ସିଖ୍ ଯୁବକମାନେ ଭୁବନେଶ୍ୱର ଓ କଟକରେ କରୋନା ରୋଗୀଙ୍କୁ ମାଗଣାରେ ଯୋଗାଉଛନ୍ତି ସାହାଯ୍ୟ

ଫୋନ୍ କଲ୍ ପାଇବା ମାତ୍ରେ ସତବୀର ସିଂ ଓ ତାଙ୍କ ସାଙ୍ଗମାନେ ଅକ୍ସିଜେନ୍ ସିଲିଣ୍ଡର୍, ଅକ୍ସିମିଟର୍, ମାସ୍କ ଓ ଔଷଧ ନେଇ କରୋନା ରୋଗୀଙ୍କ ଘରେ ଦେଇ ଆସୁଛନ୍ତି । ରୋଗୀଙ୍କ ଘର ବାହାରେ ସିଲିଣ୍ଡର ଥୋଇ ତାଙ୍କୁ ଲଗେଇବା ପ୍ରଣାଳୀ ବି ବୁଝାଇ ଦେଉଛନ୍ତି ।

ସିଖ୍ ଯୁବକମାନେ ଭୁବନେଶ୍ୱର ଓ କଟକରେ କରୋନା ରୋଗୀଙ୍କୁ ମାଗଣାରେ ଯୋଗାଉଛନ୍ତି ସାହାଯ୍ୟ
ସିଖ୍ ଏଡ୍ ସଙ୍ଗଠନର ଯୁବକମାନେ ଗତ ବର୍ଷ ବି କରୋନା ରୋଗୀଙ୍କୁ ଅନେକ ସାହାଯ୍ୟ କରିଥିଲେ ।
  • News18 Odia
  • Last Updated: April 25, 2021, 11:52 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: କରୋନା କାଳରେ ଭୁବନେଶ୍ୱର ଓ କଟକରେ ରୋଗୀଙ୍କ ପାଇଁ ଦେବଦୂତ ସାଜିଛନ୍ତି ସିଖ୍‌ ସମ୍ପ୍ରଦାୟର ଯୁବକମାନେ । କରୋନା ରୋଗୀ ଦେଖିଲେ ଲୋକେ ଭୟରେ ପାଖ ମାଡୁ ନ ଥିବା ବେଳେ ଏହି ସିଖ୍‌ ସମ୍ପ୍ରଦାୟର ଯୁବକମାନେ ବଢ଼ାଇଥିବା ସହାୟତାର ହାତ ଅନେକ ରୋଗୀଙ୍କ ପାଇଁ ବରଦାନ ପ୍ରମାଣିତ ହେଉଛି ।

ଶିଖ୍‌ ଏଡ୍‌ (Sikh Aid) ନାମକ ଏକ ସ୍ୱେଚ୍ଛାସେବୀ ସଙ୍ଗଠନର ସଦସ୍ୟ ଭାବେ ଏହି ସିଖ୍‌ ଯୁବକମାନେ କରୋନା ରୋଗୀଙ୍କୁ ମାଗଣାରେ ଯୋଗାଉଛନ୍ତି ମେଡ଼ିକାଲ ସାମଗ୍ରୀ । ନା ଅଛି ଭୟ, ନା ରୋଗୀଙ୍କ ପ୍ରତି ଉଦାସୀନ ମାନସିକତା । ଗୁରୁ ନାନକଙ୍କ ବାଣୀକୁ ଆଧାର କରି ‘ନର ସେବା ହିଁ ନାରାୟଣ ସେବା’ ବୋଲି ତାଙ୍କ ଉକ୍ତିକୁ ସତ୍ୟ କରି ଦେଖାଇଛନ୍ତି ସେମାନେ ।

ଏହା ବି ପଢ଼ନ୍ତୁ | COVID ଚିକିତ୍ସା ପାଇଁ ନୂଆ ଔଷଧଭିରାଫିନ୍କୁ ମିଳିଲା ଜରୁରୀକାଳୀନ ଅନୁମତି; ଭଲ କାମ କରୁଛି

