‘ବାପାଙ୍କୁ କୁମ୍ଭ ମେଳାକୁ ଯିବାରୁ ବାରଣ କରିଥିଲି, ହେଲେ ସେ ଶୁଣି ନ ଥିଲେ’: ଶ୍ରବଣ ରାଠୋଡ଼ଙ୍କ ପୁଅ

କରୋନାରେ ପ୍ରାଣ ହରେଇଥିବା ବଲିଉଡ୍ ସଙ୍ଗୀତ ନିର୍ଦ୍ଦେଶକ ଶ୍ରବଣ ରୋଠାଡ଼ କହୁଥିଲେ ଯେ ହସପିଟାଲକୁ ମେଡିକାଲ୍ ଚେକ୍-ଅପ୍ ପାଇଁ ଗଲେ ସେମାନେ ଲୋକଙ୍କୁ କରୋନା ୱାର୍ଡ଼ରେ ଭର୍ତ୍ତି କରିଦେଉଛନ୍ତି ।

ସଙ୍ଗୀତ ନିର୍ଦ୍ଦେଶକ ଶ୍ରବଣ ରୋଠାଡ଼

ସଙ୍ଗୀତ ନିର୍ଦ୍ଦେଶକ ଶ୍ରବଣ ରୋଠାଡ଼

  • Share this:
News18 Odia Digital

ନୂଆ ଦିଲ୍ଲୀ: କୋଭିଡ-୧୯ (COVID-19) ବିରୁଦ୍ଧରେ ଯୁଦ୍ଧରେ ହାରିଯିବା ପରେ ଗୁରୁବାର ବିଳମ୍ବିତ ରାତିରେ ବଲିଉଡର ପ୍ରଖ୍ୟାତ ସଙ୍ଗୀତକାର ଶ୍ରବଣ ରାଠୋଡ଼ଙ୍କ (Shravan Rathod) ମୃତ୍ୟୁ ହେବା ପରେ ତାଙ୍କ ପୁଅ ସଞ୍ଜୀବ ପିତାଙ୍କ ମୃତ୍ୟୁ ପୂର୍ବରୁ ଘଟିଥିବା କେତେକ ଘଟଣା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ତାଙ୍କ ପିତାମାତା ହରିଦ୍ୱାରରେ ଆୟୋଜିତ କୁମ୍ଭ ମେଳାକୁ (Haridwar Kumbh Mela) ଯିବା ପୂର୍ବରୁ ସୁସ୍ଥ ଥିଲେ । ସେଠାରୁ ଫେରିବା ପରେ ଶ୍ରବଣ ରାଠୋଡ଼ କରୋନା ପଜିଟିଭ୍‌ ହୋଇଥିଲେ ।

‘ଆଶିକି’ ଓ ‘ସଡ଼କ’ ପରି ଅନେକ ବଲିଉଡ୍‌ ଫିଲ୍ମର ସଙ୍ଗୀତ ନିର୍ଦ୍ଦେଶନା (ସଙ୍ଗୀତକାର ନଦୀମଙ୍କ ସହ ମିଶି) ଦେଇ ପ୍ରସିଦ୍ଧି ଓ ସଫଳତାର ଶୀର୍ଷରେ ପହଞ୍ଚିଥିବା ଶ୍ରବଣ ରାଠୋଡ଼ଙ୍କୁ ମୃତ୍ୟୁ ବେଳକୁ ୫୮ ବର୍ଷ ବୟସ ହୋଇଥିଲା ।

ଏହା ବି ପଢ଼ନ୍ତୁ | ପିପିଲି Bypoll: କଂଗ୍ରେସ୍ବିଶ୍ବକେଶନ ହରିଚନ୍ଦନ ମହାପାତ୍ରଙ୍କୁ ପ୍ରାର୍ଥୀ ଘୋଷଣା କଲା

ନିଜ ବାପାଙ୍କୁ ହରିଦ୍ୱାର କୁମ୍ଭ ମେଳାକୁ ଯିବାକୁ ବାରଣ କରିଥିଲେ ସଞ୍ଜୀବ, ହେଲେ ଶ୍ରବଣ ଧ୍ୟାନ ଦେଇ ନ ଥିଲେ । କୁମ୍ଭ ମେଳାର ତାରିଖ ସ୍ଥିର ହେବା ପର ଠାରୁ ସେଠାକୁ ଯିବା ପାଇଁ ସେ ବ୍ୟଗ୍ର ଥିଲେ । ଦେଶର ବିଭିନ୍ନ ସ୍ଥାନରେ କରୋନା ସଂକ୍ରମଣ ବଢ଼ୁଥିବା ସତ୍ତ୍ୱେ ସେ ସବୁ ବାରଣକୁ ଅମାନ୍ୟ କରି କୁମ୍ଭ ମେଳାକୁ ଯାଇଥିଲେ ବୋଲି କହିଛନ୍ତି ସଞ୍ଜୀବ ।

