୁଥିଲେ ।
ଏହା ବି ପଢ଼ନ୍ତୁ | ବଲାଙ୍ଗିରର ଏହି କୋଭିଡ୍ ନର୍ସ ୭ ମାସର ଗର୍ଭବତୀ ହୋଇ ବି ସାହସର ସହ ରୋଗୀ ସେବା କରିଚାଲିଛନ୍ତି
ଦିଲ୍ଲୀ ମୁଖ୍ୟ ମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ (Arvind Kejriwal) ମଧ୍ୟ ସିଙ୍ଗାପୁରରେ ମିଳୁଥିବା କରୋନା ଭାଇରସର ନୂଆ ଷ୍ଟ୍ରେନ୍ (B.1.617) ବିଷୟରେ ଚିନ୍ତା ପ୍ରକଟ କରିଛନ୍ତି । କେଜ୍ରିୱାଲ ଏକ ଟ୍ୱିଟ୍ କରି କହିଛନ୍ତି ଯେ ସିଙ୍ଗାପୁରକୁ ଆସିଥିବା କରୋନାର ନୂଆ ରୂପକୁ ପିଲାମାନଙ୍କ ପାଇଁ ଅତ୍ୟନ୍ତ ବିପଜ୍ଜନକ ବୋଲି ବର୍ଣ୍ଣନା କରାଯାଉଛି । ଏହା ଭାରତରେ କରୋନା ସଂକ୍ରମଣର ତୃତୀୟ ତରଙ୍ଗ ଭାବରେ ଆସିପାରେ ବୋଲି ସେ କହିଛନ୍ତି ।
ଏହା ବି ପଢ଼ନ୍ତୁ ଓ ତାଙ୍କ ଗୀତ ଶୁଣନ୍ତୁ | ‘ଜୀବନରେ ଯେବେ ମୋ’ର ଆସିବ ସନ୍ଧ୍ୟା…’: ଭୁଲି ହେବନି ଗାୟକ ଓ ସଙ୍ଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତିଙ୍କୁ
ଏହା ସହ ତୁରନ୍ତ ପ୍ରଭାବରେ ସିଙ୍ଗାପୁର ସହିତ ଭାରତର ବିମାନ ସେବାକୁ ବାତିଲ କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି କେଜରିୱାଲ୍ । ଏହି ଅନୁରୋଧ ପରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ଅନେକ ବିଜେପି ନେତା କେଜରିୱାଲଙ୍କୁ ଏମିତି ବିବୃତି ନ ଦେବାକୁ କହିଛନ୍ତି । ଏହି ବିବୃତି ଯୋଗୁଁ ଭାରତ ଓ ସିଙ୍ଗାପୁର ମଧ୍ୟରେ ସମ୍ପର୍କ ଖରାପ ହେଉଛି ବୋଲି ସେମାନେ କହିଛନ୍ତି । ସିଙ୍ଗାପୁର ଭାରତକୁ କରୋନା ସହ ଲଢ଼େଇରେ ଅନେକ ସାହାଯ୍ୟ କରୁଛି ।
ସିଙ୍ଗାପୁରରେ ଦେଖାଯାଇଥିବା କରୋନା ଭାଇରସର ନୂଆ ପ୍ରକାର ବିଷୟରେ ନୀତି ଆୟୋଗର ସଦସ୍ୟ ଡକ୍ଟର ଭି.କେ. ପାଲ୍ କହିଛନ୍ତି ଯେ ପିଲାମାନଙ୍କଠାରେ ମିଳୁଥିବା କରୋନା ସଂକ୍ରମଣର ନୂଆ ପ୍ରକାର ବିଷୟରେ ଆସୁଥିବା ରିପୋର୍ଟଗୁଡ଼ିକୁ ଅନୁଧ୍ୟାନ କରାଯାଉଛି । ‘‘ଏହି ସଂକ୍ରମଣ ଗୁରୁତର ହେଉନାହିଁ ବୋଲି ଏକ ଆଶ୍ୱାସନାପୂର୍ଣ ରିପୋର୍ଟ ଆସିଛି । ଆମେ ପରିସ୍ଥିତି ଉପରେ ନଜର ରଖିଛୁ,’’ କହିଛନ୍ତି ।
Published by:Anand ST Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।