କରୋନା ସଂକ୍ରମଣର ଦ୍ୱିତୀୟ ଲହରୀ ଲୋକଙ୍କୁ ଅସ୍ତବ୍ୟସ୍ତ କରିଥିବା ଡାକ୍ତରଖାନାରେ କରୋନା ରୋଗୀଙ୍କ ପାଇଁ ବେଡ୍‌ ଓ ଗୁରୁତର କରୋନା ରୋଗୀଙ୍କ ପାଇଁ ଆବଶ୍ୟକୀୟ ଅକ୍ସିଜେନ୍‌ ସିଲିଣ୍ଡର୍‌ ଯୋଗାଇ ଦେବାରେ ସାହାଯ୍ୟ କରୁଛନ୍ତି ସିଖ୍‌ ଏଡ୍‌ ସଂସ୍ଥାରର ଏହି ଯୁବକମାନେ । ଏହି ସଙ୍ଗଠନର ମୋବାଇଲ୍‌ ଫୋନ୍‌ ନମ୍ବର୍‌ ସୋସିଆଲ ମିଡି଼ଆରେ ଘୂରି ବୁଲୁଛି, ଆଉ ସେହି ନମ୍ବରରେ ଅକ୍ସିଜେନ୍‌ ସିଲିଣ୍ଡର୍‌ ଓ ଅନ୍ୟାନ୍ୟ ଆବଶ୍ୟକୀୟ ସାମଗ୍ରୀ ପାଇଁ ଆସୁଛି ଦିନକୁ ୩୦୦ କଲ୍‌ ।

ଏହା ବି ପଢ଼ନ୍ତୁ | ୧୮ ବର୍ଷ ବା ଅଧିକ? କରୋନା ଟିକା ନେବା ପାଇଁ CoWin ଆପ୍ରେ କେମିତି ପଞ୍ଜୀକରଣ କରିବେ ଜାଣନ୍ତୁ

ସିଖ୍ ଏଡ୍ ସଙ୍ଗଠନର ଯୁବକମାନେ ଏକ ଅକ୍ସିଜେନ୍ ସିଲିଣ୍ଡର୍ ପ୍ରସ୍ତୁତ ରଖୁଛନ୍ତି ।


ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ମହିଳା ନିଜ ସ୍ୱାମୀଙ୍କ ବିରୋଧରେ ଅଭିଯୋଗ କଲେ: ‘ଗୁପ୍ତାଙ୍ଗରେ ଲେମ୍ବୁ ଫିଟ୍କିରି ପୂରାଉଛନ୍ତି

‘‘ଆମେ ପ୍ରଥମେ ଗୁରୁତର ରୋଗୀଙ୍କ ପାଇଁ ଆବଶ୍ୟକୀୟ ଜିନିଷ ଯୋଗାଇଦେଉଛୁଁ । ଫୋନ୍‌ ଆସିବା ମାତ୍ରେ ମୁଁ ଓ ମୋ’ ସାଙ୍ଗମାନେ ଅକ୍ସିଜେନ ସିଲିଣ୍ଡର, ଅକ୍ସିମିଟର, ମାସ୍କ ଓ ଔଷଧ ନେଇ ରୋଗୀଙ୍କ ଘରେ ଦେଇ ଆସୁଛୁଁ । ପଜିଟିଭ୍‌ ଚିହ୍ନଟ ହୋଇଥିବା ରୋଗୀଙ୍କ ଘର ବାହାରେ ସିଲିଣ୍ଡର ଥୋଇ ତାଙ୍କୁ ଲଗେଇବା ପ୍ରଣାଳୀ ବୁଝାଇ ଦେଉଛୁଁ,’’ କହିଛନ୍ତି ଭୁବନେଶ୍ୱରର ଏହି ସଙ୍ଗଠନରେ ସକ୍ରିୟ ଥିବା ସିଖ୍‌ ସମ୍ପ୍ରଦାୟର ଯୁବକ ସତବୀର ସିଂ, ଯିଏ ପେଶାରେ ଜଣେ ବ୍ୟବସାୟୀ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଏମିତି କହିବୁ ଦୁଇ ଚାପୁଡ଼ ଖାଇବୁ’: ଅକ୍ସିଜେନ୍ ଅଭାବରୁ ହତାଶ ବ୍ୟକ୍ତିକୁ କହିଲେ କେନ୍ଦ୍ର ମନ୍ତ୍ରୀ

