ତେଲଙ୍ଗାନାରେ ଲୋକେ ଘରୁ ବାହାରକୁ ବାହାରିଲେ ଦେଖିବା ମାତ୍ରେ ଗୁଳି ମାରିବା ଚେତାବନୀ

“ଯଦି ଲୋକେ ନ ଶୁଣନ୍ତି ଓ ଘର ଭିତରେ ନ ରହନ୍ତି, ତାହେଲେ… ସେନାକୁ ଡାକିବାକୁ ପଡ଼ିବ ଓ ଦେଖିବା ମାତ୍ରେ ଗୁଳି ମାରିବା ଆଦେଶ ଦେବାକୁ ପଡ଼ିବ,’’ ଲୋକଙ୍କୁ ଲକଡାଉନ୍ ନିୟମ ମାନିବାକୁ ଅନୁରୋଧ କରି ଏହା କହିଛନ୍ତି ରାଓ ।

ତେଲଙ୍ଗାନାରେ ଲୋକେ ଘରୁ ବାହାରକୁ ବାହାରିଲେ ଦେଖିବା ମାତ୍ରେ ଗୁଳି ମାରିବା ଚେତାବନୀ
ତେଲେଙ୍ଗାନା ମୁଖ୍ୟ ମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ
  • News18 Odia
  • Last Updated: March 25, 2020, 4:23 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ହାଇଦ୍ରାବାଦ: ମାର୍ଚ୍ଚ ୨୫ ଅର୍ଦ୍ଧ ରାତ୍ରି ଠାରୁ ଘୋଷିତ ହୋଇଥିବା ୨୧ ଦିନିଆ ରାଷ୍ଟ୍ରବ୍ୟାପୀ ଲକଡାଉନ୍‌ ସମୟରେ ତେଲଙ୍ଗାନା ରାଜ୍ୟର ଲୋକମାନେ ଯଦି କଥା ନ ମାନି ଘର ଭିତରେ ନ ରହନ୍ତି ତାହେଲେ ଏହି ନିୟମ ଉଲ୍ଲଙ୍ଘନକାରୀମାନଙ୍କୁ ‘‘ଦେଖିବା ମାତ୍ରେ ଗୁଳି ମାରିବା‘‘ (shoot at sight) ଆଦେଶ ଦିଆଯାଇପାରେ ବୋଲି ତେଲେଙ୍ଗାନା ମୁଖ୍ୟ ମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ କହିଛନ୍ତି ।

“ଯଦି ଲୋକେ ନ ଶୁଣନ୍ତି ଓ ଘର ଭିତରେ ନ ରହନ୍ତି, ତାହେଲେ ଆମେ ୨୪ ଘଣ୍ଟିଆ କର୍ଫ୍ୟୁ ଲାଗୁ କରିବାକୁ ବାଧ୍ୟ ହେବୁ । ଯଦି ତଥାପି ଲୋକେ ରାସ୍ତାରେ ବୁଲୁଥିବାର ଦେଖାଯାଆନ୍ତି, ତାହେଲେ ସେନାକୁ ଡାକିବାକୁ ପଡ଼ିବ ଓ ଦେଖିବା ମାତ୍ରେ ଗୁଳି ମାରିବାର ଆଦେଶ ଦେବାକୁ ପଡ଼ିବ,’’ ଲୋକଙ୍କୁ ଲକଡାଉନ୍‌ ନିୟମ ମାନିବାକୁ ଅନୁରୋଧ କରି ଏହା କହିଛନ୍ତି ରାଓ ।

ଲୋକଙ୍କୁ ଆତଙ୍କିତ ନ ହେବା ପାଇଁ ଗୃହ ମନ୍ତ୍ରଣାଳୟ (MHA) ଅତ୍ୟାବଶ୍ୟକ ସେବା ଓ ସାମଗ୍ରୀର ଏକ ତାଲିକା ଜାରି ସେସବୁକୁ ଲକଡାଉନ୍‌ ବାହାରେ ରଖାଯାଇଥିବା କହିଛି ଓ ଲୋକଙ୍କୁ ଡରରେ ଅଯଥା ଗୁଡ଼ାଏ ଜିନିଷ ନ କିଣିବାକୁ ଅନୁରୋଧ କରିଛି । ଅନେକ ରାଜ୍ୟରୁ ଆସିଥିବା ଖବରରୁ ଜଣାପଡ଼ିଛି ଯେ ଆବଶ୍ୟକୀୟ ଜିନିଷ କିଣିବାକୁ ଘରୁ ବାହାରକୁ ବାହାରିଥିବା ଲୋକଙ୍କୁ ପୋଲିସ ମାଡ଼ ମାରିଛି ।

ସାଧାରଣ ଜନତାଙ୍କ ଖାଦ୍ୟ ସାମଗ୍ରୀ ଓ ଔଷଧ ଆଦି ଆବଶ୍ୟକୀୟ ଜିନିଷ କିଣିବା ଚେଷ୍ଟାରେ ବିଭିନ୍ନ ସ୍ଥାନରେ ଏପରି କଠୋର ପଦକ୍ଷେପ ଭୀଷଣ ଅସୁବିଧା ସୃଷ୍ଟି କରିଥିବା ପରିଲକ୍ଷିତ ହେଉଛି ।

ନିଜ ଉଦବୋଧନ ବେଳେ ମୋଦି କରୋନାର ପୂରା ରୂପ ଲେଖାଥିବା କାଗଜ ଦେଖାଉଛନ୍ତି ।


ତେଲେଙ୍ଗାନାରେ ତାଜା ସ୍ଥିତି ଅନୁଯାୟୀ ମାର୍ଚ୍ଚ 2୫ ସୁଦ୍ଧା ଚାରୋଟି ନୂଆ ପଜିଟିଭ୍‌ ମାମଲା ସହିତ ମୋଟ ୩୯ଟି କରୋନା ଭାଇରସ୍‌ ପଜିଟିଭ୍‌ ମାମଲା ସାମନାକୁ ଆସିଛି । ରାଓ ଗଣମାଧ୍ୟମକୁ କହିଛନ୍ତି ଯେ ବିଦେଶରୁ ଫେରି ଆସିଥିବା ବିଦେଶୀ ନାଗରିକ ତଥା ଭାରତୀୟ ନାଗରିକ ଓ ସେମାନଙ୍କ ସହ ଯୋଗାଯୋଗ କରିଥିବା ଲୋକଙ୍କ ସମେତ ମୋଟ ୧୯,୦୦୦ ଲୋକଙ୍କୁ ଡାକ୍ତରୀ ତତ୍ତ୍ୱାବଧାନରେ ରଖାଯାଇଛି ।

ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟର ସୀମାରେ ଅଟକି ରହିଥିବା ସମସ୍ତ ଯାନକୁ ରାଜ୍ୟ ଭିତରକୁ ପ୍ରବେଶ ପାଇଁ ମାର୍ଚ୍ଚ ୨୫ ରାତିରେ ମାତ୍ର ଥରକ ପାଇଁ ଅନୁମତି ଦିଆଯାଇଛି । ରାଜ୍ୟ ସରକାର ‘ବିଗ୍ ବାସ୍କେଟ୍’ ଓ ‘ଗ୍ରୋଫର୍ସ’ ଭଳି ହୋମ୍‌ ଡେଲିଭରୀ କମ୍ପାନୀଗୁଡ଼ିକୁ ରାଜ୍ୟରେ ନିୟୋଜିତ କରିବାକୁ ଆଲୋଚନା କରୁଥିବା ଜଣାଯାଇଛି ।
First published: March 25, 2020, 4:23 PM IST