ଲକଡାଉନ କୋହଳତା: କଟକ ସହରରେ ସର୍ତ୍ତ ସହିତ ଖୋଲିଲା ଅଣ-ଅତ୍ୟାବଶ୍ୟକ ଦେକାନ

ଯେଉଁଠି ଦୋକାନଗୁଡିକ ଲାଗି ଲାଗି କରି ରହିଛି ସେଗୁଡିକୁ ଅଡ଼-ଇଭିନ ଢାଞ୍ଚାରେ ଗୋଟିଏ ଦିନ ଗୋଟିଏ ଦୋକାନ ଖୋଲିବା ପାଇଁ ନିଷ୍ପତ୍ତି ହୋଇଛି । ଏଥିରେ ଖିଲାପି କଲେ ସମ୍ପୃକ୍ତ ଦୋକାନୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଚେତାବନୀ ଦିଆଯାଇଛି ।

ଲକଡାଉନ କୋହଳତା: କଟକ ସହରରେ ସର୍ତ୍ତ ସହିତ ଖୋଲିଲା ଅଣ-ଅତ୍ୟାବଶ୍ୟକ ଦେକାନ
ଦୋକାନ ଖୋଲିବାକୁ ଆସୁଥିବା ଜଣେ ବ୍ୟକ୍ତିଙ୍କୁ ଯାଞ୍ଚ କରୁଛନ୍ତି ଜଣେ ପୋଲିସ କର୍ମୀ ।
  • News18 Odia
  • Last Updated: April 28, 2020, 4:48 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ଅଣ-ଅତ୍ୟାବଶ୍ୟକ ଦେକାନଗୁଡିକୁ ଖୋଲିବା ନେଇ କେନ୍ଦ୍ର ସରକାର ଗାଇଡ଼ଲାଇନ ଜାରି କରିବାର ଦୁଇ ଦିନ ପରେ କଟକ ସହରରେ ଏହାକୁ କାର୍ଯ୍ୟକାରୀ କରିଛି ସିଏମସି । ଆଜି କଟକ ସହରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ମାସେରୁ ଉର୍ଦ୍ଧ ସମୟ ଧରି ଦୋକାନ ବନ୍ଦ କରି ଘରେ ବସି ରହିଥିବା ଦେକାନୀ ଓ ଦୋକାନ କର୍ମଚାରୀମାନେ ଏବେ ନିଜ ଦୋକାନକୁ ଫେରିଛନ୍ତି ।

କିଛି କିଛି ଗ୍ରାହକ ମଧ୍ୟ ଦୋକାନକୁ ଆସୁଛନ୍ତି । କିନ୍ତୁ ଲକଡ଼ାଉନ ବଳବତ୍ତର ରହିଥିବାରୁ ଲୋକେ ଦେକାନ ପର୍ଯ୍ୟନ୍ତ ଆସି ପାରୁନାହାନ୍ତି । ମାସେ ହେଲା ସହି ଆସୁଥିବା କ୍ଷତିକୁ କିଭଳି ଭରଣା କରିବେ ସେହି ଚିନ୍ତାରେ ଅଛନ୍ତି ବ୍ୟବସାୟୀ ।

‘‘ପୂର୍ବରୁ ଦିନକୁ ୫୦୦ ଲୋକଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ ହେଉଥିଲା । ୨୫ ପ୍ରକାରର ମିଠା ବି ବିକ୍ରି କରୁଥିଲି । ମାସେରୁ ଅଧିକ ସମୟ ପରେ ମୁଁ ଆଜି ହୋଟେଲ ଖୋଲିଛି । ବହୁତ କମ ପରିମାଣରେ ରସଗୋଲା, ଗୋଲାପଜାମୁ ଓ ଛେନାପୋଡ଼ ତିଆରି କରିଛି, କିନ୍ତୁ ଗ୍ରାହକଙ୍କ ଦେଖା ନାହିଁ । ମାସକୁ ୯୦ ହଜାର ଟଙ୍କାର ଘର ଭଡ଼ା, ଲକ୍ଷେ ୨୦ ହଜାର ଟଙ୍କାର ଷ୍ଟାଫ ପେମେଣ୍ଟ କେମିତି କରିବି ଜାଣି ପାରୁନାହିଁ,’’ କହିଛନ୍ତି କଟକ ଲିଙ୍କରୋଡରେ ଏକ ଆକର୍ଷଣୀୟ ହୋଟେଲ ଚଳାଉଥିବା ଦେବାଶିଷ ରାଉତରାୟ ।

ସିଏମସି ଜାରି କରିଥିବା ଗାଇଡ଼ଲାଇନ ମୁତାବକ ଅଣ-ଅତ୍ୟାବଶ୍ୟକ ଦେକାନଗୁଡିକ ମଧ୍ୟରୁ ହୋଲସେଲ ଦୋକାନକୁ ସକାଳ ୭ରୁ ଦିନ ୧୧ ଟା ଓ ରିଟେଲ ଦୋକାନଗୁଡିକୁ ଦିନ ୧୧ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଖୋଲିବାକୁ ଅନୁମତି ଦିଆଯାଇଛି । କିନ୍ତୁ ପାନ, ମଦ ଓ ସେଲୁନ ଇିଦ୍ୟାଦି ଦୋକାନ ସହ ସିଙ୍ଗିଲବ୍ରାଣ୍ଡ, ମଲ୍ଟିବ୍ରାଣ୍ଡ ସୋ'ରୁମ, ସପିଂ କମ୍ପ୍ଲେକ୍ସ ଓ ମଲଗୁଡିକ ପୂର୍ବ ଭଳି ବନ୍ଦ ରହିବ । ଇଲେକ୍ଟ୍ରୋନିକ୍ସ, ଇଲେକ୍ଟ୍ରିକାଲ ଓ ଗାର୍ମେଣ୍ଟ ବିକ୍ରି କରୁଥିବା ଦୋକାନ ଉପରେ ମଧ୍ୟ କଟକଣା ଜାରି ରହିଛି । ଏହା ସହିତ ଦେକାନ ଖୋଲୁଥିବା ବ୍ୟବସାୟୀମାନେ ୫୦ ପ୍ରତିଶତ କର୍ମଚାରୀଙ୍କୁ କାର୍ଯ୍ୟରେ ଲଗାଇବା ସହ ଦେକାନରେ ସାମାଜିକ ଦୁରତା ରକ୍ଷା କରିବା ଏବଂ ମାସ୍କ ଓ ସାନିଟାଇଜର ବ୍ୟବହାର କରିବାକୁ ବାଧ୍ୟତାମୁଳକ କରିଛି ସିଏମସି ।

ଯେଉଁଠାରେ ଦୋକାନଗୁଡିକ ଲାଗି ଲାଗି କରି ରହିଛି ସେଗୁଡିକୁ ଅଡ଼-ଇଭିନ ଢାଞ୍ଚାରେ ଗୋଟିଏ ଦିନ ଗୋଟିଏ ଦୋକାନ ଖୋଲିବା ପାଇଁ ନିଷ୍ପତ୍ତି ହୋଇଛି । ଏଥିରେ ଖିଲାପି କଲେ ସମ୍ପୃକ୍ତ ଦୋକାନୀ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ସହ ପୋଲିସ ସହାୟତାରେ ଦୋକାନକୁ ମଧ୍ୟ ସିଲ କରାଯିବ କହିଛନ୍ତି ସି.ଏମ.ସିର ଡେପୁଟି କମିଶନର ଡ଼କ୍ଟର ଅବିନାଶ ରାଉତ ।
First published: April 28, 2020, 4:48 PM IST
corona virus btn
corona virus btn
Loading