ମେଡ଼ିସିନ୍‌ ସାମଗ୍ରୀ ବ୍ୟତୀତ ଯେଉଁ କରୋନା ରୋଗୀଙ୍କ ପାଖରେ କେହି ନାହାନ୍ତି ସାହାଯ୍ୟ ପାଇଁ ସେମାନଙ୍କୁ ରାସନ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ମଧ୍ୟ ଯୋଗାଇଦେଉଛନ୍ତି ସିଖ୍‌ ଏଡ୍‌ ସଙ୍ଗଠନର ଯୁବକମାନେ । ଏବେ ଭୁବନେଶ୍ୱର ଓ କଟକରେ ସେମାନେ ଅକ୍ସିଜେନ ସିଲିଣ୍ଡର ଯୋଗାଇ ଦେଉଥିବା ବେଳେ ଅନ୍ୟ ଜିଲ୍ଲାରେ ଅନ୍ୟ ସମସ୍ତ ମେଡ଼ିକାଲ ଉପକରଣ ଯୋଗାଇ ଦେଉଛନ୍ତି ।

ଏହା ବି ପଢ଼ନ୍ତୁ | ମହାରାଷ୍ଟ୍ରରେ ଜାରି ହୋଇଥିବା ସମ୍ପୂର୍ଣ୍ଣ ଲକଡାଉନ୍ ମେ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ

‘‘ରୋଗୀଙ୍କ ସାହାଯ୍ୟ ପାଇଁ କାହାକୁ ନା କାହାକୁ ବାହାରିବାକୁ ପଡି଼ବ। ଯଦି ସମସ୍ତେ ଘରେ ରହିବେ ତାହେଲେ ଲୋକଙ୍କ କଥା ବୁଝିବ କିଏ? ସେଥି ପାଇଁ ଆମେ ଅସହାୟ ରୋଗୀଙ୍କୁ ମେଡିକାଲ୍‌ ଉପକରଣ ଯୋଗାଇ ଦେଉଛୁ । ଯାହାର ଯେତେବେଳେ ଯାହା ଆବଶ୍ୟକ ଆମେ ଅଛି, ଆମ ସଙ୍ଗଠନ ତାହା ଯୋଗାଇ ଦେଉଛି,’’ କହିଛନ୍ତି ସତବୀର ସିଂ ।



ସିଖ୍‌ ଏଡ୍‌ (Sikh Aid) ସଙ୍ଗଠନକୁ କରୋନା ରୋଗୀଙ୍କ ସହାୟତା ପାଇଁ ଏହି ଦୁଇଟି ମୋବାଇଲ୍‌ ନମ୍ବରରେ ଯୋଗାଯୋଗ କରାଯାଇପାରିବ – ଭୁବନେଶ୍ୱର ପାଇଁ ୮୦୧୮୦୦୮୦୨୧ ଓ କଟକ ପାଇଁ ୯୦୪୦୪୭୫୪୨୬ । ତା’ ଛଡ଼ା ସଙ୍ଗଠନର ୱେବସାଇଟ୍‌ sikhaid.com ରୁ ବି କରୋନା ରୋଗୀ ବା ତାଙ୍କ ସମ୍ପର୍କୀୟ ଚାହିଁଲେ ସାହାଯ୍ୟ ମାଗି ପାରିବେ ।
Published by: Anand ST Das
First published: April 25, 2021, 11:52 PM IST