କଟକରୁ ଉଠିଲା ସଟଡାଉନ୍; କଡ଼ା ହେଲା କଟକଣା; ସକାଳ ୫ରୁ ସଞ୍ଜ ୬ ଯାଏଁ ଦୋକାନ ଖୋଲାରହିବ

ରାତି ୭ଟା ପର୍ଯ୍ୟନ୍ତ କଟକ ସହରରେ ଲୋକମାନଙ୍କ ଯାତାୟତକୁ ଅନୁମତି ଦିଆଯାଇଛି । ନିୟମ ପାଳନ ହେଉଛି ନା ନାହିଁ ତା’ର ଯାଞ୍ଚ ପାଇଁ CMSର ଏନଫୋର୍ସମେଣ୍ଟ ଟିମ୍ ସହିତ ପୋଲିସର ଟିମ ବି ସହରରେ ନଜର ରଖିବ ।

କଟକରୁ ଉଠିଲା ସଟଡାଉନ୍; କଡ଼ା ହେଲା କଟକଣା; ସକାଳ ୫ରୁ ସଞ୍ଜ ୬ ଯାଏଁ ଦୋକାନ ଖୋଲାରହିବ
ସଟଡାଉନ୍ ବେଳେ କଟକରେ ଏକ ରାସ୍ତାରେ ପୋଲିସ୍ ଚେକିଂର ଦୃଶ୍ୟ
  • News18 Odia
  • Last Updated: July 12, 2020, 11:09 PM IST
  • Share this:
  • Byline Facebook
  • Byline Twitter
  • Byline Linkedin

News18 Odia Digital

କଟକ: ସୋମବାର ଠାରୁ ଆଉ କଟକ ସହରରେ ବୃଦ୍ଧି ପାଇବ ନାହିଁ ସଟଡାଉନ ଅବଧି । ଏ ନେଇ ସ୍ପଷ୍ଟ କରିଛି ସିଏମସି । ସୋମବାର ଠାରୁ ପୁଣି ଖୋଲିବ ସହରର ସମସ୍ତ ଦେକାନ । କିନ୍ତୁ ପୂର୍ବ ଅପେକ୍ଷା କଟକଣାକୁ ଅଧିକ କଡ଼ାକଡ଼ି କରାଯାଇଛି । ପୂର୍ବରୁ ସକାଳ ୫ଟାରୁ ରାତି ସାଢେ ୮ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହୁଥିଲା ଓ ରାତ୍ରିକାଳିନ କର୍ଫ୍ୟୁ ରାତି ୯ଟାରୁ ପର ଦିନ ସକାଳ ୫ଟା ପର୍ଯ୍ୟନ୍ତ ରହୁଥିଲା ।

କିନ୍ତୁ ସୋମବାର ଠାରୁ ଆରମ୍ଭ ହେବାକୁ ଥିବା ସଂଶୋଧିତ ନିର୍ଦ୍ଦେଶାବଳୀ ମୁତାବକ ଏଣିକି ସକାଳ ୫ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସହରରେ ଦୋକାନ ବଜାର ଖୋଲା ରହିବ । ସନ୍ଧ୍ୟା ୭ଟାରୁ ପର ଦିନ ସକାଳ ୫ଟା ପର୍ଯ୍ୟନ୍ତ ରାତ୍ରିକାଳିନ କର୍ଫ୍ୟୁ ବଳବତ୍ତର ରହିବ । ଏହା ସହ ଏହି ସମୟରେ ଯେପରି ଜାରି ରହିଥିବା ଲକଡାଉନ ନିୟମାବଳୀ, ଯଥା ସାମାଜିକ ଦୂରତା, ମାସ୍କ ପିନ୍ଧିବା ଓ ସମୟ ଅନୁସାରେ ଦେକାନ ବନ୍ଦ କରିବା, କଡ଼ାକଡ଼ି ଭାବେ ପାଳନ କରାଯିବ ।

‘‘ସଟଡାଉନକୁ କୋହଳ କରାଯାଇଛି । ଏଣିକି ସକାଳ ୫ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦୋକାନଗୁଡ଼ିକ ଖୋଲାରହିବ । ଆଉ ରାତି ୭ଟା ପର୍ଯ୍ୟନ୍ତ ଲୋକମାନଙ୍କ ଯାତାୟତକୁ ଅନୁମତି ରହିଛି । ନିୟମ ପାଳନ ହେଉଛି ବା ନାହିଁ ତାର ଜାଞ୍ଚ ପାଇଁ ଆମର ଏନଫୋର୍ସମେଣ୍ଟ ଟିମ୍ ସହିତ ପୋଲିସର ଟିମ ମଧ୍ୟ ସହରରେ ନଜର ରଖିବ । ବିଶେଷ କରି ବଡ଼ ବଡ଼ ଦୋକାନ ଓ ବେସରକାରୀ ହସ୍ପିଟାଲଗୁଡ଼ିକରେ ସାମାଜିକ ଦୂରତା ରକ୍ଷା କରାଯାଉଛି ବା ନାହିଁ ତାହା ମଧ୍ୟ ଜାଞ୍ଚ କରାଯିବ,’’ କହିଛନ୍ତି ସିଏମସିର ଡେପୁଟି କମିଶନର ଡଃ ଅବିନାଶ ରାଉତ ।

