୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ

ଲକଡାଉନ ପରେ ସିନେମା ଥିଏଟର ଖୋଲିବା ପର୍ଯ୍ୟନ୍ତ ଚଳଚ୍ଚିତ୍ର ନିର୍ମାତାମାନେ ନିଜ ନିଜର ଚଳଚ୍ଚିତ୍ରଗୁଡ଼ିକୁ ମୁକ୍ତିଲାଭ ନ କରି ଅପେକ୍ଷା କରନ୍ତୁ ବୋଲି PVR ସେମାନଙ୍କୁ ଅନୁରୋଧ କରିଛି ।

୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ
(ପ୍ରତୀକାତ୍ମକ ଛବି)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଭାରତରେ ବିଶ୍ୱର ସର୍ବବୃହତ ଲକଡାଉନ୍ (ଲକଡାଉନ୍ ୪)କୁ ଆହୁରି ୧୪ ଦିନ ପାଇଁ ବୃଦ୍ଧି କରାଯାଇଛି । ଏହା ଲକଡାଉନର ଚତୁର୍ଥ ପର୍ଯ୍ୟାୟ ହେବ, ଯାହା ସୋମବାର ୧୮ ମଇରୁ ଆରମ୍ଭ ହୋଇ ୩୧ ମଇରେ ଶେଷ ହେବ । ଏହି ସମଗ୍ର ପ୍ରସଙ୍ଗରେ CNBC TV18 ସହିତ ଏକ ସ୍ୱତନ୍ତ୍ର ବାର୍ତ୍ତାଳାପରେ PVR ଚେୟାରମ୍ୟାନ୍ ତଥା ଏମଡି ଅଜୟ ବିଜଲି କହିଛନ୍ତି ଯେ ଜୁନ୍ ୧୫ ତାରିଖ ପାଖାପାଖି ଦେଶରେ ସପିଂ ମଲ୍ ଖୋଲିପାରେ । ଏହାର ସପ୍ତାହେ ଦୁଇ ସପ୍ତାହ ପରେ ଦେଶରେ ସିନେମା ହଲ୍ ଖୋଲିବାକୁ ଅନୁମୋଦନ ମଧ୍ୟ ଦିଆଯାଇପାରେ । ମାର୍ଚ୍ଚ ଶେଷରୁ ଦେଶର ସମସ୍ତ ସ୍ଥାନରେ ସପିଂ ମଲ୍ ଓ ସିନେମା ହଲ୍ ବନ୍ଦ ରହିଛି ।

ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (NDMA) କେନ୍ଦ୍ର ସରକାର ଓ ରାଜ୍ୟ ସରକାରମାନଙ୍କୁ ଲକଡାଉନ୍‌ ଜାରି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ପରେ ଗୃହ ମନ୍ତ୍ରଣାଳୟ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛି । ତାହା ଅନୁଯାୟୀ ଦେଶ  ସାରା ସିନେମା ହଲ୍, ସପିଂ ମଲ୍, ଜିମ୍, ସୁଇମିଂ ପୁଲ୍, ମନୋରଞ୍ଜନ ପାର୍କ, ପ୍ରେକ୍ଷାଳୟ, ଅଡିଟୋରିୟମ୍ ଏବଂ ଆସେମ୍ବଲି ହଲ୍ ବନ୍ଦ ରହିବ ।

ସିନେମା ହଲରେ ବସିବାର ନୂଆ ନିୟମ ହେବ - ଅଜୟ ବିଜଲି ଆହୁରି କହିଛନ୍ତି ଯେ ସିନେମା ହଲରେ ବସିବା ପାଇଁ ନିୟମରେ କିଛି ପରିବର୍ତ୍ତନ କରାଯାଇପାରେ । ଗୋଟିଏ ପରିବାର ଓ ଗୋଟିଏ ଗୋଷ୍ଠୀକୁ ଏକତ୍ର ଗୋଟିଏ ଜାଗାରେ ବସାଯାଇପାରେ । ଅନ୍ୟ ଲୋକଙ୍କୁ ବସିବା ପାଇଁ କିଛି ଦୂରତା ରଖାଯିବ । ଲକଡାଉନ୍ ପରେ ଶୀଘ୍ର ଶୀଘ୍ର ଚଳଚ୍ଚିତ୍ରଗୁଡ଼ିକ ମୁକ୍ତିଲାଭ କରିପାରେ । OTT ପ୍ଲାଟଫର୍ମରେ ଚଳଚ୍ଚିତ୍ର ରିଲିଜ୍ କରିବା ସମସ୍ତଙ୍କ ପାଇଁ ସହଜ କାମ ନୁହେଁ ବୋଲି ସେ କହିଛନ୍ତି ।

ଏହା ପୂର୍ବରୁ ମଇ ୧୫ରେ ଅନଲାଇନ୍ ପ୍ଲାଟଫର୍ମରେ ଚଳଚ୍ଚିତ୍ର ରିଲିଜକୁ ଧ୍ୟାନରେ ରଖି PVR ଏକ ବିବୃତ୍ତି ଜାରି କରିଥିଲା । ସେହି ବିବୃତ୍ତି ମାଧ୍ୟମରେ ଚଳଚ୍ଚିତ୍ର ନିର୍ମାତାମାନଙ୍କୁ PVR ଅନୁରୋଧ କରିଥିଲା ଯେ ଥିଏଟର ଖୋଲିବା ପର୍ଯ୍ୟନ୍ତ ସେମାନେ ନିଜ ନିଜର ଚଳଚ୍ଚିତ୍ରଗୁଡ଼ିକର ମୁକ୍ତିଲାଭ ନ କରନ୍ତୁ ।

‘‘ଆମର ବିଶ୍ୱାସ ଯେ ଆମର ଚଳଚ୍ଚିତ୍ର ନିର୍ମାତାଙ୍କ କଠିନ ପରିଶ୍ରମ ଓ ସୃଜନଶୀଳ ପ୍ରତିଭାକୁ ଅନୁଭବ କରିବା ପାଇଁ ଥିଏଟରରେ ଚଳଚ୍ଚିତ୍ରକୁ ରିଲିଜ୍ କରିବା ହେଉଛି ସର୍ବୋତ୍ତମ ଉପାୟ । ଦଶନ୍ଧି ଦଶନ୍ଧି ଧରି କେବଳ ଭାରତରେ ନୁହେଁ, ସମଗ୍ର ବିଶ୍ୱରେ ଏହା ହିଁ ହୋଉଛି,’’ କହିଛନ୍ତି ପିଭିଆର ପିକ୍ଚର୍ସର ସିଇଓ କମଲ ଜିଆଚାନ୍ଦାନୀ ।

ଏହା ବି ପଢ଼ନ୍ତୁ: CBSE Board Exam Dates: ଦ୍ୱାଦଶ ଶ୍ରେଣୀର ବାକି ଥିବା ପରୀକ୍ଷା ତାରିଖ ଘୋଷଣା ହେଲା; ଜାଣନ୍ତୁ

ଏହା ବି ପଢ଼ନ୍ତୁ: ବୁଲା କୁକୁର ସହ ଯୌନ ସମ୍ପର୍କ! ଭୁବନେଶ୍ୱରରେ ସିକ୍ୟୁରିଟି ଗାର୍ଡ଼କୁ ପୋଲିସ ଅଟକ ରଖିଲା

ଏହା ବି ପଢ଼ନ୍ତୁ: ମେ ୩୧ ପର୍ଯ୍ୟନ୍ତ ବଢ଼ିଲା ଲକଡାଉନ୍; ଏହି ସବୁ କାମ କରିବାକୁ ଅନୁମତି ଅଛି

ଏହା ବି ପଢ଼ନ୍ତୁ: ଏମିତି ବି ହୋଇପାରେ: କରୋନା ବିଶ୍ୱକୁ କେବେ ବି ଛାଡ଼ି ଯାଇ ନ ପାରେ, କହିଲେ WHO ଅଧିକାରୀ

ଏହା ବି ପଢ଼ନ୍ତୁ: କରୋନା ସନ୍ଦେହରେ ହସପିଟାଲରେ ଥିବା ନିଜ ୫ ବର୍ଷର ପୁଅକୁ ହତ୍ୟା କଲେ ଫୁଟବଲ୍ ଖେଳାଳି
First published: May 18, 2020, 9:12 PM IST
corona virus btn
corona virus btn
Loading