ଓଡ଼ିଶାରେ ୩୦ ଜୁନ୍‌ ଯାଏଁ ବନ୍ଦ ରହିବ ସବୁ ସପିଂ ମଲ୍‌, ଧାର୍ମିକ ଅନୁଷ୍ଠାନ ଓ ସିନେମା ହଲ୍‌

ରାଜ୍ୟର ଅଧିକ ସଂକ୍ରମିତ ୧୧ଟି ଜିଲ୍ଲାରେ ଶନିବାର ଓ ରବିବାର ସଟଡାଉନ ସଟଡାଉନ୍‌ ଜାରି ରହିବ । ଦୋକାନ ଓ ଅଫିସ୍‌ ବନ୍ଦ ରହିବ । ବାହାରେ ଛେପ ପକାଇଲେ ଓ ମାସ୍କ ନ ପିନ୍ଧିଲେ ₹୫୦୦ରୁ ₹୧,୦୦୦ ଫାଇନ ନିଆଯିବ ।

ଓଡ଼ିଶାରେ ୩୦ ଜୁନ୍‌ ଯାଏଁ ବନ୍ଦ ରହିବ ସବୁ ସପିଂ ମଲ୍‌, ଧାର୍ମିକ ଅନୁଷ୍ଠାନ ଓ ସିନେମା ହଲ୍‌
ମୁଖ୍ୟ ସଚିବ ଅସିତ କୁମାର ତ୍ରିପାଠୀ (ଫାଇଲ୍ ଫଟୋ)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟରେ କରୋନା ଭାଇରସ୍‌ ସଂକ୍ରମଣ ପ୍ରତି ଦିନ ବଢ଼ିଚାଲିଥିବାରୁ କେନ୍ଦ୍ର ସରକାର ଅନଲକ୍‌-୧ ଆରମ୍ଭ କରିଥିଲେ ବି ଓଡ଼ିଶାରେ ୩୦ ଜୁନ୍‌ ଯାଏଁ ବନ୍ଦ ରହିବ ସବୁ ସପିଂ ମଲ୍‌, ସିନେମା ହଲ୍‌, ଜିମ୍‌ ଓ ସୁଇମିଂ ପୁଲ୍‌ । ଅନ୍‌ଲକ୍‌-୧ ନେଇ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଆଜି ଏହି ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି ।

ଏକ ସାମ୍ବାଦିକ ସମ୍ମିଳନୀରେ ତ୍ରିପାଠି କହିଛନ୍ତି ଯେ ୩୦ ଜୁନ୍‌ ଯାଏଁ ରାଜ୍ୟରେ ଧାର୍ମିକ ଅନୁଷ୍ଠାନରେ ପୂଜା ପାଠ କରିହେବ ନାହିଁ । ତା’ ସହିତ ରାଜ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନ ୩୧ ଜୁଲାଇ ପର୍ଯ୍ୟନ୍ତ ବନ୍ଦ ରହିବ । ହୋଟେଲଗୁଡ଼ିକ ମାତ୍ର ୩୦ ପ୍ରତିଶତ କ୍ଷମତା ନେଇ ଖୋଲିପାରିବ । ରାଜ୍ୟରେ କୌଣସି ପ୍ରକାରର ସଭା ସମିତି କରିହେବ ନାହିଁ ।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ବିଭିନ୍ନ ସଙ୍ଗରୋଧ କେନ୍ଦ୍ରରେ ୨ ଲକ୍ଷ ୪୯ ହଜାର ୭୬୯ ଲୋକ ଅଛନ୍ତି ବୋଲି ମପଖ୍ୟ ସଚିବ କହିଛନ୍ତି । ରାଜ୍ୟର ୯୫ ପ୍ରତିଶତ ରୋଗୀ ସଙ୍ଗରୋଧ କେନ୍ଦ୍ରରୁ ହିଁ ବାହାରିଥିବା ସେ ସୂଚନା ଦେଇଛନ୍ତି । ଗତ କାଲି ସୁଦ୍ଧା ୪ ଲକ୍ଷ ୨୬ ହଜାର ୫୦୪ ଲୋକ ରାଜ୍ୟକୁ ଫେରିଛନ୍ତି ।

ଓଡ଼ିଶାରେ କରୋନା ସଂକ୍ରମଣର ତାଜା ସ୍ଥିତିର ମ୍ୟାପ୍


ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ ଜୁନ୍‌ ମାସ ଓଡ଼ିଶା ପାଇଁ ବହୁତ କ୍ରିଟିକାଲ । ଅନଲକ୍-୧ ସମୟରେ ରାଜ୍ୟର ୧୧ଟି ଜିଲ୍ଲାରେ ଶନିବାର ଓ ରବିବାର ସଟଡାଉନ ସଟଡାଉନ୍‌ ଜାରି ରହିବ । ଶନିବାର ଓ ରବିବାର ସଟଡାଉନ୍‌ ବେଳେ ବନ୍ଦ ରହିବ ଦୋକାନ ଓ ଅଫିସ୍‌ । କେବଳ ଅତ୍ୟାବଶକୀୟ ଦୋକାନ ଖୋଲା ରହିବ ବୋଲି ସେ କହିଛନ୍ତି । ଏହି ୧୧ଟି ଜିଲ୍ଲା ହେଉଛନ୍ତି ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂପୁର, ଭଦ୍ରକ, ଯାଜପୁର, ବାଲେଶ୍ୱର, ନୟାଗଡ଼, କେନ୍ଦ୍ରାପଡ଼ା ଓ ବଲାଙ୍ଗିର ।

ବାହାରେ ଛେପ ପକାଇଲେ ଓ ମାସ୍କ ନ ପିନ୍ଧିଲେ ଏଣିକି ୫୦୦ ଟଙ୍କାରୁ ହଜାରେ ଟଙ୍କା ପର୍ଯ୍ୟନ୍ତ ଫାଇନ ନିଆଯିବ ବୋଲି ସରକାର ନିଷ୍ପତ୍ତି ନେଇଥିବା ସେ କହିଛନ୍ତି ।

ଆଜି ଗୋଟିଏ ଦିନରେ ରାଜ୍ୟର ୧୯ଟି ଜିଲ୍ଲାରୁ ଆଉ ୧୫୬ ଜଣ କରୋନା ଭାଇରସ୍‌ ପଜିଟିଭ୍‌ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ଗୋଟିଏ ଦିନରେ ରାଜ୍ୟରେ ଏହା ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେବା ଘଟଣା । ଏହି ୧୫୬ ଜଣଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୧୫୩ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦିଆଯାଇଛି । ଏଥି ସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୧୦୪ରେ ପହଞ୍ଚିଛି ।

ଆଜିର ନୂଆ ୧୫୬ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ କେନ୍ଦ୍ରାପଡ଼ାରେ ସର୍ବାଧିକ ୫୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ସହ ଜିଲ୍ଲାରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୧୩୯ରେ ପହଞ୍ଚିଛି । ସେହି ପରି ଗଞ୍ଜାମରେ ୧୭ ଜଣ ଆକ୍ରାନ୍ତ ଚିହ୍ନଟ ହେବା ସହ ସେଠାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୩୧ ଛୁଇଁଛି । ଯାଜପୁରରେ ୧୧ ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ସେଠାରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨୮୦ ହୋଇଛି ।

ଏହା ବି ପଢ଼ନ୍ତୁ: 

କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ
First published: June 1, 2020, 3:12 PM IST
corona virus btn
corona virus btn
Loading