ଏହା ବି ପଢ଼ନ୍ତୁ | ଓଡ଼ିଶାରେ ଭୟଙ୍କର ହେଉଛି Corona ପ୍ରକୋପ, କିନ୍ତୁ ଯାଏଁ ମିଳିନି ଟ୍ରିପଲ୍ମ୍ୟୁଟାଣ୍ଟ୍ଭ୍ୟାରିଆଣ୍ଟ୍

‘‘ଗତ ବର୍ଷ ମାର୍ଚ୍ଚ ମାସରେ କରୋନା ଭାଇରସ୍‌ ସାରା ବିଶ୍ୱରେ ଲୋକଙ୍କୁ ମାରିବା ଆରମ୍ଭ କରିବା ପରେ ବି ବାପା ଧାର୍ମିକ ସମାବେଶକୁ ଯିବା ବନ୍ଦ କରି ନ ଥିଲେ। ମାର୍ଚ୍ଚ ପରେ ସେ ବଦ୍ରିନାଥ, ଓଡ଼ିଶା ଓ ଜାମ୍ମୁ-କାଶ୍ମୀର ଯାଇ ବିଭିନ୍ନ ମନ୍ଦିର ପରିଦର୍ଶନ କରିଥିଲେ । କୁମ୍ଭ ମେଳା କାର୍ଯ୍ୟକ୍ରମ ତାରିଖ ଧାର୍ଯ୍ୟ ହେବା ଜାଣି ସେ ଖୁସି ହୋଇଥିଲେ । ମୁଁ ତାଙ୍କୁ ଅନେକ ଥର କହିଥିଲି ସେଠାକୁ ନ ଯିବା ପାଇଁ, ହେଲେ ସେ ଶୁଣି ନ ଥିଲେ,’’ କହିଛନ୍ତି ସଞ୍ଜୀବ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | ଝରାଫୁଲ ମୃତ୍ୟୁ ରହସ୍ୟ ଉପରୁ ପରଦା ଉଠିଲା: ମଦ ପିଆଇବା ପରେ ଅଣନିଶ୍ୱାସୀ କରି ମାରିଥିଲାବନ୍ଧୁ

ସଙ୍ଗୀତକାର ଶ୍ରବଣ ରୋଠାଡ଼ ବିଭିନ୍ନ ମନ୍ଦିରକୁ ପରିଦର୍ଶନରେ ଯାଇ ସେଠାରେ VIP ଦର୍ଶନ ପାଉଥିଲେ । ସେ ନିଜ ପତ୍ନୀଙ୍କୁ ସାଙ୍ଗରେ ନେଇଯାଉଥିଲେ । କୁମ୍ଭ ମେଳାକୁ ବି ସେ ନିଜ ସହ ପତ୍ନୀଙ୍କୁ ନେଇ ଯାଇଥିଲେ ।

‘‘ଏବେ ଆମକୁ ବାପାଙ୍କ ନ ଥିବା ସ୍ଥିତି ସହ ଶାନ୍ତି ସ୍ଥାପନ କରିବାକୁ ପଡ଼ିବ । ଅନ୍ତତଃ ପକ୍ଷେ ଶେଷ ସମୟରେ ତାଙ୍କ ପାଖରେ ମା’ ଥିଲେ । ଗଲା ଛଅ ମାସ ଧରି ବାପା ଭଲ କରି ଜାଣିଥିଲେ ବି ଯେ ତାଙ୍କ ସ୍ୱାସ୍ଥ୍ୟ ଖରାପ ରହୁଛି, ସେ ବିସ୍ତୃତ ଯାଞ୍ଚ ପାଇଁ କୌଣସି ଡାକ୍ତରଙ୍କୁ ଦେଖା କରି ନ ଥିଲେ,’’ କହିଛନ୍ତି ସଞ୍ଜୀବ ।



ଶ୍ରବଣ ରାଠୋଡ଼ କହୁଥିଲେ ଯେ ହସପିଟାଲକୁ ମେଡିକାଲ୍‌ ଚେକ୍‌-ଅପ୍‌ ପାଇଁ ଗଲେ ସେମାନେ ଲୋକଙ୍କୁ କରୋନା ୱାର୍ଡ଼ରେ ଭର୍ତ୍ତି କରିଦେଉଛନ୍ତି । ‘‘ହେଲେ ନିଶ୍ୱାସ ନେବାରେ ଅସୁବିଧା ଅନୁଭବ କରିବା ପରେ ସେ ଶେଷରେ ଏକ ହସପିଟାଲକୁ ଫୋନ୍‌ କଲେ ଓ ହସପିଟାଲରେ ଭର୍ତ୍ତି ହେଲେ । ମୁଁ ତା’ ପୂର୍ବରୁ ତାଙ୍କ ସହ ଅନେକ ଥର ଯୁକ୍ତି କରି ତାଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲି ଯେ କରୋନା ସଂକ୍ରମଣ ବାସ୍ତବରେ ଏକ ବଡ଼ ବିପଦ… ସେ ମୋତେ କହକୁଥିଲେ ଯେ ମୁଁ ତାଙ୍କ ବାପା ନୁହେଁ ବା ଜଣେ ଡାକ୍ତର ନୁହେଁ,’’ କହିଛନ୍ତି ସଞ୍ଜୀବ ।
Published by:Anand S.T. Das
First published: