ଭୁବନେଶ୍ୱରରେ ଶୀତଳଷଷ୍ଠୀ: ଭକ୍ତି ଭାବରେ ବୁଡ଼ିଲା କେଦାରଗୌରୀ ମନ୍ଦିର; ଦିଅଁଙ୍କ ଦର୍ଶନ ମନା

Shitalashasthi in Bhubaneswar | କରୋନା ସଂକ୍ରମଣ ପାଇଁ ଶ୍ରୀଜୀଉଙ୍କ ଅନେକ ପରମ୍ପରା ପ୍ରଭାବିତ ହୋଇଛି । କଟକଣା କୋହଳ ହେବା ପରେ ଶୀତଳଷଷ୍ଠୀ ପାଇଁ ଅନୁମତି ମିଳିଛି, ହେଲେ ପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହୋଇଛନ୍ତି ଭକ୍ତମାନେ ।

ଭୁବନେଶ୍ୱରରେ ଶୀତଳଷଷ୍ଠୀ: ଭକ୍ତି ଭାବରେ ବୁଡ଼ିଲା କେଦାରଗୌରୀ ମନ୍ଦିର; ଦିଅଁଙ୍କ ଦର୍ଶନ ମନା
ମନ୍ଦିର ବାହାରେ ପୋଲିସ୍ ମୁତୟନ ହୋଇଛନ୍ତି ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଶେଷ ହୋଇଛି ଦେବଦମ୍ପତିଙ୍କ ବିବାହ ଉତ୍ସବ। ପ୍ରଶାସନର କଟକଣା ଭିତରେ ସୀମିତ ସେବାୟତଙ୍କ ଉପସ୍ଥିତିରେ ସମ୍ପନ୍ନ ହୋଇଛି ଦେବବିବାହ । କୁଆଁରୀ ବେଶରୁ ବାହାରି ବୋହୁ ବେଶରେ ସଜେଇ ହୋଇଛନ୍ତି ମାତା ଗୌରୀ । ଶ୍ୱଶୁର ଘରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ପାଇଛନ୍ତି ପ୍ରଭୁ ଲିଙ୍ଗରାଜ। ବିଧି ଅନୁସାରେ ପ୍ରଭୁଙ୍କ ପାଖରେ ଲାଗି ହୋଇଛି ସ୍ୱତନ୍ତ୍ର ମୁଆଁ ଭୋଗ । ହେଲେ ଦର୍ଶନ ପାଇଲେନି ଶ୍ରଦ୍ଧାଳୁ।

‘‘ଆଖିରେ ଲୁହ। ମନ ବ୍ୟାକୁଳ। ଦେବ ଦେବ ମହାଦେବଙ୍କ ବିବାହ ସରିଲା । ବରାଯାତ୍ରୀରେ ଟିକେ ସାମିଲ ହେଇ ପାରିଲୁନି କି ଟିକିଏ ଦିଅଁ ଦର୍ଶନ ମିଳିଲାନି। ବର୍ଷକରେ ଥରେ ଏହି ଦିନକୁ ଚାହିଁ ରହିଥାଉ। ହେଲେ ଏଥର କୋରନା ସବୁ ସାରିଦେଲା,’’ କୋହଭରା କଣ୍ଠରେ କହିଛନ୍ତି ପୁରୁଣା ଭୁବନେଶ୍ୱର ବାସିନ୍ଦା ପ୍ରତିଭା ପତି।

‘‘ମାଆ ଆଜି ଚାଲିଯିବେ ଶାଶୁ ଘରକୁ। ମାଆର ନାଲି ମନ୍ଦାର ଭାରି ପ୍ରିୟ। ତେଣୁ ସକାଳୁ ଉଠି ବାଡିରୁ ନାଲି ମନ୍ଦାର ଫୁଲଟେ ମାଆଙ୍କ ପାଇଁ ଆଣିଥିଲି। ଭାବିଲି କାଳେ ଟିକିଏ ଦର୍ଶନ ମିଳିଯିବ। ହେଲେ ମନ୍ଦିରକୁ ପ୍ରବେଶ ଅନୁମତି ନାହିଁ। କଣ ଆଉ କରିବି ଏଇଠି ବାହାରୁ ମାଆକୁ ମୁଣ୍ଡିଆ ମାରି ଫେରି ଯାଉଛି,’’ ଦୁଃଖର ସହ କହିଛନ୍ତି ଆଉ ଜଣେ ଶ୍ରଦ୍ଧାଳୁ ପାର୍ବତୀ।

ମନ୍ଦିରରେ ପ୍ରବେଶ ପାଇଁ କାହାରିକୁ ଅନୁମତି ମିଳିନି।


ସେ ପ୍ରତି ମଙ୍ଗଳବାର ଏଠିକି ଦର୍ଶନ ପାଇଁ ଆସନ୍ତି । ହେଲେ ଏହାରି ଭିତରେ ଅନେକ ମଙ୍ଗଳବାର ଗଲାଣି । ଲକଡ଼ାଉନ ପାଇଁ ମନ୍ଦିର ବନ୍ଦ ରହିଛି । ଦର୍ଶନ କରିପାରିନାହାନ୍ତି । ଆଜି ବି ସେମିତି ଖାଲି ହାତରେ ଫେରିଛନ୍ତି । ‘‘ସବୁ ସେଇ ମହାଦେବଙ୍କ ଇଚ୍ଛା । ଜଲଦି ଏ ମହାମାରୀରୁ ପ୍ରଭୁ ମୁକ୍ତି ଦିଅନ୍ତୁ,’’ ପାର୍ବତୀ କହିଛନ୍ତି ।

ଏମିତି ଅନେକ ଲୋକ ଆସି ଆଜି କେଦାରଗୌରୀ ମନ୍ଦିରରୁ ଫେରିଛନ୍ତି । ମନ୍ଦିରରେ ପ୍ରବେଶ ପାଇଁ କାହାରିକୁ ଅନୁମତି ମିଳିନି। ବାହାରେ ଜଗି ରହିଛନ୍ତି ପୋଲିସ କର୍ମୀ। ମନ୍ଦିର ବାହାରେ ବି ଗହଳି ହେବାକୁ ଦେଇ ନ ଥିଲେ ସେମାନେ । ରୁକୁଣା ରଥଯାତ୍ରା ଆଉ ଚନ୍ଦନ ଯାତ୍ରାରୁ ଏଥର ବଞ୍ଚିତ ହୋଇଛନ୍ତି ଶ୍ରଦ୍ଧାଳୁ । କରୋନା ପାଇଁ ବନ୍ଦ ହୋଇଗଲା ଶ୍ରୀଜୀଉଙ୍କ ପରମ୍ପରା। ହେଲେ କଟକଣା କୋହଳ ହେବା ପରେ ଶୀତଳଷଷ୍ଠୀ ପାଇଁ ଅନୁମତି ମିଳିଲା। ଆଉ ସୁରୁଖୁରୁରେ ଯାତ୍ରାପୂଜା ବି ହେଲା। ହେଲେ ପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହୋଇଛନ୍ତି ଶ୍ରଦ୍ଧାଳୁ।

ଆଜି ଦିନତମାମ କେଦାରଗୌରୀ ମନ୍ଦିରରେ ବିଭିନ୍ନ ନୀତିକାନ୍ତି ହେଉଛି । ରାତିରେ ସ୍ୱମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ ପ୍ରଭୁ ଲିଙ୍ଗରାଜ । ଶୀତଳଷଷ୍ଠୀ ପାଇଁ ଚଳଚଞ୍ଚଳ ହୋଇଉଠେ ଏକାମ୍ର କ୍ଷେତ୍ର। ବାଜା ବାଣରେ ଦୁଲୁକି ଉଠେ ପୁରା ପରିବେଶ। ନାମଯଜ୍ଞ ସଂକୀର୍ତନରେ ପ୍ରକମ୍ପିତ ହୁଏ ପରିବେଶ। ଭକ୍ତିଭାବରେ ବୁଡି ଯାନ୍ତି ସମସ୍ତେ। ଜମେ ଭୋଜିଭାତର ଆସର। ସାଧାରଣ ବାହାଘର ଭଳି ଦେବବିବାହ ମଧ୍ୟ ବେଶ ଧୁମଧାମରେ ହୁଏ। ହେଲେ କରୋନା ପାଇଁ  ଏ ଥର ପ୍ରଭାବିତ ହୋଇଛି ପରମ୍ପରା । ସଂକ୍ରମଣ ଭୟ ଥିବାରୁ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦିଆଯାଇଛି । ସେଥି ପାଇଁ ସୀମିତ ସେବାୟତଙ୍କୁ ବିବାହ ଉତ୍ସବ ପାଇଁ ଅନୁମତି ଦିଆଯାଇଛି ।

ଦୟାକରି ଦୁଇ ମିନିଟ୍‌ ସମୟ ଦେଇ ଏହି ସର୍ଭେରେ ଭାଗ ନିଅନ୍ତୁ: କରୋନା ଲକଡାଉନ୍‌ ସର୍ଭେ

ଏହା ବି ପଢ଼ନ୍ତୁ: ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

ଏହା ବି ପଢ଼ନ୍ତୁ: ‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ଏହା ବି ପଢ଼ନ୍ତୁ: ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ଏହା ବି ପଢ଼ନ୍ତୁ: ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଏହା ବି ପଢ଼ନ୍ତୁ: ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

ଏହା ବି ପଢ଼ନ୍ତୁ: ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଏହା ବି ପଢ଼ନ୍ତୁ: ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଏହା ବି ପଢ଼ନ୍ତୁ: ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ଏହା ବି ପଢ଼ନ୍ତୁ: କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

ଏହା ବି ପଢ଼ନ୍ତୁ: କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

ଏହା ବି ପଢ଼ନ୍ତୁ: ୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ
First published: May 28, 2020, 7:10 PM IST
corona virus btn
corona virus btn
Loading