କଟକ ମହାନଗର ନିଗମର ମୁଖ୍ୟାଳୟ


ସହର ତଥା ଜିଲ୍ଲାରେ କୋଭିଡ଼ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ରବିବାର ସନ୍ଧ୍ୟା ସୁଦ୍ଧା ସହରରେ ୨୪୮ ଜଣ କରେନାରେ ଆକ୍ରାନ୍ତ ହୋଇ ସାରିଥିବା ବେଳେ ଜିଲ୍ଲାରେ ଏହି ସଂଖ୍ୟା ୯୯୮ରେ ପହଞ୍ଚିଛି । ଆଜି ଏସସିବି ମେଡ଼ିକାଲ ଫାଣ୍ଡିର ସଂକ୍ରମିତ ହୋଇଥିବା କନଷ୍ଟେବଳଙ୍କ ସସ୍ପର୍ଶରେ ଆସିଥିବା ୫୬ ଜଣ ପୋଲିସ କର୍ମଚାରୀଙ୍କ ସଂଗୃହିତ ସ୍ବାବ ରିପୋର୍ଟ ମଧ୍ୟ ଆସିବାକୁ ଅଛି । ତେବେ ସହରରେ ଆଉ ସଟଡାଉନକୁ ନ ବଢାଇ କେମିତି ସାମାଜିକ ଦୂରତା ରକ୍ଷା କରି ସମସ୍ତ କାରବାର ହୋଇ ପାରିବ ତା’ ଉପରେ ଅଧିକ ଗୁରୁତ୍ବ ଦିଆଯିବା ଦରକାର ବୋଲି କହିଛନ୍ତି ସହରବାସୀ ।

‘‘ଜୀବନ ସହିତ ଜୀବିକାକୁ ମଧ୍ୟ ଦେଖିବାକୁ ପଡ଼ିବ । ଦେକାନ ବଜାର ବନ୍ଦ ରହୁଥିବାରୁ ଏହା ଉପରେ ନିର୍ଭର କରି ଚଳୁଥିବା ହଜାର ହଜାର ଲୋକଙ୍କ ହାତକୁ ଦୁଇ ପଇସା ଆସିବା ବନ୍ଦ ହୋଇ ଯାଇଛି । ସଟଡାଉନ ସବୁ ସମସ୍ୟାର ସମାଧନ ନୁହେଁ । କିନ୍ତୁ ସମସ୍ତଙ୍କୁ କଟକଣା ମାନିକରି ଚଳିବାକୁ ପଡ଼ିବ,’’ କହିଛନ୍ତି ବାଦାମବାଡ଼ି ବାସିନ୍ଦା ସତ୍ୟଜିତ୍ ସାହୁ ।

ଏହା ବି ପଢ଼ନ୍ତୁ: ବିବାହିତ ଦମ୍ପତି ପିଲା ଚାହୁଁଥିଲେ, ହେଲେ ସେଥି ପାଇଁ ସେକ୍ସ କରିବାକୁ ହୁଏ ବୋଲି ଜାଣି ନ ଥିଲେ!

ଏହା ବି ପଢ଼ନ୍ତୁ: ଅମିତାଭ ବଚ୍ଚନ ଓ ପୁଅ ଅଭିଷେକ କରୋନା ପଜିଟିଭ୍ ହେଲେ, ମୁମ୍ବାଇରେ ହସ୍ପିଟାଲରେ ଭର୍ତ୍ତି ହେଲେ

ସହରରେ କରୋନା ବ୍ୟାପୁଥିବା ବେଳେ ଏହାର ଚେନକୁ ଭାଙ୍ଗିବା ଲାଗି ପ୍ରଶସାନର ପ୍ରୟାସକୁ ସହରବାସୀଙ୍କ ସହଯୋଗର ନିତାନ୍ତ ଆବଶ୍ୟକତା ରହିଛି ବୋଲି ଲୋକେ ସ୍ୱୀକାର କରୁଛନ୍ତି ।
Published by: Anand Shankar Thankur Das
First published: July 12, 2020, 11:09 PM IST
corona virus btn
corona virus btn
Loading